ସର୍ବ ପ୍ରଥମେ ଆପଣ ସମସ୍ତଙ୍କୁ ଏହି ଆୟୋଜନ ପାଇଁ ବହୁତ ବହୁତ ଅଭିନନ୍ଦନ ଓ ଶୁଭକାମନା ।
ଇଣ୍ଡିଆ ଟୁଡେ କନକ୍ଳେଭ(ସମ୍ମେଳନ)ରେ ଯୋଗଦେବା ପାଇଁ ମତେ ପୂର୍ବରୁ ମଧ୍ୟ ସୁଯୋଗ ମିଳିଛି । ମତେ ଜଣାଇ ଦିଆଯାଇଛି ଯେ ଗତକାଲି ଇଣ୍ଡିଆ ଟୁଡେ ଗ୍ରୁପର ଏଡିଟର ଇନ୍ ଚିଫ୍ ମତେ ‘‘ଡିସରପ୍ଟର-ଇନ୍-ଚିଫ୍’’ର ନୂଆ ଉପାଧି ଦେଇଛନ୍ତି । ଦୁଇ ଦିନ ଧରି ଆପଣମାନେ ‘‘ଦି ଗ୍ରେଟ୍ ଡିସରପ୍ସନ’’ ଉପରେ ଆଲୋଚନା କରୁଛନ୍ତି ।
ବନ୍ଧୁଗଣ, ଅନେକ ଦଶକ ପର୍ଯ୍ୟନ୍ତ ଆମେ ତ୍ରୁଟିପୂର୍ଣ୍ଣ ନୀତିଗୁଡିକ ଯୋଗୁଁ ଭୁଲ ଦିଗରେ ଚାଲିଲୁ । ସବୁକିଛି ସରକାର କରିବେ ଏହି ଭାବନା ଅଧିକ ଥିଲା । କିଛି ଦଶକ ପରେ ଭୁଲ ଦୃଷ୍ଟିକୁ ଆସିଲା । ତ୍ରୁଟି ସୁଧାରିବା ପାଇଁ ପ୍ରୟାସ ହେଲା । ଆଉ ଚିନ୍ତା କରିବାର ସୀମା ଖାଲି ଏତିକି ଥିଲା କି ଦୁଇ ଦଶକ ପୂର୍ବର ତ୍ରୁଟି ସୁଧାରିବାର ଗୋଟିଏ ପ୍ରୟାସ ହେଲା ତାକୁ ହିଁ ସଂସ୍କାରର ନାମ ଦିଆଗଲା ।
ଅଧିକାଂଶ ସମୟରେ ଦେଶ ଗୋଟିଏ ପ୍ରକାରର ସରକାର ଦେଖିଛି ଅଥବା ମେଂଟ ସରକାର ଦେଖିଛି । ସେଥିପାଇଁ ଦେଶକୁ ଗୋଟିଏ ପ୍ରକାରର ଚିନ୍ତାଧାରା ଅଥବା କାର୍ଯ୍ୟଧାରା ଦୃଷ୍ଟିକୁ ଆସିଛି ।
ପ୍ରଥମେ ରାଜନୈତିକ ବ୍ୟବସ୍ଥାରୁ ଜନ୍ମ ନେଲା, ନିର୍ବାଚନ ସଂଚାଳନ ଅଥବା ପୁଣି ଅମଲାତାନ୍ତ୍ରିକ କଠୋର ରୂପରେଖ ଉପରେ ଆଧାରିତ ଥିଲା । ସରକାର ଚଳାଇବାର ଏହି ଦୁଇ ବ୍ୟବସ୍ଥା ଥିଲା ଆଉ ସରକାରଙ୍କର ଆକଳନ ମଧ୍ୟ ଏହି ଆଧାରରେ ହେଉଥିଲା ।
ଆମକୁ ସ୍ୱୀକାର କରିବାକୁ ପଡିବ 200ବର୍ଷର ଟେକ୍ନୋଲଜି ଯେତେ ବଦଳିଛି, ସେଥିରୁ ଅଧିକ ବିଗତ 20 ବର୍ଷରେ ବଦଳିଛି ।
ସ୍ୱୀକାର କରିବାକୁ ପଡିବ ଯେ, 30 ବର୍ଷ ପୂର୍ବର ଯୁବକ ଏବଂ ଆଜିର ଯୁବକର ଆକାଂକ୍ଷା ମଧ୍ୟରେ ବହୁତ ପ୍ରଭେଦ ରହିଛି ।
ସ୍ୱୀକାର କରିବାକୁ ପଡିବ ଯେ, ଦ୍ୱି-ଧ୍ରୁବୀୟ ବିଶ୍ୱ ଏବଂ ଆନ୍ତଃ ନିର୍ଭରଶୀଳ ଦୁନିଆର ସମସ୍ତ ଆକଳନ ବଦଳି ଯାଇଛି ।
ସ୍ୱାଧୀନତା ଆନ୍ଦୋଳନ ସମୟକୁ ଦେଖିବା ତ ସେଥିରେ ବ୍ୟକ୍ତିଗତ ଆକାଂକ୍ଷା ଅପେକ୍ଷା ଜାତୀୟ ଆକାଂକ୍ଷା ଅଧିକ ଥିଲା । ତାହାର ତୀବ୍ରତା ଏତେ ଥିଲା କି ଦେଶକୁ ହଜାର ହଜାର ବର୍ଷର ପରାଧୀନତାରୁ ଉନ୍ମୁକ୍ତ କରିଦେଲା । ଏବେ ସମୟର ଆବଶ୍ୟକତା ହେଉଛି କି – ସ୍ୱାଧୀନତା ଆନ୍ଦୋଳନ ଭଳି ବିକାଶର ଆନ୍ଦୋଳନ-ଯାହା ବ୍ୟକ୍ତିଗତ ଆକାଂକ୍ଷାକୁ ସାମୁହିକ ଆକାଂକ୍ଷାରେ ବିସ୍ତାର କରିବ ଏବଂ ସାମୁହିକ ଆକାଂକ୍ଷା ଅନୁଯାୟୀ ଦେଶର ସର୍ବାଙ୍ଗିନ ବିକାଶ ହେବ ।
ଏହି ସରକାର ଏକ ଭାରତ-ଶ୍ରେଷ୍ଠ ଭାରତର ସ୍ୱପ୍ନ ନେଇ ଚାଲିଛି । ସମସ୍ୟା ଗୁଡିକୁ ଦେଖିବାର ଉପାୟ କିଭଳି ହେବ, ତା’ ଉପରେ ଅଲଗା ଦୃଷ୍ଟିକୋଣ ରହିଥାଏ । ବହୁତ ବର୍ଷ ପର୍ଯ୍ୟନ୍ତ ଦେଶରେ ଇଂରାଜୀ-ହିନ୍ଦୀ ଉପରେ ସଂଘର୍ଷ ଚାଲୁ ରହିଥିଲା । ହିନ୍ଦୁସ୍ଥାନର ସବୁ ଭାଷା ହେଉଛି ଆମର ସଂପଦ । ଏହା ଧ୍ୟାନ ଦିଆଯାଇଥିଲା ଯେ ସବୁ ଭାଷା କିଭଳି ଏକତାର ସୂତ୍ରରେ ବନ୍ଧାଯାଇ ପାରିବ । ଏକ ଭାରତ-ଶେଷ୍ଠ ଭାରତ କାର୍ଯ୍ୟକ୍ରମରେ ଦୁଇ-ଦୁଇଟି ରାଜ୍ୟକୁ ଯୋଡି ଦିଆଗଲା ଏବଂ ଏବେ ରାଜ୍ୟ ଗୁଡିକ ଗୋଟିଏ ଅନ୍ୟଟିର ସାଂସ୍କୃତିକ ବିବିଧତା ବିଷୟରେ ଜାଣୁଛନ୍ତି ।
ଅର୍ଥାତ ଜିନିଷ ସବୁ ବଦଳୁଛି ଏବଂ ଉପାୟ ହେଉଛି ଅଲଗା ଅଲଗା । ଏଥିପାଇଁ ଆପଣଙ୍କର ଏହି ଶବ୍ଦ ଏକଥା ଗୁଡିକ ପାଇଁ ଛୋଟ ହୋଇଯାଉଛି । ଏହା ବ୍ୟବସ୍ଥା ଗୁଡିକୁ ଧ୍ୱସଂ କରୁଥିବା ବିଚାରଧାରା ନୁହେଁ । ଏହାର କାୟାକଳ୍ପ ଏଭଳି ଯାହା ଦ୍ୱାରା ଏହି ଦେଶର ଆତ୍ମା ଅକ୍ଷୁର୍ଣ୍ଣ ରହିବ, ବ୍ୟବସ୍ଥାଗୁଡିକ ସମୟାନୁକୂଳ ହୋଇ ଚାଲିବ । ଏହା ଏକବିଂଶ ଶତାବ୍ଦୀର ଜନସମୁହର ଇଚ୍ଛା । ଏଥିପାଇଁ ‘‘ଡିସରପ୍ଟର-ଇନ୍-ଚିଫ୍’’ ଯଦି କିଏ ଅଟେ ତ ସେ ହେଉଛନ୍ତି ଦେଶର ଶହେ ପଚିଶ କୋଟି ହିନ୍ଦୁସ୍ଥାନୀ । ଯିଏ ହିନ୍ଦୁସ୍ଥାନର ଜନମାନସରେ ଯୋଡି ହୋଇ ରହିଛି ସେ ଭଲଭାବରେ ବୁଝିଯିବ ଯେ ଡିସରପ୍ଟର କିଏ ।
