Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇମ୍ଫାଲରେ ସମନ୍ୱିତ ଚେକ ପୋଷ୍ଟ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଇମ୍ଫାଲରେ ସମନ୍ୱିତ ଚେକ ପୋଷ୍ଟ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଇମ୍ଫାଲରେ ସମନ୍ୱିତ ଚେକ ପୋଷ୍ଟ ଓ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇମ୍ଫାଲ ଗସ୍ତ କରିଥିଲେ । ମୋରେ ଠାରେ ଏକ ବିଶାଳ ଜନସଭାରେ ସେ ସମନ୍ୱିତ ଚେକ ପୋଷ୍ଟର ଉଦଘାଟନ କରିଥିଲେ । ସେ ମଧ୍ୟ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପ, ସାଓମ୍ବଙ୍ଗ ଠାରେ ଏଫସିଆଇ ଖାଦ୍ୟ ସଂରକ୍ଷଣ ଗୋଦାମ ଏବଂ ଜଳଯୋଗାଣ ଓ ପର୍ଯ୍ୟଟନ ସହ ଜଡ଼ିତ ପ୍ରକଳ୍ପଗୁଡ଼ିକର ଉଦଘାଟନ କରିଥିଲେ ।

400 କେଭି କ୍ଷମତା ବିଶିଷ୍ଟ ଡବଲ ସର୍କିଟ ସିଲଚର-ଇମ୍ଫାଲ ଲାଇନକୁ ମଧ୍ୟ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

ସେ ଏକ କ୍ରୀଡ଼ା ପ୍ରକଳ୍ପ ପାଇଁ ମଧ୍ୟ ଆଧାରଶିଳା ରଖିଥିଲେ ।

ସମବେତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମଣିପୁରର ବୀର ସ୍ୱାଧୀନତା ସଂଗ୍ରାମୀ ବିଶେଷ କରି ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସେ ସ୍ମରଣ କରାଇଦେଇଥିଲେ ଯେ ଅବିଭାଜିତ ଭାରତର ପ୍ରଥମ ଅନ୍ତରୀଣ ସରକାର ମଣିପୁରର ମୋଇରାଙ୍ଗ ଠାରେ ପ୍ରତିଷ୍ଠା ହୋଇଥିଲା । ଉତ୍ତର ପୂର୍ବାଂଚଳର ଲୋକମାନଙ୍କ ଠାରୁ ଆଜାଦ ହିନ୍ଦ ଫୌଜକୁ ମିଳିଥିବା ସହାୟତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ନୂତନ ଭାରତର ଅଭିବୃଦ୍ଧି କାହାଣୀରେ ମଣିପୁର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ 1500 କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଉଦଘାଟନ କିମ୍ବା ଶିଳାନ୍ୟାସ କରାଯାଇଛି । ସେ କହିଥିଲେ ଏହିସବୁ ପ୍ରକଳ୍ପଗୁଡ଼ିକ ରାଜ୍ୟର ଲୋକମାନଙ୍କ ପାଇଁ “ସହଜ ଜୀବନଧାରଣମାନରେ ଉନ୍ନତି ଆଣିବ

ଗତ ସାଢ଼େ 4 ବର୍ଷରେ ସେ ପ୍ରାୟ 30 ଥର ଉତ୍ତର-ପୂର୍ବାଂଚଳକୁ ଆସିଥିବା ସେ କହିଥିଲେ । ସେ କହିଥିଲେ ଯେ ଉତ୍ତର ପୂର୍ବାଂଚଳରେ ଏବେ ପରିବର୍ତ୍ତନ ଆସିବାରେ ଲାଗିଛି ଏବଂ ଦୀର୍ଘ ଦଶନ୍ଧି ଧରି ପଡ଼ିରହିଥିବା ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଉଛି ।

