ମୁଁ ମୋର ମନ୍ତ୍ରୀମଣ୍ଡଳର ସହକର୍ମୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଜୀ ଏବଂ ଶ୍ରୀ ସଞ୍ଜୟ ଧୋତ୍ରେ ଜୀ ଓ ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦେଶର ସୁନାମଧନ୍ୟ ବୈଜ୍ଞାନିକ ଡଃ କସ୍ତୁରୀ ରଙ୍ଗନ ଓ ତାଙ୍କ ଦଳ, କୁଳପତି, ଶିକ୍ଷାବିତ୍ତ ଓ ଅଧିବେଶନରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି ।
ଦେଶର ଶିକ୍ଷା ନୀତି ପରିପ୍ରେକ୍ଷୀରେ ଆଜିର ଏହି ଅଧିବେଶନ ଖୁବ ଗୁରୁତ୍ୱପୂର୍ଣ୍ଣ । ଦେଶ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ଉପରେ ସବିଶେଷ ତଥ୍ୟ ପାଇପାରିବ । ଥରେ ଶିକ୍ଷା ନୀତିର ମୁଖ୍ୟ ଅଂଶଗୁଡିକ ଆଲୋଚନା ହୋଇଗଲେ ଏହାକୁ ତ୍ୱରାନ୍ୱିତ କରିବାରେ ଯଥେଷ୍ଟ ସୁବିଧା ହେବ ।
ବନ୍ଧୁଗଣ, ଗତ ତିନି ଚାରି ବର୍ଷ ଧରି ଦେଶର ଲକ୍ଷ ଲକ୍ଷ ଲୋକଙ୍କ ସହ ବିସ୍ତୃତ ଆଲୋଚନା ଓ ପ୍ରସ୍ତାବ ଗ୍ରହଣ ପରେ ଏହି ଜାତୀୟ ଶିକ୍ଷା ନୀତି ଅନୁମୋଦିତ ହୋଇଛି । ଏ ସମ୍ପର୍କରେ ଦେଶବ୍ୟାପୀ ବିସ୍ତୃତ ଆଲୋଚନା କରାଯାଉଛି । ଦେଶରେ ବିଭିନ୍ନ ଅଞ୍ଚଳ ଓ ଭିନ୍ନ ଭିନ୍ନ ଆଦର୍ଶ ଥିବା ଲୋକମାନେ ଏହାର ସମୀକ୍ଷା କରି ସେମାନଙ୍କ ମତାମତ ଦେଉଛନ୍ତି । ଏହା ଏକ ସୁସ୍ଥ ବିତର୍କ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଆଲୋଚନା ଯୋଗୁଁ ଦେଶର ଶିକ୍ଷା ପଦ୍ଧତିରେ ଉନ୍ନତି ଘଟିବ । ଖୁସିର ବିଷୟ ଯେ, ଦେଶର କୌଣସି ଅଞ୍ଚଳର ଲୋକେ ଏହାକୁ ପକ୍ଷପାତପୂର୍ଣ୍ଣ ନୀତି ବୋଲି କହିନାହାନ୍ତି । ଏଥିରୁ ସ୍ପଷ୍ଟ ଅନୁମିତ ହେଉଛି ଯେ, ଜନସାଧାରଣ ପରିଶେଷରେ ଯୁଗ ଯୁଗ ଧରି ରହିଥିବା ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନ ଦେଖିବାକୁ ଚାହୁଁଛନ୍ତି ।
ଏକଥା ସ୍ଵାଭାବିକ ଯେ, କେତେକ ଲୋକ ଏଭଳି ଏକ ବିରାଟ ସଂସ୍କାରମୂଳକ ପଦକ୍ଷେପ କିପରି କାର୍ଯ୍ୟକାରୀ ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି । ଜନସାଧାରଣ ଏହା ତ୍ୱରାନ୍ୱିତ ହେବା ଦେଖିବାକୁ ଚାହାନ୍ତି । ଏଭଳି ଆହ୍ଵାନକୁ ଦୃଷ୍ଟିରେ ରଖି ଆମକୁ ଦେଖିବାକୁ ପଡିବ ଯେ, ପଦ୍ଧତିରେ କେତେକ ଉନ୍ନତି ଆଣି କିପରି ଏହାକୁ କାର୍ଯ୍ୟକାରୀ କରିବା । ଆପଣମାନେ ସମସ୍ତେ ପ୍ରତ୍ୟକ୍ଷ ଭାବେ ଜାତୀୟ ଶିକ୍ଷା ନୀତି ତ୍ୱରାନ୍ୱିତ ହେବା ପାଇଁ କାର୍ଯ୍ୟ କରୁଛନ୍ତି । ସେଦୃଷ୍ଟିରୁ ଆପଣମାନଙ୍କର ଏଦିଗରେ ଏକ ଗୁରୁ ଦାୟିତ୍ଵ ରହିଛି । ରାଜନୈତିକ ସଦିଚ୍ଛାକୁ ବିଚାର କଲେ ମୁଁ ଏଥିପାଇଁ ସଂପୂର୍ଣ୍ଣ ଅଙ୍ଗିକାରବଦ୍ଧ ଓ ଆପଣମାନଙ୍କ ସହିତ ପୂରାପୂରି ରହିଛି ।
ବନ୍ଧୁଗଣ, ପ୍ରତ୍ୟେକ ଦେଶ ସେମାନଙ୍କ ଜାତୀୟ ମୂଲ୍ୟବୋଧ ଓ ଲକ୍ଷ୍ୟକୁ ଆଖିଆଗରେ ରଖି ନିଜର ଶିକ୍ଷା ପଦ୍ଧତିରେ ସଂସ୍କାର ଆଣିଥାନ୍ତି । ଦେଶର ଶିକ୍ଷା ପଦ୍ଧତି କେବଳ ବର୍ତ୍ତମାନ ପିଢି ପାଇଁ ନୁହେଁ ପରନ୍ତୁ ଭବିଷ୍ୟତ ପିଢି ପାଇଁ ମଧ୍ୟ ଉଦ୍ଦିଷ୍ଟ । ଏହା ହିଁ ଭାରତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ । ଜାତୀୟ ଶିକ୍ଷା ନୀତି ନବ ଭାରତର ମୂଳଦୁଆ ଏକବିଂଶ ଶତାବ୍ଦୀରେ ସ୍ଥାପନ କରିବ । ଏକବିଂଶ ଶତାବ୍ଦୀର ଯୁବ ପିଢି ଆବଶ୍ୟକ କରୁଥିବା କୌଶଳ ଓ ଶିକ୍ଷା ଜାତୀୟ ଶିକ୍ଷା ନୀତିରେ ପ୍ରତିଫଳିତ ହେବ ।
ଦେଶକୁ ଶକ୍ତିଶାଳୀ କରିବା ସହ ଏହାର ନାଗରିକମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ସବୁ କ୍ଷେତ୍ରରେ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ଏ ଶିକ୍ଷା ନୀତିରେ ଗୁରୁତ୍ଵାରୋପ କରାଯାଇଛି । ପରିବର୍ତ୍ତିତ ବାତାବରଣରେ କିପରି ଭାରତୀୟ ଛାତ୍ରଛାତ୍ରୀ ନିଜକୁ ଖାପ ଖୁଆଇ ଦେଶ ଗଠନରେ ବ୍ରତୀ ହେବେ ତାହାର ଉପାୟ ଏହି ଶିକ୍ଷା ନୀତିରୁ ମିଳିପାରିବ ।
ବନ୍ଧୁଗଣ, ଗତ କେତେ ବର୍ଷ ଧରି ଆମର ଶିକ୍ଷା ପଦ୍ଧତିରେ କୌଣସି ସଂସ୍କାର ହୋଇନାହିଁ । ସେ ଦୃଷ୍ଟିରୁ ସମସ୍ତ ପ୍ରକାର ଅଗ୍ରଗତି ଓ ପରିବର୍ତ୍ତନ ମିଳୁଛି । ଜଣେ ଡାକ୍ତର ବା ଇଞ୍ଜିନିୟର ବା ଆଇନଜୀବୀ ହେବା ପାଇଁ ଗୋଟିଏ ପ୍ରତିଯୋଗିତା ଚାଲୁଥିଲା । ଇଚ୍ଛା, ସାମର୍ଥ୍ୟ ଓ ଆବଶ୍ୟକତାକୁ ବିଚାରକୁ ନ ନେଇ ଏଭଳି ପ୍ରତିଯୋଗିତା ମନବୃତ୍ତିରୁ ଶିକ୍ଷା ପଦ୍ଧତିକୁ ଦୂରରେ ରଖିବାକୁ ପଡିବ । ଶିକ୍ଷା ଦର୍ଶନ ଏବଂ ଶିକ୍ଷାର ଉଦ୍ଦେଶ୍ୟ ପ୍ରତି କୌଣସି ଅନୁରାଗ ନ ଥାଇ ଆମର ଯୁବ ସମାଜ କିପରି ଉଦ୍ଭାବନାତ୍ମକ ଚିନ୍ତାଧାରା ଆଣିବେ ?
