ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମର ଅଏଲ ଇଣ୍ଡିଆ ଲିମିଟେଡ଼ର ତୈଳ କୂପରେ ସଂଘଟିତ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ ପରିସ୍ଥିତି ସଂପର୍କରେ ଆଜି ସମୀକ୍ଷା କରିଛନ୍ତି । ଆସାମର ତିନସୁକିଆ ଜିଲ୍ଲାର ବାଘଜନ-5 ତୈଳକୂପରେ ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଘଟିଥିଲା ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ଅନ୍ୟାନ୍ୟ କେନ୍ଦ୍ର ମନ୍ତ୍ରୀବୃନ୍ଦ ଏବଂ ଭାରତ ସରକାରଙ୍କ ବହୁ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ ।
ଏହି ତୈଳ କୂପର ମେ 27, 2020 ତାରିଖ ଦିନଠାରୁ ନିୟନ୍ତ୍ରଣ ବାହାରେ ଗ୍ୟାସ ନିର୍ଗତ ଆରମ୍ଭ ହୋଇଥିଲା । ଏହାପରେ ଯେତେବେଳେ ସେହି ଛିଦ୍ରକୁ ନିୟନ୍ତ୍ରଣ କରିବା ସକାଶେ ପ୍ରସ୍ତୁତି ଚାଲିଥିଲା, ସେହି ସମୟରେ ଜୁନ 9, 2020 ତାରିଖରେ ତୈଳକୂପରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ତୈଳକୂପ ନିକଟବର୍ତ୍ତୀ ସ୍ଥାନରେ ଥିବା ପରିବାରମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରୀତ କରାଯାଇଛି ଏବଂ ରାଜ୍ୟ ସରକାର ଅଏଲ ଇଣ୍ଡିଆ ଲିମିଟେଡ଼ ସହିତ ମିଶି ସେମାନଙ୍କ ପାଇଁ ରିଲିଫ୍ କ୍ୟାମ୍ପ ପାଇଁ ସ୍ଥାପନ କରିଛନ୍ତି । ପ୍ରାୟ 9000 ଜଣ ବ୍ୟକ୍ତି ସେହି ରିଲିଫ କ୍ୟାମ୍ପରେ ଏବେ ଅବସ୍ଥାନ କରୁଛନ୍ତି । ତତ୍କାଳ ରିଲିଫ ପ୍ରଦାନ ବ୍ୟବସ୍ଥା ସ୍ୱରୂପ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ପରିବାରଙ୍କୁ 30 ହଜାର ଟଙ୍କା ଲେଖାଏଁ ନଗଦ ରାଶି ଯୋଗାଇ ଦିଆଯାଇଛି ।
ଆମାମର ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆସାମର ଜନସାଧାରଣଙ୍କୁ ନିର୍ଭର ଆଶ୍ୱାସନା ପ୍ରଦାନ କରିଛନ୍ତି ଯେ ଯେଉଁ ପରିବାରମାନେ ଏହି ଦୁର୍ଘଟଣା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ରିଲିଫ ଏବଂ ପୁନଃଥଇଥାନ ସହଯୋଗ ଯୋଗାଇ ଦେବା ସକାଶେ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଏକଳି ଦୁଃଖଦ ଘଟଣା ତଥା ଦୁଃସମୟରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ଦୃଢ଼ତାର ସହ ଠିଆ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ପରିପ୍ରେକ୍ଷୀରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯିବା ଉଚିତ ଏବଂ ତାହାର ନଥି ପ୍ରସ୍ତୁତ ମଧ୍ୟ କରାଯିବା ଦରକାର । ତାହା ହେଲେ ଭବିଷ୍ୟତ ପାଇଁ ତାହା ବେଶ୍ ଉପକାରସିଦ୍ଧ ହୋଇପାରିବ । ଅଧିକନ୍ତୁ, ନିଜସ୍ୱ ସାଂଗଠନିକ କ୍ଷମତା ତଥା ପଟୁତାର ମଧ୍ୟ ବିକାଶ କରାଯିବା ଉଚିତ ଯଦ୍ୱାରା ଭବିଷ୍ୟତର ଯଦି କେତେବେଳେ ଏଭଳି ଦୁର୍ଘଟଣା ଘଟେ ତେବେ ସେଭଳି ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରାଯାଇପାରିବ ।
ଏହି ସମୀକ୍ଷା ବୈଠକ ବେଳେ ଏହା ସୂଚୀତ କରାଯାଇଥିଲା ଯେ ଭାରତୀୟ ତଥା ବିଦେଶୀ ବିଶେଷଜ୍ଞମାନଙ୍କ ସହାୟତାରେ ଏହି କୂପରୁ ବାଷ୍ପ ନିର୍ଗମନକୁ ବନ୍ଦ କରିବା ଓ ତାହାକୁ କ୍ୟାପିଂ କରିବା ସକାଶେ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାକୁ ଏବେ ନିର୍ଦ୍ଦିଷ୍ଟ ପଦ୍ଧତିରେ ପ୍ରବର୍ତ୍ତନ କରାଯାଉଛି । ସକଳ ପ୍ରକାର ଆବଶ୍ୟକୀୟ ନିରାପତ୍ତା ଗ୍ରହଣ ପୂର୍ବକ ଜୁଲାଇ 7, 2020 ସୁଦ୍ଧା ଏହାର କ୍ୟାପିଂ କରାଯାଇପାରିବ ବୋଲି ଆଶା କରାଯାଉଛି ।
Reviewed the situation in the wake of the Baghjan fire tragedy in Assam. Centre and state government are working to ensure proper relief and rehabilitation to those affected. https://t.co/X0Cz6bVUDS
— Narendra Modi (@narendramodi) June 18, 2020