ନମସ୍କାର, ଆଲିଗଡ୍ ମୁସଲିମ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ମହାମହିମ, ଡକ୍ଟର ସୈୟଦନା ମୁଫଦ୍ଦଲ ସୈଫୁଦ୍ଦୀନ ସାହେବ, ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ମହାଶୟ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ଧୋତ୍ରେ ମହାଶୟ, କୁଳପତି ଭାଇ ତାରିକ ମନସୁର ମହାଶୟ,ସମସ୍ତ ପ୍ରାଧ୍ୟାପକ, କର୍ମଚାରୀ, ଏହି କାର୍ଯ୍ୟକ୍ରମରେ ସାମିଲ ଏଏମୟୁର ହଜାର ହଜାର ଛାତ୍ର-ଛାତ୍ରୀ, ଏଏମୟୁର ଲକ୍ଷ ଲକ୍ଷ ପୁରାତନ ଛାତ୍ର, ଅନ୍ୟ ମହାନୁଭବ ଏବଂ ସାଥୀଗଣ।
ସର୍ବ ପ୍ରଥମେ ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ଆପଣମାନେ ଏଏମୟୁର ଶତାବ୍ଦୀ ସମାରୋହର ଏହି ଐତିହାସିକ ଅବସରରେ ମୋତେ ନିଜର ଖୁସିରେ ସାମିଲ ହେବାର ସୁଯୋଗ ଦେଲେ। ମୁଁ ଫଟୋ ଚିତ୍ରରେ ଦେଖ଼ୁଥିଲି ଶତାବ୍ଦୀ ସମାରୋହ ପାଇଁ ନିର୍ମିତ ତୋରଣ, ସାମାଜିକ ବିଜ୍ଞାନ ବିଭାଗ, ଗଣ ମାଧ୍ୟମ, ସମସ୍ତ ବିଭାଗର କୋଠା ଗୁଡିକୁ ସୁନ୍ଦର ଭାବରେ ସଜା ଯାଇଛି। ଏହା କେବଳ କୋଠା ନୁହେଁ, ଏହା ସହିତ ଶିକ୍ଷାର ଯେଉଁ ଇତିହାସ ଯୋଡି ହୋଇ ରହିଛି ତାହା ହେଉଛି ଭାରତର ଅମୂଲ୍ୟ ଐତିହ୍ୟ।
ଆଜି ଏଏମୟୁରୁ ଶିକ୍ଷାଲାଭ କରି ବାହାରିଥିବା ସମସ୍ତ ଲୋକ ଭାରତର ସର୍ବଶ୍ରେଷ୍ଠ ସଂସ୍ଥାନରେ ନୁହେଁ ବରଂ ବିଶ୍ୱର ଶହ ଶହ ଦେଶର ଛାତ୍ର ପାଲଟିଛନ୍ତି। ମୋର ବିଦେଶ ଯାତ୍ରା ସମୟରେ ସବୁବେଳେ ଏଠାକାର ପୁରାତନ ଛାତ୍ରଙ୍କ ସହିତ ସାକ୍ଷାତ ହୋଇଥାଏ, ଯେଉଁମାନେ ଗର୍ବର ସହିତ କହିଥାନ୍ତି ମୁଁ ଏଏମୟୁରେ ପଢିଛି। ଏଏମୟୁର ପୁରାତନ ଛାତ୍ର କ୍ୟାମ୍ପସରୁ ନିଜ ସହିତ ହସ-ଖୁସି ଏବଂ ଶେର-ସାୟରୀର ଏକ ଭିନ୍ନ ଅନ୍ଦାଜ ନେଇ ଆସିଥାନ୍ତି। ସେମାନେ ବିଶ୍ୱର ଯେଉଁଠାରେ ଥାଆନ୍ତୁ, ଭାରତୀୟ ସଂସ୍କୃତିର ପ୍ରତିନିଧିତ୍ୱ କରିଥାନ୍ତି।
ପ୍ରାଉଡ ଆଲିଗଡ଼ସ୍, ଏହା କୁହନ୍ତି ନା ଆପଣ, ସାଥୀଗଣ ଆପଣଙ୍କର ଏହି ଗର୍ବର କାରଣ ମଧ୍ୟ ରହିଛି। ନିଜର ଶହେ ବର୍ଷର ଇତିହାସରେ ଏଏମୟୁ ଲକ୍ଷ ଲକ୍ଷଙ୍କ ଜୀବନକୁ ଆଲୋକିତ କରିଛି, ସଜାଇଛି, ଏକ ଆଧୁନିକ ଏବଂ ବୈଜ୍ଞାନିକ ଚିନ୍ତାଧାରା ଦେଇଛି। ସମାଜ ପାଇଁ, ଦେଶ ପାଇଁ କିଛି କରିବା ନିମନ୍ତେ ପ୍ରେରଣା ଜାଗ୍ରତ କରିଛି। ଯଦି ମୁଁ ସମସ୍ତଙ୍କ ନାମ ନେବି ତେବେ ସମୟ ବୋଧହୁଏ ବହୁତ କମ୍ ହୋଇଯିବ। ଏଏମୟୁର ଏହି ପରିଚୟ ହିଁ ଏହାର ସମ୍ମାନର ଆଧାର । ଏହି ମୂଲ୍ୟବୋଧ ଉପରେ ସାର ସୈୟଦ ଅହମଦ ଖାନଙ୍କ ଦ୍ୱାରା ଏହି ସଂସ୍ଥାନର ପ୍ରତିଷ୍ଠା କରାଯାଇଛି। ଏଭଳି ପ୍ରତେକ ଛାତ୍ର-ଛାତ୍ରୀ ଏବଂ ଏହି ଶହେ ବର୍ଷରେ ଏଏମୟୁ ମାଧ୍ୟମରେ ଦେଶର ସେବା କରୁଥିବା ପ୍ରତ୍ୟେକ ଶିକ୍ଷକ, ପ୍ରାଧ୍ୟାପକଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି।
ଏବେ କରୋନାର ଏହି ସଂକଟ ସମୟରେ ମଧ୍ୟ ଏଏମୟୁ ଯେଉଁଭଳି ଭାବେ ସମାଜର ସହାୟତା କରିଛି, ତାହା ହେଉଛି ଅଦ୍ଭୁତପୂର୍ବ। ହଜାର ହଜାର ଲୋକଙ୍କର ମାଗଣା ପରୀକ୍ଷଣ କରିବା, ଆଇସୋଲେସନ ୱାର୍ଡ ପ୍ରତିଷ୍ଠା କରିବା, ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିବା ଏବଂ ପିଏମ୍ କେୟାର ପାଣ୍ଠିରେ ଏକ ବଡ଼ ରାଶିର ଯୋଗଦାନ ଦେବା, ସମାଜ ପ୍ରତି ନିଜର ଦାୟିତ୍ୱ ସଂମ୍ପନ୍ନ କରିବାରେ ଗମ୍ଭୀରତା ଦେଖାଇଛି। ଏବେ କିଛି ଦିନ ପୂର୍ବରୁ ହିଁ ମେତେ କୁଳାଧିପତି ସୈୟଦନା ସାହେବଙ୍କ ଚିଠି ମିଳିଛି। ସେମାନେ ଟୀକାରଣ କାର୍ଯ୍ୟରେ ମଧ୍ୟ ପ୍ରତ୍ୟେକ ସ୍ତରରେ ସହଯୋଗ କରିବାର କଥା କହିଛନ୍ତି। ଦେଶକୁ ସର୍ବୋପରି ରଖି ଏହିଭଳି ସଂଗଠିତ ଭାବେ ପ୍ରୟାସ ଦ୍ୱାରା ଆଜି ଭାରତ କରୋନା ଭଳି ବୈଶ୍ୱିକ ମହାମାରୀର ସଫଳତାର ସହିତ ମୁକାବିଲା କରୁଛି।
ସାଥୀଗଣ,