ବନ୍ଧୁଗଣ, ଆଜି ଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ଶ୍ରାଦ୍ଧ ଦିବସ । ସେ କହୁଥିଲେ, “ଶିକ୍ଷାର ସବୁଠାରୁ ବଡ କଥା ହେଲା ଏହା ଆମକୁ କେବଳ ସୂଚନା ଦିଏନାହିଁ ବରଂ ଆମ ଜୀବନକୁ ମଧୁମୟ କରି ଗଢି ତୋଳେ” । ନିଶ୍ଚିତଭାବେ ଏହି ସୁଦୂର ଲକ୍ଷ୍ୟ ଉପରେ ଜାତୀୟ ଶିକ୍ଷା ନୀତି ପର୍ଯ୍ୟବେଶିତ । ଆମ ଶିକ୍ଷା ନୀତି ସଫଳ ହେବାକୁ ହେଲେ ଏକ ଆଧ୍ୟାତ୍ମିକ ଦୃଷ୍ଟି ଭଙ୍ଗୀର ଆବଶ୍ୟକତା ରହିଛି ।
ବନ୍ଧୁଗଣ, ଏବେ ଯେତେବେଳେ ଜାତୀୟ ଶିକ୍ଷା ନୀତି ଏକ ପୂର୍ଣ୍ଣାଙ୍ଗ ରୂପ ନେଇଛି, ଏଥିପାଇଁ ପ୍ରଥମରୁ କଣ ସବୁ ଆହ୍ଵାନ ଥିଲା ସେ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ । ସେତେବେଳେ ଦୁଇଟି ମୁଖ୍ୟ ପ୍ରଶ୍ନ ଥିଲା । ଆମର ଶିକ୍ଷା ନୀତି ଯୁବ ସମାଜକୁ ସୃଜନଶୀଳ, ଅନୁସନ୍ଧିତ୍ସୁ ଓ ସଂକଳ୍ପବଦ୍ଧ କରାଉଛି କି? ଆପଣମାନେ ଦୀର୍ଘ ଦିନ ହେଲାଣି ଏହି କ୍ଷେତ୍ରରେ ଅଛନ୍ତି । ଏଣୁ ଏ ପ୍ରଶ୍ନର ଉତ୍ତର ଆପଣମାନଙ୍କୁ ବେଶ ଜଣାଥିବ ।
ବନ୍ଧୁଗଣ, ଦ୍ଵିତୀୟ ପ୍ରଶ୍ନ ହେଲା ଆମ ଶିକ୍ଷା ପଦ୍ଧତି ଆମ ଯୁବ ସମାଜକୁ ସଶକ୍ତ କରିଛି କି? ଆପଣମାନେ ଭଲଭାବେ ଏହି ଦୁଇଟି ପ୍ରଶ୍ନ ଓ ଉତ୍ତର ଜାଣନ୍ତି । ମୁଁ ଖୁବ ସନ୍ତୁଷ୍ଟ ଯେ, ଭାରତର ଜାତୀୟ ଶିକ୍ଷା ନୀତି ନିର୍ଦ୍ଧାରଣ ବେଳେ ଏହାକୁ ଗୁରୁତ୍ଵର ସହିତ ବିଚାର କରାଯାଇଛି ।
ବନ୍ଧୁଗଣ, ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ଵରେ ଏକ ନୂତନ ବ୍ୟବସ୍ଥା ଓ ଚିତ୍ର ଦେଖାଦେଇଛି । ଏକ ବୈଶ୍ଵିକ ମାନ ମଧ୍ୟ ନିର୍ଦ୍ଧାରିତ ହେଉଛି । ସେ ଦୃଷ୍ଟିରୁ ଭାରତ ନିଜର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ବିଦ୍ୟାଳୟ ପାଠ୍ୟକ୍ରମ 10+2ରୁ 5+3+3+4କୁ ପରିବର୍ତ୍ତିତ କରାଯାଇଛି । ଆମ ଛାତ୍ରଛାତ୍ରୀଙ୍କୁ ବିଶ୍ଵର ନାଗରିକ ଭାବେ ସୃଷ୍ଟି କରିବାକୁ ପଡିବ । ତେବେ ତା’ସହିତ ସେମାନେ ନିଜର ଉତ୍ସକୁ ମଧ୍ୟ ଭୁଲିବା ଅନୁଚିତ । ମୂଳରୁ ବିଶ୍ଵ, ମଣିଷରୁ ମାନବତ୍ଵ, ଅତୀତରୁ ଆଧୁନିକ ଏ ସମସ୍ତ ବିଷୟକୁ ବିଚାରକୁ ନେଇ ଶିକ୍ଷା ନୀତି ନିର୍ଦ୍ଧାରିତ ହୋଇଛି ।
ବନ୍ଧୁଗଣ, ଏଥିରେ କୌଣସି ଦ୍ଵିମତ ନାହିଁ ଯେ, ପିଲାମାନେ ଘରେ ଯେଉଁ ଭାଷା କହନ୍ତି, ସେମାନେ ସେହି ଭାଷାରେ ପାଠ ପଢିଲେ ଶୀଘ୍ର ତାହା ସେମାନଙ୍କ ଦ୍ଵାରା ଗ୍ରହଣୀୟ ହୋଇପାରିବ । ସେଥିପାଇଁ ଯଥାସମ୍ଭବ ପିଲାମାନଙ୍କୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ଶିକ୍ଷା ଦାନ ପାଇଁ ସହମତି ପ୍ରକାଶ ପାଇଛି । ଏହା ପିଲାମାନଙ୍କ ମୂଳଦୁଆ ମଜବୁତ କରିବା ସହିତ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଉପଯୁକ୍ତ ବାତାବରଣ ତିଆରି କରିବ ।
ବନ୍ଧୁଗଣ, ଏପର୍ଯ୍ୟନ୍ତ ଆମ ଶିକ୍ଷା ନୀତି କଣ କରିବାକୁ ହେବ ମଧ୍ୟରେ ସୀମାବଦ୍ଧ ଥିବା ବେଳେ ନୂତନ ଶିକ୍ଷା ନୀତିରେ କିପରି କରିବାକୁ ହେବ ତା’ଉପରେ ଗୁରୁତ୍ଵାରୋପ କରାଯାଇଛି । ମୁଁ କାହିଁକି ଏ ବିଷୟରେ କହୁଛି, କାରଣ ଆଜିର ଯୁଗରେ ତଥ୍ୟର କୌଣସି ଅଭାବ ନାହିଁ । ସୂଚନାର ଗୋଟିଏ ଧାରା ବା ସମସ୍ତ ସୂଚନା ମୋବାଇଲ ଫୋନରେ ଉପଲବ୍ଧ । କେଉଁ ତଥ୍ୟ ଦରକାର ଏବଂ ଜାଣିବାକୁ ପଡିବ ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷା ନୀତିରେ ଅନାବଶ୍ୟକ ପାଠ୍ୟକ୍ରମ ଓ ବହି ଭାର ଲାଘବ କରିବାକୁ ଚେଷ୍ଟା କରାଯାଇଛି । ବର୍ତ୍ତମାନ ଅନୁସନ୍ଧାନ, ଆବିଷ୍କାର ଓ ବିଶ୍ଲେଷଣାତ୍ମକ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାର ବେଳ ଆସିଛି । ଏଥିରେ ପିଲାମାନଙ୍କ ପାଠପଢାରେ ମନ ଲାଗିବା ସହ ସେମାନେ ଅଧିକରୁ ଅଧିକ ନିଜକୁ ସଂଶ୍ଳିଷ୍ଟ କରିପାରିବେ ।
