ଭଦ୍ରମହିଳା ଏବଂ ଭଦ୍ରବ୍ୟକ୍ତିମାନେ ।
ମୋ ଆସିବାରେ ବିଳମ୍ବ ହୋଇଗଲା, ଏଥିପାଇଁ ମୁଁ କ୍ଷମା ଚାହୁଁଛି । ସର୍ବପ୍ରଥମେ ତ, ଲୀଳାଧର ବାଳଗୋପାଳ ନନ୍ଦଲାଲାଙ୍କ ଧରଣୀରୁ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ଆଜି ଯେତେବେଳେ ଭଗବାନ କୃଷ୍ଣଙ୍କ ଲୀଳା ବିଷୟରେ ସାକ୍ଷୀ ରହିଥିବା ଧରଣୀ ବ୍ରଜରେ ଆମେ ସମସ୍ତେ ଏହି ବଡ଼ ଏବଂ ପବିତ୍ର ଅବସରର ସାକ୍ଷୀ ହେଉଛେ । ସେତେବେଳେ ମୁଁ ଆପଣଙ୍କ ସମ୍ମୁଖରେ ଭାଗବତ ଗୀତାର ଗୋଟିଏ ଶ୍ଳୋକକୁ ଦୋହରାଇବାକୁ ଚାହୁଁଛି । ଭଗବାନ କୃଷ୍ଣ କହିଥିଲେ-ଦାତବ୍ୟ ମିତି ୟଦ୍ୟାନମ୍ ଦୀୟତେ ନୁପକାରିଣେ । ଦେଶେ କାଲେ ଚ ପାତ୍ରେ ଚ ତଦ୍ୟାନଂ ସାତ୍ୱିକଂ ସ୍ମୃତମ୍ ।। ଅର୍ଥାତ ଯେଉଁ ଦାନ, କର୍ତ୍ତବ୍ୟ ଭାବି, ବିନା କୌଣସି ଉପକାର ଭାବନାରେ, ଉଚିତ ସ୍ଥାନରେ ଉଚିତ ସମୟରେ ଏବଂ ଯୋଗ୍ୟବ୍ୟକ୍ତିଙ୍କୁ ହିଁ ଦିଆଯାଇଥାଏ । ତାହାକୁ ସାତ୍ତ୍ୱିକ ଦାନ କୁହାଯାଇଥାଏ ।
ଅକ୍ଷୟପାତ୍ର ସଂସ୍ଥାନ ବିଗତ 18 ବର୍ଷ ଧରି ଦେଶର ବାଲ୍ୟାବସ୍ଥାକୁ ପୁଷ୍ଟିକର ଆହାର ଦେବାର ଏହି ସାତ୍ତ୍ୱିକ ଦାନ କରୁଛି । ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ-ବହୁତ ସାଧୁବାଦ ଏବଂ ଶୁଭକାମନା ଜଣାଉଛି ।
ସାଥୀଗଣ, ଆଜି କିଛି ସମୟ ପରେ ମୋତେ କିଛି ପିଲାମାନଙ୍କୁ ନିଜ ହାତରେ ଖାଦ୍ୟ ପରସିବାର ଅବସର ମିଳିବାକୁ ଯାଉଛି । ଯେତିକି ଥାଳି ପରସାଯିବ, ସେଥିମଧ୍ୟରୁ ଗୋଟିଏ ଥାଳି ତିନି ଶତ ଅରବ ଅର୍ଥାତ ତିନି ଶତ କୋଟିତମ ଥାଳି ହେବ । ଯେପରିକି ଏଠାରେ କୁହାଯାଇଛି କି 15 ଶହ ପିଲାମାନଙ୍କଠାରୁ ଅଭିଯାନ ଆରମ୍ଭ ହୋଇଥିଲା ଆଉ ସେ ଆଜି…. ଏବେ ମୋହନଦାସ କହୁଥିଲେ 17 ଲକ୍ଷ ପିଲାମାନଙ୍କୁ ପୁଷ୍ଟିକର ଆହାର ସହିତ ଯୋଡ଼ୁଛି ।
ମୁଁ ଏହି କଥା ପାଇଁ ଖୁସି ଯେ ଆପଣ ସମସ୍ତେ ଶ୍ରଦ୍ଧେୟ ଅଟଳ ମହୋଦୟଙ୍କ ସରକାରଙ୍କ ସମୟକାଳ ମଧ୍ୟରେ ପ୍ରଥମ ଥାଳି ପରସିଥିଲେ, ଆଜି ତିନିଶହ କୋଟିତମ ଥାଳି ପରସିବାର ସୌଭାଗ୍ୟ ମୋତେ ମିଳିଛି ।
ସାଥୀଗଣ, ଆପଣ ଏ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ହେଉଛି ଅସାଧାରଣ, ହେଉଛି ଅସାଧାରଣ ସେବାର, ହେଉଛି ଅତୁଳନୀୟ ସମର୍ପଣର । ଏହା ହେଉଛି ଆମର ସେହି ସଂସ୍କାରର ବିସ୍ତାର ଯାହା ହଜାର ବର୍ଷର ମହାନ ପରମ୍ପରା ଆମକୁ ସମର୍ପି ଦେଇଛି । ମୁଁ ଜାଣୁଛି କି ସେବା ଏବଂ ସମର୍ପଣ କୌଣସି ସମ୍ମାନ ପାଇଁ ହୋଇନଥାଏ, କିନ୍ତୁ ଆପଣଙ୍କର ଏହି ପ୍ରୟାସଗୁଡ଼ିକ ନିକଟରେ ଦେଶ ବହୁତ ବଡ଼ ପରିଚୟ ଦେଇଛି ।
ଅକ୍ଷୟପାତ୍ର ଫାଉଣ୍ଡେସନକୁ ଲକ୍ଷ-ଲକ୍ଷ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଉପଲବ୍ଧ କରାଇବା ପାଇଁ ଗାନ୍ଧୀ ଶାନ୍ତି ପୁରସ୍କାର ଦିଆଯାଇଛି । ଏହା ବ୍ୟତୀତ ସ୍ୱାମୀ ମଧୁପଣ୍ଡିତ ଦାସ ମହାଶୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।