ମୋତେ ବହୁତ ଲୋକ କହିଥାନ୍ତି ଯେ, ଏଏମୟୁର କ୍ୟାମ୍ପସ ନିଜକୁ ନିଜ ମଧ୍ୟରେ ହେଉଛି ଏକ ସହର ଭଳି। ସେମାନଙ୍କର ବିଭିନ୍ନ ବିଭାଗ, ଡଜନ ଡଜନ ଛାତ୍ରାବାସ, ହଜାର ହଜାର ଶିକ୍ଷକ, ପ୍ରାଧ୍ୟାପକ, ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କ ମଧ୍ୟରେ ଏକ ଲଘୁ ଭାରତ ପରିଦୃଶ୍ୟ ହୋଇଥାଏ। ଏଏମୟୁରେ ମଧ୍ୟ ଗୋଟିଏ ପଟେ ଉର୍ଦ୍ଦୁ ପଢାଯାଇଥାଏ, ପୁଣି ହିନ୍ଦୀ ମଧ୍ୟ, ଆରବୀ ମଧ୍ୟ ପଢାଯାଏ, ପୁଣି ଏଠାରେ ମଧ୍ୟ ସଂସ୍କୃତ ଶିକ୍ଷାର ଏକ ଶତାବ୍ଦୀ ପୁରୁଣା ସଂସ୍ଥାନ ଅଛି। ଏଠାକାର ପାଠାଗାରରେ କୋରାନାର ପାଣ୍ଡୁଲିପି ରହିଛି ପୁଣି ଗୀତା-ରାମାୟଣର ଅନୁବାଦ ମଧ୍ୟ ସେତିକି ଯତ୍ନର ସହିତ ରଖାଯାଇଛି। ଏହି ବିବଧତା ଏଏମୟୁ ଭଳି ପ୍ରତିଷ୍ଠିତ ସଂସ୍ଥାନର ହିଁ ନୁହେଁ, ହେଉଛି ଦେଶର ମଧ୍ୟ ଶକ୍ତି। ଆମକୁ ଏହି ଶକ୍ତିକୁ ଭୂଲିବାର ନାହିଁ, ନା ହିଁ ତାକୁ ଦୁର୍ବଳ ହେବାକୁ ଦେବାର ଅଛି। ଏଏମୟୁର କ୍ୟାମ୍ପସରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭାବନା ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି, ଆମକୁ ମିଳିମିଶି ଏଥି ପାଇଁ କାର୍ଯ୍ୟ କରିବାର ଅଛି।
ସାଥୀଗଣ,
ବିଗତ 100 ବର୍ଷରେ ଏଏମୟୁ ବିଶ୍ୱର ଅନେକ ଦେଶ ସହିତ ଭାରତର ସମ୍ବନ୍ଧକୁ ସଶକ୍ତ କରିବାର କାର୍ଯ୍ୟ ମଧ୍ୟ କରିଛି। ଉର୍ଦ୍ଦୁ, ଆରବୀ ଏବଂ ଫରାସୀ ଭାଷା ଉପରେ ଏଠାରେ ଯେଉଁ ଗବେଷଣା ହୋଇଥାଏ, ଇସଲାମିକ୍ ସାହିତ୍ୟ ଉପରେ ଯେଉଁ ଗବେଷଣା ହୋଇଥାଏ, ତାହା ସମଗ୍ର ଇସଲାମିକ୍ ବିଶ୍ୱ ସହିତ ଭାରତର ସାଂସ୍କୃତିକ ସଂପର୍କକୁ ନୂଆ ଶକ୍ତି ଦେଇଥାଏ। ମୋତେ ଅବଗତ କରାଯାଇଛି ଏବେ ପ୍ରାୟ ଏକ ହଜାର ବିଦେଶୀ ଛାତ୍ର ଏଠାରେ ପାଠ ପଢୁଛନ୍ତି। ଏଭଳି ଭାବେ ଏଏମୟୁର ମଧ୍ୟ ଏହା ଦୟିତ୍ୱ ଯେ ଆମ ଦେଶରେ ଯାହା ଭଲ କଥା ଅଛି, ଯାହା ଉନ୍ନତ ଧରଣର ଶିକ୍ଷା ଅଛି, ଯାହା ଦେଶର ଶକ୍ତି ଅଛି, ତାହା ଦେଖି, ତାହା ଶଖିô କରି ତାହାର ସ୍ମୃତି ନେଇ ବିଦ୍ୟାର୍ଥୀ ନିଜ ପ୍ରଦେଶକୁ ଯାଆନ୍ତୁ। କାରଣ ଏଏମୟୁରୁ ଯେଉଁ କଥା ମଧ୍ୟ ସେମାନେ ଶୁଣିବେ, ଦେଖିବେ ସେହି ଆଧାରରେ ସେମାନେ ରାଷ୍ଟ୍ର ଭାବେ ଭାରତର ପରିଚୟ ସହିତ ଯୋଡି ହେବେ। ଏଥିପାଇଁ ଆପଣଙ୍କର ସଂସ୍ଥାନ ଉପରେ ଗୋଟିଏ ପକ୍ଷରେ ଦୁଇଟି ଦାୟିତ୍ୱ ରହିଛି।
ନିଜର ସମ୍ମାନ ବୃଦ୍ଧି ପାଇଁ ଏବଂ ନିଜର ଦାୟିତ୍ୱ ଭଲଭାବେ ତୁଲାଇବା ପାଇଁ ଆପଣମାନଙ୍କୁ ଗୋଟିଏ ପଟେ ନିଜର ବିଶ୍ୱ ବିଦ୍ୟାଳୟର ସଫ୍ଟ ପାୱାରକୁ ଆହୁରି ବିଚ୍ଛୁରିତ କରିବାକୁ ହେବ ଏବଂ ଅନ୍ୟ ପକ୍ଷରେ ରାଷ୍ଟ୍ରନିର୍ମାଣରେ ନିଜର ଦାୟିତ୍ୱକୁ ନିରନ୍ତର ପୂରଣ କରିବାର ଅଛି। ମୋର ବିଶ୍ୱାସ ଯେ ଏଏମୟୁ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀ, ନିଜର କର୍ତ୍ତବ୍ୟକୁ ଧ୍ୟାନରେ ରଖି ହିଁ ଆଗକୁ ବଢ଼ିବେ। ମୁଁ ଆପଣମାନଙ୍କୁ ସାର୍ ସୈୟଦଙ୍କ ଦ୍ୱାରା କୁହାଯାଇଥିବା କଥା ମନେ ପକାଇ ଦେବାକୁ ଚାହୁଁଛି। ସେ କହିଥିଲେ- ‘ନିଜ ଦେଶର ଚିନ୍ତା କରୁଥିବା ଲୋକର ପ୍ରଥମ ଏବଂ ସବୁଠାରୁ ବଡ଼ କର୍ତ୍ତବ୍ୟ ହେଉଛି ଏହା ଯେ ସେ ସବୁ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁ, ଯଦିଓ ଲୋକଙ୍କ ଜାତି, ମତ ଅବା ଧର୍ମ ଯାହା କିଛି ମଧ୍ୟ ହେଉ।’
ସାଥୀଗଣ,
ନିଜର ଏହି କଥାକୁ ବିସ୍ତୃତ ଭାବେ କହି ସାର୍ ସୟଦ୍ ଏକ ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଥିଲେ- ‘ଯେଉଁଭଳି ଭାବରେ ମାନବ ଜୀବନ ଏବଂ ତାହାର ଭଲ ସ୍ୱାସ୍ଥ୍ୟ ପାଇଁ ଶରୀରର ପ୍ରତ୍ୟେକ ଅଙ୍ଗ ସୁସ୍ଥ ରହିବା ଜରୁରୀ, ସେହିଭଳି ଦେଶର ସମୃଦ୍ଧି ପାଇଁ ମଧ୍ୟ ତାହାର ପ୍ରତ୍ୟେକ ସ୍ତରରେ ବିକାଶ ହେବା ଆବଶ୍ୟକ।’
ସାଥୀଗଣ,
ଆଜି ଦେଶ ମଧ୍ୟ ସେହି ମାର୍ଗରେ ଅଗ୍ରସର ହେଉଛି ଯେଉଁଠାରେ ପ୍ରତ୍ୟେକ ନାଗରିକଙ୍କୁ ବିନା କୌଣସି ଭେଦଭାବରେ ଦେଶରେ ହେଉଥିବା ବିକାଶର ଲାଭ ମିଳୁ। ଦେଶ ଆଜି ସେହି ମାର୍ଗରେ ଅଗ୍ରସର ହେଉଛି ଯେଉଁଠାରେ ପ୍ରତ୍ୟେକ ନାଗରିକ, ସମ୍ବିଧାନ ଦ୍ୱାରା ମିଳୁଥିବା ନିଜର ଅଧିକାରକୁ ନେଇ ନିଶ୍ଚିତ ରହିବେ। ଦେଶ ଆଜି ସେହି ମାର୍ଗରେ ଅଗ୍ରସର ହେଉଛି ଯେଉଁଠାରେ ଧର୍ମ କାରଣରୁ କେହି ପଛରେ ରହି ନ ଯାଆନ୍ତୁ, ସମସ୍ତଙ୍କୁ ଆଗକୁ ବଢ଼ିବା ପାଇଁ ସମାନ ସୁଯୋଗ ମିଳୁ, ସମସ୍ତେ ନିଜର ସ୍ୱପ୍ନ ପୂରଣ କରି ପାରନ୍ତୁ। ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ’ ଏହାର ହେଉଛି ମୂଳ ଆଧାର। ଦେଶର ଉଦ୍ଦେଶ୍ୟ ଏବଂ ନୀତିରେ ମଧ୍ୟ ଏହି ସଂକଳ୍ପ ପରିଭାଷିତ ହେଉଛି। ଆଜି ଦେଶ ଗରିବମାନଙ୍କ ପାଇଁ ଯେଉଁ ଯୋଜନାଗୁଡ଼ିକ ପ୍ରସ୍ତୁତ କରୁଛି, ତାହା ବିନା କୌଣସି ମତ ଧର୍ମର ଭେଦଭାବରେ ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ପହଞ୍ଚୁଛି।
