ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହୀମ ଜୋକୋ ୱିଡୋଡୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତଳାପ କରିଛନ୍ତି ।
ଉଭୟ ନେତା କୋଭିଡ-19 ମହାମାରୀର ସଂକ୍ରମଣ ବିଷୟରେ ଆଲୋଚନା କରିଥିଲେ । ଇଣ୍ଡୋନେସିଆକୁ ମେଡିକାଲ ସାମଗ୍ରୀ ଯୋଗାଇ ଦେଇଥିବାରୁ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଣ୍ଡୋନେସିଆକୁ ଔଷଧ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ଭାରତ ସମସ୍ତ ପ୍ରଚେଷ୍ଟା କରିବ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ପ୍ରଦାନ କରିଥିଲେ ।
ଉଭୟ ଦେଶରେ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୁଇ ନେତା ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ଉଭୟ ଦେଶର ଟିମ ବରାବର ଯୋଗାଯୋଗରେ ରହି ଏହି ପରିସ୍ଥିତିର ମୁକାବିଲା କରିବେ ବୋଲି ସହମତ ହୋଇଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଇଣ୍ଡୋନେସିଆ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସହଯୋଗୀ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗରେ ବୃଦ୍ଧି କୋଭିଡ-19 ବୈଶ୍ୱିକ ମହାମାରୀର ମୁକାବିଲା କରିବାରେ ସହାୟକ ହେବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ପବିତ୍ର ରମଜାନ ମାସ ଉପଲକ୍ଷେ ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
******************
Discussed COVID-19 pandemic with good friend President @Jokowi. As close maritime neighbours and Compreshensive Strategic Partners, close cooperation between India and Indonesia will be important to deal with the health and economic challenges posed by this crisis.
— Narendra Modi (@narendramodi) April 28, 2020