ସାଥୀଗଣ, ସ୍କୁଲମାନଙ୍କରେ ମଧ୍ୟାହ୍ନ ଭୋଜନର ଏହି ପରମ୍ପରା ସ୍ୱାଧୀନତା ପୂର୍ବରୁ ହିଁ ପ୍ରାରମ୍ଭରେ ରହିଛି । ଏହାର କାରଣ ହେଉଛି ଭାରତରେ ସ୍ଥିତି-ପରିସ୍ଥିତି ମଧ୍ୟ ଏପରି ଥିଲା । ଏକ ତ ପରାଧୀନତାର ଦୀର୍ଘ ସମୟ କାରଣରୁ, ସଂସାଧନର ଅଭାବ ଆମର ଏଠି ରହିଛି, ଦାରିଦ୍ର୍ୟ ଚରମସୀମାରେ ପହଂଚିଲା ଆଉ ଲୋକଙ୍କୁ ରୋଜଗାର ପାଇଁ ସଂଘର୍ଷ କରିବାକୁ ପଡ଼ିଲା । ଏହାର ସବୁଠାରୁ ବଡ଼ ନକରାତ୍ମକ ପ୍ରଭାବ ଆମର ପିଲାମାନଙ୍କ ଉପରେ ପଡ଼ିଲା । ଏବେ ପରିବର୍ତ୍ତିତ ପରିସ୍ଥିତିରେ ପୁଷ୍ଟିକର ସହିତ ପର୍ଯ୍ୟାପ୍ତ ଏବଂ ଭଲ ଗୁଣବତ୍ତାଯୁକ୍ତ ଭୋଜନ ପିଲାମାନଙ୍କୁ ମିଳୁ, ଏହା ସୁନିଶ୍ଚିତ କରାଯାଉଛି । ଏହି କାର୍ଯ୍ୟରେ ଅକ୍ଷୟପାତ୍ର ସହିତ ଯୋଡ଼ି ହୋଇଥିବା ଆପଣମାନେ ସମସ୍ତେ ଖାଦ୍ୟ ପ୍ରସ୍ତୁତ କରିଲାବାଲାଙ୍କଠାରୁ ଆରମ୍ଭ କରି, ଖାଦ୍ୟ ପହଂଚାଇବା ଏବଂ ପରସିବା ଭଳି କାର୍ଯ୍ୟରେ ଲାଗି ପଡ଼ିଥିବା ସମସ୍ତ ବ୍ୟକ୍ତି ଦେଶକୁ ସାହାଯ୍ୟ କରୁଛନ୍ତି ।
ସାଥୀଗଣ, ଯେଉଁଭଳି ଭାବେ ସୁଦୃଢ଼ ଅଟ୍ଟାଳିକା ପାଇଁ ମୂଳଦୁଆ ସୁଦୃଢ଼ ହେବା ଆବଶ୍ୟକ ସେହିଭଳି ଭାବେ ଶକ୍ତିଶାଳୀ ନୂତନ ଭାରତ ପାଇଁ ପୁଷ୍ଟିକର ଏବଂ ସୁସ୍ଥ ବାଲ୍ୟକାଳ ରହିବା ମଧ୍ୟ ହେଉଛି ଜରୁରୀ । ଯଦି ଦେଶର ପିଲା ଦୁର୍ବଳ ରହିବେ, ତ ତାହାର ବିକାଶର ଗତି ମନ୍ଥର ହୋଇଯିବ । ଯଦି ଜନ୍ମ ପୂର୍ବରୁ ଆଉ ଜନ୍ମର ତୁରନ୍ତ ପରେ ପିଲାମାନଙ୍କର ଖାଦ୍ୟପେୟ ଉପରେ ଧ୍ୟାନ ଦିଆଯିବ ଆଉ ରୋଗ ସହିତ ଲଢ଼ିବା ପାଇଁ ଶକ୍ତିକୁ ବଢ଼ାଇ ଦିଆଯିବ, ତ ଭବିଷ୍ୟତରେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କମିଯିବ ।
ଭାଗବତ ଗୀତାରେ କୁହାଯାଇଛି ଯୁକ୍ତାହାରବହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ । ଯୁକ୍ତସ୍ୱପ୍ନାବବୋଧସ୍ୟ ୟୋଗୋ ଭବତି ଦୁଃଖହା । ଅର୍ଥାତ ଯାହାର ଆହାର, ଆଚାର ଏବଂ ଚାଲିଚଳନ ସନ୍ତୁଳିତ ହେବ, ଯିଏ ନିୟମ ମାନି ଶୋଉଥିବ ଏବଂ ଉଠୁଥିବ, ଧ୍ୟାନର ରାସ୍ତା ତା’ର ସମସ୍ତ ଦୁଃଖଗୁଡ଼ିକୁ ସମାପ୍ତ କରିଦିଏ । ସେହି ଭାବନାକୁ ଆଗକୁ ବଢ଼ାଇ ବିଗତ 55 ମାସରେ କେନ୍ଦ୍ର ସରକାର ପିଲାମାନଙ୍କୁ ଏକ ସୁସ୍ଥ ଜୀବନ ଦେବା ପାଇଁ ମାଆ ଏବଂ ପିଲାଙ୍କୁ ପୋଷଣ ଦେବା ପାଇଁ ତାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ।
