ରାଜ୍ୟସଭା ସଦସ୍ୟମାନଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଦନରେ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ 100 ବର୍ଷର ଅବଧି ମଧ୍ୟରେ ଶ୍ରୀ ଆନସାରୀଙ୍କ ପରିବାର ସାର୍ବଜନୀକ ଜୀବନରେ ନିଜର ମହତ୍ଵପୂର୍ଣ୍ଣ ଉପସ୍ଥିତି ଜାହିର କରି ଆସିଛନ୍ତି । ଉପରାଷ୍ଟ୍ରପତି ଜଣେ ବିଶେଷ ପେଶାଦାର କୂଟନୀତିଜ୍ଞ ଭାବେ ଜଣାଶୁଣା । ଅନେକ ଥର, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସେ ଉପରାଷ୍ଟ୍ରପତିଙ୍କ ଠାରୁ ବେଶ ଉପକାରସିଦ୍ଧ ହେବା ଭଳି ମହତ୍ଵପୂର୍ଣ୍ଣ କୂଟନୈତିକ ଅନ୍ତର୍ଜ୍ଞାନ ଆହରଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କୁ ବିଶେଷ ଶୁଭକାମନା ଜଣାଇଥିଲେ ।
**********