ବନ୍ଧୁଗଣ, ପ୍ରତ୍ୟେକ ଛାତ୍ର ତାର ନିଜ ଇଚ୍ଛା ମୁତାବକ ସୁଯୋଗ ପାଇବା ଆବଶ୍ୟକ । ସେ କେଉଁ ବିଷୟରେ ପାଠ ପଢିବ ବା କଣ ତାକୁ ସୁହାଇବ ବା ଆବଶ୍ୟକ ହେଲେ କେଉଁଠି ତାହା ଛାଡିବ ତା’ନେଇ ତାର ସ୍ଵାଧୀନତା ରହିବା ଆବଶ୍ୟକ । ଅନେକ ସମୟରେ ଦେଖାଯାଇଥାଏ ଜଣେ ବିଦ୍ୟାର୍ଥୀ ପାଠ ପଢି ଯେତେବେଳେ ଚାକିରି କରିବାକୁ ଯାଇଥାଏ, ସେ ଅନୁଭବ କରେ ତାହାର ଚାକିରି ସହିତ ପାଠପଢାର କୌଣସି ସମ୍ପର୍କ ନାହିଁ । ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡି ବିଭିନ୍ନ କାରଣରୁ ନିଜକୁ ଅନ୍ୟ କ୍ଷେତ୍ରରେ ନିୟୋଜିତ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ସୁଯୋଗ ଶିକ୍ଷା ନୀତିରେ ପ୍ରଦାନ କରାଯାଇଛି । ବର୍ତ୍ତମାନ ଜଣେ ଛାତ୍ର ଏକ ପାଠ୍ୟକ୍ରମରେ ଯୋଗଦେଇ ତାର ଚାକିରିର ଆବଶ୍ୟକତା ଅନୁଯାୟୀ ପାଠପଢି ପାରିବ । ଏହା ଶିକ୍ଷା ନୀତିର ଅନ୍ୟ ଏକ ଅଂଶ ।
ବର୍ତ୍ତମାନ ଛାତ୍ରଛାତ୍ରୀମାନେ ପାଠପଢା ମଝିରେ ଏହାକୁ ଛାଡି ଯଦି ଚାହିଁବେ ଅନ୍ୟ ଏକ ପାଠ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିବେ । ସେଥିପାଇଁ ସେମାନେ ପ୍ରଥମ ପାଠ୍ୟକ୍ରମରୁ କିଛି ସମୟ ଅବ୍ୟାହତ ନେଇ ଦ୍ଵିତୀୟ ପାଠ୍ୟକ୍ରମରେ ଯୋଗ ଦେଇପାରିବେ । ଉଚ୍ଚ ଶିକ୍ଷା ପାଇଁ ଏପ୍ରକାରର ବହୁବିଧ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ କ୍ରେଡିଟ ବ୍ୟାଙ୍କର ପରିକଳ୍ପନା କରାଯାଇଛି । ଆମେ ଏପରି ଏକ ଭବିଷ୍ୟତ ଅଭିମୁଖେ ଚାଲିଛୁ ଯେଉଁଠି ଜଣେ ଲୋକ ଗୋଟିଏ ପେଶାରେ ସାରା ଜୀବନ ନରହିବାର ମଧ୍ୟ ସମ୍ଭାବନା ରହିଛି । ସେଥିପାଇଁ ତାକୁ ନୀରବଚ୍ଛିନ୍ନ ଭାବେ ନୂତନ କୌଶଳ ଶିଖିବାକୁ ପଡିବ । ଏହାମଧ୍ୟ ଜାତୀୟ ଶିକ୍ଷା ନୀତିରେ ବିଚାରକୁ ନିଆଯାଇଛି ।
ବନ୍ଧୁଗଣ, ଦେଶ ଗଠନରେ ମର୍ଯ୍ୟାଦା ଭାବ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ । ଏକ ସମାଜରେ ଜଣେ ବ୍ୟକ୍ତି ଯେକୌଣସି ପେଶାକୁ ଆପଣାଇପାରିବ ଏବଂ ତାହାକୁ କୌଣସି ପେଶାକୁ ନ୍ୟୁନ ଭାବିବା ଅନାବଶ୍ୟକ । ଆମକୁ ନିଶ୍ଚିତଭାବେ ଚିନ୍ତା କରିବାକୁ ହେବ ସଂସ୍କୃତି ସମୃଦ୍ଧ ଏପରି ଏକ ଦେଶରେ ପେଶାକୁ ନେଇ ଏଭଳି ହୀନମାନ୍ୟତା କାହିଁକି ରହିଛି । ଉଚ୍ଚ ନିଚ୍ଚ କାର୍ଯ୍ୟ ବା କୌଣସି ଛୋଟକାଟିଆ କାର୍ଯ୍ୟ କରୁଥିବା ଲୋକକୁ ଥଟ୍ଟା ମଜ୍ଜା କରିବା କଥା କିପରି ମନ ମଧ୍ୟକୁ ଆସେ । ଏହାର ମୁଖ୍ୟ କାରଣ ହେଲା ଶିକ୍ଷା ବ୍ୟବସ୍ଥା ସମାଜଠାରୁ ବିଚ୍ଛିନ୍ନ ରହିବା ଯୋଗୁଁ ଏଭଳି ମାନସିକତା ସୃଷ୍ଟି ହେଉଛି । ଯଦି ତୁମେ କୌଣସି ଗ୍ରାମକୁ ଯାଇ ଜଣେ ଚାଷୀ ବା ମୁଲିଆ କାମ କରୁଥିବା ଦେଖ ତେବେ ସେମାନଙ୍କ ସମାଜକୁ କଣ ଅବଦାନ ରହିଛି ତାହା ହୃଦୟଙ୍ଗମ କରିପାରିବ । ଆମ ପିଢି ସେମାନଙ୍କ ଶ୍ରମ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଦରକାର । ଏହାକୁ ହାସଲ କରିବା ପାଇଁ ଆମେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଶ୍ରମର ମର୍ଯ୍ୟାଦାକୁ ଜାତୀୟ ଶିକ୍ଷା ନୀତିରେ ପ୍ରତିଫଳିତ କରିଛୁ ।
ବନ୍ଧୁଗଣ, ସମଗ୍ର ବିଶ୍ଵ ଏକବିଂଶ ଶତାବ୍ଦୀରେ ଭାରତଠାରୁ ଅନେକ ଆଶା ରଖିଛି । ବିଶ୍ଵକୁ ବୌଦ୍ଧିକତା ଓ ବୈଷୟିକ ଜ୍ଞାନ ପ୍ରଦାନ କରିବା ସାମର୍ଥ୍ୟ ଭାରତର ରହିଛି । ଜାତୀୟ ଶିକ୍ଷା ନୀତିରେ ବିଶ୍ଵ ପ୍ରତି ଏହି ଦାୟିତ୍ଵବୋଧ ପ୍ରତିଫଳିତ ହୋଇଛି । ଜାତୀୟ ଶିକ୍ଷା ନୀତିରେ ପ୍ରସ୍ତାବିତ ସମାଧାନରେ ଦେଶର ଭବିଷ୍ୟତ ପ୍ରଯୁକ୍ତି ବିଦ୍ୟାର ମାନସିକ ପ୍ରସ୍ତୁତି ନିମନ୍ତେ ବ୍ୟବସ୍ଥା କରାଯାଇଛି । କମ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଯୁକ୍ତି ବିଦ୍ୟା ଆମର ଏକ ମାଧ୍ୟମ ହୋଇପାରିଛି । ଆମେ ଆମ ପ୍ରଯୁକ୍ତି ବିଦ୍ୟାର ସଦୂପଯୋଗ କରିବା ନିତ୍ୟାନ୍ତ ଆବଶ୍ୟକ ।
ଏହି ଶିକ୍ଷା ନୀତି ଯୋଗୁଁ ଆମେ ବୈଷୟିକ ଜ୍ଞାନ ଉପରେ ପର୍ଯ୍ୟବେଶିତ ଉତ୍ତମ ପାଠ୍ୟକ୍ରମ ପାଇପାରିବା । ଏହା ମୌଳିକ ହିସାବକିତାବ ହେଉ ବା ଗବେଷଣାଯୁକ୍ତ କାର୍ଯ୍ୟକଳାପ, ଏହା ଶିକ୍ଷା ପଦ୍ଧତିରେ କେବଳ ପରିବର୍ତ୍ତନ ଆଣିବ ନାହିଁ ବରଂ ସମଗ୍ର ସମାଜର ଦୃଷ୍ଟିଭଙ୍ଗୀକୁ ବଦଳାଇବାରେ ସାହାଯ୍ୟ କରିବ । ଭର୍ଚୁଆଲ ଲ୍ୟାବ କନସେପ୍ଟ ମୋର ଯୁବ ସମାଜର ସ୍ଵପ୍ନକୁ ସାକାର କରିବ । ଦେଶରେ ଗବେଷଣା ଓ ଶିକ୍ଷା ମଧ୍ୟରେ ଥିବା ବିରାଟ ବ୍ୟବଧାନକୁ ଏହି ଜାତୀୟ ଶିକ୍ଷା ନୀତି ପୂରଣ କରିବାରେ ସହାୟକ ହେବ ।
