ଆଦରଣୀୟ ସଭାପତି ମହୋଦୟ,
ଏକ ଦୀର୍ଘକାଳୀନ ସେବା ପରେ, ଆଜି ଆପଣ ନୂଆ କାର୍ଯ୍ୟକ୍ଷେତ୍ର ଆଡ଼କୁ ଗମନ କରିବେ ଏଥିପ୍ରତି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି କାରଣ ଶାରୀରିକ ଭାବେ ଆପଣ ନିଜକୁ ବେଶ ଫିଟ ରଖିଛନ୍ତି । ଏପରି ଏକ ପରିବାର ଯାହାର ପାଖାପାଖି 100 ବର୍ଷର ସାର୍ବଜନୀନ ଜୀବନର ଇତିହାସ ରହିଛି, ତାଙ୍କର ଅଜା, ତାଙ୍କ ଜେଜେବାପା ଦିନେ ଜାତୀୟ ଦଳର ଅଧ୍ୟକ୍ଷ ଥିଲେ, ଏକଦା ସମ୍ବିଧାନ ସଭାର ସଦସ୍ୟ ଥିଲେ, ଏକପ୍ରକାର ଆପଣ ସେହି ପରିବାରର ପୃଷ୍ଠଭୂମିରୁ ଆସିଛନ୍ତି, ଯାହାଙ୍କର ପୂର୍ବଜମାନେ ସାଧାରଣ ଜୀବନରେ, ବିଶେଷ କରି କଂଗ୍ରେସର ଜୀବନ ସହିତ ଏବଂ କେତେବେଳେ ଖିଲାଫତ୍ ଆନ୍ଦୋଳନ ସହିତ ବେଶ ସକ୍ରିୟ ଥିଲେ ।
ଆପଣ ନିଜେ ମଧ୍ୟ ଜଣେ ପେଷାଦାର କୂଟନୀତିଜ୍ଞ ଥିଲେ । ଏବେ ପେଷାଦାର କୂଟନୀତିଜ୍ଞ ଅର୍ଥ କ’ଣ ପ୍ରଧାନମନ୍ତ୍ରୀ ହେବା ପରେ ତାହା ମୁଁ ବୁଝିପାରିଲି, କାରଣ ସେମାନଙ୍କ ହସିବାର ଅର୍ଥ କ’ଣ, ସେମାନଙ୍କ ହାତ ମିଳାଇବାର ଅର୍ଥ କ’ଣ, ତୁରନ୍ତ ବୁଝି ହୋଇନଥାଏ! କାରଣ ସେମାନଙ୍କ ଟ୍ରେନିଂ ହିଁ ସେପରି ହୋଇଥାଏ । କିନ୍ତୁ ସେହି କୌଶଳର ଉପଯୋଗ 10 ବର୍ଷ ଏଠାରେ ନିଶ୍ଚିତ ରୂପେ ହୋଇଥିବ । ଏ ସମସ୍ତଙ୍କୁ ସମ୍ଭାଳିବାରେ, ସେହି କୌଶଳର କେଉଁ ପ୍ରକାରର ଲାଭ ଏହି ସଦନକୁ ମିଳିପାରିଥିବ ।
ଜଣେ କୂଟନୀତିଜ୍ଞ ଭାବେ ଆପଣଙ୍କ କାର୍ଯ୍ୟକାଳର ଅଧିକାଂଶ ଭାଗ ପଶ୍ଚିମ ଏସିଆ ସହ ଯୋଡ଼ି ହୋଇ ରହିଛି । ସେହି ଅଂଚଳରେ ଆପଣ ଜୀବନର ଅଧିକାଂଶ ସମୟ ବିତାଇଛନ୍ତି, ସେହି ପରିବେଶରେ, ସେହି ବିଚାରରେ, ସେହି ତର୍କରେ, ସେପରି ଲୋକମାନଙ୍କ ମଧ୍ୟରେ ରହିଛନ୍ତି । ସେଠାରୁ ଅବସର ନେବା ପରେ ମଧ୍ୟ ଅଧିକାଂଶ କାମ ସେଠାରେ ଆପଣଙ୍କର ରହିଥିଲା, ସଂଖ୍ୟାଲଘୁ କମିଶନ ହେଉ କିମ୍ବା ଆଲିଗଡ଼ ବିଶ୍ୱବିଦ୍ୟାଳୟ, ଆପଣଙ୍କ ଜୀବନର କିଛି ଅଂଶ ସେଠାରେ ରହିଥିଲା । କିନ୍ତୁ ଏହି ଦଶ ବର୍ଷ ଏକ ଭିନ୍ନ ଦାୟିତ୍ୱ ଆପଣଙ୍କ ଭାଗରେ ଆସିଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ଗୋଟିଏ ଗୋଟିଏ ମୁହୂର୍ତ୍ତ ସମ୍ବିଧାନ, ସମ୍ବିଧାନର ପରିସୀମା ମଧ୍ୟରେ ଚାଲିବା ଏବଂ ଆପଣ ତାହାକୁ ଉତ୍ତମ ରୂପେ ପାଳନ କରିବା ଲାଗି ଭରପୂର ପ୍ରୟାସ କରିଥିଲେ ।