ଚିରାଚରିତ ବିଚାରଧାରା, କଥାଗୁଡିକୁ ଏବେ ମଧ୍ୟ ପୂର୍ବ ଉପାୟରେ ଦେଖିବାର ଦୃଷ୍ଟିଭଙ୍ଗୀ ଏଭଳି ଅଛି ଯେ କିଛି ଲୋକଙ୍କୁ ଏବେବି ଲାଗୁଛି କ୍ଷମତାର ବାଟ ଦେଇ ହିଁ ଦୁନିଆ ବଦଳେ । ଏଭଳି ଭାବିବା ଭୁଲ ।
ଆମେ ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ସମନ୍ୱିତ ଚିନ୍ତାଧାରାକୁ ସରକାରଙ୍କର କାର୍ଯ୍ୟ-ସଂସ୍କୃତି ସହିତ ଯୋଡିଛୁ । କାମ କରିବାର ଏଭଳି ବ୍ୟବସ୍ଥା ଯେଉଁଠି ସ୍ୱଚ୍ଛତା ରହୁ, ପ୍ରକ୍ରିୟାଗୁଡିକୁ ନାଗରିକ ଅନୁକୂଳ ଏବଂ ବିକାଶ ଅନୁକୂଳ କରାଯାଉ, କାର୍ଯ୍ୟଦକ୍ଷତା ଆଣିବା ପାଇଁ ପ୍ରକ୍ରିୟାଗୁଡିକୁ ପୁନଃ ଯାନ୍ତ୍ରୀକରଣ କରାଯାଉ । ବନ୍ଧୁଗଣ, ଆଜି ଭାରତ ଦୁନିଆର ଦ୍ରୁତ ବିକଶିତ ଅର୍ଥ ବ୍ୟବସ୍ଥାଗୁଡିକ ମଧ୍ୟରୁ ଗୋଟିଏ । ବିଶ୍ୱ ନିବେଶ ରିପୋର୍ଟରେ ଭାରତକୁ ଦୁନିଆର ଶ୍ରେଷ୍ଠ ତିନୋଟି ଭବିଷ୍ୟତ ଆୟୋଜକ ଅର୍ଥ ବ୍ୟବସ୍ଥା ମଧ୍ୟରେ ପରିଗଣିତ କରିଛି । 2015-16 ବର୍ଷରେ 55 ବିଲିୟନ ଡଲାରରୁ ଅଧିକ ରେକର୍ଡ ନିବେଶ ହୋଇଛି । ଦୁଇ ବର୍ଷରେ ବିଶ୍ୱ ଅର୍ଥନୈତିକ ଫୋରମର ବିଶ୍ୱ ପ୍ରତିଯୋଗିତାମୂଳକ ସୂଚକାଙ୍କରେ ଭାରତ 32ଟି ସ୍ଥାନ ଉର୍ଦ୍ଧ୍ଵକୁ ଉଠିଛି ।
ମେକ୍ ଇନ୍ ଇଣ୍ଡିଆ ଆଜି ଭାରତର ସବୁଠାରୁ ବଡ ଶୁଭାରମ୍ଭ ହୋଇପାରିଛି । ଆଜି ଭାରତ ହେଉଛି ଦୁନିଆର ଷଷ୍ଠ ସର୍ବବୃହତ ବିନିର୍ମାଣ ଦେଶ ।
ବନ୍ଧୁଗଣ, ଏ ସରକାର ସଂଘୀୟ ଭାଗିଦାରୀ ଉପରେ ଗୁରୁତ୍ୱ ଦେଉଛି । GST ବା ବସ୍ତୁ ଓ ସେବା କର ଆଜି ଯେଉଁ ପର୍ଯ୍ୟନ୍ତ ପହଂଚିଛି, ତାହା ହେଉଛି ସୁବିଚାରକ୍ଷମ ଗଣତନ୍ତ୍ରର ପରିଣାମ ଯେଉଁଥିରେ ସବୁ ରାଜ୍ୟ ସହିତ ଆଲୋଚନା ହେଲା । ଜିଏସଟି ଉପରେ ସହମତି ହେବା ଏକ ମହତ୍ୱପୂର୍ଣ୍ଣ ପରିଣାମ ଅଟେ କିନ୍ତୁ ଏହାର ପ୍ରକ୍ରିୟା ମଧ୍ୟ ହେଉଛି ସେତିକି ମହତ୍ୱପୂର୍ଣ୍ଣ ।
ଏହା ଏଭଳି ନିର୍ଣ୍ଣୟ ହୋଇଛି ଯାହା ସହମତିରେ ହୋଇଛି । ସମସ୍ତ ରାଜ୍ୟଗୁଡିକ ମିଳିମିଶି ଏହାର ସ୍ଵତ୍ତ୍ଵାଧିକାର ନେଇଛନ୍ତି । ଆପଣଙ୍କ ଦୃଷ୍ଟିଭଙ୍ଗୀରେ ଏହା ବିଘଟନକାରୀ ହୋଇପାରେ, କିନ୍ତୁ ଜିଏସଟି ବାସ୍ତବିକ ସଂଘୀୟ ଢାଞ୍ଚାକୁ ନୂତନ ଶିଖରରେ ପହଂଚାଇବାର ପ୍ରମାଣ ଅଟେ ।
ସମସ୍ତଙ୍କ ସହିତ-ସମସ୍ତଙ୍କର ବିକାଶ କେବଳ ମାତ୍ର ସ୍ଳୋଗାନ ନୁହେଁ, ଏହାକୁ କରି ଦେଖାଇ ଦିଆଯାଉଛି ।
ବନ୍ଧୁଗଣ, ଆମ ଦେଶରେ ବହୁ ବର୍ଷ ହେବ ଗ୍ରହଣ କରି ନିଆଯାଇଥିଲା ଯେ ଶ୍ରମ ଆଇନ ବିକାଶରେ ବାଧକ ସାଜିଛି । ଅନ୍ୟପକ୍ଷରେ ଏହା ମଧ୍ୟ ଧରି ନିଆ ଯାଇଥିଲା ଯେ ଶ୍ରମ ଆଇନରେ ସୁଧାର ଆଣିଲାବାଲା ହେଉଛନ୍ତି ଶ୍ରମିକ ବିରୋଧୀ । ଧରି ନିଅନ୍ତୁ ଦୁଇଟିଯାକ ଅତ୍ୟନ୍ତ ଗମ୍ଭୀର ସ୍ଥିତି ।
କେବେ ଏହା ଚିନ୍ତା କରାଯାଉ ନଥିଲା କି ନିଯୁକ୍ତିଦାତା, କର୍ମଚାରୀ ଏବଂ ଆକାଂକ୍ଷା ଏହି ତିନୋଟିକୁ ଏକ ସାମଗ୍ରିକ ଦୃଷ୍ଟିକୋଣ ଭାବେ ନେଇ ଆଗକୁ ବଢନ୍ତୁ ।
ଦେଶରେ ଅଲଗା-ଅଲଗା ଶ୍ରମ ଆଇନକୁ ପାଳନ କରିବା ପାଇଁ ପ୍ରଥମେ ନିଯୁକ୍ତିଦାତାଙ୍କୁ 56 ଟି ଭିନ୍ନ ଭିନ୍ନ ରେଜିଷ୍ଟରରେ ତଥ୍ୟ ପୂରଣ କରିବାକୁ ପଡୁଥିଲା । ଗୋଟିଏ ତଥ୍ୟକୁ ବାରମ୍ବାର ଭିନ୍ନ ଭିନ୍ନ ରେଜିଷ୍ଟରରେ ପୂରଣ କରିବାକୁ ପଡୁଥିଲା । ଏବେ ଗତ ମାସରେ ସରକାର ବିଜ୍ଞପ୍ତି ଜାରି କରିଛନ୍ତି ଯେ ନିଯୁକ୍ତିଦାତାଙ୍କୁ ଶ୍ରମ ଆଇନ ପାଳନ ପୂର୍ବକ 56 ଟି ନୁହେଁ ମାତ୍ର 5ଟି ରେଜିଷ୍ଟର ପ୍ରସ୍ତୁତ କରି ରଖିବାକୁ ହେବ । ଏହା ବ୍ୟବସାୟକୁ ସହଜ କରିବା ସହିତ ଉଦ୍ୟମୀମାନଙ୍କ ପାଇଁ ବଡ଼ ସହାୟକ ହେବ ।
ଯେତେବେଳେ ବଜାରର ସଂପ୍ରସାରଣ ଉପରେ ମଧ୍ୟ ସରକାରରଙ୍କର ସଂପୂର୍ଣ୍ଣ ଧ୍ୟାନ ଥିଲା । ସାର୍ବଜନିକ କ୍ଷେତ୍ର, ଘରୋଇ କ୍ଷେତ୍ର ସହିତ ବ୍ୟକ୍ତିଗତ କ୍ଷେତ୍ର ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।
