ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ 2020 ପର୍ଯ୍ୟନ୍ତ 3000 କୋଟି ଟଙ୍କାର ଆର୍ଥିକ ଆବଂଟନ ସହିତ ଉତ୍ତର-ପୂର୍ବ ଶିଳ୍ପ ବିକାଶ ଯୋଜନା (ଏନଇଆଇଡିଏସ), 2017କୁ ଅନୁମୋଦନ କରାଯାଇଛି । ସରକାର ମାର୍ଚ୍ଚ 2020 ପୂର୍ବରୁ ମୂଲ୍ୟାଙ୍କନ ପରେ ଅବଶିଷ୍ଟ ଅବଧି ଲାଗି ଆବଶ୍ୟକ ପାଣ୍ଠି ଆବଂଟନ ଉପଲବ୍ଧ କରାଇବେ । ଏନଇଆଇଡିଏସ ଅଧିକ ଆବଂଟନ ସହିତ ପୂର୍ବର ଦୁଇଟି ଯୋଜନା ଅନ୍ତର୍ଗତ କଭର କରାଯାଇଥିବା ପ୍ରୋତ୍ସାହନର ସମ୍ମିଶ୍ରଣ ଅଟେ ।
ବିବରଣୀ : ସରକାର ଉତ୍ତର-ପୂର୍ବ ରାଜ୍ୟରେ ରୋଜଗାର ସୃଷ୍ଟି କରିବା ଲାଗି ଏହି ଯୋଜନା ଜରିଆରେ ମୁଖ୍ୟତଃ ଏମଏମଇ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛନ୍ତି । ସରକାର ରୋଜଗାର ସୃଷ୍ଟି ଲାଗି ଏହି ଯୋଜନା ମାଧ୍ୟମରେ ସ୍ୱତନ୍ତ୍ର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି ।
ସମସ୍ତ ଯୋଗ୍ୟ ଶିଳ୍ପ ସଂସ୍ଥା ଯେଉଁମାନେ ଭାରତ ସରକାରଙ୍କ ଅନ୍ୟ ଯୋଜନାର ଗୋଟିଏ କିମ୍ବା ତା’ଠାରୁ ଅଧିକ ଉପାଦାନର ଲାଭ ଉଠାଉଛନ୍ତି ସେଥିପାଇଁ ମଧ୍ୟ ଏହି ଯୋଜନାର ଅନ୍ୟ ଉପାଦାନର ଲାଭ ଲାଗି ବିଚାର କରାଯିବ । ଯୋଜନା ଅନ୍ତର୍ଗତ ସିକ୍କିମ ସହିତ ଉତ୍ତର-ପୂର୍ବ ରାଜ୍ୟରେ ପ୍ରତିଷ୍ଠିତ ନୂଆ ଶିଳ୍ପ ସଂସ୍ଥାକୁ ନିମ୍ନଲିଖିତ ପ୍ରୋତ୍ସାହନ ଉପଲବ୍ଧ କରାଯିବ ।
କେନ୍ଦ୍ରୀୟ ସୁଧ ପ୍ରୋତ୍ସାହନ (ସିଆଇଆଇ)
|
ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବା ତାରିଖ ଠାରୁ ପ୍ରଥମ 5 ବର୍ଷ ଲାଗି ଯୋଗ୍ୟ ବ୍ୟାଙ୍କ/ଆର୍ଥିକ ସଂସ୍ଥାନ ଦ୍ୱାରା ଦିଆଯାଇଥିବା କାର୍ଯ୍ୟକାରୀ ପୁଞ୍ଜି ଋଣ ଉପରେ 3 ପ୍ରତିଶତ |
କେନ୍ଦ୍ରୀୟ ବ୍ୟାପକ ବୀମା ପ୍ରୋତ୍ସାହନ (ସିସିଆଇଆଇ) |
ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବାର ତାରିଖ ଠାରୁ 5 ବର୍ଷ ଲାଗି କୋଠା ଏବଂ ପ୍ଳାଣ୍ଟ ଏବଂ ମେସିନାରୀ ଉପରେ 100 ପ୍ରତିଶତ ବୀମା ପ୍ରିମିୟମ ଆଦାୟ |
ବସ୍ତୁ ଓ ସେବା କର (ଜିଏସଟି) ଆଦାୟ
|
ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ପ୍ରାରମ୍ଭ କରିବା ତାରିଖ ଠାରୁ ପାଞ୍ଚ ବର୍ଷ ଲାଗି ସିଜିଏସଟି ଏବଂ ଆଇଜିଏସଟିର କେନ୍ଦ୍ର ସରକାରଙ୍କ ଭାଗ ପର୍ଯ୍ୟନ୍ତ ଆଦାୟ । |
