କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଅମିତ ଶାହା, ଇଣ୍ଟରପୋଲ୍ର ଅଧ୍ୟକ୍ଷ ଶ୍ରୀ ଅହମ୍ମଦ ନାସେର ଅଲ୍ – ରଇସ, ଇଣ୍ଟରପୋଲର ମହାସଚିବ ଶ୍ରୀ ଜୁର୍ଗାନ୍ ଷ୍ଟୋକ୍, ସିବିଆଇର ନିର୍ଦ୍ଦେଶକ ଶ୍ରୀ ଏସ କେ ଜୟସ୍ୱାଲ, ଉପସ୍ଥିତ ସମସ୍ତ ବିଶିଷ୍ଟ ପ୍ରତିନିଧି ଏବଂ ପ୍ରତିଭାଗୀଗଣ ।
ମୁଁ ୯୦ତମ ଇଣ୍ଟରପୋଲ ମହାସଭାରେ ଆପଣମାନଙ୍କୁ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏଭଳି ଏକ ସମୟରେ ଏହା ଅନୁଷ୍ଠିତ ହେଉଛି ଯେତେବେଳେ ଭାରତ ଏବଂ ଇଣ୍ଟରପୋଲ ଉଭୟଙ୍କ ନିମନ୍ତେ ଏହା ବାସ୍ତବିକ ଏହା ମହତ୍ତ୍ୱପୂର୍ଣ୍ଣ । ଆପଣମାନଙ୍କର ଏଠାରେ ଉପସ୍ଥିତି ଅତି ସୁଖଦ ସଂଯୋଗ । ଭାରତ ୨୦୨୨ ମସିହାରେ ନିଜ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହା ଆମ ଦେଶର ନାଗରିକ, ଆମର ସଂସ୍କୃତି ଏବଂ ଉପଲବ୍ôଧର ଉତ୍ସବ । ଏହା ପଛକୁ ବୁଲି ଚାହିଁବାର ଅବସର ଯେ ଆମେ କେଉଁଠାରୁ ଆମର ଯାତ୍ରା ଆରମ୍ଭ କରିଥିଲୁ ଏବଂ ଏହା ଆଗକୁ ଦେଖିବାର ମଧ୍ୟ ଏକ ମୁହୂର୍ତ୍ତଯେ ଆମେ କେଉଁଠାରେ ପହଞ୍ôଚବାକୁ ଚାହୁଁଛୁ । ଇଣ୍ଟରପୋଲ ମଧ୍ୟ ଏକ ଐତିହାସିକ ମାଇଲଖୁଣ୍ଟ ନିକଟରେ ପହଞ୍ôଚବାକୁ ଯାଉଛି । ୨୦୨୩ରେ ଇଣ୍ଟରପୋଲ ନିଜ ସ୍ଥାପନାର ୧୦୦ତମ ବର୍ଷ ପୂରଣ କରିବାର ଉତ୍ସବ ମନାଇବ । ଖୁସି ଅନୁଭବ କରିବା ଏବଂ ଚିନ୍ତା କରିବାର କଥା ଯେ ଏହା ଏକ ଉତ୍ତମ ଅବସର । ଆମେ ନିଜର ଅସଫଳତାରୁ କିଛି ଶିକ୍ଷାଲାଭ କରିପାରିବା, ବିଜୟର ଉତ୍ସବ ମନାଇପାରିବା ଏବଂ ଏଥି ସହ ଭବିଷ୍ୟତ ଦିଗରେ ଆଶା ଓ ବିଶ୍ୱାସର ସହିତ ଅବଲୋକନ କରିପାରିବା ।
ବନ୍ଧୁଗଣ,
ଇଣ୍ଟରପୋଲର ଅବଧାରଣା ଭାରତୀୟ ଦର୍ଶନର ବିଭିନ୍ନ ପ୍ରସଙ୍ଗ ସହିତ ଜଡ଼ିତ ହୋଇ ରହିଛି । ଇଣ୍ଟରପୋଲର ଆଭିମୁଖ୍ୟ ବାକ୍ୟଟି ହେଲା: ଏକ ସୁରକ୍ଷିତ ବିଶ୍ୱ ନିମନ୍ତେ ପୁଲିସ୍ ବଳମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ବିଶ୍ୱର ସର୍ବ ପ୍ରାଚୀନ ଶାସ୍ତ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ବେଦଶାସ୍ତ୍ର ସଂପର୍କରେ ଅବଶ୍ୟ ଶୁଣିଥିବେ । ବେଦରେ ଏକ ଶ୍ଳୋକରେ କୁହାଯାଇଛି : ଆ ନୋ ଭଦ୍ରାଃ କ୍ରତବୋ ୟନ୍ତୁ ବିଶ୍ୱତଃ । ଅର୍ଥାତ୍, ସଂସାରର ସମସ୍ତ ଦିଗରୁ ଉତ୍ତମ ଚିନ୍ତାଧାରାକୁ ଆସିବାକୁ ଦିଅ । ଏହା ପୃଥିବୀକୁ ଏକ ଉତ୍ତମ ସ୍ଥାନ ଭାବେ ଗଢ଼ିବାରେ ସାର୍ବଭୌମିକ ସହଯୋଗର ଆହ୍ୱାନ । ଭାରତର ଆତ୍ମାରେ ଏକ ଅଭିନବ ବୈଶ୍ୱିକ ଦୃଷ୍ଟିଭଙ୍ଗୀ ରହିଛି । ଏହି କାରଣରୁ ମିଳିତ ଜାତିସଂଘର ଶାନ୍ତିସେନା ଅଭିଯାନରେ ସାହସୀ ପୁରୁଷ ଏବଂ ମହିଳାମାନଙ୍କୁ ପ୍ରେରଣ କରିବା ପ୍ରସଙ୍ଗରେ ଭାରତ ସର୍ବବୃହତ୍ ଯୋଗଦାନ କରିଥିବା ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଭାବେ ସୁପରିଚିତ । ଭାରତ ନିଜେ ସ୍ୱାଧୀନତା ପ୍ରାପ୍ତ ହେବା ପୂର୍ବରୁ ସୁଦ୍ଧା ଆମେ ବିଶ୍ୱକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିବା ସକାଶେ ବଳିଦାନ ଦେଇଆସିଛୁ । ବିଶ୍ୱ ଯୁଦ୍ଧ ସମୟରେ ହଜାର ହଜାର ଭାରତୀୟ ସେଥିରେ ଲଢ଼ିଥିଲେ ଏବଂ ଚରମ ବଳିଦାନ ଦେଇଥିଲେ । ଜଳବାୟୁ ଲକ୍ଷ୍ୟ ହାସଲ ଠାରୁ ନେଇ କୋଭିଡ଼ ଟିକା ପର୍ଯ୍ୟନ୍ତ, ଭାରତ ପ୍ରତ୍ୟେକ ସଂକଟ କାଳରେ ଅଗ୍ରଣୀ ରହିବାର ଇଚ୍ଛା ପ୍ରକଟ କରିଛି ଏବଂ ଏବେ ଏଭଳି ଏକ ସମୟରେ ଯେତେବେଳେ କି ଅଧିକାଂଶ ରାଷ୍ଟ ଏବଂ ସମାଜ ଅନ୍ତର୍ମୁଖୀ ହେବାରେ ଲାଗିଛନ୍ତି ସେତେବେଳେ ଭାରତ ଅନ୍ତରାଷ୍ଟ୍ରୀୟ ସହଯୋଗରେ କମ୍ ନୁହେଁ ବରଂ ଏହାକୁ ଅଧିକ ମାତ୍ରାରେ ଆହ୍ୱାନ ଜଣାଇଛି । ସ୍ଥାନୀୟ ହିତ ସାଧନ ନିମନ୍ତେ ବୈଶ୍ୱିକ ସହଯୋଗ ହେଉଛି ଆମର ଆହ୍ୱାନ ।
ବନ୍ଧୁଗଣ,
ଆଇନର କାର୍ଯ୍ୟାୟନର ଏହି ଦର୍ଶନକୁ ପ୍ରାଚୀନ ଭାରତୀୟ ଦାର୍ଶନିକ ଚାଣକ୍ୟ ସବୁଠାରୁ ଉତ୍ତମ ରୂପେ ବୁଝାଇଛନ୍ତି । ଆନ୍ୱିକ୍ଷକୀ ତ୍ରୟୀ ବାର୍ତ୍ତାନାଂ ଯୋଗ- କ୍ଷେମ ସାଧନୋ ଦଣ୍ଡଃ । ତସ୍ୟ ନୀତିଃ ଦଣ୍ଡନୀତିଃ; ଅଳବ୍ଧଲାଭାର୍ଥା, ଲବ୍ଧପରୀରକ୍ଷଣୀ, ରକ୍ଷିତବିଧର୍ଧନୀ, ବୃଦ୍ଧସ୍ୟ ତୀର୍ଥେଷୁ ପ୍ରତିପାଦନୀ ଚ । ଏହାର ସରଳ ଅର୍ଥ ହେଲା: ଯେକୌଣସି ସମାଜକୁ ପାର୍ଥିକ ଏବଂ ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ନୀତିର କାର୍ଯ୍ୟାନ୍ୱୟନ ମାଧ୍ୟମରେ ହିଁ ସୁନିଶ୍ଚିତ କରାଯାଇଥାଏ । ଚାଣକ୍ୟଙ୍କ ମତାନୁସାରେ, ଆଇନର କାର୍ଯ୍ୟାନ୍ୱୟନ ଯାହା ଆମ ପାଖରେ ନାହିଁ ତାହା