Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସଞ୍ଜୀବନୀ ଆପରେ ୧୦ କୋଟି ଟେଲି ପରାମର୍ଶ ପ୍ରଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସଞ୍ଜୀବନୀ ଆପରେ ୧୦ କୋଟି ଟେଲିପରାମର୍ଶ ପ୍ରଦାନକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୧୦,୦୦,୦୦,୦୦୦ ଟେଲି ପରାମର୍ଶ ଏକ ଉଲ୍ଲେଖନୀୟ ସଫଳତା । ଭାରତରେ ମଜବୁତ ସ୍ୱାସ୍ଥ୍ୟ ଇକୋ-ସିଷ୍ଟମ ଗଢିବାରେ ଅଗ୍ରଣୀ ଭୂମିକା ତୁଲାଇଥିବା ଡାକ୍ତରମାନଙ୍କୁ ସାଧୁବାଦ ଜଣାଉଛି ।”

 

SR