ହୋଇପାରେ ଆପଣଙ୍କ ଭିତରେ କିଛି ଅଶ୍ୱସ୍ତି ରହିଥାଇପାରେ, କିନ୍ତୁ ଆଜି ପରେ ସେହି ସଂକଟ ଆପଣଙ୍କ ପାଖରେ ନଥିବ ଏବଂ ମୁକ୍ତିର ଆନନ୍ଦ ମଧ୍ୟ ମିଳିବ ଏବଂ ନିଜ ମୌଳିକ ଯେଉଁ ବିଚାର ରହିଥିବ, ତଦନୁଯାୟୀ ଆପଣଙ୍କୁ କାର୍ଯ୍ୟ କରିବାର, ଚିନ୍ତା କରିବାର, କହିବାର ଅବସର ମଧ୍ୟ ମିଳିବ ।
ଆପଣଙ୍କ ସହିତ ମୋର ଅଧିକ ପରିଚୟ ନଥିଲା, କିନ୍ତୁ ଯେତେବେଳେ ଭେଟ ହୋଇଥିଲା, ଅନେକ କିଛି ଆପଣଙ୍କ ଠାରୁ ଜାଣିବାକୁ-ବୁଝିବାକୁ ମିଳୁଥିଲା । ମୋର ବିଦେଶ ଗସ୍ତ ପୂର୍ବରୁ ଏବଂ ପରେ, ଯେତେବେଳେ ଆପଣଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳୁଥିଲା, ଆପଣଙ୍କର ଯେଉଁ ଦୂରଦୃଷ୍ଟି ଥିଲା, ତାହା ମୁଁ ନିଶ୍ଚିତ ଭାବେ ଅନୁଭବ କରିପାରୁଥିଲି ଏବଂ ତାହା ମୋତେ ବିଭିନ୍ନ ପ୍ରସଙ୍ଗକୁ ମୁଁ ଯେଉଁ ଭାବେ ଦେଖୁଥିଲି, ତାହା ବ୍ୟତୀତ ଆଉ କ’ଣ ହୋଇପାରିବ, ତାହା ବୁଝିବାର ଏକ ଅବସର ଦେଉଥିଲା ଏବଂ ସେଥିପାଇଁ ହୃଦୟରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ, ମୋ ପକ୍ଷରୁ ହୃଦୟରୁ ଆପଣଙ୍କୁ ଅନେକ ଅନେକ ଶୁଭକାମନା ।
ଦେଶର ଉପରାଷ୍ଟ୍ରପତି ରୂପେ, ଆପଣଙ୍କ ସେବା ପାଇଁ ଦୁଇ ସଦନ ତରଫରୁ, ଦେଶବାସୀଙ୍କ ତରଫରୁ ମଧ୍ୟ ଆପଣଙ୍କ ପ୍ରତି କୃତଜ୍ଞତା ଭାବ ରହିଛି ଏବଂ ଆପଣଙ୍କ ଏହି କର୍ତ୍ତୃତ୍ୱ, ଏହି ଅନୁଭବ ଏବଂ ଏହି ପଦ ପରେ ଅବସର, ଦୀର୍ଘ ସମୟ ଧରି, ସାମାଜିକ ଜୀବନରେ ତାହାର ଏକ ଓଜନ ରହିଛି । ରାଷ୍ଟ୍ରର ସାମ୍ବିଧାନିକ ମର୍ଯ୍ୟାଦା ମଧ୍ୟରେ କାର୍ଯ୍ୟ କରି ଦେଶର ମାର୍ଗଦର୍ଶନ କରିବାରେ ଆପଣଙ୍କ ସମୟ ଏବଂ ଶକ୍ତି କାମରେ ଲାଗିବ, ଏହା ହିଁ ମୋର ପୂର୍ଣ୍ଣ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ ।
**********