ସାଥୀଗଣ, ଶିଶୁଙ୍କ ପୋଷଣ ପାଇଁ କେନ୍ଦ୍ର ସରକାର ସାମଗ୍ରିକ ଭାବେ କାର୍ଯ୍ୟ କରିଛନ୍ତି । ବାଲ୍ୟାବସ୍ଥାର ଆଖପାଖରେ ଏକ ସୁଦୃଢ଼, ସୁରକ୍ଷା, ଚକ୍ର ତିଆରି କରିବାର ପ୍ରୟାସ କରାଯାଇଛି । ସୁରକ୍ଷାର ଏହି ତିନୋଟି ଦିଗ ହେଉଛି – ପୋଷଣର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ; ଖାଦ୍ୟପେୟ, ଟୀକାକରଣ ଏବଂ ସ୍ୱଚ୍ଛତା । ମୁଁ ଖୁସି ଯେ ଅକ୍ଷୟ ପାତ୍ର ସହିତ ଜଡ଼ିତ ଆପଣ ସମସ୍ତ ସାଥୀ ଏହି ସୁରକ୍ଷା କବଚକୁ ସୁଦୃଢ଼ କରିବା ପାଇଁ ସରକାରଙ୍କର ପ୍ରୟାସଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି ।
ସାଥୀଗଣ, ସ୍ୱାସ୍ଥ୍ୟର ସିଧାସଳଖ ସମ୍ବନ୍ଧ ପୋଷଣ ସହ ରହିଛି, ଆମର ଖାଦ୍ୟପେୟ ସହ ରହିଛି, ଯଦି ଆମେ କେବଳ ପୋଷଣର ଅଭିଯାନକୁ ପ୍ରତ୍ୟେକ ମାଆ, ପ୍ରତ୍ୟେକ ଶିଶୁଙ୍କ ପର୍ଯ୍ୟନ୍ତ ପହଂଚାଇବାରେ ସଫଳ ହେବା ତ ଅନେକଗୁଡ଼ିଏ ଜୀବନ ବଂଚିଯିବ । ଏହି ଚିନ୍ତାଧାରା ସହିତ ଆମ ସରକାର ଗତ ବର୍ଷ ରାଜସ୍ଥାନର ଝୁଂଝୁନରୁ ସମଗ୍ର ଦେଶରେ ରାଷ୍ଟ୍ରୀୟ ପୋଷଣ ମିଶନର ଶୁଭାରମ୍ଭ କରିଥିଲେ । ଏହି ମିଶନର ଗୁରୁତ୍ୱକୁ ଦେଖି ଗତ ବର୍ଷ ସେପ୍ଟେମ୍ବର ମାସକୁ ପୋଷଣ ପାଇଁ ସମର୍ପିତ କରାଯାଇଥିଲା ।
ସାଥୀଗଣ, ପୋଷଣ ବ୍ୟବସ୍ଥା ହେଉ, ସ୍ୱଚ୍ଛତା ହେଉ, ଟୀକାକରଣ ହେଉ, ଏପରି ନୁହେଁ କି ପୂର୍ବରୁ ଏ ପିଷୟରେ ଚିନ୍ତା କରାଯାଇ ନଥିଲା । ଏ ସମସ୍ତ ଦିଗଗୁଡ଼ିକୁ ନେଇ ସ୍ୱାଧୀନତା ପରଠାରୁ ହିଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ଚାଲୁ ରହିଛି କିନ୍ତୁ ଆମମାନଙ୍କୁ ବହୁତ ଅଧିକ ସଫଳତା ଏହି ବର୍ଷଗୁଡ଼ିକ ମଧ୍ୟରେ ମିଳି ପାରିନଥିଲା । ଏହାଠାରୁ କମ୍ ସଂସାଧନ ଥିବା ଛୋଟ ଦେଶ ମଧ୍ୟ ଏହି କ୍ଷେତ୍ରରେ ଆଗକୁ ବଢ଼ି ଯାଇଛନ୍ତି । ଏହି ସ୍ଥିତିରୁ ବାହାରକୁ ବାହାରିବା ପାଇଁ 2014ରୁ ଆମେ ନୂତନ ରଣନୀତି ସହିତ କାର୍ଯ୍ୟକରିବା ଆରମ୍ଭ କରିଛୁ । ଟୀକାକରଣର ଅଭିଯାନକୁ ମିଶନ ମୋଡ଼ରେ ଚାଲୁ କରିବା ପାଇଁ ନିଷ୍ପତ୍ତି ନେଲୁ । ମିଶନ ଇନ୍ଦ୍ରଧନୁଷ ମାଧ୍ୟମରେ ଦେଶର ପ୍ରତ୍ୟେକ ଶିଶୁ ପର୍ଯ୍ୟନ୍ତ ପହଂଚାଇବାର ଲକ୍ଷ୍ୟ ସ୍ଥିର କରାଗଲା ।
ସାଥୀଗଣ, ଏ ପର୍ଯ୍ୟନ୍ତ ଏହି ମିଶନ ଅଧୀନରେ ଦେଶରେ ପ୍ରାୟ 3 କୋଟି 40 ଲକ୍ଷ ଶିଶୁ ଏବଂ ପାଖାପାଖି 90 ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇ ସାରିଛି । ଯେଉଁ ଗତିରେ କାର୍ଯ୍ୟ ହେଉଛି ତାହାଦ୍ୱାରା ଏହା ସ୍ଥିର ନିଶ୍ଚିତ ଯେ ସଂପୂର୍ଣ୍ଣ ଟୀକାକରଣର ଆମର ଯେଉଁ ଲକ୍ଷ୍ୟ ରହିଛି ଏବେ ଆଉ ଅଧିକ ଦୂରରେ ନାହିଁ ।
ସାଥୀଗଣ, ଆମେ ଟୀକାକରଣ ଅଭିଯାନକୁ ଗତି ତ ଦେଇ ଦେଇଛୁ, ଟୀକା ସଂଖ୍ୟାରେ ମଧ୍ୟ ବୃଦ୍ଧି କରିଛୁ । ପୂର୍ବ କାର୍ଯ୍ୟକ୍ରମରେ ପାଞ୍ଚୋଟି ନୂଆ ଟୀକା ଯୋଡ଼ାଯାଇଛି, ଯେଉଁଥିରୁ ଗୋଟିଏ ଏନସେଫାଲାଇଟିସ୍ ଅର୍ଥାତ ଜାପାନୀ ଜ୍ୱରର ମଧ୍ୟ ରହିଛି । ଯାହାର ସବୁଠାରୁ ଅଧିକ ବିପଦ ଆମର ଉତ୍ତରପ୍ରଦେଶର କିଛି ଅଂଚଳରେ ଦେଖାଯାଇଛି । ଏବେ ମୋଟରେ 12 ଟୀକା ଶିଶୁଙ୍କୁ ଦିଆଯାଉଛି ।
