ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (08.12.2020) ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମସି) 2020ରେ ଅଭିଭାଷଣ ରଖିବେ । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଧିବେଶନ ଆସନ୍ତାକାଲି ପୂର୍ବାହ୍ନ 10.45 ମିନିଟରେ ଅନୁଷ୍ଠିତ ହେବ । ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଓ ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀ 10 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଆଇଏମସି 2020 ସମ୍ପର୍କରେ ପଦେ……….
ଆଇଏମସି 2020ର ବିଷୟ ରଖାଯାଇଛି “Inclusive Innovation – Smart, Secure, Sustainable”। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ଗଠନ ତଥା ଡିଜିଟାଲ ଅନ୍ତର୍ଭୂକ୍ତିକରଣ ଏବଂ ନିରନ୍ତର ବିକାଶ ଓ ଔଦ୍ୟଗିକତାକୁ ସାକାର କରିବା ଏହି ଅଧିବେଶନର ଲକ୍ଷ୍ୟ । ଏହାବ୍ୟତୀତ ବିଦେଶୀ ଓ ସ୍ଥାନୀୟ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ, ଦୂରସଞ୍ଚାର ଓ କ୍ରମବର୍ଦ୍ଧିଷ୍ଣୁ ପ୍ରଯୁକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ଯୋଗାଇବା ମଧ୍ୟ ଏହି ଅଧିବେଶନର ଆଉ ଏକ ଲକ୍ଷ୍ୟ ।
ଆଇଏମସି 2020ରେ ବିଭିନ୍ନ ମନ୍ତ୍ରଣାଳୟ, ଦୂରସଞ୍ଚାର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ବୈଶ୍ଵିକ କାର୍ଯ୍ୟନିର୍ବାହୀ, 5-ଜି ବିଶେଷଜ୍ଞ, କୃତ୍ରିମ ମେଧା, ଇଣ୍ଟରନେଟ ଅଫ ଥିଙ୍ଗସ, ତଥ୍ୟ ବିଶ୍ଳେଷଣ, ପାଣିପାଗ ଆକଳନ, ସାଇବର ସୁରକ୍ଷା, ସ୍ମାର୍ଟ ସିଟି ଓ ସ୍ଵୟଂକ୍ରିୟ ବ୍ୟବସ୍ଥା ସମ୍ପର୍କରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବେ ।
**********