Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରୋ ଏବଂ ମିଳିତ ଆରବ ଅମୀରତନ୍ତ୍ର (ୟୁ.ଏ.ଇ) ସଂସ୍ଥା ମଧ୍ୟରେ ଏମ୍.ଓ.ୟୁ କୁ କ୍ୟାବିନେଟ ଅନୁମୋଦନ


ଇଣ୍ଡିଆନ ସ୍ପେଶ୍ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ଏବଂ ୟୁନାଇଟେଡ ଆରବ ଏମିରେଟସର ସ୍ପେଶ ଏଜେନ୍ସୀ ମଧ୍ୟରେ ହୋଇଥିବା ବୁଝାମଣା ପତ୍ର ସଂପାଦନ ସଂପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ କ୍ୟାବିନେଟକୁ ଅବଗତ କରାଯାଇଥିଲା ବେଳେ କ୍ୟାବିନେଟ ତାହାକୁ ଅନୁମୋଦନ ଦେଇଛନ୍ତି ।

ଏହି ବୁଝାମଣାପତ୍ର (ଏମ୍.ଓ.ୟୁ) ସଂପାଦନ ଫଳରେ ଅନ୍ତରୀକ୍ଷରେ ନୂତନ ଅଭିଯାନ ଏବଂ ବର୍ହିଃଜଗତକୁ ବ୍ୟବହାର ପ୍ରସଂଗରେ ସହଯୋଗ ବୃଦ୍ଧି ପାଇବ । ଏହି ସଂସ୍ଥାନର ପ୍ରତିନିଧିଙ୍କୁ ନେଇ ଏକ ଯୁଗ୍ମ କାର୍ମିକ ଦଳ ଗଠନ କରାଯିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୧୫ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୟୁ.ଏ.ଇ. ଗସ୍ତବେଳେ ଅନ୍ତରୀକ୍ଷ ସହଯୋଗ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସେହି ବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ନୂଆଦିଲ୍ଲୀଠାରେ ଉଭୟ ଦେଶର ଅର୍ଥନୈତିକ ଓ ବୈଷୟିକ ସହଯୋଗ ଯୁଗ୍ମ କମିଶନ ବୈଠକରେ ଆଲୋଚନା ହୋଇଥିଲା ।

**********