Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ ଓ ଇଣ୍ଡୋନେସିଆର ମିଳିତ ବିବୃତି

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଭାରତ ଓ ଇଣ୍ଡୋନେସିଆର ମିଳିତ ବିବୃତି


 

 

  • ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣରେ ଇଣ୍ଡୋନେସିଆ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଯୋକୋ ୱିଡୋଡୋ ୨୦୧୬ ଡିସେମ୍ବର ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ଭାରତକୁ ଆନୁଷ୍ଠାନିକ ଯାତ୍ରାରେ ଆସିଛନ୍ତି । ରାଷ୍ଟ୍ରପତି ଯୋକୋ ୱିଡୋଡୋଙ୍କ ଭାରତକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ।
  • ରାଷ୍ଟ୍ରପତି ଯୋକୋ ୱିଡୋଡୋ ୨୦୧୬ ଡିସେମ୍ବର ୧୨ ତାରିଖରେ ରାଷ୍ଟ୍ରପତି ଭବନରେ ଭାରତୀୟ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ପ୍ରଣବ ମୁଖାର୍ଜୀଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଯୋକୋ ୱିଡୋଡୋ ଦ୍ୱିପାକ୍ଷିକ ସମେତ ଉଭୟ ସ୍ୱାର୍ଥଜଡ଼ିତ ଆଂଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଛନ୍ତି । ୨୦୧୫ ନଭେମ୍ବରରେ ଇଣ୍ଡୋନେସିଆ ଯାତ୍ରା କରିଥିବା ଭାରତର ଉପରାଷ୍ଟ୍ରପତି ଏମ୍.ହମିଦ୍ ଅନ୍ସାରୀ ମଧ୍ୟ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ ।
  • ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଯୋକୋ ୱିଡୋଡୋ ଏହା ସ୍ୱୀକାର କରିଛନ୍ତି ଯେ ଭାରତ ଓ ଇଣ୍ଡୋନେସିଆର ଲୋକଙ୍କ ମଧ୍ୟରେ ଗଭୀର ସଭ୍ୟତାମୂଳକ ସମ୍ପର୍କ ସହ ଦୁଇ ସାମୁଦ୍ରିକ ପଡ଼ୋଶୀ । ଏଥିରେ ହିନ୍ଦୁ ଧର୍ମ ସହିତ ବୌଦ୍ଧ ଧର୍ମ ଓ ଇସ୍ଲାମର ମିଳିତ ଐତିହ୍ୟ ସାମିଲ ଅଛି । ଉଭୟ ରାଷ୍ଟ୍ର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ବହୁଳବାଦ, ଗଣତନ୍ତ୍ର ଓ ଆଇନର ଶାସନକୁ ଗୁରୁତ୍ୱକୁ ମୂଲ୍ୟବୋଧ ଭାବେ ରେଖାଙ୍କିତ କରିଛନ୍ତି । ସେମାନେ ଦୁଇ ଦେଶର ରାଜନୀତିକ, ଆର୍ଥିକ ଓ ରଣନୀତିକ ସ୍ୱାର୍ଥରେ ସମାନତାକୁ ସ୍ୱାଗତ କରିଛନ୍ତି ଯାହା ଏକ ଦୀର୍ଘକାଳୀନ ରଣନୀତିକ ଭାଗିଦାରୀ ପାଇଁ ଏକ ସ୍ଥାୟୀ ଆଧାର ପ୍ରଦାନ କରୁଛି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ୨୦୦୫ ନଭେମ୍ବରରେ ଏକ ରଣନୀତିକ ଭାଗିଦାରୀ ସ୍ଥାପନା ପରେ ଦୁଇ ଦେଶର ସମ୍ବନ୍ଧ ଏକ ନୂଆ ଗତି ପ୍ରାପ୍ତ କରିଛି । ଇଣ୍ଡୋନେସିଆର ରାଷ୍ଟ୍ରପତି ୨୦୧୧ରେ ଭାରତ ଗସ୍ତରେ ଥିବା ସମୟରେ ଆଗାମୀ ଦଶକରେ ‘ଭାରତ-ଇଣ୍ଡେ।ନେସିଆ ନୂଆ ରଣନୀତିକ ଭାଗିଦାରୀର ଭବିଷ୍ୟ ଦୃଷ୍ଟିକୁ ପରିଭାଷିତ କରିବା ନିମନ୍ତେ ଏକ ମିଳିତ ବିବୃତି ଓ ୨୦୧୩ ଅକ୍ଟୋବରରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଇଣ୍ଡୋନେସିଆ ଗସ୍ତ ସମୟରେ ସାମରିକ ଭାଗିଦାରୀକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ପଂଚସୂତ୍ରୀ ପଦକ୍ଷେପକୁ ସ୍ୱୀକାର କରାଯିବା ଦ୍ୱାରା ଦୁଇ ଦେଶର ସମ୍ପର୍କ ଏକ ନୂଆ ଦିଗରେ ଅଗ୍ରସର ହୋଇଛି । ଦୁଇ ନେତା ଏସିଆନ୍ ଶିଖର ସମ୍ମିଳନୀ ଅବସରରେ ନାଓ ପି ତାଓରେ ୨୦୧୪ ନଭେମ୍ବର ୧୩ତାରିଖରେ ନିଜର ପ୍ରଥମ ବୈଠକକୁ ମନେ ପକାଇଥିଲେ । ଯେଉଁଥିରେ ସେମାନେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସହଯୋଗର ନିର୍ଦ୍ଦିଷ୍ଟ କ୍ଷେତ୍ର ଉପରେ ଚର୍ଚ୍ଚା ହୋଇଥିଲା ।