ବନ୍ଧୁଗଣ, ଶିକ୍ଷାନୁଷ୍ଠାନ ଓ ସେଗୁଡିକର ଭିତ୍ତିଭୂମିରେ ଯଦି ଏହି ସଂସ୍କାର ପ୍ରତିଫଳିତ ହୁଏ ତେବେ ଜାତୀୟ ଶିକ୍ଷା ନୀତି ଅଧିକ କ୍ରିୟାଶୀଳ ହେବା ସହ ଶୀଘ୍ର ତ୍ୱରାନ୍ୱିତ ହୋଇପାରିବ । ଆମ ଶିକ୍ଷାନୁଷ୍ଠାନଗୁଡିକରୁ ହିଁ ସମୟର ଆବଶ୍ୟକତା, ଯେପରିକି ଉଦ୍ଭାବନ ଓ ସମାଜରେ ଗ୍ରହଣୀୟ ଭାବ ଇତ୍ୟାଦି ମିଳିପାରିବ । ଯେତେବେଳେ ଆମେ ବିଶେଷକରି ଉଚ୍ଚଶିକ୍ଷାକୁ ସାମାଜିକ ସଶକ୍ତିକରଣ ପାଇଁ ପ୍ରାଧାନ୍ୟ ଦେବା ସେତେବେଳେ ଆମକୁ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡିକୁ ସଶକ୍ତ କରିବାକୁ ପଡିବ । ମୁଁ ଜାଣିଛି ଯେ, ଯେତେବେଳେ ଶିକ୍ଷାନୁଷ୍ଠାନ ସଶକ୍ତିକରଣର ପ୍ରଶ୍ନ ଉଠେ ଏଥିରେ ସ୍ଵୟଂଶାସିତ ପ୍ରସଙ୍ଗ ମଧ୍ୟ ଉଠିଥାଏ । ଆମେ ଜାଣୁ ଯେ, ସ୍ଵୟଂଶାସିତର ଅନେକ ଅର୍ଥ ଅଛି । କେତେକ ସବୁ ସରକାରୀ ନିୟନ୍ତ୍ରଣରେ ରହିବା ନେଇ ଭାବୁଥିବା ବେଳେ ଅନ୍ୟ କେତେକ ଅନୁଷ୍ଠାନଗୁଡିକ ସ୍ଵୟଂଶାସିତ ହେବା ଭାବିଥାନ୍ତି । ପ୍ରଥମତଃ ଏଥିନେଇ ଅଣସରକାରୀ ସଂଗଠନ ଉପରେ ବିଶ୍ଵସନୀୟତା ହ୍ରାସ ପାଇଥାଏ ଓ ଅନ୍ୟ ପକ୍ଷରେ ସ୍ଵୟଂଶାସନ କ୍ଷମତାକୁ କେତେକ ନିଜର ହକ ବୋଲି ଭାବିଥାନ୍ତି । ଉତ୍ତମ ଗୁଣାତ୍ମକ ଶିକ୍ଷା ଏହି ଦୁଇ ମତ ମଧ୍ୟରେ ରହିଥାଏ । ଯେଉଁ ଶିକ୍ଷାନୁଷ୍ଠାନଗୁଡିକ ଗୁଣାତ୍ମକ ଶିକ୍ଷାଦାନରେ ବ୍ରତୀ ରହନ୍ତି, ସେମାନଙ୍କୁ ସ୍ଵାଧୀନତା ଦିଆଯିବା ଆବଶ୍ୟକ । ଏହା ସେମାନଙ୍କୁ ଗୁଣାତ୍ମକ ବିକାଶ ପାଇଁ ଅଧିକ ପ୍ରେରିତ କରିଥାଏ । ଜାତୀୟ ଶିକ୍ଷା ନୀତି ଆସିବା ପୂର୍ବରୁ ଆମ ସରକାର ବିଗତ ବର୍ଷରେ ଶିକ୍ଷାନୁଷ୍ଠାନଗୁଡିକୁ ସ୍ଵୟଂଶାସିତ କ୍ଷମତା ପ୍ରଦାନ କରିଛି । ମୋର ଆଶା ଯେ, ଜାତୀୟ ଶିକ୍ଷା ନୀତି ବିକଶିତ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ଵୟଂଶାସିତ କ୍ଷମତା ମଧ୍ୟ ଅଧିକ ବୃଦ୍ଧି ପାଇବ ।
ବନ୍ଧୁଗଣ, ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ଡଃ ଏ.ପି.ଜେ. ଅବଦୁଲ କାଲାମ କହୁଥିଲେ ଯେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି କୌଶଳ ଓ ଦକ୍ଷତା ସହ ଭଲ ମଣିଷ ତିଆରି କରିବା । ଶିକ୍ଷକମାନଙ୍କ ଦ୍ଵାରା ଭଲ ମଣିଷ ସୃଷ୍ଟି ହୋଇପାରିବେ । ସେ ଦୃଷ୍ଟିରୁ ଆପଣମାନେ ସମସ୍ତେ ଶିକ୍ଷକ ଓ ପ୍ରଫେସର ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ଆଣିବାରେ ଖୁବ ଭଲ ମାଧ୍ୟମ । ଏହାଫଳରେ ଦେଶରେ ଭଲ ବିଦ୍ୟାର୍ଥୀ, ଉତ୍ତମ ବୃତ୍ତିଧାରି ଏବଂ ସୁନାଗରିକ ସୃଷ୍ଟି ହୋଇପାରିବେ । ସେଥିପାଇଁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକମାନଙ୍କ ମର୍ଯ୍ୟାଦା ଉପରେ ଗୁରୁତ୍ଵାରୋପ କରାଯାଇଛି । ଭାରତର ବୌଦ୍ଧିକତା ଯେପରି ଭାରତରେ ରହି ଭବିଷ୍ୟତ ପିଢିକୁ ଗଠନ କରିବ, ସେଥିପାଇଁ ମଧ୍ୟ ଚେଷ୍ଟା କରାଯାଇଛି । ଶିକ୍ଷକମାନେ ଯେପରି ଉପଯୁକ୍ତ ତାଲିମ ନେଇ ସବୁବେଳେ ସେମାନଙ୍କ ଦକ୍ଷତାର ବିକାଶ କରନ୍ତି, ସେଥିପାଇଁ ନୂତନ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି । ମୁଁ ଭାବେ ଯେତେବେଳେ ଜଣେ ଶିକ୍ଷକ ଶିଖେ ସେତେବେଳେ ଦେଶ ନେତୃତ୍ଵ ନିଏ ।
ବନ୍ଧୁଗଣ, ଜାତୀୟ ଶିକ୍ଷା ନୀତିକୁ ତ୍ୱରାନ୍ୱିତ କରିବାକୁ ହେଲେ ଆମକୁ ସଙ୍କଳ୍ପବଦ୍ଧ ହୋଇ କାମ କରିବାକୁ ପଡିବ । ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ, ବିଦ୍ୟାଳୟ ଶିକ୍ଷା ବୋର୍ଡ, ବିଭିନ୍ନ ରାଜ୍ୟ ଓ ଏଦିଗରେ ସଂଶ୍ଳିଷ୍ଟ ଉଦ୍ୟୋଗୀମାନଙ୍କୁ ଏବେଠାରୁ ନିଜ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ ପଡିବ । ଯେହେତୁ ଆପଣମାନେ ସମସ୍ତେ ଉଚ୍ଚ ଶିକ୍ଷାର ବୃହତ ଶିକ୍ଷାନୁଷ୍ଠାନଗୁଡିକରେ ଅଛନ୍ତି, ଆପଣମାନେ ଆଲୋଚନା ଓ ୱେବିନାର ମାଧ୍ୟମରେ ଜାତୀୟ ଶିକ୍ଷା ନୀତି ନେଇ ଆଲୋଚନା କରିପାରିବେ । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଆପଣମାନେ ମାନବ ସମ୍ବଳର ଉପଯୋଗ କରିବେ ।