ମୁଁ ଖୁସି ଯେ ଭାରତର ପ୍ରୟାସକୁ, ମିଶନ ଇନ୍ଦ୍ରଧନୁଷକୁ ଆଜିସାରା ବିଶ୍ୱରେ ପ୍ରଶଂସା କରାଯାଉଛି । ନିକଟରେ ଏକ ପ୍ରସିଦ୍ଧ ମେଡିକାଲ ଜର୍ଣ୍ଣାଲ ଏହି କାର୍ଯ୍ୟକ୍ରମକୁ ଦୁନିଆର ଶ୍ରେଷ୍ଠ 12ଟି ଉପଚାର ମଧ୍ୟରେ ସାମିଲ କରିଛି ।
ସାଥୀଗଣ, ମିଶନ ଇନ୍ଦ୍ରଧନୁଷ ହେଉ ଅବା ପୁଣି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ, ପିଲା ଏବଂ ପ୍ରସୁତୀ ମାଆମାନଙ୍କର ସ୍ୱାସ୍ଥ୍ୟ, ସୁରକ୍ଷିତ ଗର୍ଭ ଏବଂ ଗର୍ଭଧାରଣ ସମୟରେ ପୋଷଣ ଆହାର ପାଇଁ ଦିଆଯାଉଥିବା ଛଅ ହଜାର ଟଙ୍କାର ସହାୟତା ଏହାଦ୍ୱାରା ଦେଶରେ ନବଜାତ ଶିଶୁ ଏବଂ ଗର୍ଭ ସମୟରେ ମାଆମାନଙ୍କ ଜୀବନରେ ଆସୁଥିବା ସଂକଟକୁ ବହୁତ ହ୍ରାସ କରାଯାଇଛି ।
ସାଥୀଗଣ, ଶିଶୁଙ୍କ ସୁରକ୍ଷା କବଚର ଏକ ମହତ୍ୱପୂର୍ଣ୍ଣ ଦିଗ ହେଉଛି ସ୍ୱଚ୍ଛତା- ଅପରିଷ୍କାର ବିଶେଷ ଭାବେ ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ କାରଣ ତାକୁ ଏ ପ୍ରକାରର ବାତାବରଣରେ ବଂଚିବାକୁ ପଡ଼ିଥାଏ । ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ଜୀବନକୁ ସବୁଠାରୁ ଅଧିକ ବିପଦ ଡାଇରିଆ ଦ୍ୱାରା ହୋଇଥାଏ । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଏହି ବିପଦକୁ ଦୂର କରିବାର କଷ୍ଟ ଆମେ ଉଠାଇଛୁ । ଗତ ବର୍ଷ ଏକ ଅନ୍ତରାଷ୍ଟ୍ରୀୟ ରିପୋର୍ଟ ଆସିଛି ଯେଉଁଥିରେ ସମ୍ଭାବନା ଦର୍ଶାଯାଇଛି କି କେବଳ ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ, ଶୌଚାଳୟର ଉପଯୋଗ ଦ୍ୱାରା ହିଁ ପ୍ରାୟ 3 ଲକ୍ଷ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏହି ଶକ୍ତି ହେଉଛି ପରିଷ୍କାର-ପରିଚ୍ଛନ୍ନତାର, ଯାହା ଗରିବମାନଙ୍କୁ କୌଣସି ଖର୍ଚ୍ଚ ନକରି ଜୀବନଦାନ ଦେଉଛି ।
ମୋତେ ଏବେ ଯୋଗୀ ମହାଶୟ ଅବଗତ କରାଉଥିଲେ ଏଥର କୁମ୍ଭମେଳା ସ୍ୱଚ୍ଛତା ପାଇଁ ପରିଗଣିତ ହେବ ଆଉ ଏମିତି ମଧ୍ୟ ଶତାବ୍ଦୀ ଶତାବ୍ଦୀ ଧରି କୁମ୍ଭମେଳାର ଏକ ବିଶେଷତ୍ୱ ଥିଲା ତାହା ଏକ ସାମାଜିକ ସନ୍ଦେଶ ଦେବାର ଏକ ଅବସର ହୋଇଥାଏ । ଏଥର କୁମ୍ଭମେଳା ଦେଶକୁ ସ୍ୱଚ୍ଛତାର ସନ୍ଦେଶ ଦେବାରେ ଏକ ବହୁତ ବଡ଼ ସଫଳତା ଅର୍ଜନ କରିଛି । ସାଧାରଣ ଭାବେ କୁମ୍ଭମେଳାର ଚର୍ଚ୍ଚା ଯଦି ଦେଶ ଏବଂ ଦୁନିଆର ଖବରକାଗଜରେ ହୋଇଥାଏ, ତ ଅଧିକାଂଶ ନାଗା ବାବା ସାଧୁଙ୍କର ଚର୍ଚ୍ଚା ହୋଇଥାଏ । ପ୍ରଥମ ଥର ପାଇଁ ନ୍ୟୁୟର୍କ ଟାଇମ୍ସ କୁମ୍ଭମେଳାର ସ୍ୱଚ୍ଛତାକୁ ନେଇ ରିପୋର୍ଟ କରିଛନ୍ତି ।
