ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଦ-ଉଲ-ଫିତର ପାଳନ ଉପଲକ୍ଷେ ତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଅନେକ ସରକାର ଓ ରାଷ୍ଟ୍ରମୁଖ୍ୟଙ୍କ ସହ ପ୍ରତ୍ୟକ୍ଷ ଭାବେ କଥାବାର୍ତ୍ତା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଇଦ-ଉଲ-ଫିତର ଉପଲକ୍ଷେ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସ୍ଵତନ୍ତ୍ର ଦିବସ ସମାଜରେ ଶାନ୍ତି ଓ ସଂପ୍ରୀତିର ଭାବନାକୁ ଆହୁରି ଦୃଢୀଭୂତ କରୁ ।
ମହାନୁଭବ ରାଜା ସଲମାନ, ଆବୁଧାବୀର ମହାନୁଭବ ରାଜକୁମାର, କତାରର ମହାନୁଭବ ଅମିରଙ୍କୁ ମୋର ଶୁଭେଚ୍ଛା ।
ରାଷ୍ଟ୍ରପତି ରୋହାନି, ରାଷ୍ଟ୍ରପତି ଘନି, ପ୍ରଧାନମନ୍ତ୍ରୀ ନୱାଜ ସରିଫ, ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ରାଷ୍ଟ୍ରପତି ୟାମିନଙ୍କ ସହିତ କଥାବାର୍ତ୍ତା ହୋଇ ସେମାନଙ୍କୁ ଇଦ ଅଭିନନ୍ଦନ ଜଣାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
My greetings and best wishes on Eid-ul-Fitr. May this special day deepen the spirit of harmony and peace in society.
— Narendra Modi (@narendramodi) July 6, 2016