ଜାତୀୟ ଶିକ୍ଷା ନୀତି ଏକ ମାମୁଲି ସର୍କୁଲାର ନୁହେଁ, କେବଳ ବିଜ୍ଞପ୍ତି ପ୍ରକାଶ କରି ଓ ସର୍କୁଲାର ଜାରି ଜାତୀୟ ଶିକ୍ଷା ନୀତିକୁ ତ୍ୱରାନ୍ୱିତ କରିହେବ ନାହିଁ । ଆମକୁ ମାନସିକ ଦୃଷ୍ଟିରୁ ପ୍ରସ୍ତୁତ ହୋଇ ଅସୀମ ତ୍ୟାଗ ସ୍ଵୀକାର କରିବାକୁ ପଡିବ । ବର୍ତ୍ତମାନ ଓ ଭବିଷ୍ୟତ ଭାରତ ଗଠନ ପାଇଁ ଏହି କାର୍ଯ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିବେଶନରେ ଯୋଗଦେଇଥିବା ପ୍ରତ୍ୟେକଙ୍କ ଅବଦାନ ଏଥିପାଇଁ ନିତ୍ୟାନ୍ତ ଆବଶ୍ୟକ । ମୋର ବିଶ୍ଵାସ, ଜାତୀୟ ଶିକ୍ଷା ନୀତି ତ୍ୱରାନ୍ୱିତ କରିବା ପାଇଁ ଏହି ଅଧିବେଶନରୁ ଅନେକ ପ୍ରସ୍ତାବ ଓ ପନ୍ଥା ବାହାରିବ । ଏହି ଅଧିବେଶନ ଡଃ କସ୍ତୁରୀ ରଙ୍ଗନ ଓ ତାଙ୍କ ଟିମକୁ ଧନ୍ୟବାଦ ଜଣାଇବା ପାଇଁ ମୋତେ ଏକ ଅପୂର୍ବ ସୁଯୋଗ ପ୍ରଦାନ କରିଛି ।
ପୁଣି ଥରେ ସମସ୍ତଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି । ସମସ୍ତଙ୍କୁ ଧନ୍ୟବାଦ ।
Addressing ‘Conclave on Transformational Reforms in Higher Education under National Education Policy.’ https://t.co/RmsnBiB37z
— Narendra Modi (@narendramodi) August 7, 2020
आज राष्ट्रीय शिक्षा नीति की देशभर में चर्चा हो रही है। 3-4 साल के व्यापक विचार-विमर्श और लाखों सुझावों पर लंबे मंथन के बाद इसे स्वीकृत किया गया है।
— Narendra Modi (@narendramodi) August 7, 2020
अब सबकी निगाहें इसके Implementation पर हैं। इस चैलेंज को देखते हुए जहां कहीं कुछ सुधार की आवश्यकता है, उसे हमें मिलकर ही करना है। pic.twitter.com/ulVM8qVtLe
हर देश अपनी शिक्षा व्यवस्था को अपनी National Values के साथ जोड़ते हुए, अपने National Goals के अनुसार रिफॉर्म करते हुए चलता है।
— Narendra Modi (@narendramodi) August 7, 2020
राष्ट्रीय शिक्षा नीति 21वीं सदी के भारत की, नए भारत की नींव तैयार करने वाली है। pic.twitter.com/qyScNQuC4a
हमें अपने विद्यार्थियों को Global Citizen भी बनाना है और इसका भी ध्यान रखना है कि वे अपनी जड़ों से जुड़े रहें।
— Narendra Modi (@narendramodi) August 7, 2020
जड़ से जग तक,
मनुज से मानवता तक,
अतीत से आधुनिकता तक,
सभी बिंदुओं का समावेश करते हुए इस राष्ट्रीय शिक्षा नीति का स्वरूप तय किया गया है। pic.twitter.com/WU38a1qto5
अभी तक जो हमारी शिक्षा व्यवस्था है, उसमें What to Think पर फोकस रहा है,
— Narendra Modi (@narendramodi) August 7, 2020
जबकि इस शिक्षा नीति में How to Think पर बल दिया जा रहा है।
कोशिश यह है कि बच्चों को सीखने के लिए Discovery Based, Discussion Based और Analysis Based तरीकों पर जोर दिया जाए। pic.twitter.com/mIbqhkYPT0
21वीं सदी के भारत से पूरी दुनिया को बहुत अपेक्षाएं हैं।
— Narendra Modi (@narendramodi) August 7, 2020
भारत में सामर्थ्य है कि वह टैलेंट और टेक्नोलॉजी का समाधान पूरी दुनिया को दे सकता है।
इस जिम्मेदारी को भी हमारी एजुकेशन पॉलिसी Address करती है। pic.twitter.com/98IzoBnIau
राष्ट्रीय शिक्षा नीति का जैसे-जैसे विस्तार होगा, शिक्षा संस्थानों की ऑटोनॉमी की प्रक्रिया भी और तेज होगी। pic.twitter.com/tsWJRcuoDS
— Narendra Modi (@narendramodi) August 7, 2020