ମୋତେ ଅବଗତ କରାଯାଇଛି କି ଅକ୍ଷୟ ପାତ୍ର ସଂସ୍ଥାନ ମଧ୍ୟ ସ୍କୁଲରେ ପରିଷ୍କାର-ପରିଚ୍ଛନ୍ନତା ପ୍ରତି ସଚେତନତା ସୃଷ୍ଟି ପାଇଁ ସ୍ୱଚ୍ଛ ବିଦ୍ୟାର୍ଥୀ, ସ୍ୱଚ୍ଛ ବିଦ୍ୟାଳୟ, ସ୍ୱଚ୍ଛ ଗୃହର ଅଭିଯାନ ଆରମ୍ଭ କରିଛନ୍ତି । ଆପଣମାନଙ୍କୁ ଆଉ ଏକ ପବିତ୍ର କାର୍ଯ୍ୟ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ।
ସାଥୀଗଣ, ଯେତେବେଳେ ଶିଶୁଙ୍କ ସ୍ୱାସ୍ଥ୍ୟ ବିଷୟରେ କଥା ଆସୁଥିଲା, ଖାଦ୍ୟପେୟ, ପୋଷଣର କଥା ଆସୁଥିଲା ତ ପ୍ରଥମେ ମାଆର ଦୁଃଖ କଷ୍ଟକୁ ଅଣଦେଖା କରି ଦିଆଯାଉଥିଲା । ଗରିବ ପରିବାରରେ, ସାଧନହୀନ ପରିବାରରେ ମାଆକୁ ଅଭାବ ସହିତ ଲଢ଼େଇ କରିବାକୁ ପଡ଼ିଥାଏ, ନିଜ ପିଲାମାନଙ୍କ ପାଇଁ, ନିଜ ପରିବାର ପାଇଁ, ଧୂଆଁ ସହିତ ମଧ୍ୟ ଳଢ଼େଇ କରିବାକୁ ପଡ଼ୁଥିଲା । ଏହି ସ୍ଥିତିକୁ ବଦଳାଇବାର ପ୍ରୟାସ ଗତ ସାଢ଼େ ଚାରି ବର୍ଷରେ କରାଯାଇଛି । ଆମେ ଗରିବ ଭଉଣୀ-ଝିଅଙ୍କ ରୋଷେଇଶାଳା ପର୍ଯ୍ୟନ୍ତ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ସମଗ୍ର ଦେଶରେ ଛଅ କୋଟି ପଚିଶ ଲକ୍ଷରୁ ଅଧିକ ଗ୍ୟାସ ସଂଯୋଗ ଦିଆଯାଇ ସାରିଛି । ଏଠାରେ ଉତ୍ତର ପ୍ରଦେଶରେ ମଧ୍ୟ ଏକ କୋଟି ଭଉଣୀଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦିଆଯାଇ ସାରିଛି । ଏହାଦ୍ୱାରା ମାଆ ଏବଂ ଭଉଣୀଙ୍କୁ ଧୂଆଁରୁ ହେଉ ଥିବା କ୍ଷତିରୁ ମୁକ୍ତି ତ ମିଳୁଛି ହିଁ ଏହା ସହିତ ତାହାର ଯେଉଁ ପରିଶ୍ରମ କାଠ ଯୋଗାଡ଼ କରିବାରେ, ଗୋବରର ଘସି ତିଆରି କରିବାରେ, ତାହାର ଯେଉଁ ସମୟ ଲାଗୁଥିଲା ତାହା ମଧ୍ୟ ଏବେ ସଂଚୟ ହେଉଛି ।
ସାଥୀଗଣ, ଆଉ ଜଣେ ମାଆ ଅଛି ଯିଏ ଦେଶର ପିଲାଦିନକୁ, ଆମର ଜୀବନକୁ ନିରନ୍ତର ପୋଷଣଯୁକ୍ତ କରି ଆସୁଛି ଯାହାର ଆଭାର ଗୋକୁଳର ଧରଣୀକୁ ମୁଁ ଜଣାଇବାକୁ ଚାହୁଁଛି । ଏହି ମାଆ ହେଉଛି ଆମର ଗୋ’ମାତା ଯାହାର ଦୁଗ୍ଧର ଋଣ ଅତି କମରେ ଭାରତରେ କେହି ଭୁଲି ପାରିବେ ନାହିଁ । ଗୋମାତା ନିଜର ଦୁଗ୍ଧ, ଦହି, ଲହୁଣୀରେ ଆମର ବାଳଗୋପାଳଙ୍କୁ ସଂପୂର୍ଣ୍ଣ ଭାବେ ପୋଷଣ କରଥିଲେ ।
ସାଥୀଗଣ, ଗାଈ ଆମର ସଂସ୍କୃତି, ଆମର ପରମ୍ପରାର ଏକ ପ୍ରମୁଖ ଅଂଶ ହୋଇ ରହିଛି । ଗାଈ ମଧ୍ୟ ଗ୍ରାମୀଣ ଅର୍ଥବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଛି । ଏଠାରେ ମଥୁରାରେ ତ’ ଗୋ-ସେବାର ଏକ ସମୃଦ୍ଧ ପରମ୍ପରା ରହିଛି । ଭଉଣୀ ସୁଦେବୀ ଦାସ ମହୋଦୟା ଯାହାଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି, ତାଙ୍କର ଜୀବନ ଆମର ସଂସ୍କାରର ଶକ୍ତିକୁ ଦର୍ଶାଇଥାଏ ।
