ମହାମହିମ ରାଷ୍ଟ୍ରପତି ମୁସେଭେନୀ,
ସମ୍ମାନୀୟ ପ୍ରତିନିଧି ମଣ୍ଡଳୀ,
ଗଣମାଧ୍ୟମର ବନ୍ଧୁଗଣ,
ଏହା ମୋର ସୌଭାଗ୍ୟ ଯେ ଦୁଇ ଦଶନ୍ଧି ପରେ ଭାରତର ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଦ୍ୱିପାକ୍ଷୀକ ଯାତ୍ରା ପାଇଁ ମୋର ଉଗାଣ୍ଡା ଆସିବାର ହେଲା । ରାଷ୍ଟ୍ରପତି ମୁସେଭେନୀ ହେଉଛନ୍ତି ଭାରତର ବହୁତ ପୁରାତନ ବନ୍ଧୁ । ମୁଁ ମଧ୍ୟ ତାଙ୍କ ସହିତ ଅନେକ ଦିନରୁ ପରିଚିତ । 2007ରେ ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏଠାକୁ ଆସିଥିଲି, ସେ ସମୟର ଯାତ୍ରାର ମଧୁର ସ୍ମୃତି ଆଜି ମଧ୍ୟ ମୋ ମାନସ ପଟରେ ଉଜ୍ଜୀବିତ ରହିଛି ଏବଂ ଆଜି ରାଷ୍ଟ୍ରପତିଙ୍କ ଉଦାର ଶବ୍ଦ, ଏବଂ ଆମର ଆଡମ୍ବରପୂର୍ଣ୍ଣ ସ୍ୱାଗତ-ସତ୍କାର ଏବଂ ସମ୍ମାନ ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ,
ଭାରତ ଏବଂ ଉଗାଣ୍ଡା ମଧ୍ୟରେ ଯୁଗ ଯୁଗ ଧରି ପୁରାତନ ତଥା ଐତିହାସିକ ସଂପର୍କ ଏବେବି ମଜବୁତ ରହିଛି । ଉଗାଣ୍ଡା ସର୍ବଦା ଆମ ହୃଦୟର ଅତି ନିକଟରେ ରହିଛି ଏବଂ ରହିବ ମଧ୍ୟ । ଉଗାଣ୍ଡାର ଅର୍ଥନୈତିକ ପ୍ରଗତି ଏବଂ ରାଷ୍ଟ୍ରୀୟ ବିକାଶର ପ୍ରୟାସରେ ଭାରତ ସର୍ବଦା ସାଙ୍ଗରେ ରହିଆସିଛି । ପ୍ରଶିକ୍ଷଣ, ଦକ୍ଷତା ବିକାଶ, ପ୍ରଯୁକ୍ତି ବିଦ୍ୟା, ଭିତ୍ତିଭୂମି ଆଦି ଆମ ସହଯୋଗର ପ୍ରମୁଖ କ୍ଷେତ୍ର ରହିଆସିଛି । ଭବିଷ୍ୟତରେ ମଧ୍ୟ ଆମେ ଉଗାଣ୍ଡାର ଆବଶ୍ୟକତା ଏବଂ ପ୍ରାଥମିକତା ଅନୁଯାୟୀ ସହଯୋଗ ଜାରି ରଖିବୁ ।
ଉଗାଣ୍ଡାର ଜନସାଧାରଣଙ୍କ ପ୍ରତି ଆମ ବନ୍ଧୁତ୍ୱର ଭାବନା ସ୍ୱରୂପ ଭାରତ ସରକାର ଉଗାଣ୍ଡା କ୍ୟାନସର ଇନଷ୍ଟିଟ୍ୟୁଟ, କାମ୍ପାଲାକୁ ଏକ ଅତ୍ୟାଧୁନିକ କ୍ୟାନସର ଚିକିତ୍ସା ମେସିନ ଉପହାର ଭାବେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ଜାଣି ମୁଁ ଅତ୍ୟନ୍ତ ଖୁସି ଯେ ଏହି ମେସିନ ଆମ ଉଗାଣ୍ଡା ବନ୍ଧୁମାନଙ୍କ ସହିତ ପୂର୍ବ ଆଫ୍ରିକା ଦେଶଗୁଡିକର ବନ୍ଧୁମାନଙ୍କର ଆବଶ୍ୟକତାକୁ ପୂରା କରିପାରିବ । ଉଗାଣ୍ଡାରେ ଶକ୍ତି ଭିତ୍ତିଭୂମିର ଏବଂ କୃଷି ତଥା ଡାଏରୀ କ୍ଷେତ୍ରର ବିକାଶ ପାଇଁ ଆମେ ପ୍ରାୟ 200 ନିୟୁତ ଡଲାରର ଦୁଇସ୍ତରୀୟ ଋଣ ସହାୟତା ପ୍ରସ୍ତାବକୁ ଅନୁମୋଦନ କରିଛୁ । ସାମରିକ ପ୍ରଶିକ୍ଷଣରେ ଆମ ସହଯୋଗର ଲମ୍ବା ଇତିହାସ ରହିଛି । ଆମେ ଏହି ସହଯୋଗକୁ ଆହୁରୀ ଅଧିକ ମଜବୁତ କରିବା ପାଇଁ ପ୍ରସ୍ତୁତ । ଆମେ ଉଗାଣ୍ଡା ସେନା ପାଇଁ ଆହୁରୀ ଅଧିକ ବେସାମରିକ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଯାନବାହନ ଏବଂ ଆମ୍ବୁଲାନ୍ସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛୁ । ବାଣିଜ୍ୟ ଏବଂ ପୁଞ୍ଜି ନିବେଶ କ୍ଷେତ୍ରରେ ଆମ ସଂପର୍କ ଆହୁରି ମଜବୁତ ହେଉଛି । କାଲି ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଦୁଇ ଦେଶର ପ୍ରମୁଖ ବାଣିଜ୍ୟ ନେତୃମଣ୍ଡଳୀଙ୍କ ସହିତ ଆଲୋଚନା କରି ଏହି ସଂପର୍କକୁ ଆହୁରି ଅଧିକ ମଜବୁତ କରିବା ପାଇଁ ସୁଯୋଗ ମୋତେ ମିଳିବ ।