राष्ट्रीय शिक्षा नीति में Teacher Training पर बहुत जोर है, वे अपनी Skills लगातार अपडेट करते रहें, इस पर बहुत जोर है। pic.twitter.com/xBew4k3Efw
— Narendra Modi (@narendramodi) August 7, 2020
National Education Policy- राष्ट्रीय शिक्षा नीति के संदर्भ में आज का ये event बहुत महत्वपूर्ण है।
— PMO India (@PMOIndia) August 7, 2020
इस कॉन्क्लेव से भारत के Education World को National Education Policy- राष्ट्रीय शिक्षा नीति के विभिन्न पहलुओं के बारे में विस्तृत जानकारी मिलेगी: PM @narendramodi
जितनी ज्यादा जानकारी स्पष्ट होगी फिर उतना ही आसान इस राष्ट्रीय शिक्षा नीति का Implementation भी होगा।
— PMO India (@PMOIndia) August 7, 2020
3-4 साल के व्यापक विचार-विमर्श के बाद, लाखों सुझावों पर लंबे मंथन के बाद राष्ट्रीय शिक्षा नीति को स्वीकृत किया गया है: PM @narendramodi
आज देशभर में इसकी व्यापक चर्चा हो रही है।
— PMO India (@PMOIndia) August 7, 2020
अलग-अलग क्षेत्र के लोग, अलग-अलग विचारधाराओं के लोग, अपने views दे रहे हैं, राष्ट्रीय शिक्षा नीति को Review कर रहे हैं।
ये एक Healthy Debate है, ये जितनी ज्यादा होगी, उतना ही लाभ देश की शिक्षा व्यवस्था को मिलेगा: PM @narendramodi
ये भी खुशी की बात है कि राष्ट्रीय शिक्षा नीति आने के बाद देश के किसी भी क्षेत्र से, किसी भी वर्ग से ये बात नहीं उठी कि इसमें किसी तरह का Bias है, या किसी एक ओर झुकी हुई है: PM @narendramodi
— PMO India (@PMOIndia) August 7, 2020
कुछ लोगों के मन में ये सवाल आना स्वभाविक है कि इतना बड़ा Reform कागजों पर तो कर दिया गया, लेकिन इसे जमीन पर कैसे उतारा जाएगा।
— PMO India (@PMOIndia) August 7, 2020
यानि अब सबकी निगाहें इसके Implementation की तरफ हैं: PM @narendramodi
आप सभी राष्ट्रीय शिक्षा नीति के implementation से सीधे तौर पर जुड़े हैं और इसलिए आपकी भूमिका बहुत ज्यादा अहम है।
— PMO India (@PMOIndia) August 7, 2020
जहां तक Political Will की बात है, मैं पूरी तरह कमिटेड हूं, मैं पूरी तरह से आपके साथ हूं: PM @narendramodi
हर देश, अपनी शिक्षा व्यवस्था को अपनी National Values के साथ जोड़ते हुए, अपने National Goals के अनुसार Reform करते हुए चलता है।
— PMO India (@PMOIndia) August 7, 2020
मकसद ये होता है कि देश का Education System, अपनी वर्तमान औऱ आने वाली पीढ़ियों को Future Ready रखे, Future Ready करे: PM @narendramodi
भारत की National Educational Policy- राष्ट्रीय शिक्षा नीति का आधार भी यही सोच है।
— PMO India (@PMOIndia) August 7, 2020
राष्ट्रीय शिक्षा नीति, 21वीं सदी के भारत की, नए भारत की Foundation तैयार करने वाली है: PM @narendramodi
बीते अनेक वर्षों से हमारे Education System में बड़े बदलाव नहीं हुए थे।
— PMO India (@PMOIndia) August 7, 2020
परिणाम ये हुआ कि हमारे समाज में Curiosity और Imagination की Values को प्रमोट करने के बजाय भेड़ चाल को प्रोत्साहन मिलने लगा था: PM @narendramodi
हमारे students में, हमारे युवाओं में Critical और Innovative ability विकसित कैसे हो सकती है, जबतक हमारी शिक्षा में Passion ना हो, Philosophy of Education ना हो, Purpose of Education ना हो: PM @narendramodi