ସାଥୀଗଣ, ଗୋକୁଳର ଏହି ଭାବନା, ଦେଶର ଭାବନାକୁ ବିସ୍ତାର ଦେଇ ପଶୁଧନକୁ ସୁସ୍ଥ ଏବଂ ଉନ୍ନତ କରିବା ପାଇଁ ଆମ ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ଗୋକୂଳ ମିଶନ ଆରମ୍ଭ କରାଯାଇଥିଲା । ଏଥର ବଜେଟରେ ଏହାକୁ ସଂପ୍ରସାରିତ କରି ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗଠନ କରିବାର ନିଷ୍ପତ୍ତି ନିଆ ଯାଇଛି । ଏହି ଆୟୋଗ ମାଧ୍ୟମରେ 500 କୋଟି ଟଙ୍କାର ବ୍ୟବସ୍ଥା ଗୋମାତା ଆଉ ଗୋବଂଶର ସଂରକ୍ଷଣ ଏବଂ ବଂଶ ବୃଦ୍ଧି କରିବା ଓ ଏହା ସହିତ ଜଡ଼ିତ ଆଇନ- କାନୁନକୁ ପ୍ରଭାବଶାଳୀ ଢ଼ଂଗରେ ଲାଗୁ କରିବା ପାଇଁ କରାଯାଇଛି ।
ସାଥୀଗଣ, ପଶୁପାଳକ ପରିବାରଙ୍କର ସହାୟତା ପାଇଁ ଏବେ ବ୍ୟାଙ୍କର ଦ୍ୱାର ସଦାସର୍ବଦା ଉନ୍ମୁକ୍ତ କରି ରଖାଯାଇଛି । ଫସଲ ପାଇଁ ଋଣ ଭଳି ପଶୁପାଳକମାନଙ୍କୁ ମଧ୍ୟ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ବ୍ୟାଙ୍କରୁ ତିନି ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବା ସୁନିଶ୍ଚିତ ହୋଇଛି । ଏହାଦ୍ୱାରା ଆମର ସମସ୍ତ ପଶୁପାଳକ ଭାଇ-ଭଉଣୀଙ୍କୁ ବହୁତ ଲାଭ ହେବାକୁ ଯାଉଛି । ଏହା ସହିତ ଏହି ପଦକ୍ଷେପ ଦେଶର ଡାଏରୀ ଶିଳ୍ପକୁ ସଂପ୍ରସାରିତ କରିବ । ଯେତେବେଳେ ଡାଏରୀ ଶିଳ୍ପ ବିସ୍ତାରିତ ହେବ ତ ପଶୁପାଳକଙ୍କ ପକେଟରେ ଅଧିକ ପଇସା ପହଂଚିବ ଏବଂ ସେମାନଙ୍କ ଜୀବନ ସହଜ ହେବ ।
ସାଥୀଗଣ, ପଶୁପାଳକଙ୍କ ସହିତ ଯିଏ ଦେଶକୁ ଅନ୍ନ ଦେଇଥାଏ, ଆମର ଅନ୍ନଦାତା, ଆମର କୃଷକଙ୍କ ପାଇଁ ମଧ୍ୟ ସରକାର ବହୁତ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି । ପିଏମ୍ କିଷାନ ଯୋଜନାର ସବୁଠାରୁ ଅଧିକ ଲାଭ ଯଦି କୌଣସି ଗୋଟିଏ ରାଜ୍ୟକୁ ହେବ ତ ସେହି ରାଜ୍ୟ ହେଉଛି ଉତ୍ତର ପ୍ରଦେଶ । କାହିଁକି ନା ଏଠାକାର ଅଧିକାଂଶ କୃଷକ ଏପରି ଅଛନ୍ତି ଯାହାଙ୍କ ପାଖରେ ଏକ କିମ୍ବା ଦୁଇ ଏକର ଅବା ପାଞ୍ଚ ଏକରରୁ କମ୍ ଜମି ଅଛି । ଏବେ ଏଭଳି ସମସ୍ତ କୃଷକ ପରିବାରଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଛଅ ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ହସ୍ତାନ୍ତର କରାଯିବ । ଦୁଇ-ଦୁଇ ହଜାର ଟଙ୍କାର ତିନୋଟି କିସ୍ତିରେ ଏହି ରାଶି କୃଷକ ପରିବାରଙ୍କ ପାଖରେ ପହଂଚିବ ।
ସାଥୀଗଣ, ଆମର ଅନ୍ନଦାତା ଆଜି ରେକର୍ଡ ସ୍ତରର ଉତ୍ପାଦନ କରୁଛନ୍ତି । ଆଉ ଆପଣଙ୍କ ଭଳି ସମର୍ପିତ କାର୍ଯ୍ୟକର୍ତ୍ତା ଏହି ଅନ୍ନକୁ ପିଲାମାନଙ୍କ ପାଖରେ ପହଂଚାଇ ଦେଶର ମୂଳଦୁଆକୁ ସଶକ୍ତ କରିବାର କାର୍ଯ୍ୟ କରୁଛନ୍ତି ।
ମୁଁ ଆପଣଙ୍କ ପ୍ରୟାସ ପାଇଁ ଆପଣଙ୍କୁ ଶୁଭେଚ୍ଛା ଜଣାଉଛି, ଏହି ପ୍ରୟାସ ମୁଁ ରୁ ଆମେ ପର୍ଯ୍ୟନ୍ତର ଯାତ୍ରାର ସବୁଠାରୁ ଭଲ ଉଦାହରଣ । ଏହା ହେଉଛି ସ୍ୱୟଂରୁ ସମଷ୍ଟି ପର୍ଯ୍ୟନ୍ତ ଯାତ୍ରାର ଉଦାହରଣ । ମୁଁ ଯେତେବେଳେ ଆମେ ହୋଇଯାଇଥାଏ, ତ ଆମେ ନିଜଠାରୁ ଉପରକୁ ଉଠି ସମାଜ ବିଷୟରେ ଚିନ୍ତା କରିଥାଉ । ମୁଁ ଯେତେବେଳେ ଆମେ ହୋଇଯାଇଥାଏ, ତ ଚିନ୍ତାଧାରାର ପରିସର ବଢ଼ିଯାଇଥାଏ । ଆମର ବିଚାର ନିଜ ଦେଶକୁ, ନିଜ ସଂସ୍କୃତିକୁ ଆଉ ନିଜର ପରମ୍ପରାକୁ ବ୍ୟକ୍ତିଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଦେଇଥାଏ । ଆମର ଭାବନା ହେଉଛି ପୁରାତନ ।