ବିନା କୌଣସି ଭେଦଭାବରେ, 40 କୋଟିରୁ ଅଧିକ ଗରିବଙ୍କର ବ୍ୟାଙ୍କରେ ଖାତା ଖୋଲିଲା। ବିନା କୌଣସି ଭେଦଭାବରେ, 2 କୋଟିରୁ ଅଧିକ ଗରିବଙ୍କୁ ପକ୍କା ଘର ଦିଆଗଲା। ବିନା କୌଣସି ଭେଦଭାବରେ, 8 କୋଟିରୁ ଅଧିକ ମହିଳାଙ୍କୁ ଗ୍ୟାସ ସଂଯୋଗ ଦିଆଗଲା। ବିନା କୌଣସି ଭେଦଭାବରେ, କରୋନା ସମୟରେ 80 କୋଟି ଦେଶବାସୀଙ୍କୁ ମାଗଣା ଅନ୍ନ ସୁନିଶ୍ଚିତ କରାଗଲା। ବିନା କୌଣସି ଭେଦଭାବରେ, ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 50 କୋଟି ଲୋକଙ୍କ ପାଖରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସମ୍ଭବ ହେଲା। ଯାହା ହେଉଛି ଦେଶର, ତାହା ହେଉଛି ପ୍ରତ୍ୟେକ ଦେଶବାସୀଙ୍କର ଆଉ ତାହାର ଲାଭ ପ୍ରତ୍ୟେକ ଦେଶବାସୀଙ୍କୁ ହିଁ ମିଳିବା ଦରକାର, ଆମ ସରକାର ଏହି ଭାବନା ସହିତ କାର୍ଯ୍ୟ କରୁଛନ୍ତି।
ସାଥୀଗଣ,
କିଛି ଦିନ ପୂର୍ବେ ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟର ଜଣେ ପୁରାତନ ଛାତ୍ରଙ୍କ ସହିତ ହିଁ ମୋର ସାକ୍ଷାତ ହୋଇଥିଲା। ସେ ଜଣେ ମୁସଲିମ ବିଦ୍ୱାନ ମଧ୍ୟ ଥିଲେ। ସେ ମୋତେ ଗୋଟିଏ ବହୁତ ମଜାଦାର କଥା କହିଲେ, ଯାହାକୁ ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଯେତେବେଳେ ଦେଶରେ 10 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ହେଲା, ଏହାର ଲାଭ ସମସ୍ତଙ୍କୁ ହେଲା। ଏହି ଶୌଚାଳୟଗୁଡ଼ିକ ମଧ୍ୟ ବିନା ଭେଦଭାବରେ ହିଁ ନିର୍ମାଣ ହୋଇଥିଲା। କିନ୍ତୁ ଏହାର ଗୋଟିଏ ଆଭିମୁଖ୍ୟ ଏଭଳି ଥିଲା, ଯାହାର ନା ସେତିକି ପରିମାଣରେ ଚର୍ଚ୍ଚା ହୋଇଛି ନା ଶୈଖିକ ବିଶ୍ୱରେ ଏହା ଉପରେ ସେତିକି ଧ୍ୟାନ ଦିଆଯାଇଛି। ମୁଁ ଚାହୁଁଛି ଯେ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟର ପ୍ରତ୍ୟେକ ଛାତ୍ର ଏହା ଉପରେ ଅନୁଧ୍ୟାନ କରନ୍ତୁ।
ମୋର ସାଥୀଗଣ,
ଗୋଟିଏ ସମୟ ଥିଲା ଯେତେବେଳେ ଆମ ଦେଶରେ ମୁସଲିମ୍ ଝିଅମାନଙ୍କର ଡ୍ରପ୍ ଆଉଟ୍ (ଅଧାରୁ ପାଠ ପଢା ଛାଡିବା) ହାର 70 ପ୍ରତିଶତରୁ ଅଧିକ ଥିଲା। ମୁସଲିମ୍ ସମାଜର ପ୍ରଗତିରେ ଝିଅମାନଙ୍କର ଏହିଭଳି ଭାବେ ଅଧାରୁ ପାଠପଢ଼ା ଛାଡ଼ିବା ସର୍ବଦା ବହୁତ ବଡ଼ ପ୍ରତିବନ୍ଧକ ଥିଲା। କିନ୍ତୁ 70 ବର୍ଷରେ ଆମର ଏଠାରେ ସ୍ଥିତି ଏହାଥିଲା ଯେ 70 ପ୍ରତିଶତରୁ ଅଧିକ ମୁସଲିମ୍ ଝିଅମାନେ ନିଜର ପାଠପଢ଼ା ସଂପୂର୍ଣ୍ଣ କରି ପାରୁ ନଥିଲେ। ଏହି ସ୍ଥିତିରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେଲା, ଗାଁ-ଗାଁରେ ଶୌଚାଳୟ ତିଆରି ହେଲା। ସରକାର ସ୍କୁଲ ଯାଉଥିବା ଝିଅମାନଙ୍କ ପାଇଁ ମିଶନ ମୋଡରେ ଅଲଗା ଶୌଚାଳୟ ତିଆରି କଲେ। ଆଜି ଦେଶ ସାମ୍ନାରେ ସ୍ଥିତି କଣ ଅଛି? ପୂର୍ବରୁ ମୁସଲିମ୍ ଝିଅମାନଙ୍କର ସ୍କୁଲରେ ଯେଉଁ ଡ୍ରପ୍ ଆଉଟ୍ ହାର 70 ପ୍ରତିଶତରୁ ଅଧିକ ଥିଲା, ତାହା ଏବେ ହ୍ରାସ ପାଇ 30 ପ୍ରତିଶତ ପାଖାପାଖି ଆସିଯାଇଛି।
ପୂର୍ବରୁ ଲକ୍ଷ-ଲକ୍ଷ ମୁସଲିମ୍ ଝିଅମାନେ, ଶୌଚାଳୟ ଅଭାବରୁ ପାଠପଢ଼ା ଛାଡ଼ି ଦେଉଥିଲେ। ଏବେ ପରିସ୍ଥିତି ବଦଳିଯାଇଛି। ମୁସଲିମ୍ ଝିଅମାନଙ୍କ ଡ୍ରପ୍ ଆଉଟ୍ ହାର ଅତି କମ୍ ରହୁ, ଏଥିପାଇଁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଆପଣଙ୍କର ଆଲିଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ହିଁ ସ୍କୁଲ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କ ପାଇଁ ‘ବ୍ରିଜ୍ କୋର୍ସ’ଚାଲୁ କରାଯାଇଛି। ଆଉ ଏବେ ମୋତେ ଆଉ ଏକ କଥା ଅବଗତ କରାଯାଇଛି ଯାହା ବହୁତ ଭଲ ଲାଗୁଛି। ଏଏମୟୁରେ ଏବେ ମହିଳା ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇ 35 ପ୍ରତିଶତ ହୋଇ ଯାଇଛି। ମୁଁ ଆପଣମାନଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି । ମୁସଲିମ୍ ଝିଅମାନଙ୍କର ଶିକ୍ଷାରେ, ତାଙ୍କର ସଶକ୍ତିକରଣ ଉପରେ ସରକାରଙ୍କର ବହୁତ ଧ୍ୟାନ ରହିଛି। ବିଗତ 6 ବର୍ଷରେ ସରକାରଙ୍କ ଦ୍ୱାରା ପ୍ରାୟ ଏକ କୋଟି ମୁସଲିମ୍ ଝିଅମାନଙ୍କୁ ବୃତି ଦିଆଯାଇଛି।
ସାଥୀଗଣ,