ମୁଦ୍ରା ଯୋଜନା ମାଧ୍ୟମରେ ଯୁବକମାନଙ୍କୁ ବିନା ବ୍ୟାଙ୍କ ଗ୍ୟାରେଂଟିରେ ଋଣ ଦିଆଯାଉଛି । ବିଗତ ଅଢେଇ ବର୍ଷ ମଧ୍ୟରେ ଛଅ କୋଟିରୁ ଅଧିକ ଲୋକଙ୍କୁ ମୁଦ୍ରା ଯୋଜନା ମାଧ୍ୟମରେ ତିନି ଲକ୍ଷ କୋଟିରୁ ଅଧିକ ଟଙ୍କାର ଋଣ ଦିଆଯାଇଛି ।
ସାଧାରଣ ଦୋକାନ ଓ ସଂସ୍ଥାଗୁଡିକ ବର୍ଷର 365 ଦିନ ଖୋଲା ରହିବ ସେ ସଂପର୍କରେ ମଧ୍ୟ ରାଜ୍ୟଗୁଡିକୁ ପରାମର୍ଶ ଦିଆଯାଇଛି ।
ପ୍ରଥମଥର ପାଇଁ କୌଶଳ ବିକାଶ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇ ଏହା ଉପରେ ସମ୍ପୁର୍ଣ୍ଣ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ରୋଜଗାର ପ୍ରୋତ୍ସାହନ ଯୋଜନା ଏବଂ ଆୟକରରେ ରିହାତି ମାଧ୍ୟମରେ ସାଧାରଣ ନିଯୁକ୍ତିକୁ ପ୍ରୋତ୍ସାହନ ଦିଆଯାଉଛି ।
ଏହିପରି ଭାବେ ଆପ୍ରେଂଟିସିପ୍ ଆଇନରେ ସଂସ୍କାର ଆଣି ଆପ୍ରେଂଟିସଙ୍କ ସଂଖ୍ୟା ବଢାଯାଇଛି ଏବଂ ଆପ୍ରେଂଟିସିପ ବେଳେ ଦିଆଯାଉଥିବା ଭତ୍ତାକୁ ବୃଦ୍ଧି କରାଯାଇଛି ।
ସାଥୀମାନେ, ସରକାରଙ୍କର ଶକ୍ତିଠାରୁ ଜନଶକ୍ତି ହେଉଛି ଅଧିକ ମହତ୍ୱପୂର୍ଣ୍ଣ । ଇଣ୍ଡିଆ ଟୁଡେ ସମ୍ମେଳନ ମଂଚରେ ମୁଁ ଆଗରୁ ମଧ୍ୟ କହିଥିଲି ଯେ, ଦେଶର ଲୋକଙ୍କୁ ନ ଯୋଡି ଏତେବଡ ଦେଶକୁ ଚଳାଇବା ସମ୍ଭବ ନୁହେଁ । ଦେଶର ଜନଶକ୍ତିକୁ ସାଙ୍ଗରେ ନ ନେଇ ଆଗକୁ ବଢିବା ସମ୍ଭବ ନୁହେଁ । ଦିପାବଳୀ ପରେ କଳାଧନ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ପରେ ଆପଣ ସମସ୍ତେ ଜନଶକ୍ତିର ଏଭଳି ଉଦାହାରଣ ଦେଖିଲେ ଯାହା ଯୁଦ୍ଧ ସମୟରେ ଅଥବା ସଂକଟ ସମୟରେ ହିଁ ଦେଖାଯାଏ ।
ଏହି ଜନଶକ୍ତି ଏଥିପାଇଁ ଏକଜୁଟ ହେଉଛି କାରଣ ଲୋକ ନିଜ ଦେଶ ଭିତରେ ବ୍ୟାପିଥିବା କୁ-କାର୍ଯ୍ୟଗୁଡିକୁ ଶେଷ କରିବାକୁ ଚାହୁଁଛନ୍ତି । ଦୁର୍ବଳତାକୁ ହରାଇ ଆଗକୁ ବଢିବାକୁ ଚାହୁଁଛନ୍ତି, ଏକ ନୂତନ ଭାରତ ତିଆରି କରିବାକୁ ଚାହୁଁଛନ୍ତି ।
ଆଜି ଯଦି ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଦେଶରେ 4କୋଟିରୁ ଅଧିକ ଶୌଚାଳୟ ତିଆରି ହୋଇଛି, 100ରୁ ଅଧିକ ଜିଲ୍ଲା ଖୋଲା ମଳତ୍ୟାଗ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହୋଇଛି ତ ଏହା ଏହି ଜନଶକ୍ତିର ଏକଜୁଟ ହେବାର ଅନ୍ୟ ଏକ ପ୍ରମାଣ ।
ଯଦି ଏକ କୋଟିରୁ ଅଧିକ ଲୋକ ଗ୍ୟାସ ରିହାତିର ସୁବିଧା ନେବା ପାଇଁ ନିଜେ ମନାକରି ଦିଅନ୍ତି ତ ଏହା ଏହି ଜନଶକ୍ତିର ଏକ ଉଦାହରଣ ।
ଏଣୁ ଆବଶ୍ୟକ ହେଉଛି ଜନତାଙ୍କ ଭାବନାଗୁଡିକୁ ସମ୍ମାନ ଦିଆଯାଉ ଏବଂ ଜନତାଙ୍କର ଆକାଂକ୍ଷା ଗୁଡିକୁ ବୁଝି ଦେଶ ହିତରେ ନିର୍ଣ୍ଣୟ କରାଯାଉ ଏବଂ ସେଗୁଡିକୁ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରାଯାଉ ।
ଯେତେବେଳେ ସରକାର ଜନଧନ ଯୋଜନା ଆରମ୍ଭ କରିଥିଲେ କହିଥିଲେ ଯେ ଦେଶର ଗରିବମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଯୋଡାଯାଉ । ଏହି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା 27 କୋଟି ଗରିବମାନଙ୍କର ବ୍ୟାଙ୍କ ଖାତା ଖୋଲା ଯାଇଛି ।
ଏହିଭଳି ସରକାର ଲକ୍ଷ୍ୟ ରଖିଛନ୍ତି କି ତିନି ବର୍ଷରେ ଦେଶର 5କୋଟି ଗରିବଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦେବେ । ମାତ୍ର 10 ମାସରେ ହିଁ ଦୁଇ କୋଟି ଗରିବଙ୍କୁ ଗ୍ୟାସ୍ ସଂଯୋଗ ଦିଆଯାଇ ସାରିଛି ।
ସରକାର କହିଥିଲେ କି ଏକ ହଜାର ଦିନରେ 18 ହଜାର ଗାଁ ପର୍ଯ୍ୟନ୍ତ ବିଜୁଳି ପହଂଚାଇବେ, ଯେଉଁଠାରେ ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ବିଜୁଳି ପହଂଚି ନାହିଁ । ପ୍ରାୟ 650 ଦିନରେ ହିଁ 12ହଜାରରୁ ଅଧିକ ଗାଁ ପର୍ଯ୍ୟନ୍ତ ବିଜୁଳି ପହଂଚା ଯାଇ ପାରିଛି ।
