ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ରାଷ୍ଟ୍ରପତି ମହାମହିମ ଶ୍ରୀ ଜୋକୋ ୱିଡୋଡୋଙ୍କ ସହିତ ୩୧ ଅକ୍ଟୋବର ୨୦୨୧ ରେ ଇଟାଲୀର ରୋମରେ ଜି –୨୦ ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡୋନେସିଆକୁ ଆସନ୍ତା ବର୍ଷ ଜି –୨୦ ସମ୍ମିଳନୀରେ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଟ୍ରୋକିଆର ଏକ ଅଂଶ ଭାବରେ ଏହି ଦେଶ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଭାରତର ପ୍ରସ୍ତୁତ ଥିବା ବିଷୟରେ ତାଙ୍କୁ ଆଶ୍ୱାସନା ଦେଇଛନ୍ତି ।
ଉଭୟ ନେତା ଭାରତ–ଇଣ୍ଡୋନେସିଆର ବ୍ୟାପକ ରଣନୀତିକ ସହଭାଗୀତା ଉପରେ ଆଲୋଚନା କରିଥିଲେ । କୋଭିଡ–୧୯ ମହାମାରୀ ସମୟରେ ନିରନ୍ତର ସମର୍ଥନକୁ ଦୁଇ ନେତା ପରସ୍ପରର ପ୍ରଶଂସା କରିଥିଲେ ଏବଂ ମହାମାରୀ ପରବର୍ତ୍ତୀ ପୁନରୁଦ୍ଧାର ଦିଗରେ ସହଯୋଗ କରିବାକୁ ସହମତ ହୋଇଥିଲେ । ସେମାନେ ଇଣ୍ଡୋ–ପାସିଫିକ୍ ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଥିଲେ ।
ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗକୁ ମଜବୁତ କରିବା ସହିତ ପରସ୍ପର ମଧ୍ୟରେ ଭାବ ବିନିମୟ ପାଇଁ ସୁଯୋଗ ସୃଷ୍ଟି ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ବିଶେଷକରି ଜଳବାୟୁ ଆର୍ଥିକ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
HS
Senang bisa bertemu Presiden @jokowi lebih awal hari ini. Membahas bidang-bidang kerja sama India-Indonesia yang ada dan bidang-bidang baru di mana negara-negara kita dapat bekerja sama untuk kepentingan warga negara kita dan seluruh planet ini. pic.twitter.com/sIOFwxOXyc
— Narendra Modi (@narendramodi) October 31, 2021
Glad to have met President @jokowi earlier today. Discussed existing areas of India-Indonesia cooperation and new spheres where our countries can work together for the benefit of our citizens and the entire planet. pic.twitter.com/FBCQ7IKp7P
— Narendra Modi (@narendramodi) October 31, 2021
PM @narendramodi met President @jokowi in Rome. Strong relations with Indonesia is a key part of India’s ‘Act East’ policy and ‘SAGAR’ vision. Ways to improve economic linkages and cultural cooperation figured prominently during the talks. pic.twitter.com/IP5ghJiTsQ
— PMO India (@PMOIndia) October 31, 2021