ଲିଙ୍ଗ ଆଧାରରେ ଭେଦଭାବ ନ ହେଉ, ସମସ୍ତଙ୍କୁ ସମାନ ଅଧିକାର ମିଳୁ, ଦେଶର ବିକାଶର ଲାଭ ସମସ୍ତଙ୍କୁ ମିଳୁ, ଏହା ଏଏମୟୁ ସ୍ଥାପନାର ପ୍ରାଥମିକତାରେ ଥିଲା। ଆଜି ମଧ୍ୟ ଏଏମୟୁ ପାଖରେ ଏହି ଗୌରବ ରହିଛି ଯେ ଏହାର ପ୍ରତିଷ୍ଠାତା କୁଳାଧିପତିଙ୍କ ଦାୟିତ୍ୱ ବେଗମ୍ ସୁଲତାନ ତୁଲାଇଥିଲେ। ଶହେ ବର୍ଷ ପୂର୍ବର ପରିସ୍ଥିତିରେ ଏହା କରାଯିବା, କେତେ ବଡ଼ କାର୍ଯ୍ୟ ଥିଲା, ଏହାର ଅନୁମାନ ଲଗା ଯାଇପାରେ। ଆଧୁନିକ ମୁସଲିମ୍ ସମାଜର ନିର୍ମାଣର ଯେଉଁ ପ୍ରୟାସ ସେହି ସମୟରେ ଆରମ୍ଭ ହୋଇଥିଲା, ତିନି ତଲାକ୍ ଭଳି କୁପ୍ରଥାର ଶେଷ କରି ଦେଶ ଆଜି ତାହାକୁ ଆଗକୁ ବଢ଼ାଇଛି।
ସାଥୀଗଣ,
ପୂର୍ବରୁ ଏହା କୁହାଯାଉଥିଲା କି ଯଦି ଜଣେ ମହିଳା ଶିକ୍ଷିତ ହୋଇଥାଆନ୍ତି, ତେବେ ସଂପୂର୍ଣ୍ଣ ପରିବାର ଶିକ୍ଷିତ ହୋଇଯାଇଥାଏ। ଏହି କଥା ହେଉଛି ଠିକ୍। କିନ୍ତୁ ପରିବାରର ଶିକ୍ଷାର ଆଗରେ ମଧ୍ୟ ଏହାର ଗଭୀର ଗୁରୁତ୍ୱ ରହିଛି। ମହିଳାମାନଙ୍କୁ ଏଥିପାଇଁ ଶିକ୍ଷିତ ହେବା ଦରକାର ଫଳରେ ସେ ନିଜର ଅଧିକାରର ସଠିକ ବ୍ୟବହାର କରି ପାରିବେ, ନିଜର ଭବିଷ୍ୟତ ନିଜେ ସ୍ଥିର କରି ପାରିବେ। ଶିକ୍ଷା ନିଜ ସାଙ୍ଗରେ ନେଇକରି ଆସିଥାଏ ନିଯୁକ୍ତି ଏବଂ ଉଦ୍ୟମୀତା। ନିଯୁକ୍ତି ଏବଂ ଉଦ୍ୟମୀତା ନିଜ ସାଙ୍ଗରେ ନେଇକରି ଆସିଥାଏ, ଅର୍ଥନୈତିକ ସ୍ୱାଧୀନତା। ଅର୍ଥନୈତିକ ସ୍ୱାଧୀନତା ଦ୍ୱାରା ସଶକ୍ତିକରଣ ଆସିଥାଏ। ଜଣେ ସଶକ୍ତ ମହିଳାର ପ୍ରତ୍ୟେକ ସ୍ତରରେ ସେତିକି ସମାନ ଯୋଗଦାନ ହୋଇଥାଏ, ଯାହା ଅନ୍ୟମାନଙ୍କର ଥାଏ। ପୁଣି ସେକଥା ପରିବାରକୁ ପଥ ପ୍ରଦର୍ଶନ କରିବାରେ ହେଉ ଅବା ଦେଶକୁ ମାର୍ଗ ଦର୍ଶନ ଦେବାରେ। ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହିତ କଥା ହେଉଛି ସେତେବେଳେ ଦେଶର ଅନ୍ୟ ଶିକ୍ଷଣ ସଂସ୍ଥାଗୁଡ଼ିକୁ ମଧ୍ୟ କହିବି ଯେ ଅଧିକରୁ ଅଧିକ ଝିଅମାନଙ୍କୁ ଶିକ୍ଷା ସହିତ ସାମିଲ କରନ୍ତୁ। ଆଉ ସେମାନଙ୍କୁ କେବଳ ଶିକ୍ଷା ହିଁ ନୁହେଁ, ବରଂ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ନେଇକରି ଆସନ୍ତୁ।
ସାଥୀଗଣ,
ଏଏମୟୁ ଉଚ୍ଚଶିକ୍ଷାରେ ନିଜର ସମସାମୟିକ ପାଠ୍ୟକ୍ରମରେ ବହୁତ ଲୋକଙ୍କୁ ଆକର୍ଷିତ କରିଛି। ନିଜ ବିଶ୍ୱବିଦ୍ୟାଳୟରେ ଆନ୍ତଃ-ଅନୁଶାସନାତ୍ମକ ବିଷୟ ପୂର୍ବରୁ ହିଁ ପଢ଼ାଯାଉଥିଲା। ଯଦି କୌଣସି ଛାତ୍ର ବିଜ୍ଞାନରେ ଭଲ କରୁଛନ୍ତି ଏବଂ ତାଙ୍କୁ ଇତିହାସ ବିଷୟ ମଧ୍ୟ ଭଲ ଲାଗେ ତେବେ ଏଭଳି ବାଧ୍ୟବାଧକତା କାହିଁକି ରହିବ ଯେ ସେ କୌଣସି ମଧ୍ୟରୁ କେବଳ ଗୋଟିଏକୁ ବାଛିପାରିବେ। ଏହି ଭାବନା ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଅଛି। ଏଥିରେ ଏକବିଂଶ ଶତାବ୍ଦୀରେ ଭାରତର ବିଦ୍ୟାର୍ଥୀଙ୍କ ଆବଶ୍ୟକତା, ତାଙ୍କର ଆଗ୍ରହକୁ ସବୁଠାରୁ ଅଧିକ ଧ୍ୟାନ ଦିଆଯାଇଛି। ଆମ ଦେଶର ଯୁବକ, ରାଷ୍ଟ୍ର ପ୍ରଥମେର ଆହ୍ୱାନ ସହିତ ଦେଶକୁ ଆଗକୁ ବଢ଼ାଇବାରେ ପ୍ରତିବଦ୍ଧ ଅଟନ୍ତି। ସେମାନେ ନୂଆ-ନୂଆ ଷ୍ଟାର୍ଟ-ଅପ୍ସ ମାଧ୍ୟମରେ ଦେଶର ଆହ୍ୱାନଗୁଡ଼ିକ ପାଇଁ ସମାଧାନ ବାହାର କରୁଛନ୍ତି। ଯୁକ୍ତିସଙ୍ଗତ ଚିନ୍ତା ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ହେଉଛି ସେମାନଙ୍କର ପ୍ରାଥମିକତା।
ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଭାରତର ଯୁବକମାନଙ୍କର ଏହି ଆଶା-ଆକାଂକ୍ଷାକୁ ପ୍ରାଥମିକତା ଦିଆଯାଇଛି। ଆମର ପ୍ରୟାସ ଏହା ମଧ୍ୟ ରହିଛି ଯେ ଭାରତର ଶିକ୍ଷା ଇକୋ-ସିଷ୍ଟମ, ବିଶ୍ୱର ଆଧୁନିକ ଶିକ୍ଷା ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉ, ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଯେଉଁ ବହୁମୁଖୀ ପ୍ରବେଶ ଅଛି, ପ୍ରସ୍ଥାନ ବିନ୍ଦୁର ବ୍ୟବସ୍ଥା ରହିଛି, ସେଥିରେ ବିଦ୍ୟାର୍ଥୀଙ୍କୁ ନିଜ ଶିକ୍ଷା ବିଷୟରେ ନିଷ୍ପତି ନେବା ସହଜ ହେବ। ପ୍ରତ୍ୟେକ ପ୍ରସ୍ଥାନ ସୁଯୋଗ ପରେ ସେମାନଙ୍କୁ ଉପଯୁକ୍ତ ପ୍ରମାଣପତ୍ର ମଧ୍ୟ ଦିଆଯିବ। ଏହା ବିଦ୍ୟାର୍ଥୀମାନଙ୍କୁ ସଂପୂର୍ଣ୍ଣ ପାଠ୍ୟକ୍ରମ ଦେୟ ଚିନ୍ତା ବିନା, ନିଜ ନିଷ୍ପତି ନେବାର ସ୍ୱାଧୀନତା ହେବ।
ସାଥୀଗଣ,
ସରକାର ଉଚ୍ଚଶିକ୍ଷାରେ ପଞ୍ଜିକରଣ ସଂଖ୍ୟା ବୃଦ୍ଧି ଏବଂ ସିଟ୍ ବୃଦ୍ଧି ପାଇଁ ମଧ୍ୟ କ୍ରମାଗତ ଭାବେ କାର୍ଯ୍ୟ କରୁଛନ୍ତି। ବର୍ଷ 2014ରେ ଆମ ଦେଶରେ 16ଟି ଆଇଆଇଟି ଥିଲା। ଆଜି 23ଟି ଆଇଆଇଟି ଅଛି। ବର୍ଷ 2014ରେ ଆମ ଦେଶରେ 9ଟି ଆଇଆଇଆଇଟି ଥିଲା, ଆଜି 25ଟି ଆଇଆଇଆଇଟି ଅଛି। ବର୍ଷ 2014ରେ ଆମ ଦେଶରେ 13ଟି ଆଇଆଇଏମ ଥିଲା, ଆଜି 20ଟି ଆଇଆଇଏମ ଅଛି। ଡାକ୍ତରୀ ଶିକ୍ଷାକୁ ନେଇ ମଧ୍ୟ ବହୁତ କାର୍ଯ୍ୟ କରାଯାଇଛି। 6 ବର୍ଷ ପୂର୍ବରୁ ଦେଶରେ କେବଳ 7ଟି ଏମ୍ସ ଥିଲା, ଆଜି ଦେଶରେ 22ଟି ଏମ୍ସ ଅଛି। ଶିକ୍ଷା ସେ ଅନ୍ ଲାଇନ୍ ହେଉ ଅବା ଅଫ୍ ଲାଇନ୍, ସମସ୍ତଙ୍କ ପାଖରେ ପହଞ୍ଚୁ, ସମାନ ଭାବରେ ପହଞ୍ଚୁ, ସମସ୍ତଙ୍କର ଜୀବନ ବଦଳୁ, ଆମେ ଏହି ଲକ୍ଷ୍ୟ ସହିତ କାର୍ଯ୍ୟ କରୁଛୁ।