ଯେଉଁଠାରେ ନିୟମ-କାନୁନ ବଦଳାଇବାର ଆବଶ୍ୟକତା ଥିଲା, ସେଠାରେ ବଦଳା ଯାଇଛି ଏବଂ ଯେଉଁଠାରେ ସମାପ୍ତ କରିବାର ଆବଶ୍ୟକତା ଥିଲା, ସେଠାରେ ସମାପ୍ତ କରି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା 1100 ରୁ ଅଧିକ ପୁରୁଣା ଆଇନକୁ ଶେଷ କରି ଦିଆଯାଇଛି ।
ସାଥୀମାନେ, ବର୍ଷ ବର୍ଷ ଧରି ଦେଶରେ ବଜେଟ ସଂଧ୍ୟା 5 ଟାରେ ଉପସ୍ଥାପିତ ହେଉଥିଲା । ଏହି ବ୍ୟବସ୍ଥାକୁ ଇଂରେଜମାନେ ତିଆରି କରିଥିଲେ କାରଣ ଭାରତରେ ସଂଧ୍ୟା 5ଟା ହିସାବରେ ବ୍ରିଟେନରେ ପୂର୍ବାହ୍ନ ସାଢେ ଏଗାର ହୋଇଥାଏ । ଅଟଳଜୀ ଏଥିରେ ପରିବର୍ତ୍ତନ କରିଥିଲେ ।
ଏବର୍ଷ ଆପଣ ଦେଖିଥିବେ, କି ବଜେଟକୁ ଏକମାସ ପୂର୍ବରୁ ଉପସ୍ଥାପିତ କରାଗଲା । କାର୍ଯ୍ୟାନ୍ୱୟନ ଦୃଷ୍ଟିକୋଣରୁ ଏହା ହେଉଛି ବଡ଼ ପରିବର୍ତ୍ତନ । ନଚେତ ଏହା ପୂର୍ବରୁ ଫେବୃଆରୀର ଶେଷ ତାରିଖରେ ବଜେଟ ଆସୁଥିଲା ଆଉ ବିଭାଗଗୁଡିକ ପାଖରେ ଅର୍ଥ ପହଂଚିବାରେ ମାସମାସ ବିତିଯାଉଥିଲା । ପୁଣି ଏହାପରେ ମୌସୁମୀ କାରଣରୁ କାମରେ ଆହୁରି ଡେରି ହେଉଥିଲା । ଏବେ ବିଭାଗଗୁଡିକୁ ତାଙ୍କ ଯୋଜନାଗୁଡିକ ପାଇଁ ଆବଣ୍ଟିତ ଧନରାଶି ଠିକ୍ ସମୟରେ ମିଳିଯିବ ।
ଏହିଭଳି ବଜେଟରେ ଯୋଜନା, ଅଣ ଯୋଜନାର କୃତ୍ରିମ ବିଭାଜନ ଥିଲା । ମୁଖ୍ୟାଂଶରେ ଆସିବା ପାଇଁ ନୂଆ-ନୂଆ ଜିନିଷ ଉପରେ ଗୁରୁତ୍ୱ ଦିଆଯାଉଥିଲା ଆଉ ଯାହା ପୂର୍ବରୁ ଚାଲି ଆସୁଥିଲା, ତାକୁ ହିଁ ଦୃଷ୍ଟିରେ ରଖାଯାଉଥିଲା । ଏଥିପାଇଁ ତଳସ୍ତରରେ ବହୁତ ଅସମାତନା ଥିଲା । ଏହି କୃତ୍ରିମ ବିଭାଜନକୁ ଶେଷ କରିବା ନିମନ୍ତେ ଆମେ ବହୁତ ବଡ଼ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରିଛୁ ।
ଏଥର ସାଧାରଣ ବଜେଟରେ ରେଳ ବଜେଟର ମଧ୍ୟ ବିଲୟ କରାଯାଇଛି । ଅଲଗା ରେଳ ବଜେଟ ଉପସ୍ଥାପନ କରିବାର ବ୍ୟବସ୍ଥା ମଧ୍ୟ ଇଂରେଜମାନେ ତିଆରି କରିଥିଲେ । ଏବେ ପରିବହନର ମାଧ୍ୟମ ବହୁତ ବଦଳି ଯାଇଛି । ରେଳ ଅଛି, ସଡ଼କ ଅଛି, ବିମାନ ସେବା ଅଛି, ଜଳପଥ, ସମୁଦ୍ର ପଥ ଅଛି, ଏହି ସବୁ ଉପରେ ସାମଗ୍ରିକ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି । ସରକାରଙ୍କର ଏହି ପଦକ୍ଷେପ ପରିବହନ କ୍ଷେତ୍ରରେ ବୈଷୟିକ ବିପ୍ଳବର ଆଧାର ହେବ ।
ବିଗତ ଅଢେଇ ବର୍ଷରେ ଆପଣ ସରକାରଙ୍କର ନୀତି-ନିର୍ଣ୍ଣୟ ଏବଂ ଉଦ୍ଦେଶ୍ୟ ତିନୋଟିକୁ ଦେଖିଥିବେ । ମୁଁ ମାନୁଛି ନୂତନ ଭାରତ ପାଇଁ ଏହି ଦୃଷ୍ଟିକୋଣ ଏକବିଂଶ ଶତାବ୍ଦୀରେ ଦେଶକୁ ନୂଆ ଶିଖରକୁ ନେଇଯିବ, ନୂତନ ଭାରତର ମୂଳଦୁଆକୁ ଆହୁରି ମଜବୁତ କରିବ ।
ଆମର ଏଠି ଅଧିକାଂଶ ସରକାରଙ୍କର ଦୃଷ୍ଟିଭଙ୍ଗୀ ରହିଛି-ଦୀପ ଜଳାଇବା, ଫିତା କାଟିବା, ଆଉ ଏହାକୁ ମଧ୍ୟ କାମ ବୋଲି ଗଣାଯାଏ, କେହି ଏହାକୁ ଖରାପ ମଧ୍ୟ ଭାବୁ ନ ଥିଲେ । ଆପଣମାନଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବ କି ଆମ ଦେଶରେ 1500 ରୁ ଅଧିକ ନୂଆ ପ୍ରକଳ୍ପର ଘୋଷଣା ତ ହୋଇଛି କିନ୍ତୁ ତାହା କେବଳ ଫାଇଲ୍ ରେ ଚାପି ହୋଇ ରହିଛି ।
ଏମିତିରେ କେତେ ବଡ଼-ବଡ଼ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଟକି ରହିଛି । ଏବେ ପରିଯୋଜନା ଗୁଡିକର ସଠିକ ତଦାରଖ ପାଇଁ ଏକ ବ୍ୟବସ୍ଥା ବିକଶିତ କରାଯାଇଛି – ‘ପ୍ରଗତି’ ଅର୍ଥାତ ଅଧିକ ସକ୍ରିୟ ପ୍ରଶାସନ ଏବଂ ସମୟବଦ୍ଧ କାର୍ଯ୍ୟାନ୍ୱୟନ (ପ୍ରୋ-ଆକ୍ଟିଭ ଗଭର୍ଣ୍ଣାନ୍ସ ଏଣ୍ଡ ଟାଇମ୍ଲି ଇମ୍ପଲିମେଂଟେସନ) । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ବସୁଛି ଏବଂ ସମସ୍ତ କେନ୍ଦ୍ରୀୟ ବିଭାଗ ଗୁଡିକର ସଚିବ, ସମସ୍ତ ରାଜ୍ୟର ମୁଖ୍ୟ ସଚିବ ଭିଡିଓ କନଫେରେନ୍ସିଙ୍ଗ ମାଧ୍ୟମରେ ଯୋଡି ହେଉଛନ୍ତି । ଯେଉଁ ପ୍ରକଳ୍ପ ଅଟକି ରହିଛି ପ୍ରଥମେ ସେଗୁଡିକର ଏକ ତାଲିକା ପ୍ରସ୍ତୁତ କରାଯାଉଛି ।