ହାସଲ କରିବା ନିମନ୍ତେ, ଯାହା ଆମ ନିକଟରେ ଅଛି ତାହାର ସୁରକ୍ଷା ଲାଗି, ଯାହା ଆମେ ସଂରକ୍ଷିତ ରଖିଛେ ତାହାର ବୃଦ୍ଧି ଏବଂ ସବୁଠାରୁ ଯୋଗ୍ୟ ଲୋକଙ୍କ ପର୍ଯ୍ୟନ୍ତ ତାହା ପହଞ୍ଚାଇବାରେ ସହାୟକ ହୋଇଥାଏ । ଏହା ଆଇନକୁ କାର୍ଯ୍ୟାନ୍ୱୟନ କରିବାର ଏକ ବୈଶ୍ୱିକ ସମାବେଶୀ ଦୃଷ୍ଟିକୋଣ । ସମଗ୍ର ବିଶ୍ୱରେ ପୁଲିସବଳ କେବଳ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିଆସୁନାହାନ୍ତି, ଅପରନ୍ତୁ ସାମାଜିକ କଲ୍ୟାଣ କାର୍ଯ୍ୟକୁ ମଧ୍ୟ ଆଗକୁ ବଢ଼ାଇବାରେ ହାତ ବଢ଼ାଇଛନ୍ତି । ସେମାନେ ଯେକୌଣସି ସଂକଟ ବିରୁଦ୍ଧରେ ସାମାଜିକ ପ୍ରତିକ୍ରିୟାର ସମ୍ମୁଖ ଭାଗରେ ହିଁ ସଦାବେଳେ ମହଜୁଦ ରହିଥାନ୍ତି । ଏହା କୋଭିଡ଼ ୧୯ ମହାମାରୀ ସମୟରେ ସବୁଠାରୁ ଅଧିକ ମାତ୍ରାରେ ଦେଖିôବାକୁ ମିଳିଥିଲା । ବିଶ୍ୱବ୍ୟାପୀ ପୁଲିସ କର୍ମୀମାନେ ସାଧାରଣ ଲୋକମାନଙ୍କୁ ସହାୟତା କରିବା ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରିବା ଉଦାହରଣ ଦେଖିବାକୁ ମିଳିଥିଲା । ସେମାନଙ୍କ ମଧ୍ୟରୁ ଅନେକ ଲୋକମାନଙ୍କ ସେବା କରି କରି ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ମୁଁ ସେମାନଙ୍କୁ ନମସ୍କାର କରୁଛି । ବିଶ୍ୱର ସବୁ କାର୍ଯ୍ୟ ଠପ୍ ହୋଇଯାଇପାରେ, ସେତେବେଳେ ସୁଦ୍ଧା ବିଶ୍ୱକୁ ସୁରକ୍ଷିତ ରଖିବା ନିମନ୍ତେ ସେମାନଙ୍କ କର୍ତ୍ତବ୍ୟ କେବେ ଶେଷ ହୋଇନଥାଏ । ମହାମାରୀ କାଳରେ ସୁଦ୍ଧା ଇଣ୍ଟରପୋଲ ସପ୍ତାହକୁ ସାତ ଦିନ, ଦିନକୁ ଚବିଶ ଘଣ୍ଟା ନିଜର କର୍ତ୍ତବ୍ୟ ସଂପାଦନରେ ବ୍ରତୀ ରହିଥିଲା ।
ବନ୍ଧୁଗଣ,
ଭାରତରେ ବିବିଧତା ଏବଂ ବ୍ୟାପକତାର କଳ୍ପନା କରିବା ସେମାନଙ୍କ ଲାଗି କଠିନ ହୋଇପାରେ, ଯେଉଁମାନେ ଏହାର ଅନୁଭବ କେବେ କରିନାହାନ୍ତି । ଏହା ସର୍ବୋଚ୍ଚ ପର୍ବତ ଶ୍ରେଣୀ, ସବୁଠାରୁ ଶୁଷ୍କ ମରୁଭୂମିରୁ ଅନ୍ୟତମ, କିଛି ଅଞ୍ଚଳ ସବୁଠାରୁ ଘନ ଜଙ୍ଗଲ ଏବଂ ବିଶ୍ୱର ସବୁଠାରୁ ଘନ ଜନବସତିପୂର୍ଣ୍ଣ ସହରକୁ ନେଇ ଗଠିତ । ଭାରତୀୟ ଉପମହାଦ୍ୱୀପର ବିଶେଷତାଗୁଡ଼ିକ ଏହି ଗୋଟିଏ ଦେଶ ଭିତରେ ଭରପୂର ହୋଇ ରହିଛି । ଉଦାହରଣ ସ୍ୱରୂପ, ଭାରତର ସର୍ବଠାରୁ ଅଧିକ ଜନସଂଖ୍ୟାବିଶିଷ୍ଟ ରାଜ୍ୟ ଉତ୍ତର ପ୍ରଦେଶର ଜନସଂଖ୍ୟା ବ୍ରାଜିଲର ପ୍ରାୟ ସମାନ । ଆମର ରାଜଧାନୀ ଦିଲ୍ଲୀରେ ସମଗ୍ର ସ୍ୱୀଡେନଠାରୁ ଅଧିକ ଲୋକ ବସବାସ କରନ୍ତି ।
