ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନ୍ଦୋର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ବଙ୍ଗାଲୀ ସ୍କୋୟାର-ବିଜୟନଗର-ଭାବରଶାଳା-ଏୟାରପୋର୍ଟ-ପାଟାସିୟା-ବଙ୍ଗାଳୀ ସ୍କୋୟାର ରିଙ୍ଗ ଲାଇନ ସାମିଲ ଅଛି । ଏହି ମାର୍ଗର ମୋଟ ଲମ୍ବ 31.55 କିମି ଅଟେ, ଯାହା ଇନ୍ଦୋରର ସମସ୍ତ ପ୍ରମୁଖ କେନ୍ଦ୍ର ଏବଂ ସହରୀ କ୍ଷେତ୍ରକୁ ଯୋଡ଼ିବ ।
ବିବରଣୀ :
5.ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ 7500.80 କୋଟି ଟଙ୍କା ଏବଂ ଏହାଦ୍ୱାରା ଚାରି ବର୍ଷରେ ସମ୍ପୂର୍ଣ୍ଣ ହୋଇଯିବ ।
ଲାଭ :
ମେଟ୍ରୋ ରେଳ ପ୍ରକଳ୍ପ ଦ୍ୱାରା ଇନ୍ଦୋରର 30 ଲକ୍ଷ ଜନସଂଖ୍ୟାଙ୍କୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଲାଭ ମିଳିବ ଏବଂ ଏହି ମେଟ୍ରୋ ରେଳ କରିଡର ଦ୍ୱାରା ରେଳ ଷ୍ଟେସନ, ବିଆରଡି ଷ୍ଟେସନ, ବସଗୁଡ଼ିକର ଫିଡର ନେଟୱାର୍କ, ଇଂଟରମିଡିଏଟ ପବ୍ଲିକ ଟ୍ରାନ୍ସପୋର୍ଟ ଏବଂ ଅଣ ମୋଟରଚାଳିତ ଯାନବାହନ ଲାଗି ବହୁମଡେଲ ସମନ୍ୱୟ ହୋଇପାରିବ । ଏହି ପ୍ରକଳ୍ପରେ ଯାତ୍ରୀ ଭଡ଼ା ବ୍ୟତୀତ ଭଡ଼ା ଏବଂ ବିଜ୍ଞାପନ, ଟ୍ରାଞ୍ଜିଟ ଆଧାରିତ ବିକାଶ (ଟିଓଡି) ଏବଂ ଟ୍ରାନ୍ସଫର ଡେଭଲପମେଣ୍ଟ ରାଇଟରୁ ଆୟ ହେବ ।
ମେଟ୍ରୋ ରେଳ କରିଡର ଆଖପାଖର ବାସସ୍ଥଳୀ ଅଂଚଳଗୁଡ଼ିକୁ ବହୁତ ଲାଭ ମିଳିବ, କାରଣ ଏଠାକାର ଲୋକମାନେ ଆଖପାଖ ଷ୍ଟେସନ ଠାରୁ ସହରର ବିଭିନ୍ନ ଅଂଚଳରେ ସୁଗମତା ସହିତ ପହଁଚିପାରିବେ । ରିଙ୍ଗ ଲାଇନ ସ୍ମାର୍ଟ ସିଟି ପ୍ରକଳ୍ପ ଅନ୍ତର୍ଗତ ସହରର ଘନ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳ ଏବଂ ନୂତନ ଭାବେ ବିକଶିତ ହେଉଥିବା ଅଞ୍ଚଳଗୁଡ଼ିକ ରେଳ ଷ୍ଟେସନ, ବିମାନ ବନ୍ଦର ଏବଂ ଏବିଡି ସହ ଯୋଡ଼ିହେବ ।
ମେଟ୍ରୋ ରେଳ ଦ୍ୱାରା ସ୍ଥାନୀୟ ଅଂଚଳବାସୀ, ଯାତ୍ରୀ, ଅଫିସରେ କାମ କରୁଥିବା କର୍ମଚାରୀ, ଛାତ୍ରଛାତ୍ରୀ, ଦର୍ଶକ ଏବଂ ପର୍ଯ୍ୟଟକମାନଙ୍କୁ ପରିବେଶ ଅନୁକୂଳ ଏବଂ ନିରନ୍ତର ସର୍ବସାଧାରଣ ଯାତାୟାତର ସମ୍ବଳ ଉପଲବ୍ଧ ହେବ ।
ଅଗ୍ରଗତି :
-ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଲାଗି ମଧ୍ୟପ୍ରଦେଶ ମେଟ୍ରୋ ରେଳ କମ୍ପାନୀ ଲିମିଟେଡ ଗଠନ କରାଯାଇଛି ।
-ଇନ୍ଦୋର ମେଟ୍ରୋ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ଏବଂ ମଧ୍ୟପ୍ରଦେଶ ସରକାର ସମାନ ଆଧାରରେ ଖର୍ଚ୍ଚ ବହନ କରିବ ଏବଂ ଏଥିପାଇଁ ଏସୀୟ ବିକାଶ ବ୍ୟାଙ୍କ ଏବଂ ନ୍ୟୁ ଡେଭଲପମେଣ୍ଟ ବ୍ୟାଙ୍କରୁ ମଧ୍ୟ କିଛି ଋଣ ସଂଗ୍ରହ କରାଯାଇଛି ।
-ମେସର୍ସ ଡିବି ଇଞ୍ଜିନିୟରିଂ ଏଣ୍ଡ କନସଲଟିଂ ଜିଏମବିଏଚକୁ ମେସର୍ସ ଲୁଇ ବର୍ଜର ଏସଏଏଏସ ଏବଂ ମେସର୍ସ ଜିୟୋ ଡାଟା ଇଞ୍ଜିନିୟରିଂ ସହିତ ଇନ୍ଦୋର ମେଟ୍ରୋ ରେଳ ପ୍ରକଳ୍ପର ଜେନେରାଲ କନସଲଟାଣ୍ଟ ଭାବେ ନିଯୁକ୍ତ କରାଯାଇଛି ।
-ପୂର୍ବରୁ ସିଭିଲ କାର୍ଯ୍ୟ ପ୍ୟାକେଜ ଲାଗି ଟେଣ୍ଡର ଆହ୍ୱାନ କରାଯାଇସାରିଛି ଏବଂ ଏହା ଉପରେ ଶୀଘ୍ର କାର୍ଯ୍ୟାରମ୍ଭ ହେବ ।
*********************