ଏ ପର୍ଯ୍ୟନ୍ତ 8 ଲକ୍ଷ କୋଟି ଟଙ୍କାରୁ ଅଧିକ ପରିଯୋଜନାର ସମୀକ୍ଷା ପ୍ରଗତି ବୈଠକରେ ହୋଇଛି । ଦେଶ ପାଇଁ ମହତ୍ୱପୂର୍ଣ୍ଣ 150ରୁ ଅଧିକ ବଡ଼ ପ୍ରକଳ୍ପ ଯାହା ବର୍ଷ ବର୍ଷ ଧରି ଅଟକି ରହିଥିଲା, ସେଥିରେ ଗତି ଆସିଛି ।
ଦେଶର ଆଗାମୀ ବଂଶଧରଙ୍କ ପାଇଁ ଭିତ୍ତିଭୂମି ଉପରେ ସରକାର ଅଧିକ ଧ୍ୟାନ କେନ୍ଦ୍ରୀତ କରୁଛନ୍ତି । ବିଗତ 3ଟି ବଜେଟରେ ରେଳ ଓ ରେଳ କ୍ଷେତ୍ରକୁ ସର୍ବାଧିକ ଅର୍ଥ ଦିଆଯାଇଛି । ତାଙ୍କର କାମ କରିବାର କ୍ଷମତା ବଢାଇବା ଉପରେ ମଧ୍ୟ ଲଗାତାର ଦୃଷ୍ଟି ରଖା ଯାଇଛି । ଏହି କାରଣ ପାଇଁ ରେଳ ଓ ସଡକ, ଦୁଇଟି କ୍ଷେତ୍ରରେ କାମ କରିବାର ଯେଉଁ ହାରାହାରି ଗତି ଥିଲା ସେଥିରେ ଖୁବ୍ ଉନ୍ନତି ଆସିଛି ।
ପ୍ରଥମେ ରେଳ ବିଦ୍ୟୁତକରଣ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିଲା । ସରକାର ରେଳ ପଥ ବିଦ୍ୟୁତକରଣ କାର୍ଯ୍ୟକ୍ରମକୁ ଗତି ଦେଲେ । ଏହା ଦ୍ୱାରା ରେଳ ଚଳାଇବାର ଖର୍ଚ୍ଚ ମଧ୍ୟ କମିଗଲା ଏବଂ ଦେଶରେ ଉପଲବ୍ଧ ବିଜୁଳିର ଉପଯୋଗ ହେଲା ।
ସେହିଭଳି ରେଳବାଇକୁ ବିଦ୍ୟୁତକରଣ ଆଇନ ଅନ୍ତର୍ଗତ ମୁକ୍ତ ଉପଲବ୍ଧର ସୁବିଧା ଦିଆଗଲା । ଏହି କାରଣରୁ ରେଳବାଇ ଦ୍ୱାରା କିଣାଯାଉଥିବା ବିଜୁଳି ଉପରେ ମଧ୍ୟ ରେଳବାଇ ସଂଚୟ କରିପାରୁଛି । ପୂର୍ବରୁ ବିଜୁଳି ବିତରଣ କମ୍ପାନୀ ଗୁଡିକ ଏହାର ବିରୋଧ କରୁଥିଲେ ଯାହା ଫଳରେ ରେଳବାଇକୁ ସେମାନଙ୍କଠାରୁ ବାଧ୍ୟ ହୋଇ ଚଢା ଦରରେ ବିଜୁଳି କିଣିବାକୁ ପଡୁଥିଲା । ଏବେ ରେଳବାଇ କମ୍ ଦରରେ ବିଜୁଳି କିଣି ପାରିବ ।
ପୂର୍ବରୁ ଶକ୍ତି ପ୍ରକଳ୍ପ ଏବଂ କୋଇଲାର ସଂଯୋଗୀକରଣ ଏହିଭଳି ଭାବରେ ଥିଲା ଯେ ଯଦି ପ୍ରକଳ୍ପଟି ଉତ୍ତର ଭାରତରେ ଥିବ ତ କୋଇଲା ମଧ୍ୟ ଭାରତରୁ ଆସିବ ଏବଂ ଉତ୍ତର କିମ୍ବା ପୂର୍ବ ଭାରତରୁ କୋଇଲା ପଶ୍ଚିମ ଭାରତକୁ ଯିବ । ଏହି କାରଣରୁ ଶକ୍ତି ପ୍ରକଳ୍ପ ଗୁଡିକୁ ପରିବହନ କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଥିଲା ଏବଂ ବିଜୁଳି ମହଙ୍ଗା ହେଉଥିଲା । ଆମେ କୋଇଲା ସଂଯୋଗୀକରଣକୁ ଯୁକ୍ତିସଙ୍ଗତ କଲୁ ଯାହା ଦ୍ୱାରା ପରିବହନରେ ହେଉଥିବା ଖର୍ଚ୍ଚ ଓ ସମୟ – ଉଭୟରେ ହ୍ରାସ ଘଟିଲା ଏବଂ ବିଜୁଳି ଶସ୍ତା ହେଲା ।
ଏହି ଦୁଇଟି ଉଦାହରଣ କୁହନ୍ତି ଯେ ଏହି ସରକାର ବକ୍ରଦୃଷ୍ଟିକୁ ନୁହେଁ ସଂପୂର୍ଣ୍ଣ ଦୃଷ୍ଟିକୁ ଧ୍ୟାନରେ ରଖି କାମ କରୁଛନ୍ତି ।
ଯେପରି ରେଳଧାରଣା ତଳେ ସଡକ ତିଆରି କରିବା ପାଇଁ ରେଳ ଓଭର ବ୍ରିଜ୍ ନିର୍ମାଣ କରିବା ପାଇଁ ମାସ ମାସ ଧରି ରେଳବାଇ ଠାରୁ ଅନୁମତି ମିଳୁ ନଥିଲା । ମାସ ମାସ ଧରି ଏହି କଥା ପାଇଁ ମୁଣ୍ଡବ୍ୟଥା ହେଉଥିଲା କି ରେଳ ଓଭର ବ୍ରିଜର ନକ୍ସା କ’ଣ ହେବ । ଏବେ ଏହି ସରକାରଙ୍କ ଅମଳରେ ରେଳ ଓଭର ବ୍ରିଜ୍ ପାଇଁ ଏକାଭଳି ନକ୍ସା ତିଆରି କରାଯାଇଛି ଏବଂ ପ୍ରସ୍ତାବ ଏହି ନକ୍ସା ଆଧାରରେ ହେଉଛି ତ ତୁରନ୍ତ ଏନ୍ଓସି ଦିଆ ଯାଉଛି ।
ବିଜୁଳିର ଉପଲବ୍ଧତା ହେଉଛି ଦେଶର ଆର୍ଥିକ ବିକାଶର ପୁଞ୍ଜି । ଯେବେଠାରୁ ଆମ ସରକାର ଆସିଛି, ଏହି ଶକ୍ତି କ୍ଷେତ୍ର ଉପରେ ବାସ୍ତବ ଦୃଷ୍ଟିକୋଣ ସହିତ କାମ କରୁଛି ଏବଂ ସଫଳ ମଧ୍ୟ ହେଉଛି । 46 ହଜାର ମେଗାୱାଟର ଉତ୍ପାଦନ କ୍ଷମତାକୁ ଯୋଡା ଯାଇଛି । ଉତ୍ପାଦନ କ୍ଷମତା ପାଖାପାଖି 25ପ୍ରତିଶତ ବଢିଛି । କୋଇଲା ପରିବହନ ପାଇଁ ନିଲାମୀ କରିବା ଏବଂ ଶକ୍ତି ପ୍ରକଳ୍ପ ପାଇଁ କୋଇଲା ଉପଲବ୍ଧ କରାଇବାରେ ଆମର ପ୍ରାଥମିକତା ରହିଛି ।