ସାମରିକ ଭାଗିଦାରୀ

  • ଇଣ୍ଡୋନେସିଆର ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ବାର୍ଷିକ ଶିଖର ସମ୍ମିଳନୀର ବୈଠକ ଆୟୋଜନ ପାଇଁ ସହମତି ଜଣାଇଛନ୍ତି । ଯେଉଁଥିରେ ବହୁପାକ୍ଷିକ କାର୍ଯ୍ୟକ୍ରମ ମଧ୍ୟ ସାମିଲ ଅଛି । ସେମାନେ ମନ୍ତ୍ରୀସ୍ତରୀୟ ଓ କାର୍ଯ୍ୟକାରୀ ଗୋଷ୍ଠୀ ବ୍ୟବସ୍ଥା ସହିତ ନିୟମିତ ଦ୍ୱିପାକ୍ଷିକ ବିଚାର ବିମର୍ଶ ଜାରି ରଖିବାର ମହତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି ।
  • ୨୦୧୪ ନଭେମ୍ବରରେ ନାୟ ପି ତାଓରେ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଗତ ବୈଠକ ପରେ କୋଇଲା, କୃଷି, ଆତଙ୍କବାଦର ମୁକାବିଲା, ସ୍ୱାସ୍ଥ୍ୟ, ଡ୍ରଗ୍ସ୍, ମାଦକ ପଦାର୍ଥ ଓ ନାରକୋଟିକ୍ସରେ ଅବୈଧ ଚୋରାଚାଲାଣର ମୁକାବିଲା କରିବାକୁ ନେଇ ଗଠିତ ଆଂଚଳିକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ (ୱାର୍କିଂ ଗ୍ରୁପ୍) ଆଧାରରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଛନ୍ତି । ବୈଠକରେ ସମସ୍ତ ପ୍ରସଙ୍ଗରେ ହୋଇଥିବା ସହମତିକୁ କାର୍ଯ୍ୟକାରୀ ନିମନ୍ତେ ଦୁଇ ନେତା ଆଗ୍ରହ ବ୍ୟକ୍ତ କରିଛନ୍ତି ।
  • ଦୁଇ ଗଣତନ୍ତ୍ର ମଧ୍ୟରେ ସଂସଦୀୟ ଆଦାନ-ପ୍ରଦାନର ଗୁରୁତ୍ୱକୁ ଦୁଇ ନେତା ଆଶ୍ୱସ୍ତ କରିବା ସହ ଦୁଇ ସଂସଦ ମଧ୍ୟରେ ପ୍ରତିନିଧିମଣ୍ଡଳର ନିୟମିତ ଗସ୍ତ ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏ ସମ୍ବନ୍ଧରେ ସେମାନେ ୨୦୧୬ ଏପ୍ରିଲରେ ଭାରତ ପକ୍ଷରୁ ଇଣ୍ଡୋନେସିଆ ଯାଇଥିବା ସଂସଦୀୟ ସଦ୍ଭାବନା ପ୍ରତିନିଧିମଣ୍ଡଳ ତଥା ୨୦୧୫ ଅକ୍ଟୋବର ଓ ଡିସେମ୍ବରରେ ଭାରତ ଗସ୍ତରେ ଆସିଥିବା ଇଣ୍ଡୋନେସିଆ ଗଣରାଜ୍ୟର ଜନପ୍ରତିନିଧି ତଥା ଆଂଚଳିକ ପରିଷଦର ସଦସ୍ୟଙ୍କ ଭାରତ ଆସିବାକୁ ପ୍ରଶଂସା କରିଥିଲେ ।
  • ଦୁଇ ନେତା ଭାରତ ଓ ଇଣ୍ଡୋନେସିଆର ବିଶିଷ୍ଟ ଜନ ସମୂହ(ଇପିଜି) ଦ୍ୱାରା ‘ଭିଜନ୍-୨୦୨୫’ ପ୍ରଦାନ କରାଯିବା ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଯାହା ଚଳିତବର୍ଷ ଆରମ୍ଭରୁ ନିଜର କାର୍ଯ୍ୟ ପ୍ରାରମ୍ଭ କରିଛି । ଏହି ଦସ୍ତାବିଜରେ ୨୦୨୫ ମସିହା ଓ ତା’ପରେ ଦ୍ୱିପାକ୍ଷିକ ସମ୍ବନ୍ଧର ଭବିଷ୍ୟତର ରୂପରେଖ ଉପରେ ସୁପାରିସ୍ କରାଯାଇଛି ।
  • ଦୁଇ ନେତା ଇସ୍ରୋ ଦ୍ୱାରା ୨୦୧୫ ସେପ୍ଟମ୍ବରରେ ଏଲ୍ଏପିଏଏନ୍ ଏ୨ ଓ ୨୦୧୬ ଜୁନରେ ଏଲ୍ଏପିଏଏନ୍ ଏ୩ ଉପଗ୍ରହର ପ୍ରକ୍ଷେପଣ କରାଯିବାକୁ ସ୍ୱାଗତ କରିଛନ୍ତି । ସେମାନେ ଏଲଏପିଏଏନ୍ ଓ ଇସ୍ରୋ ଦ୍ୱାରା ବାହ୍ୟ ଅନ୍ତରୀକ୍ଷ ଅନ୍ୱେଷଣ କ୍ଷେତ୍ରରେ ସହଯୋଗ ଉପରେ ଆନ୍ତଃସରକାରୀ ବୁଝାମଣାର ରୂପରେଖକୁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଓ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଏହାର ଉପଯୋଗ ତଥା ଜଳ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା, ଫସଲର ଭବିଷ୍ୟବାଣୀ ଓ ସମ୍ବଳର ମାନଚିତ୍ରର ବୁଝାମଣା ଓ ପ୍ରଶିକ୍ଷଣ କାର୍ଯ୍ୟ ଦୃଷ୍ଟିରୁ ଏକ ପ୍ରାରମ୍ଭିକ ତିଥି ଓ ସଂଯୁକ୍ତ ସମିତିର ବୈଠକ ବୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରକ୍ଷା ଓ ସୁରକ୍ଷା ସହଯୋଗ