ବନ୍ଧୁଗଣ,
ଉଗାଣ୍ଡାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କ ପ୍ରତି ରାଷ୍ଟ୍ରପତିଙ୍କ ଶ୍ରଦ୍ଧା ପାଇଁ ମୁଁ ତାଙ୍କୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି । ଗୋଟିଏ କଠିନ ସମୟ ପରେ, ରାଷ୍ଟ୍ରପତିଙ୍କ କୁଶଳ ଏବଂ ମଜବୁତ ନେତୃତ୍ୱରେ ଆଜି ଭାରତୀୟ ବଂଶୋଦ୍ଭବ ଉଗାଣ୍ଡାର ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ଭରପୂର ସହଯୋଗ କରୁଛନ୍ତି । ମୁଁ ଅତ୍ୟନ୍ତ ଖୁସି ଯେ ଆଜି ସଂଧ୍ୟାରେ ଭାରତୀୟ ବଂଶୋଦ୍ଭବମାନଙ୍କ ସହିତ ମୋର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜେ ଉପସ୍ଥିତ ରହିବେ । ତାଙ୍କର ଏହି ସ୍ୱତନ୍ତ୍ର ଉପସ୍ଥିତି ପାଇଁ ମୁଁ ଭାରତ ତରଫରୁ ତାଙ୍କୁ ଅଭିନନ୍ଦନ ଜଣାଉଛି । କାଲି ଦିନରେ ମୋତେ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରିବାର ସୌଭାଗ୍ୟ ମଧ୍ୟ ମିଳିବ, ଏହି ସୌଭାଗ୍ୟ ପ୍ରାପ୍ତ କରିଥବା ଭାରତୀୟ ପ୍ରଧାମନ୍ତ୍ରୀଙ୍କ ମଧ୍ୟରେ ମୁଁ ହେଉଛି ପ୍ରଥମ । ଏହି ବିଶେଷ ସମ୍ମାନ ପାଇଁ ମୁଁ ରାଷ୍ଟ୍ରପତିଙ୍କୁ ଏବଂ ଉଗାଣ୍ଡା ସଂସଦକୁ ହୃଦୟର ସହିତ ଜ୍ଞୃତଜ୍ଞତା ଜ୍ଞାପନ କରୁଛି ।
ବନ୍ଧୁଗଣ,
ଭାରତ ଏବଂ ଉଗାଣ୍ଡା, ଦୁଇଟି ହେଉଛି ଯୁବ ପ୍ରଧାନ ଦେଶ । ଦୁଇ ଦେଶର ସରକାରଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାର ଉତ୍ତରଦାୟୀତ୍ୱ ଯୁବଗୋଷ୍ଠିଙ୍କର ରହିଛି ଏବଂ ଏହି ପ୍ରୟାସରେ ଆମେ ପରସ୍ପର ସହିତ ସହଯୋଗ କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରତିଶୃତିବଦ୍ଧ । 125 କୋଟି ଭାରତୀୟଙ୍କ ତରଫରୁ ଉଗାଣ୍ଡାର ଜନସାଧାରଣଙ୍କର ପ୍ରଗତି ଏବଂ ସମୃଦ୍ଧି ପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।
**********
India accords topmost importance to excellent relations with a time-tested partner like Uganda.
— Narendra Modi (@narendramodi) July 24, 2018
My discussions with President @KagutaMuseveni were comprehensive and will take bilateral ties to new heights. https://t.co/z93TOFmNxv pic.twitter.com/iesE9vDxqD
The focus of the talks with President @KagutaMuseveni included sectors such as defence, innovation, investment and tourism. Together, India and Uganda can make a meaningful contribution to humanity. pic.twitter.com/SB2odh9AKY
— Narendra Modi (@narendramodi) July 24, 2018