ସାଥୀଗଣ,
ଏଏମୟୁର ଶହେ ବର୍ଷ ପୂରଣ ହେବା ଅବସରରେ ମୋର ଆପଣ ସମସ୍ତ ଯୁବ ‘ସାଥୀମାନଙ୍କଠାରୁ’ ଆଉ କିଛି ଆକାଂକ୍ଷା ମଧ୍ୟ ରହିଛି। ଶହେ ବର୍ଷର ଏହି ଅବସରରେ କାହିଁକି ଏଏମୟୁର 100 ଛାତ୍ରାବାସରେ ଏକ ଅତିରିକ୍ତ ପାଠ୍ୟକ୍ରମ ଆରମ୍ଭ ନ କରିବା। ଏହି ଦାୟିତ୍ୱ ଦେଶର ସ୍ୱାଧୀନତାର 75 ବର୍ଷ ପୂରଣ ହେବା ସହିତ ଜଡ଼ିତ ହେଉ। ଯେପରିକି ଏଏମୟୁ ପାଖରେ ଏତେ ବଡ଼ ନବସୃଜନ ଏବଂ ଗବେଷଣା ଆଧାରିତ ପ୍ରତିଭା ଅଛନ୍ତି। ହଷ୍ଟେଲର ଛାତ୍ର ଏଭଳି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ଉପରେ କାହିଁକି ଗବେଷଣା ନ କରି ତାଙ୍କ ଜୀବନୀକୁ ଦେଶ ସାମ୍ନାକୁ ଆଣିବେ ନାହିଁ, ଯେଉଁମାନଙ୍କ ସମ୍ପର୍କରେ ଏବେ ମଧ୍ୟ ସେତିକି ସୂଚନା ପହଞ୍ଚି ପାରିନାହିଁ। କିଛି ଛାତ୍ର ଏହି ମହାପୁରୁଷମାନଙ୍କର ଜନ୍ମସ୍ଥାନକୁ ଯାଆନ୍ତୁ, ତାଙ୍କ କର୍ମଭୂମିକୁ ଯାଆନ୍ତୁ, ତାଙ୍କ ପରିବାରର ଲୋକ ଏବେ କେଉଁଠାରେ ଅଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରନ୍ତୁ। କିଛି ଛାତ୍ର ଅନ୍ ଲାଇନ୍ ସମ୍ବଳକୁ ପ୍ରୋତ୍ସାହିତ କରନ୍ତୁ। ଉଦାହରଣ ଭାବେ 75 ଛାତ୍ରାବାସ ଜଣେ-ଜଣେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣାତ୍ମକ ସନ୍ଦର୍ଭ ପ୍ରସ୍ତୁତ କରି ପାରିବେ, ସେହିଭଳି 25 ଛାତ୍ରାବାସ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରି ପାରିବେ, କାର୍ଯ୍ୟ କରି ପାରିବେ।
ଆଉ ଏକ କାର୍ଯ୍ୟ ଅଛି, ଯାହା ଦେଶପାଇଁ ଏଏମୟୁର ଛାତ୍ରଛାତ୍ରୀମାନେ କରିପାରିବେ। ଏଏମୟୁ ପାଖରେ ଦେଶର ଏତେ ବହୁମୂଲ୍ୟ ପ୍ରାଚୀନ ପାଣ୍ଡୁଲିପିମାନ ଅଛି। ଏହା ସବୁ ହେଉଛି ଆମର ସାଂସ୍କୃତିକ ଐତିହ୍ୟ। ମୁଁ ଚାହିଁବି ଯେ ଆପଣମାନେ ଟେକ୍ନୋଲୋଜି ମାଧ୍ୟମରେ ଏହାକୁ ଡିଜିଟାଲ ଅବା ଭର୍ଚୁଆଲ ଅବତାରରେ ସମଗ୍ର ଦୁନିଆ ସାମ୍ନାକୁ ଆଣନ୍ତୁ। ମୁଁ ଏଏମୟୁର ବିଶାଳ ପୁରାତନ ଛାତ୍ରଛାତ୍ରୀଙ୍କ ନେଟୱର୍କକୁ ଆହ୍ୱାନ କରୁଛି ଯେ ନୂଆ ଭାରତର ନିର୍ମାଣରେ ନିଜର ଯୋଗଦାନ ଆହୁରି ବଢ଼ାନ୍ତୁ। ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ପାଇଁ, ଭୋକାଲ ଫର୍ ଲୋକାଲକୁ ସଫଳ କରିବା ପାଇଁ ବହୁତ କିଛି କରିବା ବାକିଅଛି। ଏହାକୁ ନେଇ ଯଦି ମୋତେ ଏଏମୟୁରୁ କିଛି ପ୍ରସ୍ତାବ ମିଳେ, ଏଏମୟୁ ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ କିଛି ପ୍ରସ୍ତାବ ମିଳେ, ତେବେ ମୁଁ ବହୁତ ଖୁସି ହେବି।
ସାଥୀଗଣ,
ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି। ଯେଉଁ ଶତାବ୍ଦୀକୁ ଭାରତର ଶତାବ୍ଦୀ କୁହାଯାଉଛି, ସେହି ଲକ୍ଷ୍ୟ ଆଡ଼କୁ ଭାରତ କିପରି ଆଗକୁ ବଢ଼ୁଛି, ଏହାକୁ ନେଇ ସମଗ୍ର ବିଶ୍ୱରେ ଉତ୍ସୁକତା ବୃଦ୍ଧି ପାଇଛି। ଏଥିପାଇଁ ଆଜି ଆମ ସମସ୍ତଙ୍କର ଏକମାତ୍ର ଆଉ ଏକନିଷ୍ଠ ଲକ୍ଷ୍ୟ ଏହା ହେବା ଉଚିତ ଯେ ଭାରତକୁ କିପରି ଆତ୍ମନିର୍ଭର କରାଯାଇ ପାରିବ। ଆମେ କେଉଁଠି ଆଉ କେଉଁ ପରିବାରରେ ଜନ୍ମ ହୋଇଛେ, କେଉଁ ମତ ଧର୍ମ ସହିତ ବଡ଼ ହୋଇଛେ, ତାହାଠାରୁ ମଧ୍ୟ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ନାଗରିକର ଆକାଂକ୍ଷା ଏବଂ ତାଙ୍କର ପ୍ରୟାସ ଦେଶର ଆକାଂକ୍ଷାଗୁଡ଼ିକ ସହିତ କିପରି ଯୋଡି ହେବ। ଯେତେବେଳେ ଏହାକୁ ନେଇ ଏକ ସୁଦୃଢ଼ ମୂଳଦୁଆ ପଡ଼ିବ, ସେତେବେଳେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆହୁରି ସହଜ ହୋଇଯିବ।
ସାଥୀଗଣ,