  • ରଣନୀତି ଭାଗିଦାରୀ ଓ ସାମୁଦ୍ରିକ ପଡ଼ୋଶୀ ଭାବେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ସୁରକ୍ଷା ଓ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ସମ୍ବନ୍ଧରେ ସେମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓ ମିଳିତ ରକ୍ଷା ସହଯୋଗ ସମିତି(ଜେଡିସିସି)ର ବୈଠକ ମାଧ୍ୟମରେ ପ୍ରାରମ୍ଭିକ ଆୟୋଜନର ସମୀକ୍ଷା କରିବା ଓ ଏକ ଠୋସ୍ ଦ୍ୱିପାକ୍ଷିକ ରକ୍ଷା ସହଯୋଗ ବୁଝାମଣା ପାଇଁ ବର୍ତ୍ତମାନର ‘ରକ୍ଷା କ୍ଷେତ୍ରର ସହଯୋଗ କାର୍ଯ୍ୟ ଉପରେ ବୁଝାମଣା’ ନିମନ୍ତେ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ଦେଶର ସେନା ମଧ୍ୟରେ ୨୦୧୬ ଅଗଷ୍ଟ ଓ ନୌସେନା ମଧ୍ୟରେ ୨୦୧୬ ଜୁନରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିବା ନେଇ ଦୁଇ ନେତା ଉଲ୍ଲେଖ କରିଥିଲେ । ଯାହାର ପରିଣାମସ୍ୱରୂପ ଦୁଇ ସଶସ୍ତ୍ର ବଳ ମଧ୍ୟରେ ରକ୍ଷା ସହଯୋଗ ବୃଦ୍ଧି ଓ ବାୟୁସେନା ଷ୍ଟାଫ ଆଲୋଚନା ଏକ ପ୍ରାରମ୍ଭିକ ତିଥିରେ ଆୟୋଜିତ କରିବା ପାଇଁ ସହମତି ହୋଇଥିଲା । ସେମାନେ ଦୁଇ ଦେଶର ରକ୍ଷା ମନ୍ତ୍ରୀଙ୍କୁ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ସହ ଉପକରଣର ମିଳିତ ଉପକରଣ, ଜ୍ଞାନକୌଶଳ ସହାୟତା ଓ ଦକ୍ଷତା ଗଠନରେ ସହଯୋଗ ପାଇଁ ରକ୍ଷା ଉଦ୍ୟୋଗ ମଧ୍ୟରେ ସହଯୋଗକୁ ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ନେତା ବିଶ୍ୱ ଆତଙ୍କବାଦ ଓ ଅନ୍ୟ ଆନ୍ତର୍ଜାତିକ ଅପରାଧର ଆଶଙ୍କା ଉପରେ ଆଲୋଚନା କରିଥିଲେ । ସାଇବର ଅପରାଧ, ଆତଙ୍କବାଦ, ଆତଙ୍କବାଦକୁ ପାଣ୍ଠିଯୋଗାଣ, ଅର୍ଥ ଠକେଇ(ମନି ଲଣ୍ଡେରିଙ୍ଗ), ମାନବ ଚୋରାଚାଲାଣର ମୁକାବିଲା ପାଇଁ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧିର ସଂକଳ୍ପକୁ ଦୋହରାଇଛନ୍ତି । ଦୁଇ ନେତା ଆତଙ୍କବାଦ ଉପରେ ମିଳିତ ୱାର୍କିଂ ଗ୍ରୁପ୍ର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ନିୟମିତ ସାକ୍ଷାତ-ଆଲୋଚନା ଓ ୨୦୧୫ ଅକ୍ଟୋବରରେ ଆୟୋଜିତ ବୈଠକର ଫଳାଫଳକୁ ଅନୁଧ୍ୟାନ କରିଥିଲେ । ସାଇବର ସୁରକ୍ଷା ସମେତ ପରସ୍ପର ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେମାନେ ଆତଙ୍କବାଦର ମୁକାବିଲା କରିବା, ସ୍ୱାସ୍ଥ୍ୟ, ଡ୍ରଗ୍ସ, ମାଦକ ପଦାର୍ଥ ଓ ନାର୍କୋଟିକ୍ସରେ ବେଆଇନ ଚୋରାଚାଲାଣର ମୁକାବିଲା କରିବାକୁ ନେଇ ଗଠିତ ଆଂଚଳିକ ମିଳିତ ୱାର୍କିଂ ଗ୍ରୁପ୍ ଆଧାରରେ ହୋଇଥିବା ଅଗ୍ରଗତିକୁ ସ୍ୱାଗତ କରିଥିଲେ । ଏ ସମ୍ବନ୍ଧରେ ୨୦୧୬ ଅଗଷ୍ଟରେ ବୈଠକ ହୋଇଥିଲା । ଉଭୟ ପକ୍ଷ ଏହି ଅଂଚଳରେ ସହଯୋଗକୁ ନିବିଡ଼ କରିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
  • ଦୁଇ ନେତା ନୂଆଦିଲ୍ଲୀରେ ‘ବିପର୍ଯ୍ୟୟ ଆଶଙ୍କା ପ୍ରଶମନର ଏସୀୟ ମନ୍ତ୍ରୀସ୍ତରୀୟ ସମ୍ମିଳନୀ’ର ସଫଳ ଆୟୋଜନକୁ ସ୍ୱାଗତ କରିଥିଲେ । ଏହି ଅଂଚଳରେ ସହଯୋଗ ପାଇଁ ସମ୍ଭାବନାକୁ ଚିହ୍ନଟ କରିଛନ୍ତି । ଏହା ସହିତ ନିଜ ସମ୍ବନ୍ଧିତ ପକ୍ଷକୁ ଚୟନ କରି ସଂଯୁକ୍ତ ଅଭ୍ୟାସ ଓ ପ୍ରଶିକ୍ଷଣର ସହଯୋଗ ତଥା ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରତିକ୍ରିୟାଶୀଳ କରାଇବା ନିମନ୍ତେ ଏପ୍ରକାରର କ୍ଷମତାର ବୃଦ୍ଧିକୁ ସଂସ୍ଥାଗତ ରୂପରେ ବିପର୍ଯ୍ୟୟ ପରିଚାଳନାର ସହଯୋଗକୁ ପୁନଜୀର୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
  • ଦୁଇ ନେତା ବିଶ୍ୱ ଓ ନିଜ ନିଜ ଦେଶର ଆଖପାଖ ଅଚଂଳ ପାଇଁ ସାମୁଦ୍ରିକ କ୍ଷେତ୍ରର ମହତ୍ୱ ଉପରେ ରେଖାଙ୍କିତ କରିଥିଲେ । ସେମାନେ ନିଜର ସାମୁଦ୍ରିକ ସହଯୋଗକୁ ନିବିଡ଼ କରିବାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ସମୟରେ ଏକ ସ୍ୱତନ୍ତ୍ର ‘ସାମୁଦ୍ରିକ ସହଯୋଗ ଉପରେ ବିବୃତି’ ଜାରି କରିଥିଲେ । ଏଥିରେ ଏକ ବ୍ୟାପକ କ୍ଷେତ୍ର ସାମିଲ, ଯେଉଁଥିରେ ସାମୁଦ୍ରିକ ସୁରକ୍ଷା, ସାମୁଦ୍ରିକ ଉଦ୍ୟୋଗ, ସାମୁଦ୍ରିକ ନିରାପତ୍ତା ଓ ନେଭିଗେସନ୍ ଏବଂ ଦୁଇ ଦେଶ ଦ୍ୱାରା ଚିହ୍ନିତ ଦ୍ୱିପାକ୍ଷିକ ସହଯୋଗର ଅନ୍ୟ ଏକ କ୍ଷେତ୍ର ସମ୍ମିଳିତ ଅଛି ।
  • ଅବୈଧ, ଅନିୟମିତ ଓ ଅପ୍ରକାଶିତ(ଆଇୟୁୟୁ) ମାଛଧରାକୁ ସମାପ୍ତ କରିବା ପାଇଁ ତତ୍କାଳ ଆବଶ୍ୟକତାକୁ ଜାହିର କରିଛନ୍ତି । ଆଇୟୁୟୁରେ ସ୍ୱାକ୍ଷର କରାଯିବା ଓ ଇଣ୍ଡୋନେସିଆ-ଭାରତ ମଧ୍ୟରେ ସ୍ଥାୟୀ ମତ୍ସ୍ୟ ପ୍ରଶାସନକୁ ପ୍ରୋତ୍ସାହନ ଦେବାକୁ ସ୍ୱାଗତ କରିଛନ୍ତି । ଆନ୍ତର୍ଜାତିକସ୍ତରରେ ସଂଗଠିତ ହେଉଥିବା ମତ୍ସ୍ୟ ଅପରାଧ ଯାହା ବିଶ୍ୱ ପାଇଁ ଏକ କ୍ରମବର୍ଦ୍ଧିଷ୍ଣୁ ଅପରାଧ ପାଲଟିଛି ତାକୁ ଦୁଇ ନେତା ଏକ ସଂଗଠିତ ଅପରାଧର ମାନ୍ୟତା ଦେଇଛନ୍ତି ।

ବ୍ୟାପକ ଆର୍ଥିକ ଭାଗିଦାରୀ

  • ଦୁଇ ନେତା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ବ୍ୟବସାୟ ଓ ନିବେଶ ବୃଦ୍ଧି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଆଶାନୁରୂପ ଉନ୍ମୁକ୍ତ ଓ ସ୍ୱଚ୍ଛ ଆର୍ଥିକ ନୀତି ଢାଂଚାର ଗୁରୁତ୍ୱକୁ ସ୍ୱୀକାର କରିଛନ୍ତି । ଯେଉଁଥିରେ ଉଭୟପଟୁ ବ୍ୟବସାୟ, ନିବେଶ ଓ ଘରୋଇ କ୍ଷେତ୍ର ନେତୃତ୍ୱାଧୀନ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ମିଳୁଛି ।
  • ଦୁଇ ଦେଶର ନେତା ଦ୍ୱିବାର୍ଷିକ ବାଣିଜ୍ୟ ମନ୍ତ୍ରୀଙ୍କ ଫୋରମ୍(ବିଟିଏମ୍ଏଫ୍) ବୈଠକ ଶୀଘ୍ର ଡାକିବାକୁ ଚାହୁଁଛନ୍ତି । ଫୋରମ୍ ବାଣିଜ୍ୟ ଓ ନିବେଶର ପ୍ରତିବନ୍ଧକକୁ ଦୂର କରିବା ଉଦ୍ଦେଶ୍ୟ ସହ ଆର୍ଥିକ ନୀତି ଓ ଆବଶ୍ୟକ ଆଲୋଚନାରେ ସକ୍ଷମ ହେବ ।
  • ପ୍ରଧାନମନ୍ତ୍ରୀ ମୋଦୀ ନିଜ ସରକାର ପକ୍ଷରୁ ଭାରତରେ ପରିବର୍ତ୍ତନ ପାଇଁ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ରାଷ୍ଟ୍ରପତି ୱିଡୋଡୋଙ୍କୁ ଅବଗତ କରିଛନ୍ତି । ଏଥିରେ ‘ମେକ୍ ଇନ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ସ୍ମାର୍ଟ ସିଟି, ଷ୍ଟାର୍ଟ ଅପ୍ ଇଣ୍ଡିଆ ଓ ସ୍ୱଚ୍ଛ ଭାରତ’ ସହ ଅବଗତ କରାଇଛନ୍ତି । ଏହା ସହିତ ଉକ୍ତ ସୁଯୋଗର ଫାଇଦା ଉଠାଇବା ପାଇଁ ଇଣ୍ଡୋନେସିଆ ବ୍ୟବସାୟୀଙ୍କୁ ଆମନ୍ତ୍ରଣ କରିଛନ୍ତି । ରାଷ୍ଟ୍ରପତି ୱିଡୋଡୋ ମଧ୍ୟ ଇଣ୍ଡୋନେସିଆରେ ନିକଟରେ ସୁଧାର ପାଇଁ ନିଆଯାଇଥିବା ପଦକ୍ଷେପ ଓ କାରବାରକୁ ସୁଗମ କରିବା ଦିଗରେ ହୋଇଥିବା ପ୍ରୟାସ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ । ସେ ଭାରତୀୟ କମ୍ପାନୀକୁ ଇଣ୍ଡୋନେସିଆରେ ଔଷଧ ପ୍ରସ୍ତୁତି, ଭିତ୍ତିଭୂମି ଢାଂଚା, ଆଇଟି, ଶକ୍ତି ଓ ବିନିର୍ମାଣ ଉଦ୍ୟୋଗ କ୍ଷେତ୍ରରେ ନିବେଶ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
  • ଭାରତ ଓ ଇଣ୍ଡୋନେସିଆର ପ୍ରମୁଖ ଉଦ୍ୟୋଗପତିଙ୍କ ଫୋରମ୍ ରେ ୨୦୧୬ ଡିସେମ୍ବର ୧୨ତାରିଖରେ ନୂଆଦିଲ୍ଳୀରେ ହୋଇଥିବା ବୈଠକକୁ ଦୁଇ ନେତା ସ୍ୱାଗତ କରି ଏଭଳି ବୈଠକକୁ ନିୟମିତ କରାଯିବାକୁ ପ୍ରୋତ୍ସାହନ ଦେବାକୁ କହିଛନ୍ତି । ଏହା ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ ସହଯୋଗକୁ ଆଗେଇ ନେବାରେ ସହାୟକ ହେବ । ଇଣ୍ଡୋନେସିଆ ଓ ଭାରତର ବଛାବଛା ସିଇଓଙ୍କ ୨୦୧୬ ଡିସେମ୍ବର ୧୩ତାରିଖ ଓ ଦୁଇ ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ଫୋରମ୍ ରେ ୨୦୧୬ ଡିସେମ୍ବର ୧୨ତାରିଖରେ ନୂଆଦିଲ୍ଲୀରେ ହୋଇଥିବା ବୈଠକର ରିପୋର୍ଟ ରାଷ୍ଟ୍ରପତି ଯୋକୋ ୱିଡୋଡୋଙ୍କୁ ପ୍ରଦାନ କରାଯାଇଛି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ଦୁଇ ଦେଶର ଆର୍ଥିକ ବିକାଶ ପାଇଁ ବିଶ୍ୱସନୀୟ, ସ୍ୱଚ୍ଛ ଓ ଶସ୍ତା ଶକ୍ତିର ଆବଶ୍ୟକତା ମହତ୍ୱପୂର୍ଣ୍ଣ । ଏ ଦିଗରେ ନବୀକରଣ ଓ ଅକ୍ଷୟ ଶକ୍ତି ପାଇଁ ୨୦୧୫ ନଭେମ୍ବରରେ କରାଯାଇଥିବା ଚୁକ୍ତିକୁ ସ୍ୱାଗତ କରିଛନ୍ତି । ଏହା ସହିତ ନୂଆ ଓ ଅକ୍ଷୟ ଶକ୍ତି ଉପରେ ଗଠିତ ମିଳିତ ୱାର୍କିଂ ଗ୍ରୁପ୍ର ବୁଝାମଣାକୁ କାର୍ଯ୍ୟକାରିତାକୁ ପ୍ରଶଂସା କରିଛନ୍ତି । ସେମାନେ ଏ ଦିଗରେ ଦ୍ୱିପାକ୍ଷିକ ସ୍ତରର ଠୋସ୍ କାର୍ଯ୍ୟ ଯୋଜନାକୁ ଆଗେଇ ନେବା ପାଇଁ ମିଳିତ ୱାର୍କିଂ ଗ୍ରୁପ୍ର ଶୀଘ୍ର ବୈଠକ ଡାକିବାକୁ କହିଛନ୍ତି ।