ସେ କହିଥିଲେ ମୋରେ ଠାରେ ସମନ୍ୱିତ ଚେକ ପୋଷ୍ଟ ନିର୍ମାଣ ହେବା ଫଳରେ ସୀମାଶୁଳ୍କ କ୍ଲିୟରାନ୍ସ, ବିଦେଶୀମୁଦ୍ରା ବିନିମୟ, ଇମିଗ୍ରେସନ କ୍ଲିୟରାନ୍ସ ଆଦିରେ ସହାୟତା ମିଳିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଯେଉଁସବୁ ପ୍ରକଳ୍ପଗୁଡ଼ିକର ଉଦଘାଟନ କରାଯାଉଛି, ସେଥିରୁ ଏହା ପ୍ରମାଣିତ ହେଉଛି ଯେ କେନ୍ଦ୍ର ସରକାର ବିକାଶ ନିମନ୍ତେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ସେ କହିଥିଲେ ଯେ ଦୋଲାଇଥାବି ବ୍ୟାରେଜ ପ୍ରକଳ୍ପର ଯୋଜନା 1987ରେ କରାଯାଇଥିଲା । କିନ୍ତୁ ଏହାର କାମ 2014 ପରେ ତ୍ୱରାନ୍ୱିତ ହୋଇଥିଲା । ଏବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି । ସେ ଆଜି ଉଦଘାଟିତ ହେଉଥିବା ପର୍ଯ୍ୟଟନ ପ୍ରକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ କାର୍ଯ୍ୟାଳୟରେ “ପ୍ରଗତିପ୍ରଣାଳୀ ଅନ୍ତର୍ଗତ ଭିଡିଓ କନଫରେନ୍ସିଂ ଜରିଆରେ ଅଟକି ରହିଥିବା ପ୍ରକଳ୍ପର ଅନୁଧ୍ୟାନ କରାଯାଉଛି । ସେ କହିଥିଲେ ଯେ ପ୍ରଗତି ବୈଠକଗୁଡ଼ିକ ଜରିଆରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 12 ଲକ୍ଷ କୋଟି ଟଙ୍କା ମୂଲ୍ୟର ଅଟକି ରହିଥିବା ପ୍ରକଳ୍ପ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ସମାଧାନ କରାଯାଇଛି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସାଭୋମବୁଙ୍ଗରେ ଭାରତୀୟ ସାଓମ୍ବଙ୍ଗ ଠାରେ ଏଫସିଆଇର ଗୋଦାମ ପାଇଁ ଡିସେମ୍ବର, 2016ରେ କାର୍ଯ୍ୟାରମ୍ଭ କରାଯାଇଥିଲା ଏବଂ ଏହା ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି । ସେ ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ବିଷୟରେ ମଧ୍ୟ ଏପରି ଉଦାହରଣ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଏହା କହିଥିଲେ ଯେ ଉତ୍ତର-ପୂର୍ବାଂଚଳକୁ ଏପରି ଉନ୍ନତ ସଡ଼କ, ରେଳ ଏବଂ ଆକାଶ ମାର୍ଗରେ ଯୋଗାଯୋଗ ପ୍ରଦାନ କରାଯାଉଛି ଯାହା “ଯାତାୟାତଜରିଆରେ ପରିବର୍ତ୍ତର ଦୃଷ୍ଟିକୋଣ ଅନୁରୂପ । ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ସ୍ୱଚ୍ଛତା ଏବଂ ଆକାଂକ୍ଷୀ ଜିଲ୍ଲା ଚନ୍ଦେଲର ବିକାଶ ଭଳି ଅନ୍ୟ କ୍ଷେତ୍ରଗୁଡ଼ିକରେ ହେଉଥିବା ପ୍ରଗତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ମଣିପୁର ମହିଳା ସଶକ୍ତିକରଣ କ୍ଷେତ୍ରରେ ମଧ୍ୟ ଆଗ ଧାଡ଼ିରେ ରହିଛି । ମଣିପୁର ବିଶିଷ୍ଟ କ୍ରୀଡ଼ାବିତ ମେରୀ କମଙ୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତକୁ କ୍ରୀଡ଼ା ମହାଶକ୍ତି କରିବାରେ ଉତ୍ତର-ପୂର୍ବାଂଚଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ କହିଥିଲେ ଯେ ଭାରତରେ ଆଥଲେଟମାନଙ୍କ ଚୟନ ଏବଂ ତାଲିମରେ ପାରଦର୍ଶୀତା ବଜାୟ ରଖାଯାଉଛି, ଯାହା ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ଉନ୍ନତ ପ୍ରଦର୍ଶନ ଦ୍ୱାରା ସ୍ପଷ୍ଟ ହୋଇଛି ।

 

**********