Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସିଏଆଇ ଇଣ୍ଡିଆ ଏବଂ ଏମଆଇସିପିଏ ମାଲେସିଆ ମଧ୍ୟରେ ଆପୋଷ ସ୍ୱୀକୃତି ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ଼ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ମାଲେସିଆନ ଇନଷ୍ଟିଚ୍ୟୁଟ ଅଫ ସାର୍ଟିଫାଇଡ ପବ୍ଲିକ ଆକାଉଣ୍ଟାଣ୍ଟସ (ଏମଆଇସିପିଏ) ମଧ୍ୟରେ ହୋଇଥିବା ଆପୋଷ ସ୍ୱୀକୃତି ରାଜିନାମାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି ଏହାଫଳରେ ଉଭୟ ଦେଶର ଯୋଗ୍ୟତା ସମ୍ପନ୍ନ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନେ ପାରସ୍ପରିକ ଯୋଗ୍ୟତାର ସ୍ୱୀକୃତି ଲାଭ କରିପାରିବେ ଆଇସିଏଆଇ ଏବଂ ଏମଆଇସିପିଏ ମଧ୍ୟରେ ରାଜିନାମା ହେବା ଫଳରେ ଉଭୟ ଦେଶ ପରସ୍ପରର ଯୋଗ୍ୟତା ସମ୍ପନ୍ନ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ଡିଗ୍ରୀକୁ ସ୍ଵିକୃତି ପ୍ରଦାନ କରିବେ ଏହି ପ୍ରସ୍ତାବିତ ବୁଝାମଣାପତ୍ରରେ ଚାଟାର୍ଡ଼ ଆକାଉଣ୍ଟାନସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯୋଗ୍ୟତା ସମ୍ପନ୍ନ ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନେ ନିଜର ପେଶାଗତ ଜ୍ଞାନ ଓ ଯୋଗ୍ୟତାର ବିନିମୟ କରିପାରିବେ

ପ୍ରଭାବ

ଆଇସିଏଆଇ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ପ୍ରତିଷ୍ଠାନଗୁଡିକ ସହିତ ଦ୍ଵିପାଖିକ ସମ୍ପର୍କ ବୃଦ୍ଧି କରିବାକୁ ଚାହୁଁଥିବାରୁ ଏମଆଇସିପିଏ ସହ ଏହି ବୁଝାମଣାପତ୍ର ସ୍ଵାକ୍ଷର କରୁଛି ଦୁଇଦେଶର ଆକାଉଣ୍ଟାନସି ପ୍ରତିଷ୍ଠାନ ଏହି ବୁଝାମଣାପତ୍ର ସ୍ଵାକ୍ଷର ହେବା ଫଳରେ ସମନ୍ଵୟ ରକ୍ଷା କରିବା ସହ ଏହି ପେଶାରେ ଦେଖାଦେଉଥିବା ବିଶ୍ଵବ୍ୟାପୀ ଆହ୍ୱାନଗୁଡ଼ିକର ମିଳିମିଶି ସମାଧାନ କରିପାରିବେ ଏହି ଆନୁଷ୍ଠାନିକ ବ୍ୟବସ୍ଥା ଯୋଗୁଁ ଆକାଉଣ୍ଟାନସି ଭଳି ଅନେକ ସୁବିଧା ସୁଯୋଗ ସୃଷ୍ଟି ହେବ

ପୃଷ୍ଠଭୂମି

ଆଇସିଏଆଇ ଏକ ବୈଧାନିକ ସଂସ୍ଥା ଯାହାକି ଦି ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଆକ୍ଟ 1949 ବଳରେ ଗଠିତ ହୋଇଛି ଏହା ଭାରତର ଚାଟାର୍ଡ଼ ଆକାଉଣ୍ଟାଣ୍ଟମାନଙ୍କ ବୃତ୍ତିଗତ କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ ସେହିପରି ମାଲେସିଆନ ଇନଷ୍ଟିଚ୍ୟୁଟ ଅଫ ସାର୍ଟିଫାଏଡ ପବ୍ଲିକ ଆକାଉଣ୍ଟାଣ୍ଟସ ଏକ କମ୍ପାନୀ ଯାହାକି ମାଲେସିଆର କମ୍ପାନିଜ ଆକ୍ଟ 1965 ପରିସର ଭୁକ୍ତ ହୋଇଛି

 

**********