ସାଥୀଗଣ, ନିଉ ଇଣ୍ଡିଆ ଦେଶର ଏହି ସରକାରଙ୍କୁ ସଶକ୍ତ କରିବାକୁ ଯାଉଛି । ଆମେ ସମସ୍ତଙ୍କ ସହଯୋଗ ଦ୍ୱାରା, ସମସ୍ତଙ୍କ ପାଇଁ ଅର୍ଥାତ ସମସ୍ତଙ୍କ ସହିତ ସମସ୍ତଙ୍କର ବିକାଶ ହିଁ ହେଉଛି ନୂଆ ଭାରତର ରାସ୍ତା । ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ସେବାର ଏହି ମହାନ ସୋପାନ ଅତିକ୍ରମ ପାଇଁ ମୁଁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ଆପଣଙ୍କର ଏହି ସେବା ଭାବନା ଏହିଭଳି ହିଁ ଅକ୍ଷୟ ରହୁ ଏହି କାମନାର ସହିତ ବହୁତ-ବହୁତ ଧନ୍ୟବାଦ ।
**********
आज थोड़ी देर बाद मुझे कुछ बच्चों को अपने हाथ से खाना परोसने का अवसर मिलने वाला है।
— PMO India (@PMOIndia) February 11, 2019
जितनी थालियां परोसी जाएंगी, उसमें से एक थाली 3 अरबवी है।
जैसा कि यहां बताया गया है कि 1500 बच्चों से ये अभियान शुरु हुआ था और आज 17 लाख बच्चों को पोषक आहार से जोड़ रहा है: PM
अब बदली परिस्थितियों में पोषकता के साथ, पर्याप्त और अच्छी गुणवत्ता वाला भोजन बच्चों को मिले, ये सुनिश्चित किया जा रहा है।
— PMO India (@PMOIndia) February 11, 2019
इस काम में अक्षय पात्र से जुड़े आप सभी लोग, खाना बनाने वालों से लेकर खाना पहुंचाने और
परोसने वाले तक के काम में जुटे सभी व्यक्ति देश की मदद कर रहे हैं: PM
यदि हम सिर्फ पोषण के अभियान को हर माता, हर शिशु तक पहुंचाने में सफल हुए तो अनेक जीवन बच जाएंगे।
— PMO India (@PMOIndia) February 11, 2019
इसी सोच के साथ हमारी सरकार ने पिछले वर्ष राजस्थान के झूंझनू से देशभर में राष्ट्रीय पोषण मिशन की शुरुआत की थी।
पिछले वर्ष सितंबर के महीने को पोषण के लिए ही समर्पित किया गया था: PM
मिशन इंद्रधनुष के तहत देश के हर बच्चे तक पहुंचने का लक्ष्य लिया गया।
— PMO India (@PMOIndia) February 11, 2019
अब तक इस मिशन के तहत देश में लगभग 3 करोड़ 40 लाख बच्चों और करीब 90 लाख गर्भवती महिलाओं का टीकाकरण करवाया जा चुका है।