— PMO India (@PMOIndia) August 7, 2020
आज गुरुवर रबीन्द्रनाथ ठाकुर की पुण्यतिथि भी है।
— PMO India (@PMOIndia) August 7, 2020
वो कहते थे - "उच्चतम शिक्षा वो है जो हमें सिर्फ जानकारी ही नहीं देती बल्कि हमारे जीवन को समस्त अस्तित्व के साथ सद्भाव में लाती है।"
निश्चित तौर पर राष्ट्रीय शिक्षा नीति का बृहद लक्ष्य इसी से जुड़ा है: PM @narendramodi
आज मुझे संतोष है कि भारत की नेशनल एजुकेशन पॉलिसी- राष्ट्रीय शिक्षा नीति को बनाते समय, इन सवालों पर गंभीरता से काम किया गया।
— PMO India (@PMOIndia) August 7, 2020
बदलते समय के साथ एक नई विश्व व्यवस्था खड़ी हो रही है।
एक नया Global Standard भी तय हो रहा है: PM @narendramodi
इसके हिसाब से भारत का एजुकेशन सिस्टम खुद में बदलाव करे, ये भी किया जाना बहुत जरूरी था।
— PMO India (@PMOIndia) August 7, 2020
School Curriculum के 10+2 structure से आगे बढ़कर अब 5+3+3+4 curriculum का structure देना, इसी दिशा में एक कदम है: PM @narendramodi
जड़ से जग तक,
— PMO India (@PMOIndia) August 7, 2020
मनुज से मानवता तक,
अतीत से आधुनिकता तक,
सभी बिंदुओं का समावेश करते हुए, इस राष्ट्रीय शिक्षा नीति का स्वरूप तय किया गया है: PM @narendramodi
इस बात में कोई विवाद नहीं है कि बच्चों के घर की बोली और स्कूल में पढ़ाई की भाषा एक ही होने से बच्चों के सीखने की गति बेहतर होती है।
— PMO India (@PMOIndia) August 7, 2020
ये एक बहुत बड़ी वजह है जिसकी वजह से जहां तक संभव हो, 5th class तक, बच्चों को उनकी मातृभाषा में ही पढ़ाने पर सहमति दी गई है: PM @narendramodi
अभी तक जो हमारी शिक्षा व्यवस्था है, उसमें What to Think पर फोकस रहा है।
— PMO India (@PMOIndia) August 7, 2020
जबकि इस शिक्षा नीति में How to think पर बल दिया जा रहा है।
ये मैं इसलिए कह रहा हूं कि आज जिस दौर में हम हैं, वहां Information और Content की कोई कमी नहीं है: PM @narendramodi
अब कोशिश ये है कि बच्चों को सीखने के लिए Inquiry-based, Discovery-based, Discussion based, और analysis based तरीकों पर जोर दिया जाए।
— PMO India (@PMOIndia) August 7, 2020
इससे बच्चों में सीखने की ललक बढ़ेगी और उनके क्लास में उनका Participation भी बढ़ेगा: PM @narendramodi
हर विद्यार्थी को, Student को ये अवसर मिलना ही चाहिए कि वो अपने Passion को Follow करे।
— PMO India (@PMOIndia) August 7, 2020
वो अपनी सुविधा और ज़रूरत के हिसाब से किसी डिग्री या कोर्स को Follow कर सके और अगर उसका मन करे तो वो छोड़ भी सके: PM @narendramodi
Higher education को streams से मुक्त करने, multiple entry और Exit, Credit Bank के पीछे यही सोच है।
— PMO India (@PMOIndia) August 7, 2020
हम उस era की तरफ बढ़ रहे हैं जहां कोई व्यक्ति जीवन भर किसी एक प्रोफेशन में ही नहीं टिका रहेगा।
इसके लिए उसे निरंतर खुद को re-skill और up-skill करते रहना होगा: PM @narendramodi
