Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଉତ୍ତର କୋଏଲ ଜଳଭଣ୍ଡାର ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଝାଡ଼ଖଣ୍ଡ ଏବଂ ବିହାରର ଉତ୍ତର କୋଏଲ୍ ଜଳଭଣ୍ଡାର ପ୍ରକଳ୍ପର ବକେୟା କାର୍ଯ୍ୟ ସମ୍ପନ୍ନ କରିବା ଲାଗି ପ୍ରକଳ୍ପକୁ ପୁଣିଥରେ ପ୍ରାରମ୍ଭ କରିବାର ତିନି ବର୍ଷ ମଧ୍ୟରେ 1,622.27 କୋଟି ଟଙ୍କାର ଆନୁମାନିକ ଖର୍ଚ୍ଚ ସହିତ ସମ୍ପୂର୍ଣ୍ଣ କରିବା ଲାଗି ମଞ୍ଜୁରି ପ୍ରଦାନ କରିଛନ୍ତି । ବନ୍ଧର ଜଳସ୍ତରକୁ ପୂର୍ବରୁ ପରିକଳ୍ପନା କରାଯାଇଥିବା ସ୍ତର ତୁଳନାରେ ସୀମିତ କରିବା ଲାଗି ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା କମ୍ ଅଂଚଳ ବନ୍ଧର ବୁଡ଼ି ଅଂଚଳରେ ଆସିବ ଏବଂ ବେତଲା ଜାତୀୟ ଉଦ୍ୟାନ ଏବଂ ପଲାମୁ ବ୍ୟାଘ୍ର ଅଭୟାରଣ୍ୟକୁ ସୁରକ୍ଷିତ ରଖାଯାଇପାରିବ ।

ଏହି ନଦୀବନ୍ଧ ଯୋଜନା ସୋନ ନଦୀର ଶାଖା ଉତ୍ତର କୋଏଲ୍ ନଦୀରେ ରହିଛି ଯାହାକି ତଳ ମୁଣ୍ଡରେ ଗଙ୍ଗା ନଦୀରେ ଯାଇ ମିଶିଛି । ଉତ୍ତର କୋଏଲ ଜଳଭଣ୍ଡାର ଝାଡ଼ଖଣ୍ଡ ରାଜ୍ୟର ପଲାମୁ ଏବଂ ଗଢ଼ୱା ଜିଲ୍ଲାର ଅତି ପଛୁଆ ଜନଜାତି ଇଲାକାରେ ରହିଛି । ଏହାର ନିର୍ମାଣ କାର୍ଯ୍ୟ ପ୍ରଥମେ 1973ରେ ଆରମ୍ଭ ହୋଇଥିଲା ଏବଂ 1993ରେ ବିହାର ସରକାରଙ୍କ ବନ ବିଭାଗ ଏହା ଉପରେ ରୋକ୍ ଲଗାଇଦେଇଥିଲା । ସେବେଠାରୁ ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ ପଡ଼ିଥିଲା । ପ୍ରକଳ୍ପର ପ୍ରମୁଖ ଅଙ୍ଗ ମଧ୍ୟରେ ରହିଛି : 67.86 ମିଟର ଉଚ୍ଚତା ଏବଂ 343.33 ମିଟର ଲମ୍ବା କଂକ୍ରିଟ୍ ବନ୍ଧର ନିର୍ମାଣ ଯାହାକୁ ପୂର୍ବର ମଣ୍ଡଳ ବନ୍ଧ ନାମ ଦିଆଯାଇଥିଲା । ଏହାର କ୍ଷମତା 1160 ନିୟୁତ ଘନ ମିଟର ଜଳ ସଂଗ୍ରହ କରିବା ଲାଗି ନିର୍ଦ୍ଧାରଣ କରାଯାଇଥିଲା । ଏହାବ୍ୟତୀତ ପ୍ରକଳ୍ପ ଅନ୍ତର୍ଗତ ନଦୀ ସ୍ରୋତର ନିମ୍ନ ଦିଗରେ ମୋହନଗଞ୍ଜ ଠାରେ 819.6 ମିଟର ଲମ୍ବା ବ୍ୟାରେଜ୍ ଏବଂ ବ୍ୟାରେଜର ଡାହାଣ ଏବଂ ବାମ ପାଶ୍ୱର୍ରେ ଦୁଇଟି କେନାଲ୍ ଜଳସେଚନ ପାଇଁ ବିତରଣ ପ୍ରଣାଳୀ ସହିତ ନିର୍ମାଣ କରାଯିବାର ଥିଲା । ବନ୍ଧର ଉଚ୍ଚତା କମାଇ 341 ମିଟର କରାଯିବା ଦ୍ୱାରା ମଣ୍ଡଳ ବନ୍ଧର ଜଳ ସଂରକ୍ଷଣ କ୍ଷମତା ଏବେ 190ନିୟୁତ ଘନ ମିଟର ହେବ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ଝାଡ଼ଖଣ୍ଡର ପଲାମୁ ଏବଂ ଗଡ଼ୱା ଜିଲ୍ଲା ସହିତ ବିହାରର ଔରଙ୍ଗାବାଦ ଏବଂ ଗୟା ଜିଲ୍ଲାର ସବୁଠୁ ପଛୁଆ ଏବଂ ମରୁଡ଼ି ଆଶଙ୍କା ଥିବା ଇଲାକାରେ 1,11,521 ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରିବ । ବର୍ତ୍ତମାନ ଅସମ୍ପୂର୍ଣ୍ଣ ପ୍ରକଳ୍ପରୁ 71,720 ହେକ୍ଟର ଜମିକୁ ଜଳସେଚନ ହୋଇପାରୁଛି । ସମ୍ପୂର୍ଣ୍ଣ ହେବା ପରେ ଏହାଠାରୁ ଅଧିକ 39,801 ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ହେବ । ଏହି ପ୍ରକଳ୍ପ ଜରିଆରେ ଦୁଇ ରାଜ୍ୟରେ ସେଚ କ୍ଷମତା ଏହିରି ହେବ: –

