Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆସନ୍ତାକାଲି ସୁରଟସ୍ଥିତ ହାଜୀରା ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, 19 ଜାନୁଆରୀ 2019ରେ ସୁରଟସ୍ଥିତ ହାଜୀରା ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ହଜୀରରେ ଏଲଏଣ୍ଡଟି ଆର୍ମଡ ସିଷ୍ଟମ କମ୍ପ୍ଲେକ୍ସ ପରିଦର୍ଶନ କରିବେ ଏବଂ ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ଲାଗି ଫଳକ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀ ନବସାରରେ ନିରାଲୀ କ୍ୟାନସର ହସପିଟାଲର ଶିଳାନ୍ୟାସ କରିବେ । ଅତ୍ୟାଧୁନିକ ନିରାଲୀ କ୍ୟାନସର ହସପିଟାଲ ନବସାରୀର ପ୍ରଥମ ସମନ୍ୱିତ କ୍ୟାନସର ହସପିଟାଲ ହେବ । ଏହି ହସପିଟାଲ ଦ୍ୱାରା ଦକ୍ଷିଣ ଗୁଜରାଟ ଏବଂ ପଡ଼ୋଶୀ ରାଜ୍ୟର କ୍ୟାନସର ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିପାରିବ ।

ପ୍ରଧାନମନ୍ତ୍ରୀ ବର୍ତ୍ତମାନ ତିନି ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଆସନ୍ତାକାଲି ତାଙ୍କ ଗସ୍ତର ଅନ୍ତିମ ଦିନ ।

ନିଜ ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀନଗରରେ ଭାଏବ୍ରାଣ୍ଟ ଗୁଜରାଟ ବ୍ୟବସାୟ ଶୋର ଉଦଘାଟନ କରିଥିଲେ । ସେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଇନଷ୍ଟିଟ୍ୟୁଟ ଅଫ ମେଡ଼ିକାଲ ସାଇନ୍ସେସ ଏଣ୍ଡ ରିସର୍ଚ୍ଚ, ଅହମ୍ମଦାବାଦ ଏବଂ ଅହମ୍ମଦାବାଦ ଶପିଂ ଫେଷ୍ଟିଭାଲର ମଧ୍ୟ ଉଦଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ ଆଜି ନବମ ଭାଏବ୍ରାଣ୍ଟ ଗୁଜରାଟ ଶିଖର ସମ୍ମିଳନୀ, 2019ର ମଧ୍ୟ ଉଦଘାଟନ କରିଥିଲେ ।

***