जब गांवों में जाएंगे, किसान को, श्रमिकों को, मजदूरों को काम करते देखेंगे, तभी तो उनके बारे में जान पाएंगे, उन्हें समझ पाएंगे, उनके श्रम का सम्मान करना सीख पाएंगे।
— PMO India (@PMOIndia) August 7, 2020
इसलिए राष्ट्रीय शिक्षा नीति में student education और Dignity of Labour पर बहुत काम किया गया है: PM @narendramodi
21वीं सदी के भारत से पूरी दुनिया को बहुत अपेक्षाएं हैं।
— PMO India (@PMOIndia) August 7, 2020
भारत का सामर्थ्य है कि कि वो टैलेंट और टेक्नॉलॉजी का समाधान पूरी दुनिया को दे सकता है हमारी इस जिम्मेदारी को भी हमारी Education Policy address करती है: PM @narendramodi
अब टेक्नोलॉजी ने हमें बहुत तेजी से, बहुत अच्छी तरह से, बहुत कम खर्च में, समाज के आखिरी छोर पर खड़े Student तक पहुंचने का माध्यम दिया है।
— PMO India (@PMOIndia) August 7, 2020
हमें इसका ज्यादा से ज्यादा उपयोग करना है: PM @narendramodi
वर्चुअल लैब जैसे कॉन्सेप्ट ऐसे लाखों साथियों तक बेहतर शिक्षा के सपने को ले जाने वाला है, जो पहले ऐसे Subjects पढ़ ही नहीं पाते थे जिसमें Lab Experiment जरूरी हो: PM @narendramodi
— PMO India (@PMOIndia) August 7, 2020
जब Institutions और Infrastructure में भी ये Reforms, Reflect होंगे, तभी राष्ट्रीय शिक्षा नीति को अधिक प्रभावी और त्वरित गति से Implement किया जा सकेगा: PM @narendramodi
— PMO India (@PMOIndia) August 7, 2020
Good-Quality Education का रास्ता इन दोनों मतों के बीच में है।
— PMO India (@PMOIndia) August 7, 2020
जो संस्थान Quality education के लिए ज्यादा काम करे, उसको ज्यादा Freedom से Reward किया जाना चाहिए।
इससे Quality को Encouragement मिलेगा और सबको Grow करने के लिए Incentive भी मिलेगा: PM @narendramodi
शिक्षा व्यवस्था में बदलाव, देश को अच्छे students, अच्छे प्रोफेशनल्स और उत्तम नागरिक देने का बहुत बड़ा माध्यम आप सभी Teachers ही हैं, प्रोफेसर्स ही हैं।
— PMO India (@PMOIndia) August 7, 2020
इसलिए नेशनल एजुकेशन पॉलिसी-राष्ट्रीय शिक्षा नीति में dignity of teachers का भी विशेष ध्यान रखा गया है: PM @narendramodi
एक प्रयास ये भी है कि भारत का जो टेलेंट है, वो भारत में ही रहकर आने वाली पीढ़ियों का विकास करे।
— PMO India (@PMOIndia) August 7, 2020
राष्ट्रीय शिक्षा नीति में teacher training पर बहुत जोर है, वो अपनी skills लगातार अपडेट करते रहें, इस पर बहुत जोर है: PM @narendramodi
नेशनल एजुकेशन पॉलिसी- राष्ट्रीय शिक्षा नीति को अमल में लाने के लिए हम सभी को एकसाथ संकल्पबद्ध होकर काम करना है।
— PMO India (@PMOIndia) August 7, 2020
यहां से Universities, Colleges, School education boards, अलग-अलग States, अलग-अलग Stakeholders के साथ संवाद और समन्वय का नया दौर शुरु होने वाला है: PM @narendramodi
राष्ट्रीय शिक्षा नीति सिर्फ सर्कुलर जारी करके, नोटिफाई करके Implement नहीं होगी।
— PMO India (@PMOIndia) August 7, 2020
इसके लिए मन बनाना होगा, आप सभी को दृढ़ इच्छाशक्ति दिखानी होगी।
भारत के वर्तमान और भविष्य को बनाने के लिए आपके लिए ये कार्य एक महायज्ञ की तरह है: PM @narendramodi