ଆଜି ଏମିତି କୌଣସି ତାପଜ କାରଖାନା ନାହିଁ, ଯାହା କୋଇଲା ଉପଲବ୍ଧତା ଦୃଷ୍ଟିରୁ ସଂକଟଜନକ ହୋଇଛି । ସଂକଟଜନକ ଅର୍ଥାତ, କୋଇଲା ଉପଲବ୍ଧତା 7 ଦିନରୁ କମ୍ ପାଇଁ ଥିବ । ଗୋଟିଏ ସମୟରେ ବଡ଼ ବଡ଼ ବ୍ରେକିଙ୍ଗ୍ ନ୍ୟୁଜ୍ ଚାଲୁଥିଲା କି ଦେଶରେ ବିଜୁଳି ସଂକଟ ଗମ୍ଭୀର ହୋଇଯାଇଛି – ଶକ୍ତି ପ୍ରକଳ୍ପ ପାଖରୁ କୋଇଲା ଶେଷ ହେବାକୁ ଯାଉଛି । ଗତଥର କେବେ ଏହି ବ୍ରେକିଙ୍ଗ୍ ନ୍ୟୁଜ୍ ଚାଲିଥିଲା? ଆପଣଙ୍କର ମନେ ନ ଥିବ । ଏହି ବ୍ରେକିଙ୍ଗ୍ ନ୍ୟୁଜ୍ ଏବେ ଆପଣଙ୍କ ସଂଗ୍ରହାଳୟରେ ପଡିଥିବ ।
ବନ୍ଧୁଗଣ, ସରକାର ପ୍ରଥମ ଦୁଇ ବର୍ଷରେ 50 ହଜାର ସର୍କିଟ କିଲୋମିଟର ଟ୍ରାନ୍ସମିଶନ ଲାଇନ ତିଆରି କରିଛନ୍ତି । ଯେତେବେଳେ 2013-14 ରେ 16 ହଜାର ସର୍କିଟ କିଲୋମିଟର ଟ୍ରାନ୍ସମିଶନ ଲାଇନ ତିଆରି ହୋଇଥିଲା ।
ସରକାରୀ ବିଜୁଳି ବିତରଣ କମ୍ପାନୀଗୁଡିକୁ ଆମର ଉଦୟ ଯୋଜନା ଦ୍ୱାରା ଏକ ନୂଆ ଜୀବନ ମିଳିଛି । ଏହି ସମସ୍ତ କାର୍ଯ୍ୟ ଦ୍ୱାରା ବିଜୁଳି ଉପଲବ୍ଧତା ବଢିଛି ଆଉ ଦର ମଧ୍ୟ କମ୍ ହୋଇଛି ।
ଆଜି ଏକ ଆପ୍–ବିଦ୍ୟୁତ ପ୍ରବାହ–ମାଧ୍ୟମରେ ଦେଖାଯାଇ ପାରିବ କି କେତେ ବିଜୁଳି, କେତେ ଦରରେ ଉପଲବ୍ଧ ହେଉଛି ।
ସରକାର ସ୍ୱଚ୍ଛ ଶକ୍ତି ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । 175 ଗିଗାୱାଟ ନବୀକରଣୀୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ଯେଉଁଥିରୁ ଏ ପର୍ଯ୍ୟନ୍ତ 50 ଗିଗାୱାଟ ଅର୍ଥାତ ପଚାଶ ହଜାର ମେଗାୱାଟ କ୍ଷମତା ହାସଲ କରାଯାଇ ପାରିଛି ।
ଭାରତ ବିଶ୍ୱରେ ପବନ ଶକ୍ତି ସ୍ଥାପନ ଦକ୍ଷତାରେ ଚତୁର୍ଥ ସ୍ଥାନରେ ପହଂଚି ଯାଇଛି ।
ସରକାର ବିଜୁଳି ଉତ୍ପାଦନ ବଢାଇବା ସହିତ ବିଜୁଳି ବ୍ୟବହାର କମ୍ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା ପ୍ରାୟ 22 କୋଟି ଏଲ୍ଇଡି ବଳ୍ବ ବଂଟା ଯାଇ ସାରିଛି ।
ଏଥିରେ ବିଜୁଳି ବ୍ୟବହାର ହ୍ରାସ ପାଇଛି, ପ୍ରଦୂଷଣ କମିଛି ଆଉ ଲୋକଙ୍କର ପ୍ରତିବର୍ଷ ଆନୁମାନିକ 11 ହଜାର କୋଟି ଟଙ୍କା ସଂଚୟ ହେଉଛି ।
ସାଥୀମାନେ, ସାରା ଦେଶର ଅଢେଇ ଲକ୍ଷ ପଂଚାୟତକୁ ଅପ୍ଟିକାଲ ଫାଇବର୍ ଯୋଗେ ଯୋଡିବା ପାଇଁ 2011ରେ କାମ ଆରମ୍ଭ କରାଯାଇଥିଲା ।
କିନ୍ତୁ 2011ରୁ 2014 ମଧ୍ୟରେ ମାତ୍ର 59 ଗ୍ରାମ ପଂଚାୟତକୁ ଅପ୍ଟିକାଲ ଫାଇବର୍ କେବୁଲ୍ ବିଛା ଯାଇଥିଲା ।
ଏହି ଗତିରେ ଅଢେଇ ଲକ୍ଷ ପଂଚାୟତ କେବେ ଯୋଡି ହୋଇଥାନ୍ତା, ଆପଣ ଅନୁମାନ କରି ପାରୁଥିବେ । ସରକାର ପ୍ରକ୍ରିୟାରେ ଆବଶ୍ୟକ ପରିବର୍ତ୍ତନ କଲେ, ଯେଉଁ ସମସ୍ୟା ଥିଲା, ତାକୁ ଦୂର କରିବା ପାଇଁ ତନ୍ତ୍ର ପ୍ରସ୍ତୁତ କଲେ ।
ବିଗତ ଅଢେଇ ବର୍ଷରେ 76 ହଜାରରୁ ଅଧିକ ଗ୍ରାମ ପଂଚାୟତକୁ ଅପ୍ଟିକାଲ ଫାଇବରରେ ଯୋଡା ଯାଇ ସାରିଛି ।
ଏହା ସହିତ ଏବେ ପ୍ରତି ଗ୍ରାମ ପଂଚାୟତରେ ୱାଇଫାଇ ହଟ୍ ସ୍ପଟ୍ ଦେବାର ବ୍ୟବସ୍ଥା କରାଯାଉଛି, ଫଳରେ ଗାଁର ଲୋକଙ୍କୁ ସହଜରେ ଏହି ସୁବିଧା ମିଳି ପାରିବ । ଏହାକୁ ମଧ୍ୟ ଧ୍ୟାନରେ ରଖାଯାଉଛି କି ସ୍କୁଲ, ଡାକ୍ତରଖାନା, ଥାନା ପର୍ଯ୍ୟନ୍ତ ମଧ୍ୟ ଏହି ସୁବିଧା ପହଞ୍ଚୁ ।
ସେହି ସାଧନ ଅଛି, ସେହି ସଂସାଧନ ମଧ୍ୟ ଅଛି, କିନ୍ତୁ କାମ କରିବାର କୌଶଳ ବଦଳି ଯାଇଛି, ଗତି ବଢି ଚାଲିଛି ।
2014ପୂର୍ବରୁ ଏକ କଂପାନୀକୁ ସାମିଲ କରିବା ପାଇଁ 15ଦିନ ଲାଗୁଥିଲା, ଏବେ କେବଳ 24 ଘଂଟା ଲାଗୁଛି ।
ଆଗେ ଆୟକର ଫେରସ୍ତ ଆସିବା ପାଇଁ ମାସମାସ ଲାଗୁଥିଲା, ଏବେ କିଛି ସପ୍ତାହରେ ଆସି ଯାଉଛି । ଆଗରୁ ପାସପୋର୍ଟ ପାଇବା ପାଇଁ କେତେ ମାସ ଲାଗିଯାଉଥିଲା, ଏବେ ଗୋଟିଏ ସପ୍ତାହରେ ପସପୋର୍ଟ ଆପଣଙ୍କ ଘରେ ପହଂଚିଯାଉଛି । ବନ୍ଧୁଗଣ, ଆମ ପାଇଁ ଟେକ୍ନୋଲଜି, ସୁଶାସନ ପାଇଁ ସମର୍ଥନ ପ୍ରଣାଳୀ ତ ଅଛି ତା’ ସହିତ ଏହା ଗରିବଙ୍କ ସଶକ୍ତିକରଣ ପାଇଁ ମଧ୍ୟ ଅଛି ।
ସରକାର ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ କାମ କରୁଛନ୍ତି ।