ବନ୍ଧୁଗଣ,
ଭାରତୀୟ ପୁଲିସ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ୯୦୦ରୁ ଅଧିକ ରାଷ୍ଟ୍ରୀୟ ଏବଂ ରାଜ୍ୟମାନଙ୍କରେ ପ୍ରଚଳିତ ଥିବା ପାଖାପାଖି ଦଶ ହଜାର ଭିନ୍ନ ଭିନ୍ନ ଆଇନକୁ ପ୍ରବର୍ତ୍ତନ କରିବା କାର୍ଯ୍ୟରେ ସହଯୋଗ କରିଆସୁଛନ୍ତି । ସେସବୁ ଭାରତୀୟ ସମାଜର ବିବିଧତାକୁ ମଧ୍ୟ ପରସ୍ପର ସହ ଯୋଡ଼ଥାଏ । ଏଠାରେ ବିଶ୍ୱର ସବୁଠାରୁ ପ୍ରମୁଖ ଧର୍ମାବଲମ୍ବୀ ଲୋକ ବସବାସ କରନ୍ତି । ଶହ ଶହ ଭାଷା ଏବଂ ଏହାକୁ କହୁଥିôବା ଲୋକ ଅବସ୍ଥାନ କରନ୍ତି । ବିଶାଳ ଉତ୍ସବାନୁଷ୍ଠାନମାନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରିଥାଏ । ଏହାର ଉଦାହରଣ ଦେଇ ମୁଁ କହିବି ଯେ କୁମ୍ଭ ମେଳା ବିଶ୍ୱର ସବୁଠାରୁ ବଡ଼ ଏବଂ ସବୁଠାରୁ ଦୀର୍ଘ ଆଧ୍ୟାତ୍ମିକ ଆୟୋଜନ ଯେଉଁଥିରେ ୨୪୦ ନିୟୁତ ତୀର୍ଥଯାତ୍ରୀ ସାମିଲ ହୋଇଥିଲେ । ଏସବୁ ବ୍ୟତୀତ, ଆମର ପୁଲିସବଳ ସମ୍ବିଧାନ ଦ୍ୱାରା ବ୍ୟକ୍ତ କରାଯାଇଥିବା ପ୍ରତିବଦ୍ଧତା ସହିତ ଲୋକମାନଙ୍କ ବିବିଧତା ଏବଂ ଅଧିକାରଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରିବା କାର୍ଯ୍ୟ ମଧ୍ୟ ସଂପାଦନ କରିଥାନ୍ତି । ସେମାନେ କେବଳ ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିନଥାନ୍ତି, ଅପରପକ୍ଷେ ଆମର ଲୋକତନ୍ତ୍ରର ମଧ୍ୟ ସେବା କରିଥାନ୍ତି । ଭାରତର ସ୍ୱତନ୍ତ୍ର, ନିରପେକ୍ଷ ଏବଂ ବ୍ୟାପକ ନିର୍ବାଚନ ବ୍ୟବସ୍ଥା ଉପରେ ଯଦି ଆମେ ଦୃଷ୍ଟିପାତ କରିବା ତେବେ ଏହିସବୁ ନିର୍ବାଚନଗୁଡ଼ିକରେ ୯୦୦ ନିୟୁତ ମତଦାତାଙ୍କ ମତାଧିକାର ସାବ୍ୟସ୍ତ ନିମନ୍ତେ ବ୍ୟବସ୍ଥା ସାମିଲ ରହିଛି । ଏହା ଉତ୍ତର ଏବଂ ଦକ୍ଷିଣ ଆମେରିକା ମହାଦେଶର ସମଗ୍ର ଜନସଂଖ୍ୟ ସହିତ ବରାବର ବୋଲି କୁହାଯାଇପାରିବ । ହାରାହାରି ୨୩ ଲକ୍ଷ ପୁଲିସ କର୍ମୀ ଏହି ନିର୍ବାଚନରେ ମୁତୟନ ହୋଇଥାନ୍ତି । ବିବିଧତା ଏବଂ ଲୋକତନ୍ତ୍ରକୁ ବଜାୟ ରଖିବା ସକାଶେ ଭାରତ ସମଗ୍ର ବିଶ୍ୱ ନିମନ୍ତେ ଏକ ଅଧ୍ୟୟନର କ୍ଷେତ୍ର ପାଲଟିଛି ।
