Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉପରାଷ୍ଟ୍ରପତିଙ୍କ ଦ୍ୱାରା ରଚିତ ପୁସ୍ତକ ‘Citizen and Society’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ଉପରାଷ୍ଟ୍ରପତିଙ୍କ ଦ୍ୱାରା ରଚିତ ପୁସ୍ତକ ‘Citizen and Society’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି

ଉପରାଷ୍ଟ୍ରପତିଙ୍କ ଦ୍ୱାରା ରଚିତ ପୁସ୍ତକ ‘Citizen and Society’ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବିବୃତି


ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ରଚିତ ‘Citizen and Society’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଯୋଗ ଦେଇଥିଲେ । ରାଷ୍ଟ୍ରପତି ଭବନଠାରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ପୁସ୍ତକ ମାଧ୍ୟମରେ ଉପରାଷ୍ଟ୍ରପତି ତାଙ୍କ ଚିନ୍ତନକୁ ଆଗାମୀ ପିଢି ପାଇଁ ପ୍ରସ୍ତୁତ କରିଥିବାରୁ ତାଙ୍କୁ ଅନେକ ଅଭିନନ୍ଦନ।

ସେ କହିଥିଲେ ଯେ, ସଂପ୍ରତି ପ୍ରଯୁକ୍ତିବିଦ୍ୟା ନାଗରିକମାନଙ୍କୁ ନେଟିଜେନରେ ପରିବର୍ତ୍ତନ କରିଦେଇଛି ଏବଂ ପାରମ୍ପରିକ ସୀମା ନିଶ୍ଚିହ୍ନ ହୋଇସାରିଲାଣି । ମାତ୍ର, ଭାରତରେ ସେ କହିଥିଲେ ଯେ ନାଗରିକ ଏବଂ ସମାଜ ମଧ୍ୟରେ ଗୋଟିଏ ୟୁନିଟ ରହିଛି ଯାହା ହେଉଛି ‘ପରିବାର’, ଏହା ଆମର ସବୁଠାରୁ ବଡ ବଳ ।

ସେ କହିଥିଲେ ଯେ ଭାରତରେ ଅନେକ ଭାଷା ଏବଂ ଉପଭାଷା ରହିଥିବାରୁ ଭାରତକୁ ନେଇ ଆମେ ଗର୍ବିତ । ଏଠାରେ ଅନେକ ଧର୍ମାବଲମ୍ବୀ ରହିଥିଲେ ମଧ୍ୟ ପରପ୍ସର ମଧ୍ୟରେ ଐକ୍ୟଭାବ ରହିଛି । ସେ କହିଥିଲେ ଯେ ଏହା କେବଳ ସମସ୍ତ ନାଗରିକଙ୍କ ସହଯୋଗ ଫଳରେ ସମ୍ଭବ ହୋଇପାରିଛି ।