ସମାଜରେ ବିଚାରଧାରାରେ ମତଭେଦ ରହିଥାଏ, ଏହା ମଧ୍ୟ ହେଉଛି ସ୍ୱାଭାବିକ କଥା। କିନ୍ତୁ, ଯେତେବେଳେ ରାଷ୍ଟ୍ରୀୟ ଲକ୍ଷ୍ୟ ପ୍ରାପ୍ତିର କଥା ଆସିଥାଏ, ତେବେ ପ୍ରତ୍ୟେକ ମତଭେଦକୁ କୂଳରେ ରଖିଦେବା ଉଚିତ। ଯେତେବେଳେ ଆପଣ ସମସ୍ତ ଯୁବସାଥୀ ଏହି ଚିନ୍ତାଧାରା ସହିତ ଆଗକୁ ବଢ଼ିବେ, ସେତେବେଳେ ଏଭଳି କୌଣସି ଲକ୍ଷ୍ୟ ନାହିଁ, ଯାହା ଆମେ ସମସ୍ତେ ମିଳିମିଶି ହାସଲ କରି ପାରିବା ନାହିଁ। ଶିକ୍ଷା ହେଉ, ଆର୍ôଥକ ବିକାଶ ହେଉ, ଉନ୍ନତ ଚାଲିଚଳନୀ ହେଉ, ସୁଯୋଗ ହେଉ, ମହିଳାମାନଙ୍କର ଅଧିକାର ହେଉ, ସୁରକ୍ଷା ହେଉ, ରାଷ୍ଟ୍ରବାଦ ହେଉ, ଏହା ହେଉଛି ସେହିକଥା ଯାହା ପ୍ରତ୍ୟେକ ନାଗରିକ ପାଇଁ ଜରୁରୀ ହୋଇଥାଏ। ଏହା ହେଉଛି କିଛି ଏଭଳି ପ୍ରସଙ୍ଗ, ଯାହା ଉପରେ ଆମେ ନିଜର ରାଜନୈତିକ ଅବା ବିଚାରଧାରାର ବାଧ୍ୟବାଧକତା ନାମରେ ଅସହମତ ହୋଇ ପାରିବା ନାହିଁ। ଏଠାରେ ଆଲିଗଡ୍ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ଏହି ପ୍ରସଙ୍ଗରେ ଆଲୋଚନା କରିବା ମୋ ପାଇଁ ଏଇଥିପାଇଁ ହେଉଛି ସ୍ୱାଭାବିକ କାରଣ ଏଠାରୁ ସ୍ୱାଧୀନତାର ଅନେକ ସଂଗ୍ରାମୀ ବାହାରିଛନ୍ତି। ଏହି ମାଟିରୁ ବାହାରିଛନ୍ତି। ଏହି ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ ନିଜ ପରିବାର, ସାମାଜିକ, ବିଚାରଧାରାରେ ଲାଳନପାଳନ ହୋଇଥିଲେ, ସେମାନଙ୍କର ନିଜ-ନିଜର ବିଚାରଧାରା ଥିଲା। କିନ୍ତୁ ଯେତେବେଳେ ପରାଧୀନତାରୁ ମୁକ୍ତିର କଥା ଆସିଲା, ସେତେବେଳେ ସମସ୍ତଙ୍କର ଚିନ୍ତାଧାରା ସ୍ୱାଧୀନତାର ଗୋଟିଏ ଲକ୍ଷ୍ୟ ସହିତ ଯୋଡ଼ି ହୋଇଗଲା।
ସାଥୀଗଣ,
ଆମର ପୂର୍ବପୁରୁଷମାନେ ଯାହାକିଛି ସ୍ୱାଧୀନତା ପାଇଁ କରିଥିଲେ, ସେହି କାର୍ଯ୍ୟ ଏବେ ଆପଣଙ୍କୁ, ଯୁବପିଢିଙ୍କୁ ନୂତନ ଭାରତର ନିର୍ମାଣ ପାଇଁ କରିବାକୁ ହେବ। ଯେଭଳି ସ୍ୱାଧୀନତାର ଏକ ସାଧାରଣ ପୃଷ୍ଠଭୂମି ଥିଲା, ସେହିପରି ନୂତନ ଭାରତ ପାଇଁ ଆମକୁ ଏକ ସାଧାରଣ ପୃଷ୍ଠଭୂମି ଉପରେ କାର୍ଯ୍ୟ କରିବାର ଅଛି। ନୂତନ ଭାରତ ଆତ୍ମନିର୍ଭର ହେବ, ସମସ୍ତ ପ୍ରକାରରେ ସମ୍ପନ୍ନ ହେବ, ତେବେ ତାହାର ଲାଭ ମଧ୍ୟ ସମସ୍ତ 130 କୋଟିରୁ ଅଧିକ ଦେଶବାସୀଙ୍କୁ ମିଳିବ। ଏହି ଚିନ୍ତାଧାରା ସମାଜର ପ୍ରତ୍ୟେକ ଭାଗ ପର୍ଯ୍ୟନ୍ତ ପହଞ୍ଚୁ, ଏହି କାର୍ଯ୍ୟ ଆପଣମାନେ କରି ପାରିବେ, ଯୁବସାଥୀ କରି ପାରିବେ।
ସାଥୀଗଣ,
ଆମକୁ ଏହା ବୁଝିବାକୁ ହେବ ଯେ ଶାସନ ବ୍ୟବସ୍ଥା, ହେଉଛି ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିନ୍ତୁ ସମାଜରେ ଶାସନ ବ୍ୟବସ୍ଥା ବ୍ୟତୀତ ମଧ୍ୟ ଅନ୍ୟାନ୍ୟ ପ୍ରସଙ୍ଗ ରହିଛି। ଶାସନ ବ୍ୟବସ୍ଥା ଏବଂ କ୍ଷମତାର ଚିନ୍ତାଧାରା ଠାରୁ ବହୁତ ବଡ଼, ବହୁତ ବ୍ୟାପକ, କୌଣସି ମଧ୍ୟ ଦେଶର ସମାଜ ହୋଇଥାଏ, ରାଜନୀତିରୁ ଉଦ୍ଧ୍ୱର୍ରେ ମଧ୍ୟ ସମାଜକୁ ଆଗକୁ ବଢ଼ାଇ ନେବାରେ ବହୁତ ସ୍ୱପ୍ନ ରହିଥାଏ। ସେହି ଶୂନ୍ୟସ୍ଥାନକୁ ମଧ୍ୟ ଅନ୍ୱେଷଣ କରି ରହିବାର ବହୁତ ଆବଶ୍ୟକ ଅଛି। ଏହି କାର୍ଯ୍ୟ ଆମର ଏଏମୟୁ ଭଳି କ୍ୟାମ୍ପସ କରି ପାରିବ, ଆପଣ ସମସ୍ତେ କରିପାରିବେ।
ସାଥୀଗଣ,
ନ୍ୟୁ ଇଣ୍ଡିଆର ଭିଜନ ସମ୍ପର୍କରେ ଯେତେବେଳେ ଆମେ କଥା ହେଉଛେ, ତେବେ ତା’ମୂଳରେ ମଧ୍ୟ ଏହା ରହିଛି ଯେ ରାଷ୍ଟ୍ରର, ସମାଜର ବିକାଶକୁ ରାଜନୈତିକ ଚଷମାରେ ଦେଖା ନଯାଉ। ହଁ, ଯେତେବେଳେ ଆମେ ଏହି ବଡ଼ ଉଦ୍ଦେଶ୍ୟ ପାଇଁ ସାଥୀ ହୋଇ ଆସିଥାଉ, ତେବେ ସମ୍ଭବତଃ କିଛି ତତ୍ୱ ଏହାଦ୍ୱାରା ବ୍ୟତିବ୍ୟସ୍ତ ହେବେ। ଏଭଳି ତତ୍ୱ ବିଶ୍ୱର ପ୍ରତ୍ୟେକ ସମାଜରେ ମିଳିଯିବେ। ଏମାନେ କିଛି ଏଭଳି ଲୋକ ହୋଇଥାଆନ୍ତି, ଯେଉଁମାନଙ୍କର ନିଜର ସ୍ୱାର୍ଥ ରହିଥାଏ। ସେମାନେ ନିଜ ସ୍ୱାର୍ଥର ସିଦ୍ଧି କରିବା ପାଇଁ ସମସ୍ତ ପ୍ରକାରର କଳାକୌଶଳ ଆପଣେଇବେ, ପ୍ରତ୍ୟେକ ପ୍ରକାରର ନକରାତ୍ମକ ଭାବନାକୁ ବିସ୍ତାର କରିବେ। କିନ୍ତୁ ଯେତେବେଳେ ଆମର ମନ ଏବଂ ମସ୍ତିଷ୍କରେ ନବ ଭାରତର ନିର୍ମାଣ ସର୍ବୋଚ୍ଚ ରହିବ, ସେତେବେଳେ ଏଭଳି ଲୋକଙ୍କ ସ୍ଥାନ ନିଜକୁ ନିଜେ ସଙ୍କୁଚିତ ହୋଇଯିବ।
ସାଥୀଗଣ,
ରାଜନୀତି ପ୍ରତୀକ୍ଷା କରିଥାଇପାରେ, ସମାଜ ପ୍ରତୀକ୍ଷା କରି ପାରିବ ନାହିଁ। ଦେଶର ବିକାଶ ପ୍ରତୀକ୍ଷା କରି ପାରିବ ନାହିଁ। ଗରିବ, ସମାଜର କୌଣସି ମଧ୍ୟ ବର୍ଗର ହୁଅନ୍ତୁ, ସେ ପ୍ରତୀକ୍ଷା କରି ପାରିବ ନାହିଁ। ମହିଳାମାନେ, ବଞ୍ଚିତ, ପୀଡିତ, ଶୋଷିତ, ବିକାଶର ପ୍ରତୀକ୍ଷା କରି ପାରିବ ନାହିଁ। ସବୁଠାରୁ ବଡ଼ କଥା ଆମର ଯୁବକ, ଆପଣ ସମସ୍ତେ ଆଉ ପ୍ରତୀକ୍ଷା କରିବାକୁ ଚାହିଁବେ ନାହିଁ। ବିଗତ ଶତାବ୍ଦୀରେ ମତଭେଦ ନାମରେ ବହୁତ ସମୟ ପୂର୍ବରୁ ହିଁ ଚାଲି ଯାଇଛି। ଏବେ ଆଉ ସମୟ ନଷ୍ଟ କରିବାର ନାହିଁ, ସମସ୍ତଙ୍କୁ ଗୋଟିଏ ଲକ୍ଷ୍ୟର ସହିତ ମିଳିମିଶି, ନୂତନ ଭାରତ, ଆତ୍ମନିର୍ଭର ଭାରତ ନିର୍ମାଣ କରିବାର ଅଛି।
ସାଥୀଗଣ,