ବନ୍ଧୁଗଣ,
ବିଗତର ୯୯ ବର୍ଷରେ, ଇଣ୍ଟରପୋଲ ୧୯୫ଟି ରାଷ୍ଟ୍ରରେ ବୈଶ୍ୱିକ ସ୍ତରରେ ପୁଲିସ ସଂଗଠନମାନଙ୍କୁ ପରସ୍ପର ସହିତ ଯୋଡ଼ି ପାରିଛି । ଏହା ଆଇନର ଢାଂଚା, ପ୍ରଣାଳୀ ଓ ଭାଷାମାନଙ୍କ ମଧ୍ୟରେ ଥିବା ବୈଷମ୍ୟ ସତ୍ତ୍ୱେ ସମ୍ଭବପର ହୋଇପାରିଛି । ଏହାକୁ ମାନ୍ୟତା ପ୍ରଦାନ ପୂର୍ବକ ଆଜି ଏକ ସ୍ମାରକ ଡାକଟିକଟ ଏବଂ ମୁଦ୍ରା ଜାରି କରାଯାଇଛି ।
ବନ୍ଧୁଗଣ,
ଅତୀତର ସକଳ ସଫଳତା ସତ୍ତ୍ୱେ, ଆଜି ବିଶ୍ୱକୁ କିଛି ପ୍ରସଙ୍ଗ ସଂପର୍କରେ ମୁଁ ସ୍ମରଣ କରାଇ ଦେବାକୁ ଚାହୁଁଛି । ବିଶ୍ୱ ସମ୍ମୁଖରେ କେତେଗୁଡ଼ିଏ ହାନିକାରକ ବୈଶ୍ୱିକୃତ ବିପଦ ରହିଛି । ଯେପରି ଆତଙ୍କବାଦ, ଭ୍ରଷ୍ଟାଚାର, ମାଦକ ଦ୍ରବ୍ୟର ଚୋରା କାରବାର, ଅବୈଧ ଶିକାର ଏବଂ ସଂଗଠିତ ଅପରାଧ । ଏହିସବୁ ବିପଦର ପ୍ରକୃତିରେ ପରିବର୍ତ୍ତନର ଗତି ପୂର୍ବ ତୁଳନାରେ କ୍ଷିପ୍ରତର ହୋଇଛି । ଯେତେବେଳେକି ବିପଦ ବୈଶ୍ୱିକ ହୋଇଥିବ, ସେତେବେଳେ ପ୍ରତିକ୍ରିୟା କେବଳ ସ୍ଥାନୀୟ ସ୍ତର ଉପରେ କରାଯାଇ ପାରିବନାହିଁ! ଏବେ ସମୟ ଆସିଛି ଯେ ବିଶ୍ୱ ଏହିସବୁ ବିପଦକୁ ହରାଇବା ସକାଶେ ଏକଜୁଟ ହେବା ଜରୁରି ।
ବନ୍ଧୁଗଣ,
ଭାରତ କିଛି ଦଶନ୍ଧି ଧରି ଅନ୍ତରାଷ୍ଟ୍ରୀୟ ଆତଙ୍କବାଦର ମୁକାବିଲା କରିଆସୁଛି । ବିଶ୍ୱ ଜାଗ୍ରତ ହେବାର ଢେର୍ ପୂର୍ବରୁ, ଆମେ ସୁରକ୍ଷା ଏବଂ ଆତ୍ମରକ୍ଷାର ଗୁରୁତ୍ୱକୁ ଉପଲବ୍ôଧ କରିଥିଲୁ । ଏହି ଲଢ଼େଇରେ ଆମର ହତାର ହତାର ଲୋକଙ୍କୁ ନିଜର ସର୍ବୋଚ୍ଚ ବଳିଦାନ ଦେବାକୁ ପଡ଼ିଛି । କିନ୍ତୁ ଏବେ କେବଳ ସେତିକି ଯଥେଷ୍ଟ ନୁହେଁ ଯେ ଆତଽାଦ କେବଳ ଭୂମି ସ୍ତରରେ ହିଁ ଲଢ଼ାଯାଉଛି । ଏହା ଏବେ ଅନଲାଇନ୍ ଜଟିଳତା ଏବଂ ସାଇବର ବିପଦ ମାଧ୍ୟମରେ ନିଜର ଉପସ୍ଥିତିକୁ ପ୍ରସାରିତ କରିବାରେ ଲାଗିଛି । ଗୋଟିଏ ମାତ୍ର ବୋତାମ କ୍ଲିକ୍ କରିଦେଲେ କୌଣସି ଆକ୍ରମଣକୁ ସାକାର କରାଯାଇ ପାରୁଛି କିମ୍ବା ସଂପୂର୍ଣ୍ଣ ବ୍ୟବସ୍ଥାକୁ ଧ୍ୱସ୍ତ କରାଯାଇ ପାରୁଛି । ପ୍ରତ୍ୟେକ ଦେଶ ଏହା ବିରୁଦ୍ଧରେ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ନିଜ ନିଜର ସୀମାରେଖା ଭିତରେ ରହି ଯାହାକିଛି କରାଯାଉଛି ତାହା କଦାପି ପର୍ଯ୍ୟାପ୍ତ ନୁହେଁ । ସେଥିପାଇଁ ଅନ୍ତରାଷ୍ଟ୍ରୀୟ ରଣନୀତିକୁ ଆହୁରି ବିକଶିତ କରିବାର ଆବଶ୍ୟକତା ରହିଛି । ଖୁବ୍ ଶୀଘ୍ର ସେହିଭଳି ଅପରାଧ ସଂପର୍କରେ ପତା ଲଗାଇବା ସତର୍କ ବ୍ୟବସ୍ଥା ସ୍ଥାପନ କରିବା, ପରିବହନ ସେବାଗୁଡ଼ିକୁ ସୁରକ୍ଷା, ସଂଚାର ଭିତ୍ତିଭୂମିର ଢାଂଚାକୁ ସୁରକ୍ଷା ପ୍ରଦାନ କରିବା, ମହତ୍ତ୍ୱପୂର୍ଣ୍ଣ ଭିତ୍ତିଭୂମିର ଢାଂଚାକୁ ସୁରକ୍ଷିତ ରଖିବା, ପ୍ରଯୁକ୍ତି ଏବଂ ପ୍ରଯୁକ୍ତିଗତ ସହାୟତା, ଗୁଇନ୍ଦା ସୂଚନା ଆଦାନ ପ୍ରଦାନ, ଏଥି ମଧ୍ୟରୁ କେତେଗୋଟି ପ୍ରସଙ୍ଗକୁ ଏକ ନୂତନ ସ୍ତରରେ ପହଞ୍ଚାଯିବା ଜରୁରି ।
ବନ୍ଧୁଗଣ,
ଆପଣମାନଙ୍କ ମଧ୍ୟରୁ କିଛି ଲୋକ ହୁଏତ ଚିନ୍ତା କରୁଥିବେ ଯେ ମୁଁ ଭ୍ରଷ୍ଟାଚାରକୁ ଗୋଟିଏ ଭୟଙ୍କର ବିପଦ ବୋଲି କାହିଁକି କହିଲି? ଭ୍ରଷ୍ଟାଚାର ଏବଂ ଆର୍ଥିକ ଅପରାଧଗୁଡ଼ିକ ଅନେକ ରାଷ୍ଟ୍ରର ନାଗରିକମାନଙ୍କ ହିତକୁ କ୍ଷତି ପହଞ୍ଚାଉଛି । ଭ୍ରଷ୍ଟାଚାର ବିଶ୍ୱର ବିଭିନ୍ନ କ୍ଷେତ୍ରରେ ଅପରାଧ ଦ୍ୱାରା ହେଉଥିବା ଉପାର୍ଜନକୁ ନିବେଶ କରିବାର ନୂଆ ନୂଆ ଉପାୟମାନ ଖୋଜୁଛନ୍ତି । କିନ୍ତୁ ସେ ଅର୍ଥ ହେଉଛି ସେହି ଦେଶର ନାଗରିକମାନଙ୍କର ଯେଉଁଠାରୁ ତାହା ନିଆଯାଇଛି । ଅଧିକାଂଶ ସମୟରେ ଏହା ବିଶ୍ୱର କିଛି ସବୁଠାରୁ ଦରିଦ୍ର ଲୋକମାନଙ୍କ ଠାରୁ ହିଁ ନିଆଯାଇଥାଏ । ଏହା ବ୍ୟତୀତ, ଏହା ସେଭଳି ଅର୍ଥ ଯାହା ଅସାଧୁ କାର୍ଯ୍ୟରେ ନିବେଶ କରାଯାଇଥାଏ । ଏହା ଟେରର୍ ଫଣ୍ଡିଂର ପ୍ରମୁଖ ସ୍ରୋତଗୁଡ଼ିକ ମଧ୍ୟରୁ ଗୋଟିଏ । ଅବୈଧ ମାଦକ ଦ୍ରବ୍ୟ କାରବାର ଠାରୁ ନେଇ ମାନବ ଚାଲାଣ ପର୍ଯ୍ୟନ୍ତ, ଦୁର୍ବଳ ଲୋକତନ୍ତ୍ର ଠାରୁ ନେଇ ଚୋରାରେ ଅସ୍ତ୍ରଶସ୍ତ୍ର ବିକ୍ରି ପର୍ଯ୍ୟନ୍ତ, ଏହି ବେଆଇନ୍ ଅର୍ଥ ଅନେକ ବିନାଶକାରୀ ଉଦ୍ଦ୍ୟମକୁ ହିଁ ଆର୍ଥିକ ପାଣ୍ଠି ଯୋଗାଉଛି । ହଁ, ଏଥିରୁ ମୁକୁଳିବା ନିମନ୍ତେ ନାନାପ୍ରକାର ଆଇନଗତ ଏବଂ ପ୍ରକ୍ରିୟାତ୍ମକ ବ୍ୟବସ୍ଥା ରହିଛି । ବାସ୍ତବତଃ, ସୁରକ୍ଷିତ ସୁରକ୍ଷଦାନକୁ ନିଃଶେଷ କରିବା ନିମନ୍ତେ ବୈଶ୍ୱିକ ସମୁଦାୟକୁ ଆହୁରି ତୀବ୍ର ଗତିରେ କାମ କରିବାର ଆବଶ୍ୟକତା ରହିଛି । ଭ୍ରଷ୍ଟ, ଆତଙ୍କବାଦୀ, ଡ୍ରଗ୍ କାର୍ଟେଲ୍, ଅବୈଧ ଶିକାର କରିବା ଭଳି ପ୍ରୟାସ କିମ୍ବା ସଂଗଠିତ ଭାବେ ଏଭଳି ଅପରାଧ ଘଟାଇବା ନିମନ୍ତେ କୌଣସି ଠିକଣାକୁ ସୁରକ୍ଷିତ ରଖାଯିବା ଅନୁଚିତ । କୌଣସି ଗୋଟିଏ ସ୍ଥାନରେ ଲୋକମାନଙ୍କ ବିରୁଦ୍ଧରେ ଏହିଭଳି ଭାବେ ଘଟାଯାଉଥିବା ଅପରାଧ ମଧ୍ୟ ସମସ୍ତଙ୍କ ବିରୋଧରେ ଅପରାଧ ସଦୃଶ । ମାନବତା ବିରୁଦ୍ଧରେ ଅପରାଧ ଭଳି । ଏହା ବ୍ୟତୀତ ଏହା କେବଳ ଆମର ବର୍ତ୍ତମାନକୁ ନଷ୍ଟ କରୁନାହିଁ, ଅପରନ୍ତୁ ଆମର ଆଗାମୀ ପିଢ଼ିଙ୍କୁ ମଧ୍ୟ ପ୍ରଭାବିତ କରୁଛି । ପୁଲିସ ଏବଂ ଆଇନ ପ୍ରବର୍ତ୍ତନକାରୀ ଏଜେନ୍ସିଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି କରିବା ସକାଶେ ପ୍ରକ୍ରିୟା ଏବଂ ପ୍ରୋଟୋକଲ ପ୍ରସ୍ତୁତ କରାଯିବା ଜରୁରି ଅଟେ । ଏହି ଦିଗରେ ଇଣ୍ଟରପୋଲ ପଳାତକ ଅପରାଧିମାନଙ୍କ ନିମନ୍ତେ ରେଡ୍ କର୍ଣ୍ଣର ନୋଟିସ୍ ଆଣିବାରେ ମଧ୍ୟ ବ୍ୟଗ୍ରତା ଦିଗରେ ସହାୟକ ହୋଇପାରିବ ।
ବନ୍ଧୁଗଣ,
ଏକ ସୁରକ୍ଷିତ ଏବଂ ସକୁଶଳ ବିଶ୍ୱ ଆମମାନଙ୍କର ସମସ୍ତଙ୍କ ବର୍ତ୍ତମାନର ଦାୟିତ୍ୱ । ଯେତେବେଳେ ଉତ୍ତମ ଶକ୍ତିମାନଙ୍କ ମଧ୍ୟରେ ସହଯୋଗ ସ୍ଥାପିତ ହେବ, ସେତେବେଳେ ଅପରାଧର ଶକ୍ତି ଏହା ସମ୍ମୁଖରେ ଅଧିକ କାଳ ତିଷ୍ଠି ରହିପାରିବ ନାହିଁ ।
ବନ୍ଧୁଗଣ,
ମୋର ବକ୍ତବ୍ୟ ସମାପ୍ତ କରିବା ପୂର୍ବରୁ ମୁଁ ସମସ୍ତ ଅତିଥିମାନଙ୍କୁ ଗୋଟିଏ ନିବେଦନ କରିବାକୁ ଚାହିଁବି ଯେ ସେମାନେ ନୂଆ ଦିଲ୍ଲୀରେ ରାଷ୍ଟ୍ରୀୟ ପୁଲିସ୍ ସ୍ମାରକ ଏବଂ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକକୁ ପରିଦର୍ଶନ କରିବା କଥା ବିଚାର କରନ୍ତୁ । ଆପଣ ଏଠାରେ ଭାରତକୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ପ୍ରାଣ ଆହୂତି ଦେଇଥିବା ବୀର ଯବାନମାନଙ୍କୁ ପ୍ରଣିପାତ କରିପାରିବେ । ସେମାନେ ଆପଣମାନଙ୍କ ଭଳି ଲୋକ ଥିଲେ, ସମାନ ପୁରୁଷ ଏବଂ ମହିଳା ଥିଲେ ଯେଉଁମାନେ ନିଜ ରାଷ୍ଟ୍ରର ସୁରକ୍ଷା ନିମନ୍ତେ ନିଜର ସର୍ବସ୍ୱ ବଳିଦାନ କରିଥିଲେ ।
ବନ୍ଧୁଗଣ,
ଆସନ୍ତୁ, ଆମେ ଅପରାଧ, ଭ୍ରଷ୍ଟାଚାର ଏବଂ ଆତଙ୍କବାଦକୁ ହରାଇବା ନିମନ୍ତେ ନିଜ ନିଜ ମଧ୍ୟରେ ଆଲୋଚନା, ସହଯୋଗ ଏବଂ ସମନ୍ୱୟକୁ ଆହୁରି ମଜଭୁତ କରିବା । ମୋର ଆଶା ଯେ ୯୦ତମ ଇଣ୍ଟରପୋଲ ମହାସଭା ଏଥିପାଇଁ ଏକ ପ୍ରକାର ପ୍ରଭାବୀ ଏବଂ ସଫଳ ମଞ୍ଚ ସାବ୍ୟସ୍ତ ହୋଇପାରିବ । ପୁଣି ଥରେ ମୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି ।
