ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଏକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ICAI) ଏବଂ ନେସନାଲ ବୋର୍ଡ ଅଫ ଏକାଉଣ୍ଟାଣ୍ଟସ ଏଣ୍ଡ ଅଡିଟର୍ସ (NBAA), ତାଞ୍ଜାନିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (MOU)କୁ ମଞ୍ଜୁରି ଦେଇଛନ୍ତି । ଏହି ଏମଓୟୁ ଅନ୍ତର୍ଗତ ସଦସ୍ୟ ପରିଚାଳନା, ପେସାଦାର ନୈତିକତା, ବୈଷୟିକ ଅନୁସନ୍ଧାନ, ନିରନ୍ତର ପେସାଦାର ବିକାଶ, ପେସାଦାର ଅଡିଟ ପ୍ରଶିକ୍ଷଣ, ଅଡିଟ ଗୁଣବତା ଅନୁଧ୍ୟାନ, ଅଡିଟ ଜ୍ଞାନର ବିକାଶ, ପେସାଦାର ଏବଂ ବୌଦ୍ଧିକ ବିକାଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଢାଞ୍ଚା ପ୍ରତିଷ୍ଠା କରାଯିବ ।
ପ୍ରଭାବ :
ଏହି ଏମଓୟୁ ଆଇସିଏଆଇର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସଂଗଠନର ବ୍ୟାପକ ସ୍ୱାର୍ଥରେ ପାରସ୍ପରିକ ଲାଭକାରୀ ସମ୍ପର୍କର ବିକଶିତ କରିବ । ଏହି ଏମଓୟୁ ଆଇସିଏଆଇ ସଦସ୍ୟମାନଙ୍କୁ ସେମାନଙ୍କ ପେସାଦାର ପରିଧିରେ ବିସ୍ତାର ଲାଗି ସୁଯୋଗ ପ୍ରଦାନ କରିବ । ଏହି ଏମଓୟୁ ଆଇସିଏଆଇ ଏବଂ ଏନବିଏଏ, ତାଞ୍ଜାନିଆ ମଧ୍ୟରେ ସୁଦୃଢ଼ କାର୍ଯ୍ୟ ସମ୍ପର୍କ ପ୍ରତିଷ୍ଠାନ କରିବ ।