ଏଥିପାଇଁ ବିହନ ଠାରୁ ନେଇ ବଜାର ପର୍ଯ୍ୟନ୍ତ ସରକାର ପ୍ରତିଟି ସ୍ତରରେ କୃଷକଙ୍କ ସହିତ ଠିଆ ହୋଇଛନ୍ତି ।
କୃଷକମାନଙ୍କୁ ଉନ୍ନତମାନର ବିହନ ଦିଆଯାଉଛି, ପ୍ରତ୍ୟେକ କ୍ଷେତକୁ ପାଣି ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆରମ୍ଭ କରାଯାଇଛି ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏଭଳି ସଂକଟକୁ ଢାଙ୍କି ଦିଆଯାଇଛି ଯାହା ଆଗରୁ ହେଉ ନଥିଲା ।
ଏହାଛଡା କୃଷକମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦିଆଯାଉଛି, ୟୁରିଆର ଅଭାବ ଏବେ ପୁରୁଣା କଥା ହୋଇଗଲାଣି ।
କୃଷକମାନଙ୍କୁ ନିଜ ଫସଲର ଉଚିତ ଦର ମିଳୁ ସେଥିପାଇଁ ଇ-ନାମ୍ ଯୋଜନା ଅନୁସାରେ ଦେଶରେ 580ରୁ ଅଧିକ ମଣ୍ଡିକୁ ଅନ୍-ଲାଇନରେ ଯୋଡା ଯାଉଛି । ଭଣ୍ଡାରଣ ଏବଂ ଯୋଗାଣ ଶୃଙ୍ଖଳକୁ ମଜବୁତ କରାଯାଉଛି ।
ବନ୍ଧୁଗଣ,
ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ପ୍ରତିଟି ସ୍ତରରେ କାମ କରାଯାଉଛି ।
ପିଲାମାନଙ୍କର ଟୀକାକରଣ, ଗର୍ଭବତୀ ମହିଳାଙ୍କର ସ୍ୱାସ୍ଥ୍ୟ ସୁରକ୍ଷା, ପ୍ରତିଷେଧକ ସ୍ୱାସ୍ଥ୍ୟର ଯତ୍ନ, ସ୍ୱଚ୍ଛତା ଏହି ସବୁ ଦିଗଗୁଡିକୁ ଧ୍ୟାନରେ ରଖି ଯୋଜନା ଗୁଡିକୁ ଲାଗୁ କରାଯାଇଛି ।
ନିକଟରେ ସରକାର ଜାତୀୟ ସ୍ୱାସ୍ଥ୍ୟ ନୀତିକୁ ସ୍ୱୀକୃତି ଦେଇଛନ୍ତି ।
ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥାକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଂଚାଯାଇ ପାରିବ ।
ସରକାର ଏହି ପ୍ରୟାସରେ ରହିଛନ୍ତି କି ଆଗାମୀ ଦିନରେ ଦେଶର ଜିଡିପି ଅତି କମ୍ ରେ ଅଢେଇ ପ୍ରତିଶତ ସ୍ୱାସ୍ଥ୍ୟ ଉପରେ ହିଁ ଖର୍ଚ୍ଚ ହେବ ।
ଆଜି ଦେଶରେ 70 ପ୍ରତିଶତରୁ ଅଧିକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ବିଦେଶରୁ ଆସୁଛି । ଏବେ ପ୍ରୟାସ ହେଉଛି କି ମେକ୍ ଇନ୍ ଇଣ୍ଡିଆ ଦ୍ୱାରା ସ୍ଥାନୀୟ ବିନିର୍ମାଣକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଚିକିତ୍ସା ଆହୁରି ଶସ୍ତା ହୋଇଯିବ ।
ବନ୍ଧୁଗଣ, ସରକାରଙ୍କ ଗୁରୁତ୍ୱ ସାମାଜିକ ବିନିର୍ମାଣ ଉପରେ ମଧ୍ୟ ରହିଛି ।
ବନ୍ଧୁଗଣ, ଆମ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ସେବା ଭାବନା ନେଇ କାମ କରୁଛନ୍ତି ।
ଦେଶସାରା ପାଖାପାଖି 5ହଜାର ଶିବିର ଆୟୋଜନ କରି 6 ଲକ୍ଷରୁ ଅଧିକ ଦିବ୍ୟାଙ୍ଗଙ୍କୁ ଆବଶ୍ୟକ ସହାୟତା ଉପକରଣ ଦିଆଯାଇଛି । ଏହି ଶିବିରକୁ ଗିନିଜ୍ ବୁକ୍ ରେ ମଧ୍ୟ ସ୍ଥାନ ଦିଆଯାଇଛି ।
ଡାକ୍ତରଖାନାଗୁଡିକରେ, ରେଳ ଷ୍ଟେସନରେ, ବସ୍ ଷ୍ଟାଣ୍ଡରେ, ସରକାରୀ ଅଫିସରେ ଚଢିବା କିମ୍ବା ଓହ୍ଲାଇବା ସମୟରେ ଦିବ୍ୟାଙ୍ଗମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ସୁଗମ୍ୟ ଭାରତ ଅଭିଯାନ ଚାଲୁ ରହିଛି ।
ସରକାରୀ ଚାକିରିରେ ସେମାନଙ୍କ ପାଇଁ ସଂରକ୍ଷଣ ମଧ୍ୟ 3 ପ୍ରତିଶତରୁ ବଢାଇ 4 ପ୍ରତିଶତ କରି ଦିଆଯାଇଛି ।
ଦିବ୍ୟାଙ୍ଗମାନଙ୍କ ଅଧିକାର ସୁନିଶ୍ଚିତ କରିବା ପାଇଁ ଆଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।
ସାରା ଦେଶରେ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସାଧାରଣ ସାଙ୍କେତିକ ଭାଷାର ବିକାଶ କରାଯାଉଛି ।
ବନ୍ଧୁଗଣ, ଶହେ ପଚିଶ କୋଟି ଲୋକଙ୍କ ସମ୍ବଳରେ ଆମ ଦେଶ ଭରି ରହିଛି, ସାମର୍ଥ୍ୟର କୌଣସି ଅଭାବ ନାହିଁ ।
2022, ଦେଶ ଯେବେ ସ୍ୱାଧୀନତାର 75ତମ ବର୍ଷରେ ପହଂଚିବ ସେ ପର୍ଯ୍ୟନ୍ତ ଆମେ ସବୁ ମିଶି ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ, ବାବା ସାହେବ ଆମ୍ବେଦକର ଏବଂ ସ୍ୱରାଜ୍ୟ ପାଇଁ ନିଜ ଜୀବନ ଦେଇଥିବା ଅଗଣିତ ବୀରମାନଙ୍କ ସ୍ୱପ୍ନର ଭାରତକୁ ସାକାର କରି ପାରିବା?