ଧନ୍ୟବାଦ!
***
SS
Addressing the INTERPOL General Assembly in New Delhi. https://t.co/JrbpZ9hLq6
— Narendra Modi (@narendramodi) October 18, 2022
Prime Minister @narendramodi begins his address at the INTERPOL General Assembly. pic.twitter.com/V079wrO6uk
— PMO India (@PMOIndia) October 18, 2022
India is one of the top contributors in sending brave men and women to the United Nations Peacekeeping operations. pic.twitter.com/XmZKVs0r8v
— PMO India (@PMOIndia) October 18, 2022
Global cooperation for local welfare – is our call. pic.twitter.com/756ywQ2QJ9
— PMO India (@PMOIndia) October 18, 2022
Police forces across the world are not just protecting people, but are furthering social welfare. pic.twitter.com/mJfvnRKCcx
— PMO India (@PMOIndia) October 18, 2022
PM @narendramodi on the key role of Indian police. pic.twitter.com/npSRx4pf6G
— PMO India (@PMOIndia) October 18, 2022
When threats are global, the response cannot be just local. pic.twitter.com/vleYCSoSMe
— PMO India (@PMOIndia) October 18, 2022
There can be no safe havens for the corrupt, terrorists, drug cartels, poaching gangs, or organised crime. pic.twitter.com/tVkNLVjGvL
— PMO India (@PMOIndia) October 18, 2022
When the forces of good cooperate, the forces of crime cannot operate. pic.twitter.com/WJj87MbepD
— PMO India (@PMOIndia) October 18, 2022