ମୋଟ୍ ଜଳସେଚନ କ୍ଷମତା : 1,11,521 ହେକ୍ଟର

ବିହାରରେ ଜଳସେଚନ କ୍ଷମତା – 91,917 ହେକ୍ଟର

ଝାଡ଼ଖଣ୍ଡରେ ଜଳସେଚନ କ୍ଷମତା -19,604 ହେକ୍ଟର

ପ୍ରକଳ୍ପର ମୋଟ୍ ବ୍ୟୟ ଅଟକଳ ବର୍ତ୍ତମାନ ସୁଦ୍ଧା 2391.36 କୋଟି ଟଙ୍କା ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା 706.09 କୋଟି ଟଙ୍କା ଏହି ପ୍ରକଳ୍ପରେ ଖର୍ଚ୍ଚ କରାଯାଇସାରିଛି । କେନ୍ଦ୍ର କ୍ୟାବିନେଟ ତିନୋଟି ଆର୍ଥିକ ବର୍ଷ ଅବଧିରେ 1622.27 କୋଟି ଟଙ୍କା ଆନୁମାନିକ ବ୍ୟୟରେ ଝାଡ଼ଖଣ୍ଡ ଏବଂ ବିହରରେ ଉତ୍ତର କୋଏଲ୍ ଜଳାଶୟ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।

ଅବଶିଷ୍ଟ କାର୍ଯ୍ୟ ପାଇଁ 1013.11 କୋଟି ଟଙ୍କା ସାଧାରଣ ପାଣ୍ଠି ଆବଶ୍ୟକତା କେନ୍ଦ୍ର ସରକାରଙ୍କ ଦ୍ୱାରା ପିଏମ୍ଏଏସୱାଇ ପାଣ୍ଠିର ଅନୁଦାନ ରୂପରେ ପୂରଣ କରାଯିବ । ଏହାମଧ୍ୟରେ ଶୁଦ୍ଧ ବର୍ତମାନ ମୂଲ୍ୟ (ଏନ୍ପିଭି) ତଥା ପରିପୂରକ ବନୀକରଣ (ସିଏ) ବ୍ୟୟ ସାମିଲ୍ ଅଛି, ଯାହା କ୍ରମଶଃ 607କୋଟି ଏବଂ 43 କୋଟି ଟଙ୍କା ଅଟେ । କେନ୍ଦ୍ର ସରକାର ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟରୁ ଅନୁଦାନ ରୂପରେ ପାଇଥିବା ପିଏମକେଏସୱାଇ ଅନ୍ତର୍ଗତ ଦୀର୍ଘକାଳିନୀ ଜଳସେଚନ ପାଣ୍ଠି (ଏଲଟିଆଇଏଫ)ରୁ 365.5କୋଟି ଟଙ୍କା ପର୍ଯ୍ୟନ୍ତ (ବିହାର-318.5 କୋଟି ଟଙ୍କା ଏବଂ ଝାଡ଼ଖଣ୍ଡ-46.86କୋଟି ଟଙ୍କା)ର ବଳକା କାର୍ଯ୍ୟର ମୋଟ ବ୍ୟୟ 60 ପ୍ରତିଶତର ମଧ୍ୟ ଆର୍ଥିକ ପୋଷଣ କରିବେ । ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟ ସେହି ହାରରେ ନାବାର୍ଡ ଜରିଆରେ ଏଲଟିଆଇଏଫରୁ ଋଣ ଆକାରରେ 243.66 କୋଟି (ବିହାର-212.43କୋଟି ଟଙ୍କା ଏବଂ ଝାଡ଼ଖଣ୍ଡ-31.23 କୋଟି ଟଙ୍କା)ର ଅବଶିଷ୍ଟ ବଳକା କାର୍ଯ୍ୟର ବଳକା ବ୍ୟୟର 40 ପ୍ରତିଶତ ବ୍ୟବସ୍ଥା କରିବେ, ଯାହାଉପରେ କୌଣସି ସବସିଡି ଦିଆଯିବ ନାହିଁ ଏବଂ ତାହା ସୁଧ ସବସିଡି ବିନା ବଜାର ଋଣ ନିବେଶ ସହିତ ସମ୍ବନ୍ଧୀୟ ହେବ ।

କ୍ୟାବିନେଟ ପ୍ରକଳ୍ପ ବ୍ୟବସ୍ଥା ପରାମର୍ଶଦାତା(ପିଏମ୍ସି) ରୂପରେ ଜଳ ସମ୍ପଦ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ମନ୍ତ୍ରଣାଳୟ ଅଧୀନରେ ଏକ କେନ୍ଦ୍ରୀୟ ସାର୍ବଜନିନ ଉପକ୍ରମ (ସିପିଏସ୍ୟୁ) ମେସର୍ସ WAPCOS ଲିମିଟେଡ୍ ଦ୍ୱାରା ଟର୍ଣ୍ଣକି ଆଧାରରେ ପ୍ରକଳ୍ପର ଅବଶିଷ୍ଟ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ପ୍ରକଳ୍ପ କାର୍ଯ୍ୟକାରୀତା କରିବା ଉପରେ ନୀତି ଆୟୋଗର ସିଇଓଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ଉଚ୍ଚକ୍ଷମତାସମ୍ପନ୍ନ କମିଟି ନଜର ରଖିବ ।

*****