ଆମ ମାନଙ୍କ ମଧ୍ୟରୁ ପ୍ରତ୍ୟେକେ ସଂକଳ୍ପ ନିଅନ୍ତୁ – ପରିବାର ହେଉ, ସଂଗଠନ ହେଉ, ସଂସ୍ଥା ହେଉ – ଆସନ୍ତା ପାଞ୍ଚ ବର୍ଷ ସଂପୂର୍ଣ୍ଣ ଦେଶ ସଂକଳ୍ପବଦ୍ଧ ହୋଇ ନୂତନ ଭାରତ, ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବାରେ ଲାଗି ପଡନ୍ତୁ ।
ସ୍ୱପ୍ନ ଆପଣଙ୍କର, ସଂକଳ୍ପ ମଧ୍ୟ, ସମୟ ମଧ୍ୟ ଆପଣଙ୍କର, ସମର୍ପଣ ମଧ୍ୟ ଆପଣଙ୍କର ଏବଂ ସିଦ୍ଧି ମଧ୍ୟ ଆପଣଙ୍କର ।
ନିଉ ଇଣ୍ଡିଆ, ସ୍ୱପ୍ନରୁ ବାସ୍ତବତା ଆଡକୁ ବଢୁଥିବା ଭାରତ ।
ନିଉ ଇଣ୍ଡିଆ, ଯେଉଁଠାରେ ଅନୁକମ୍ପା ନୁହେଁ, ସୁଯୋଗ ଥିବ
ନିଉ ଇଣ୍ଡିଆ ମୂଳଦୁଆର ମନ୍ତ୍ର – ସମସ୍ତଙ୍କୁ ସୁଯୋଗ, ସମସ୍ତଙ୍କୁ ପ୍ରୋତ୍ସାହନ
ନିଉ ଇଣ୍ଡିଆ, ନୂତନ ସମ୍ଭାବନା, ନୂତନ ସୁଯୋଗର ଭାରତ ।
ନିଉ ଇଣ୍ଡିଆ, ଲହଡି ଭାଙ୍ଗୁଥିବା କ୍ଷେତ, ହସୁଥିବା କୃଷକର ଭାରତ ।
ନିଉ ଇଣ୍ଡିଆ, ଆପଣଙ୍କର ଓ ଆମର ସ୍ୱାଭିମାନର ଭାରତ ।
Swachh Bharat Abhiyaan is a social movement that involves all of us: Mr. @aroonpurie speaks at the India Today Conclave @IndiaToday
— PMO India (@PMOIndia) March 18, 2017
He has involved everyone in the process of nation building: Mr. @aroonpurie on PM @narendramodi at the @IndiaToday Conclave
— PMO India (@PMOIndia) March 18, 2017
Have seen 12 PMs but I have rarely seen so much energy & commitment for the cause of India: Mr. @aroonpurie on PM @narendramodi @IndiaToday
— PMO India (@PMOIndia) March 18, 2017
Earlier decisions were election driven or based on set notions of officials. This has changed now: PM @narendramodi at @IndiaToday conclave
— PMO India (@PMOIndia) March 18, 2017
Technology has changed so much. We have to keep pace with the aspirations of the youth: PM @narendramodi at @IndiaToday conclave
— PMO India (@PMOIndia) March 18, 2017
Like the freedom movement, we need a movement for development, where collective aspirations propel growth of the nation: PM
— PMO India (@PMOIndia) March 18, 2017
We have focused on time bound implementation & integrated thinking. Our processes are citizen friendly: PM @narendramodi
— PMO India (@PMOIndia) March 18, 2017
India's economy is being transformed and manufacturing sector is getting a strong impetus: PM @narendramodi at the @IndiaToday conclave
— PMO India (@PMOIndia) March 18, 2017
We believe in cooperative federalism. And see the GST process for instance. It showed what deliberative democracy is about: PM @narendramodi
— PMO India (@PMOIndia) March 18, 2017
The manner in which the GST was achieved is as important as the GST itself. States have taken ownership of this: PM @narendramodi
— PMO India (@PMOIndia) March 18, 2017
Why do small shops have to shut early. Why can't the small shopkeeper keep his or her shop open for longer hours: PM @narendramodi
— PMO India (@PMOIndia) March 18, 2017
We brought changes to ensure shopkeepers can keep shops open longer and this gives better economic opportunities to them: PM
— PMO India (@PMOIndia) March 18, 2017
Bigger than the strength of the Government is the Jan Shakti: PM @narendramodi at the @IndiaToday conclave
— PMO India (@PMOIndia) March 18, 2017
We have begun work on electrifying villages that did not receive electricity for so many years after Independence: PM @narendramodi
— PMO India (@PMOIndia) March 18, 2017
And, the work on village electrification has been going on with immense transparency: PM @narendramodi at the @IndiaToday conclave
— PMO India (@PMOIndia) March 18, 2017
By merging Railway Budget with General Budget we have ensured faster growth of not only the railways but also overall transport sector: PM
— PMO India (@PMOIndia) March 18, 2017
Our focus is next generation infrastructure. Significant resources have been devoted to the railway and road sector: PM @narendramodi
— PMO India (@PMOIndia) March 18, 2017
Speed of work in the railway and the road sector is progressing at a very quick pace: PM @narendramodi
— PMO India (@PMOIndia) March 18, 2017
Addition of optical fibres is happening at a very quick pace and that too in rural areas: PM @narendramodi at the @IndiaToday conclave
— PMO India (@PMOIndia) March 18, 2017
In the health sector, work is on at a quick place. A roadmap has been prepared to make healthcare accessible to the nation: PM @narendramodi
— PMO India (@PMOIndia) March 18, 2017
New India is not about Upkaar but about Avsar. It is about opportunity for all: PM @narendramodi
— PMO India (@PMOIndia) March 18, 2017