  • ରାଷ୍ଟ୍ରପତି ୱିଡୋଡୋ ଅକ୍ଷୟ ଶକ୍ତି ବିଶେଷକରି ଆନ୍ତର୍ଜାତିକ ସୌର ମେଂଟର ସ୍ଥାପନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ୨୦୧୫ ନଭେମ୍ବରରେ କୋଇଲା ଉପରେ ଆୟୋଜିତ ମିଳିତ ୱାର୍କିଂ ଗ୍ରୁପ୍ ବୈଠକର ଫଳାଫଳକୁ ଦୁଇ ନେତା ଉଲ୍ଲେଖ କରିଥିଲେ । ଦୁଇ ନେଶ ମିଳିତ ଆଶା ସହ ଶକ୍ତି ବିକାଶ ପ୍ରଯୁକ୍ତିବିଦ୍ୟା, ନୂଆ ଓ ଅକ୍ଷୟ ଶକ୍ତି ପ୍ରଯୁକ୍ତିବଦ୍ୟାକୁ ପ୍ରୋତ୍ସାହନ ଦେବାରେ ସହଯୋଗ କରିବା ପାଇଁ ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବା ସହ ସମ୍ବନ୍ଧିତ ଜଳବାୟୁ ପରିବର୍ତନର ଲକ୍ଷ୍ୟକୁ ହାସଲ କରିବାରେ ସହମତ ହୋଇଛନ୍ତି ।
  • ଭବିଷ୍ୟତରେ ଶକ୍ତିର ଚାହିଦାକୁ ପୂରଣ କରିବା ଦିଗରେ ଦୁଇ ଦେଶର ନେତା ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗକୁ ନେଇ ଅକ୍ଷୟ ଶକ୍ତି ଏମ୍ଓୟୁ ସ୍ୱାକ୍ଷର ପାଇଁ ପ୍ରୋତ୍ସାହନ କରିଛନ୍ତି । ଏ ଦିଗରେ ସମ୍ପ୍ରସାରଣ ପାଇଁ ମିଳିତ ୱାର୍କିଂ ଗ୍ରୁପ୍ କାର୍ଯ୍ୟ କରୁଛି ।
  • ଦୁଇ ନେତା ସାଧାରଣ ସ୍ୱାସ୍ଥ୍ୟ ଚାଲେଞ୍ଜର ମୁକାବିଲାରେ ନିବିଡ଼ ସହଯୋଗର ମାର୍ଗ ପ୍ରଶସ୍ତ କରିବା ପାଇଁ ସ୍ୱାସ୍ଥ୍ୟ ସହଯୋଗ ଉପରେ ଏମ୍ଓୟୁ ସ୍ୱାକ୍ଷର କରିବା ନିମନ୍ତେ ଉଭୟ ପକ୍ଷକୁ ପ୍ରୋତ୍ସାହନ ମଧ୍ୟ କରିଛନ୍ତି ।
  • ଦୁଇ ଦେଶର ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷାର ମହତ୍ୱକୁ ଦୁଇ ନେତା ରେଖାଙ୍କିତ କରିଛନ୍ତି । ଏହି କ୍ଷେତ୍ରରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଦିଗରେ ମିଳିତ ଭାବେ କାମ କରିବାକୁ ସହମତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚାଉଳ, ଚିନି ଓ ସୋୟାବିନ ଯୋଗାଣ ପାଇଁ ଭାରତ ପ୍ରସ୍ତୁତ ଥିବାର ସୂଚନା ଦେଇଥିଲେ ।
  • ସୂଚନା ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୃଷ୍ଟି ହେଉଥିବା ସୁଯୋଗ ଓ ଚାଲେଞ୍ଜକୁ ସ୍ୱୀକାର କରି ଦୁଇ ନେତା ଉଦ୍ଭାବନ ଓ ଡିଜିଟାଲ ଅର୍ଥବ୍ୟବସ୍ଥାର ସମର୍ଥନ କରିବା ପାଇଁ ସୂଚନା ଓ ସଂଚାର ପ୍ରଯୁକ୍ତିବିଦା କ୍ଷେତ୍ରରେ ସହଯୋଗକୁ ବିକଶିତ କରିବା ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି । ବାଣିଜ୍ୟ,ପର୍ଯ୍ୟଟନ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ସଂଯୋଗର ମହତ୍ୱକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଦୁଇ ନେତା କହିଛନ୍ତି । ସେମାନେ ୨୦୧୬ ଡିସେମ୍ବରରୁ ଜକର୍ତ୍ତା ଓ ମୁମ୍ବାଇ ମଧ୍ୟରେ ଗରୁଡ ଇଣ୍ଡୋନେସିଆର ଉଡ଼ାଣ ଆରମ୍ଭକୁ ସ୍ୱାଗତ କରିଛନ୍ତି । ଭାରତୀୟ ଏୟାରଲାଇନ୍ସ ଦ୍ୱାରା ଇଣ୍ଡୋନେସିଆ ପାଇଁ ଭାରତରୁ ସିଧାସଳଖ ଉଡ଼ାଣକୁ ପ୍ରୋତ୍ସାହିତ କରାଯାଉଛି । ଦୁଇ ଦେଶ ପ୍ରତ୍ୟକ୍ଷ ବନ୍ଦର ଓ ବିମାନ ବନ୍ଦର ପ୍ରକଳ୍ପରେ ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିଛନ୍ତି । ଏଥିରେ ସାର୍ବଜନୀନ-ଘରୋଇ ଭାଗିଦାରୀ ଅବା ଅନ୍ୟ ସବ୍ସିଡି ଯୋଜନା ସାମିଲ ଅଛି ।
  • ଗୁଣାତ୍ମକ ମାନକ ଆଧାରିତ ଦ୍ୱିପାକ୍ଷିକ ସହଯୋଗ ଦୁଇ ଦେଶର ବ୍ୟବସାୟକୁ ସୁବିଧାଜନକ କରିବାରେ ମହତ୍ୱପୂର୍ଣ୍ଣ ହେବ ବୋଲି ଦୁଇ ନେତା ଗୁରୁତ୍ୱ ଦେଇ କହିଛନ୍ତି । ଏ ସମ୍ବନ୍ଧରେ ମାନକକରଣ ସହଯୋଗ ପାଇଁ ଇଣ୍ଡୋନେସିଆ ରାଷ୍ଟ୍ରୀୟ ମାନକକରଣ ଏଜେନ୍ସି(ବିଏସ୍ଏନ୍) ଓ ଭାରତୀୟ ମାନକ ବ୍ୟୁରୋ( ବିଆଇଏସ୍ ) ମଧ୍ୟରେ ଏମ୍ଓୟୁରେ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରୁଛନ୍ତି ।

ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ

  • ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ୨୦୧୫-୨୦୧୮ ଆଧାରରେ କଳା,ସାହିତ୍ୟ,ସଙ୍ଗୀତ, ନୃତ୍ୟ ଓ ପ୍ରତ୍ନତତ୍ତ୍ଵ ମାଧ୍ୟମରେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କକୁ ସ୍ଥାପିତ କରିବା ପାଇଁ ଦୁଇ ନେତା ପ୍ରତିବଦ୍ଧତା ଜାହିର କରିଥିଲେ । ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ଯୁବବର୍ଗଙ୍କ ଉପରେ ଫିଲ୍ମର ପ୍ରଭାବ ଓ ତା’ର ଲୋକପ୍ରିୟତାକୁ ସ୍ୱୀକାର କରି ଦୁଇ ପକ୍ଷ ଫିଲ୍ମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ଏମ୍ଓୟୁକୁ ଚୂଡାନ୍ତ ରୂପ ଦେବାକୁ ସହମତ ହୋଇଛନ୍ତି ।
  • ଭାରତ ଓ ଇଣ୍ଡୋନେସିଆରେ ଯୁବପୀଢ଼ିକୁ ସଶକ୍ତ କରିବା ପାଇଁ ଶିକ୍ଷା ଓ ମାନବ ସମ୍ବଳ ବିକାଶ କ୍ଷେତ୍ରରେ ନିବେଶର ମହତ୍ୱକୁ ଦୁଇ ନେତା ରେଖାଙ୍କିତ କରିଛନ୍ତି । ଦୁଇ ପକ୍ଷ ଅଧ୍ୟାପକ ଆଦାନପ୍ରଦାନ, ଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଡବଲ ଡିଗ୍ରୀ କାର୍ଯ୍ୟକ୍ରମ ପାଇଁ ବିଶ୍ୱବିଦ୍ୟାଳୟସ୍ତରୀୟ ସମ୍ବନ୍ଧକୁ ସଂସ୍ଥାଗତ ରୂପ ଦେବା ଦିଗରେ ସହଯୋଗକୁ ଉଲ୍ଲେଖ କରିଛନ୍ତି । ସେମାନେ ଉଚ୍ଚଶିକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ତୁରନ୍ତ ଏକ ବୁଝାମଣା ପତ୍ର ଉପରେ ଗୁରୁତ୍ୱ ଦେବା ସହ ସମ୍ବନ୍ଧିତ ଅଧିକାରୀମାନଙ୍କୁ ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
  • ଦୁଇ ନେତା ଇଣ୍ଡୋନେସିଆର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ପାଇଁ କେନ୍ଦ୍ର ଖୋଲାଯିବାକୁ ସ୍ୱାଗତ କରିବା ସହ ଭାରତୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଇଣ୍ଡୋନେସୀୟ ଅଧ୍ୟୟନ କେନ୍ଦ୍ର ଖୋଲିବା ଉପରେ ସହମତି ହୋଇଛି ।
  • ଉଭୟ ନେତା ଯୁବ ମାମଲା ଓ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜି ହୋଇଛନ୍ତି । ଏସମ୍ବନ୍ଧରେ ଏମ୍ଓୟୁ ସ୍ୱାକ୍ଷର କରାଯିବାକୁ ସ୍ୱାଗତ କରିଛନ୍ତି ।