ଶହେ ବର୍ଷ ପୂର୍ବେ 1920ରେ ଯେଉଁ ଯୁବକ ଥିଲେ, ସେମାନଙ୍କୁ ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିବାର, ନିଜକୁ ସମର୍ପିତ କରିବାର, ବଳିଦାନ ଦେବାର ସୁଯୋଗ ମିଳିଥିଲା। ସେହି ପିଢିଙ୍କ ତପ ଏବଂ ତ୍ୟାଗ ଦ୍ୱାରା ଦେଶକୁ 1947ରେ ସ୍ୱାଧୀନତା ମିଳିଥିଲା। ଆପଣଙ୍କ ପାଖରେ, ଆଜିର ପିଢି ପାଖରେ ଆତ୍ମନିର୍ଭର ଭାରତ ନୂତନ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ବହୁତ କିଛି କରିବାର ସୁଯୋଗ ରହିଛି। ସେହି ସମୟ ଥିଲା, 1920ର, ଏହି ସମୟ ହେଉଛି 2020ର। 1920ର 27 ବର୍ଷ ପରେ ଦେଶ ସ୍ୱାଧୀନ ହୋଇଥିଲା। 2020ର 27 ବର୍ଷ ପରେ ଯାହାକି 2020 ରୁ 2047, ଆପଣଙ୍କ ଜୀବନରେ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ବର୍ଷ।
ବର୍ଷ 2047ରେ ଯେତେବେଳେ ଭାରତ ନିଜ ସ୍ୱାଧୀନତାର ଶହେ ବର୍ଷ ପୂରଣ କରିବ, ଆପଣ ସେହି ଐତିହାସିକ ସମୟର ମଧ୍ୟ ସାକ୍ଷୀ ପାଲଟିବେ। ଏତିକି ହିଁ ନୁହେଁ, ଏହି 27 ବର୍ଷରେ ଆଧୁନିକ ଭାରତ ନିର୍ମାଣ କରିବାରେ ଆପଣ ସହଭାଗୀ ହେବେ। ଆପଣମାନଙ୍କୁ ପ୍ରତିକ୍ଷଣ ଦେଶପାଇଁ ଚିନ୍ତା କରିବାର ଅଛି, ଆପଣମାନଙ୍କର ପ୍ରତ୍ୟେକ ନିଷ୍ପତିରେ ଦେଶ ହିତକଥା ଚିନ୍ତା କରିବାର ଅଛି, ଆପଣମାନଙ୍କର ପ୍ରତ୍ୟେକ ନିର୍ଣ୍ଣୟ ଦେଶ ହିତକୁ ଆଧାର କରି ହେବା ଉଚିତ।
ମୋର ବିଶ୍ୱାସ ଅଛି ଯେ, ଆମେ ସମସ୍ତେ ମିଳିମିଶି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ପୂରଣ କରିବା, ଆମେ ସମସ୍ତେ ମିଳିମିଶି ଦେଶର ବିକାଶକୁ ନୂତନ ଶୀଖରରେ ପହଞ୍ଚାଇବା। ଆପଣ ସମସ୍ତଙ୍କୁ ଏଏମୟୁର 100 ବର୍ଷ ପୂରଣ ହେବା ଅବସରରେ ପୁଣିଥରେ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି। ଆଉ ଏହି 100 ବର୍ଷରେ ଯେଉଁ-ଯେଉଁ ମହାପୁରୁଷମାନେ ଏହି ସଂସ୍ଥାନର ଗାରିମାକୁ ନୂତନ ଶୀଖର ପର୍ଯ୍ୟନ୍ତ ନେଇଯିବା ପାଇଁ ନିରନ୍ତର ପ୍ରୟାସ କରିଛନ୍ତି, ଆଜି ସେମାନଙ୍କୁ ମଧ୍ୟ ପୂଣ୍ୟ ସ୍ମରଣ କରୁଛି, ସେହି ସମସ୍ତଙ୍କୁ ମଧ୍ୟ ଆଦର କରୁଛି। ଆଉ ପୁଣିଥରେ ଆଜିର ଏହି ପବିତ୍ର ଅବସରରେ ଭବିଷ୍ୟତ ପାଇଁ ଅନେକ ଅନେକ ଶୁଭକାମନା ଜଣାଉଛି। ସାରା ବିଶ୍ୱରେ ରହିଥିବା ପୁରାତନ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ମୁଁ ଉତ୍ତମ ସ୍ୱାସ୍ଥ୍ୟର ଶୁଭକାମନା ଜଣାଉଛି, ସେମାନଙ୍କୁ ଉତ୍ତମ ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା ଜଣାଉଛି ଆଉ ଏଏମୟୁର ମଧ୍ୟ ଉତ୍ତମ ଭବିଷ୍ୟତ ପାଇଁ ଅନେକ-ଅନେକ ଶୁଭକାମନା ସହିତ ମୁଁ ଆପଣମାନଙ୍କୁ ବିଶ୍ୱାସ ଦେଉଛି ଯେ ସରକାର ଆପଣଙ୍କ ପ୍ରଗତି ପାଇଁ, ଆପଣଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମେ କେବେ ହେଲେ ମଧ୍ୟ ପଛରେ ରହିବୁ ନାହିଁ।
ଏହି ଏକ ବିଶ୍ୱାସର ସହିତ ଆପଣମାନଙ୍କୁ ବହୁତ-ବହୁତ ଧନ୍ୟବାଦ।
*****
Speaking at the Aligarh Muslim University. Watch. https://t.co/sNUWDAUHIH
— Narendra Modi (@narendramodi) December 22, 2020
अभी कोरोना के इस संकट के दौरान भी AMU ने जिस तरह समाज की मदद की, वो अभूतपूर्व है।
— PMO India (@PMOIndia) December 22, 2020
हजारों लोगों का मुफ्त टेस्ट करवाना, आइसोलेशन वार्ड बनाना, प्लाज्मा बैंक बनाना और पीएम केयर फंड में बड़ी राशि का योगदान देना, समाज के प्रति आपके दायित्वों को पूरा करने की गंभीरता को दिखाता है: PM
बीते 100 वर्षों में AMU ने दुनिया के कई देशों से भारत के संबंधों को सशक्त करने का भी काम किया है।
— PMO India (@PMOIndia) December 22, 2020
उर्दू, अरबी और फारसी भाषा पर यहाँ जो रिसर्च होती है, इस्लामिक साहित्य पर जो रिसर्च होती है, वो समूचे इस्लामिक वर्ल्ड के साथ भारत के सांस्कृतिक रिश्तों को नई ऊर्जा देती है: PM
आज देश जो योजनाएँ बना रहा है वो बिना किसी मत मजहब के भेद के हर वर्ग तक पहुँच रही हैं।
— PMO India (@PMOIndia) December 22, 2020
