Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର ପ୍ରଦେଶର ଗାଜିଆବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗାଜିଆବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗାଜିଆବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶର ଗାଜିଆବାଦରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗାଜିଆବାଦ ଗସ୍ତ କରିବାସ ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେସେ ହିନେ୍ଦାନ ବିମାନବନ୍ଦରର ବେସାମରିକ ଟର୍ମିନାଲ ଉଦଘାଟନ ଉଦେ୍ଦଶ୍ୟରେ ଫଳକ ଉନ୍ମୋଚନ କରିଥିଲେଏହାପରେ ସେ ସିକନ୍ଦରପୁର ଗସ୍ତ କରିଥିଲେ ଏବଂ ଦିଲ୍ଲୀଗାଜିଆବାଦମେରଟ ଆଂଚଳିକ ଦ୍ରୁତ ପରିବହନ ବ୍ୟବସ୍ଥା ପାଇଁ ଆଧାରଶିଳା ରଖିଥିଲେସେ ମଧ୍ୟ ଅନ୍ୟ କେତକେ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ବଂଟନ କରିଥିଲେ

ପ୍ରଧାନମନ୍ତ୍ରୀ ମଧ୍ୟ ଗାଜିଆବାଦ ମେଟ୍ରୋ ଷ୍ଟେସନରେ ଥିବା ସହିଦ ସ୍ଥଳ (ନୂଆ ବସ ଆଡ୍ଡା) ପରିଦର୍ଶନ କରିଥିଲେ ଏବଂ ସହିଦସ୍ଥଳ ଷ୍ଟେସନରୁ ଦିଲସାଦ ଗାର୍ଡେନ ପର୍ଯ୍ୟନ୍ତ ନୂଆ ମେଟ୍ରୋ ରେଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେସେ ମଧ୍ୟ ମେଟ୍ରୋରେ ଯାତ୍ରା କରିଥିଲେ

ଗାଜିଆବାଦର ସିକନ୍ଦରପୁର ଠାରେ ବିପୁଳ ସଂଖ୍ୟାରେ ସମବେତ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାଜିଆବାଦ ଆଜି ତିନୋଟି ସି: କନେକ୍ଟିଭିଟି (ଯୋଗାଯୋଗ), କ୍ଲିନଲିନେସ୍ (ସ୍ୱଚ୍ଛତା) ଏବଂ କ୍ୟାପିଟାଲ (ପୁଞ୍ଜି) ପାଇଁ ପରିଚିତଏହି ପରିପ୍ରେକ୍ଷୀରେ ସେ ଗାଜିଆବାଦକୁ ସମ୍ପ୍ରସାରିତ ମେଟ୍ରୋ ସଂଯୋଗ, ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତାରେ ଏହାର 13ତମ ସ୍ଥାନ ଏବଂ ଉତ୍ତରପ୍ରଦେଶର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ଏହାର ମାନ୍ୟତା ବିଷରେ ଉଲ୍ଲେଖ କରିଥିଲେ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ହିନ୍ଦୋନ ବିମାନ ବନ୍ଦରରେ ନୂଆ ବେସାମରିକ ଟର୍ମିନାଲ ଦ୍ୱାରା ଗାଜିଆବାଦର ଲୋକମାନେ ଦିଲ୍ଲୀ ନଯାଇ ଏଠାରୁ ହିଁ ଅନ୍ୟ ସହରକୁ ବିମାନଯାତ୍ରା କରିପାରିବେଯେଉଁ ଦ୍ରୁତ ଗତିରେ ଏହି ସେସାମରିକ ଟର୍ମିନାଲର ନିର୍ମାଣ କରାଗଲା ତାହା କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଏବଂ କାର୍ଯ୍ୟ ସଂସ୍କୃତିକୁ ପ୍ରତିଫଳିତ କରୁଛିସହିଦ ସ୍ଥଳଠାରେ ମେଟ୍ରୋର ନୂଆ ସେକ୍ସନ ଦ୍ୱାରା ଉତ୍ତର ପ୍ରଦେଶରୁ ଦିଲ୍ଲୀ ମଧ୍ୟରେ ଯାତ୍ରା କରିବା ଲାଗି ଯାତ୍ରୀଙ୍କୁ ହେଉଥିବା କଷ୍ଟ ହ୍ରାସ ପାଇବ ବୋଲି ସେ ଉଲ୍ଲେଖ କରିଥିଲେ

30 ହଜାର କୋଟି ଟଙ୍କାରେ ନିର୍ମାଣ କରାଯାଉଥିବା ଦିଲ୍ଲୀମେଟ୍ରୋ ଆରଆରଟିଏସ ବ୍ୟବସ୍ଥା ଭାରତରେ ଏହି ଧରଣର ପ୍ରଥମ ପରିବହନ ବ୍ୟବସ୍ଥା ବୋଲି ପ୍ରଧାନମନ୍ତ୍ରୀ କହିଥିଲେଥରେ ସମ୍ପୂଣ୍ଣ ହୋଇଗଲେ ଏହା ଗୁରୁତ୍ୱପୂର୍ଣ୍ଣ ଭାବେ ଦିଲ୍ଲୀ ଏବଂ ମେରଟ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବସେ କହିଥିଲେ ଯେ ଗାଜିଆବାଦରେ ଅତ୍ୟାଧୁନିକ ଭିତିଭୂମି ନିର୍ମାଣ କରାଯାଉଛି, ଯାହା ସହର ତଥା ପାର୍ଶ୍ଵବର୍ତ୍ତୀ କ୍ଷେତ୍ରର ଜନସାଧାରଣଙ୍କ ଜୀବନଧାରଣକୁ ସହଜ କରିବଅନୁରୂପ ଭିତ୍ତିଭୂମି ଦେଶବ୍ୟାପୀ ନିର୍ମାଣ କରାଯାଉଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ

ପ୍ରଧାନମନ୍ତ୍ରୀ ମାନଧନ ଯୋଜନାର ଲାଭ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେସେ କହିଥିଲେ ଯେ ଏହି ଯୋଜନା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ବୃଦ୍ଧାବସ୍ଥାରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ 2 କୋଟିରୁ ଅଧିକ କୃଷକ ପ୍ରଥମ କିସ୍ତି ସହାୟତା ପାଇସାରିଲେଣି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ, ପିଏମ କିସାନ, ପିଏମଏସୱାଇଏମ ଭଳି ସୁଚିନ୍ତିତ ଯୋଜନା ମାଧ୍ୟମରେ ସରକାର ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେସେ କହିଥିଲେ ଯେ ସେ ଦେଶର ନାଗରିକମାନଙ୍କଠାରୁ ସବୁକଥାକୁ ସମ୍ଭବ କରିପାରିବାର ବଳ ହାସଲ କରିଛନ୍ତି

 

**********