ଆୟକର (ଆଇଟି) ଆଦାୟ
|
ସଂସ୍ଥା ଦ୍ୱାରା ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କରିବାର ବର୍ଷ ସହିତ ପ୍ରଥମ ପାଞ୍ଚ ବର୍ଷ ଲାଗି ଆୟକରର କେନ୍ଦ୍ରୀୟ ଭାଗ ଆଦାୟ |
ପରିବହନ ପ୍ରୋତ୍ସାହନ (ଟିଆଇ)
|
· ପ୍ରସ୍ତୁତ ଉତ୍ପାଦର ନେବାଆଣିବା ଲାଗି ରେଳବାଇ/ରେଳବାଇର ସାର୍ବଜନିନ ପ୍ରତିଷ୍ଠାନ ଦ୍ୱାରା ଉପଲବ୍ଧ ବର୍ତ୍ତମାନର ସବସିଡି ସହିତ ପରିବହନ ବ୍ୟୟର 20 ପ୍ରତିଶତ । · ଭାରତର ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରାଧିକରଣ ମାଧ୍ୟମରେ ପ୍ରସ୍ତୁତ ସାମଗ୍ରୀର ବିନିମୟ ଲାଗି ପରିବହନ ବ୍ୟୟର 20 ପ୍ରତିଶତ · ଦେଶର କୌଣସି ବିମାନ ବନ୍ଦର ନିକଟ ଉତ୍ପାଦନସ୍ଥଳ ଠାରୁ ବିମାନରେ ପଠାଯାଇଥିବା ନଷ୍ଟ ହୋଇଯାଇଥିବା ସାମଗ୍ରୀ (ଆଇଏଟିଏ ଦ୍ୱରା ପରିଭାଷିତ ରୂପରେ)ର ପରିବହନ ବ୍ୟୟର 33 ପ୍ରତିଶତ
|
ନିଯୁକ୍ତି ପ୍ରୋତ୍ସାହନ (ଇଆଇ)
|
ସରକାର କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ)ରେ ନିଯୁକ୍ତିଦାତାଙ୍କ ଯୋଗଦାନର 3.67ପ୍ରତିଶତ ପରିଶୋଧ କରିବେ, ଯାହା ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା (ପିଏମଆରପିୱାଇ)ରେ କର୍ମଚାରୀ ପେନସନ ଯୋଜନା (ଇପିଏସ)ପାଇଁ ସରକାରଙ୍କ ଦ୍ୱାରା ବହନ କରାଯାଉଥିବା ନିଯୁକ୍ତିଦାତାଙ୍କ 8.33 ପ୍ରତିଶତ ଯୋଗଦାନ ବ୍ୟତୀତ ଅଟେ । |
ଋଣ ଉପଲବ୍ଧି ଲାଗି କେନ୍ଦ୍ରୀୟ ମୂଳଧନୀ ନିବେଶ ପ୍ରୋତ୍ସାହନ (ସିସିଆଇଆଇଏସି) |
ପ୍ରତ୍ୟେକ ସଂସ୍ଥାକୁ ପ୍ରୋତ୍ସାହନ ରାଶି ଉପରେ 5 କୋଟି ଟଙ୍କାର ଉର୍ଦ୍ଧ୍ଵ ସୀମା ସହିତ ପ୍ଳାଣ୍ଟ ଏବଂ ମେସିନାରୀରେ ନିବେଶର 30 ପ୍ରତିଶତ |
---|
ପ୍ରୋତ୍ସାହନର ସମସ୍ତ ଉପାଦାନ ଅନ୍ତର୍ଗତ ଲାଭର ମୋଟ ସୀମା ପ୍ରତି ସଂସ୍ଥା ପାଇଁ 200କୋଟି ଟଙ୍କା ହେବ ।
ନୂଆ ଯୋଜନା ଉତ୍ତର-ପୂର୍ବ ରାଜ୍ୟରେ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବ ଏବଂ ନିଯୁକ୍ତି ତଥା ଆୟ ସୃଷ୍ଟିକୁ ପ୍ରୋତ୍ସାହନ ଦେବ ।
**********
Boosting industrial growth in the Northeast. https://t.co/cMn85koLym
— Narendra Modi (@narendramodi) March 21, 2018
via NMApp