बिना किसी भेदभाव, 40 करोड़ से ज्यादा गरीबों के बैंक खाते खुले।
बिना किसी भेदभाव, 2 करोड़ से ज्यादा गरीबों को पक्के घर दिए गए।
बिना किसी भेदभाव 8 करोड़ से ज्यादा महिलाओं को गैस मिला: PM
बिना किसी भेदभाव आयुष्मान योजना के तहत 50 करोड़ लोगों को 5 लाख रुपए तक का मुफ्त इलाज संभव हुआ।
— PMO India (@PMOIndia) December 22, 2020
जो देश का है वो हर देशवासी का है और इसका लाभ हर देशवासी को मिलना ही चाहिए, हमारी सरकार इसी भावना के साथ काम कर रही है: PM
सरकार higher education में number of enrollments बढ़ाने और सीटें बढ़ाने के लिए भी लगातार काम कर रही है।
— PMO India (@PMOIndia) December 22, 2020
वर्ष 2014 में हमारे देश में 16 IITs थीं। आज 23 IITs हैं।
वर्ष 2014 में हमारे देश में 9 IIITs थीं। आज 25 IIITs हैं।
वर्ष 2014 में हमारे यहां 13 IIMs थे। आज 20 IIMs हैं: PM
Medical education को लेकर भी बहुत काम किया गया है।
— PMO India (@PMOIndia) December 22, 2020
6 साल पहले तक देश में सिर्फ 7 एम्स थे। आज देश में 22 एम्स हैं।
शिक्षा चाहे Online हो या फिर Offline, सभी तक पहुंचे, बराबरी से पहुंचे, सभी का जीवन बदले, हम इसी लक्ष्य के साथ काम कर रहे हैं: PM
बीते 100 वर्षों में AMU ने कई देशों से भारत के संबंधों को सशक्त करने का काम किया है।
— Narendra Modi (@narendramodi) December 22, 2020
इस संस्थान पर दोहरी जिम्मेदारी है - अपनी Respect बढ़ाने की और Responsibility निभाने की।
मुझे विश्वास है कि AMU से जुड़ा प्रत्येक व्यक्ति अपने कर्तव्यों को ध्यान में रखते हुए आगे बढ़ेगा। pic.twitter.com/LtA5AiPZCk
महिलाओं को शिक्षित इसलिए होना है ताकि वे अपना भविष्य खुद तय कर सकें।
— Narendra Modi (@narendramodi) December 22, 2020
Education अपने साथ लेकर आती है- Employment और Entrepreneurship.
Employment और Entrepreneurship अपने साथ लेकर आते हैं- Economic Independence.
Economic Independence से होता है- Empowerment. pic.twitter.com/PLbUio9jqs
हमारा युवा Nation First के आह्वान के साथ देश को आगे बढ़ाने के लिए प्रतिबद्ध है।
— Narendra Modi (@narendramodi) December 22, 2020
वह नए-नए स्टार्ट-अप्स के जरिए चुनौतियों का समाधान निकाल रहा है।
Rational Thinking और Scientific Outlook उसकी Priority है।
नई शिक्षा नीति में युवाओं की इन्हीं Aspirations को प्राथमिकता दी गई है। pic.twitter.com/JHr0lqyF90
AMU के सौ साल पूरा होने पर सभी युवा ‘पार्टनर्स’ से मेरी कुछ और अपेक्षाएं हैं... pic.twitter.com/qYGQTU3R3t
— Narendra Modi (@narendramodi) December 22, 2020
समाज में वैचारिक मतभेद होते हैं, यह स्वाभाविक है।
— Narendra Modi (@narendramodi) December 22, 2020
लेकिन जब बात राष्ट्रीय लक्ष्यों की प्राप्ति की हो तो हर मतभेद किनारे रख देना चाहिए।
नया भारत आत्मनिर्भर होगा, हर प्रकार से संपन्न होगा तो लाभ भी 130 करोड़ से ज्यादा देशवासियों का होगा। pic.twitter.com/esAsh9DTHv
सियासत और सत्ता की सोच से बहुत बड़ा, बहुत व्यापक किसी भी देश का समाज होता है।
— Narendra Modi (@narendramodi) December 22, 2020
पॉलिटिक्स से ऊपर भी समाज को आगे बढ़ाने के लिए बहुत Space होता है, जिसे Explore करते रहना बहुत जरूरी है। pic.twitter.com/iNSWFcpRxS