ସାଧାରଣ ଚାଲେଞ୍ଜର ମୁକାବିଲାରେ ସହଯୋଗ

  • ଆତଙ୍କବାଦର ସମସ୍ତ ସ୍ୱରୂପକୁ ଦୁଇ ନେତା କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି ତଥା ଆତଙ୍କବାଦୀ ଗତିବିଧିକୁ ନେଇ ‘ଜିରୋ ଟଲେରେନ୍ସ’ ନୀତି ଅର୍ଥାତ୍ ବରଦାସ୍ତ ନକରିବା ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ଆତଙ୍କବାଦ ଓ ହିଂସାତ୍ମକ ଉଗ୍ରବାଦ ବୃଦ୍ଧି ଓ ଏହାର ବିଶ୍ୱସ୍ତରରେ ବ୍ୟାପିବାକୁ ଦୁଇ ନେତା ଚିନ୍ତା ବ୍ୟକ୍ତ କରିଛନ୍ତି । ସେମାନେ ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୧୯୬୭କୁ ଲାଗୁ କରିବା ପାଇଁ ସମସ୍ତ ରାଷ୍ଟ୍ରକୁ ଆହ୍ୱାନ କରିଛନ୍ତି । ସେମାନେ ସମସ୍ତ ଦେଶକୁ ଆତଙ୍କବାଦୀଙ୍କ ସୁରକ୍ଷିତ ଠିକଣାକୁ ମୂଳପୋଛ ଓ ଏହାର ଭିତ୍ତିଭୂମିକୁ ନଷ୍ଟ କରିବା ଦିଗରେ କାମ କରିବା ପାଇଁ ଆହ୍ୱାନ କରିଛନ୍ତି । ଯାହାଫଳରେ ଆତଙ୍କବାଦୀ ନେଟୱାର୍କ ଓ ପାଣ୍ଠି ସଂଗ୍ରହକୁ ସମାପ୍ତ କରାଯାଇପାରିବ । ଏହା ସହିତ ସୀମାପାର ଆତଙ୍କବାଦକୁ ରୋକିବାକୁ ମଧ୍ୟ ଆହ୍ୱାନ କରିଛନ୍ତି । ସେମାନେ ନିଜ ଅଂଚଳରେ ଉତ୍ପନ୍ନ ହେଉଥିବା ରାଷ୍ଟ୍ରୀୟ ଆତଙ୍କବାଦର ମୁକାବିଲା ପାଇଁ ସମସ୍ତ ରାଷ୍ଟ୍ରକୁ ପ୍ରଭାବଶାଳୀ ଅପରାଧିକ ନ୍ୟାୟ ପ୍ରକ୍ରିୟା ସ୍ଥାପିତ କରିବାର ଆବଶ୍ୟକତା ଉପରେ ରେଖାଙ୍କିତ କରିଥିଲେ । ଏହି ସନ୍ଦର୍ଭରେ ଦୁଇ ନେତା ଉଭୟ ପକ୍ଷ ମଧ୍ୟରେ ଅଧିକରୁ ଅଧିକ ଗୁଇନ୍ଦା ସୂଚନାର ଆଦାନପ୍ରଦାନ ମାଧ୍ୟମରେ ସହଯୋଗ ବୃଦ୍ଧିର ଆହ୍ୱାନ କରିଥିଲେ ।
  • ଦୁଇ ନେତା ନୌପରିବହନର ସ୍ୱାଧୀନତାର ସମ୍ମାନ କରିବା ଓ ବିମାନ ଉଡ଼ାଣରେ ନିୟମକୁ ପାଳନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଯାହା ଜାତିସଂଘ ସମ୍ମିଳନୀ ସାମୁଦ୍ରିକ ଚୁକ୍ତିନାମାରେ ବିଶେଷତା ପରିଲକ୍ଷିତ ହେଉଛି । ଏ ସମ୍ବନ୍ଧରେ ସମସ୍ତ ପକ୍ଷ ଶାନ୍ତିପୂର୍ଣ୍ଣ ସାଧନ ମାଧ୍ୟମରେ ବିବାଦର ସମାଧାନ ନିମନ୍ତେ ଦୁଇ ନେତା ଆହ୍ୱାନ କରିଛନ୍ତି । ଯେଉଁଥିରେ ଗତିବିଧି ସଂଚାଳନରେ ଆତ୍ମସଂଯମ ଓ ଏକତରଫା କାର୍ଯ୍ୟାନୁଷ୍ଠାନରୁ ବିରତ ରହିବାକୁ କୁହାଯାଇଛି । ଯାହାଫଳରେ ଅନାବଶ୍ୟକ ଉତ୍ତେଜନାରୁ ଦୂରେଇ ରହିହେବ । ଜାତିସଂଘ ସମ୍ମିଳନୀ ସାମୁଦ୍ରିକ ଚୁକ୍ତିନାମାର ସଦସ୍ୟ ରାଷ୍ଟ୍ର ଭାବେ ଦୁଇ ନେତା ଦୃଢ଼ ଭାବେ କହିଛନ୍ତି ଯେ ସମସ୍ତ ପକ୍ଷକୁ ୟୁଏନ୍ସିଏଲ୍ଓଏସ୍ ପାଇଁ ଅତ୍ୟନ୍ତ ସମ୍ମାନ ପ୍ରଦର୍ଶନ କରିବା ଉଚିତ୍ । ଯାହାଫଳରେ ସମୁଦ୍ର ଓ ମହାସାଗରର ଆନ୍ତର୍ଜାତିକ ଆଇନ ସ୍ଥାପିତ ହୋଇପାରିବ । ଦକ୍ଷିଣ ଚୀନ ସାଗର ସମ୍ପର୍କରେ ଦୁଇ ନେତା ୟୁଏନ୍ସିଏଲ୍ଓଏସ୍ ଅନୁସାରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି ।
  • ଉଭୟ ପକ୍ଷ ବ୍ୟାପକ ଆଂଚଳିକ ଆର୍ଥିକ ଭାଗିଦାରୀକୁ ଆଗେଇ ନେବା ପାଇଁ ଆଲୋଚନାର ଫଳାଫଳର ମହତ୍ୱକୁ ଦୋହରାଇଛନ୍ତି ।
  • ଦୁଇ ନେତା ଜାତିସଂଘ ଓ ଏହାର ପ୍ରମୁଖ ସଂସ୍ଥାରେ ସୁଧାର ପାଇଁ ଚାଲିଥିବା କାର୍ଯ୍ୟକ୍ରମକୁ ନିଜର ସମର୍ଥନ ଦେବାର ଉଦ୍ଦେଶ୍ୟକୁ ଦୋହରାଇଛନ୍ତି । ଯେଉଁଥିରେ ସୁରକ୍ଷା ପରିଷଦରେ ସୁଧାର ସାମିଲ ଅଛି । ଏବେ ବିଶ୍ୱର ଚାଲେଞ୍ଜକୁ ଅଧିକ ପ୍ରଭାବୀ ଢଙ୍ଗରେ ମୁକାବିଲା ପାଇଁ ଜାତିସଂଘକୁ ଅଧିକ ଗଣତାନ୍ତ୍ରିକ, ପାରଦର୍ଶୀ ଓ କୁଶଳ କରାଇବାକୁ ପଡ଼ିବ । ପରିଷଦକୁ ଏଭଳି ଭାବେ ପୁନର୍ଗଠନ କରାଯିବା ଉଚିତ୍ ଯେଉଁଥିରେ ବିକାଶଶୀଳ ରାଷ୍ଟ୍ରକୁ ପର୍ଯ୍ୟାପ୍ତ ଭାବେ ପରିଷଦରେ ସ୍ଥାୟୀ ସଦସ୍ୟତା ମାଧ୍ୟମରେ ପ୍ରତିନିଧିତ୍ୱ ମିଳିପାରିବ । ଉଭୟ ନେତା ଜାତିସଂଘରେ ସୁଧାର ସମ୍ବନ୍ଧିତ ବିଭିନ୍ନ ପ୍ରସଙ୍ଗ ଉପରେ ସହମତି ଜଣାଇଥିଲେ ।
  • ବିଶ୍ୱ ଆର୍ଥିକ ସୁଧାର ଓ ଜଳବାୟୁ ପରିବର୍ତ୍ତନର ଗତିକୁ ଆଗେଇ ନେବାର ମିଳିତ ଚାଲେଞ୍ଜର ଏବେ ଆନ୍ତର୍ଜାତିକ ସମୁଦାୟ ସମ୍ମୁଖୀନ ହୋଇଥିବାକୁ ଦୁଇ ନେତା ଅନୁଭବ କରିଛନ୍ତି । ଆନ୍ତର୍ଜାତିକ ସମୁଦାୟର ପ୍ରମୁଖ ସଦସ୍ୟ ଭାବେ ଦୁଇ ପକ୍ଷ ସହମତି ଜଣାଇଛନ୍ତି ଯେ ଭାରତ ଓ ଇଣ୍ଡୋନେସିଆ ମିଳିତ ଭାବେ ବହୁପାକ୍ଷିକ ମଂଚରେ ଏକାଠି ପ୍ରଭାବୀ ଢଙ୍ଗରେ କାମ କରିବା ଉଚିତ୍ ।
  • ଦୁଇ ନେତା ଗତ ୨୪ବର୍ଷ ମଧ୍ୟରେ ଏସିଆନ୍-ଭାରତ ଆଲୋଚନା ସମ୍ବନ୍ଧରେ ହେଉଥିବା କ୍ରମାଗତ ପ୍ରଗତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏସିଆନ୍-ଭାରତ ଆଲୋଚନା ସମ୍ବନ୍ଧରେ ୨୫ତମ ବାର୍ଷିକୀ ଓ ସାମରିକ ଭାଗିଦାରୀ ୨୦୧୭ର ପଂଚମ ବାର୍ଷିକୀ ପାଳନ ପାଇଁ ଚାଲିଥିବା ପ୍ରସ୍ତୁତିକୁ ସ୍ୱାଗତ କରିଛନ୍ତି । ଏଥିରେ ଭାରତରେ ଅତ୍ୟନ୍ତ ସଫଳ ଶିଖର ସମ୍ମିଳନୀ ସମେତ ମନ୍ତ୍ରିସ୍ତରୀୟ ବୈଠକ, ବ୍ୟାପାର ସମ୍ମିଳନୀ, ସାଂସ୍କୃତିକ ସମାରୋହ ଓ ଅନ୍ୟ ଗତିବିଧି ସାମିଲ ଅଛି । ଯେଉଁଥିରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇପାରିବ । ଉଭୟ ପକ୍ଷ ଏଭଳି ଭାବେ ପୂର୍ବ ଏସିଆ ଶିଖର ସମ୍ମିଳନୀ(ଇଏଏସ୍), ଏସିଆନ୍ ଆଂଚଳିକ ଫୋରମ୍(ଏଆରଏଫ୍) ଓ ଏସୀୟ ରକ୍ଷା ମନ୍ତ୍ରୀଙ୍କ ବୈଠକ(ଏଡିଏମ୍ଏମ୍) ଭାବେ ଏସୀୟ ସମ୍ବନ୍ଧିତ ବ୍ୟବସ୍ଥାରେ ଘନିଷ୍ଠ ସମନ୍ୱୟ ରଖିବାକୁ ସହମତ ହୋଇଛନ୍ତି ।
  • ଦୁଇ ନେତା ସ୍ୱୀକାର କରିଛନ୍ତି ଯେ ଏକ ବଡ଼ ଦେଶ ଭାବେ ଭାରତ ଓ ଇଣ୍ଡୋନେସିଆ ହିନ୍ଦ ମହାସାଗରରେ ନିଜର ସମ୍ପ୍ରସାରଣ କରୁଛନ୍ତି । ଦୁଇ ଦେଶକୁ ହିନ୍ଦ ମହାସାଗର ରିମ୍ ସଂଘ(ଆଇଓଆରଏ) ଓ ସଂଗଠନ ଦ୍ୱାରା ଚିହ୍ନଟ ଆଂଚଳିକ ସହଯୋଗକୁ ବୃଦ୍ଧି ଓ ହିନ୍ଦ ମହାସାଗର ନୌସୈନିକ ସଂଗୋଷ୍ଠୀ(ଆଇଓଏନ୍ଏସ୍)ରେ ଭାଗିଦାରୀ କରିବା ଉଚିତ୍ । ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତାବର୍ଷ ହେବାକୁ ଥିବା ଆଇଓଏନ୍ଏସ୍ ଓ ଆଇଓଆରଏ ସମ୍ମିଳନୀର ନେତତ୍ୱ ନେଉଥିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
  • ଦୁଇ ନେତା ଏହି ଗସ୍ତ ଅବସରରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା କଲେ ତାକୁ ଆଗେଇ ନେବା ପାଇଁ ସହମତ ହୋଇଛନ୍ତି । ଏହା ସହିତ ବୈଠକର ଆୟୋଜନ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ବନ୍ଧକୁ ଆଗେଇ ନେବାକୁ ମଧ୍ୟ ସହମତି ହୋଇଛି । ଏଥିପାଇଁ ୨୦୧୭ ସୁଦ୍ଧା ନିମ୍ନଲିଖିତ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଛି ।