जिस गति से काम हो रहा है, उससे तय है संपूर्ण टीकाकरण का लक्ष्य अब ज्यादा दूर नहीं है: PM
हमने टीकाकरण अभियान को तेज़ी तो दी ही है, टीकों की संख्या में भी बढ़ोतरी की है।
— PMO India (@PMOIndia) February 11, 2019
पहले के कार्यक्रम में 5 नए टीके जोड़े गए हैं, जिसमें से एक एनसेफलाइटिस यानि जापानी बुखार का भी है, जिसका सबसे ज्यादा खतरा उत्तर प्रदेश में देखा गया है।
अब कुल 12 टीके बच्चों को लगाए जा रहे हैं: PM
मिशन इंद्रधनुष को आज दुनियाभर में सराहा जा रहा है।
— PMO India (@PMOIndia) February 11, 2019
हाल में ही एक मशहूर मेडिकल जर्नल ने इस कार्यक्रम को दुनिया की 12 Best Practices में चुना है: PM
बच्चों के सुरक्षा कवच का एक और महत्वपूर्ण पहलू है स्वच्छता है।
— PMO India (@PMOIndia) February 11, 2019
स्वच्छ भारत अभियान के माध्यम से इस खतरे को दूर करने का बीड़ा हमने उठाया।
एक अंतर्राष्ट्रीय रिपोर्ट आई है, जिसमें संभावना जताई गई कि सिर्फ स्वच्छ भारत मिशन से,
करीब 3 लाख लोगों का जीवन बच सकता है: PM
ये प्रयास 'मैं से हम’ तक की यात्रा का सबसे अच्छा उदाहरण हैं,
— PMO India (@PMOIndia) February 11, 2019
‘मैं’ जब ‘हम’ बन जाता है तो हम खुद से ऊपर उठकर समाज के बारे में सोचते हैं,
मैं जब ‘हम’ बन जाता है तो सोच का दायरा बढ़ जाता है,
‘हम’ का विचार अपने देश को, अपनी संस्कृति को व्यक्ति से ज्यादा महत्वपूर्ण बनाता है: PM
Had the honour of serving food to children in Vrindavan today. pic.twitter.com/Fs7esScQZA
— Narendra Modi (@narendramodi) February 11, 2019
अक्षय पात्र फाउंडेशन के प्रयास, ‘मैं से हम’ तक की यात्रा का सबसे अच्छा उदाहरण है। pic.twitter.com/IkVVu0cFlX
— Narendra Modi (@narendramodi) February 11, 2019
3 billion meals is a remarkable feat!
— Narendra Modi (@narendramodi) February 11, 2019
Happy to have joined the programme organised by the Akshaya Patra Foundation and interact with these wonderful youngsters. pic.twitter.com/Elcy7pNBgB