୧- ମନ୍ତ୍ରିସ୍ତରୀୟ ମିଳିତ ଆୟୋଗ ଗଠନ

୨- ପ୍ରତିରକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓ ମିଳିତ ରକ୍ଷା ସହଯୋଗ ସମିତି

୩- ଦ୍ୱିବାର୍ଷିକ ବାଣିଜ୍ୟ ମନ୍ତ୍ରୀଙ୍କ ଫୋରମ୍(ବିଟିଏମ୍ଏଫ୍)

୪- ଶକ୍ତି କ୍ଷେତ୍ରରେ ସହଯୋଗର ରୂପରେଖ ପ୍ରସ୍ତୁତ କରିବା ପାଇଁ ଶକ୍ତି ଫୋରମ୍ ବୈଠକ ଡାକିବାକୁ ପ୍ରସ୍ତୁତି

୫- ସୁରକ୍ଷା ସହଯୋଗ ଉପରେ ଏକ ବ୍ୟାପକ କାର୍ଯ୍ୟଯୋଜନା ବିକଶିତ କରିବା ସାମରିକ ଆଲୋଚନାର ପ୍ରସ୍ତୁତି

ରାଷ୍ଟ୍ରପତି ୱିଡୋଡୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ ଗସ୍ତ ପାଇଁ ନିମନ୍ତ୍ରଣ ଜଣାଇଥିଲେ, ଯାହାକୁ ଭାରତୀୟ ପ୍ରଧାନମନ୍ତ୍ରୀ ଗ୍ରହଣ କରିଛନ୍ତି ।

 

**********