ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁୟାନାର ଜର୍ଜଟାଉନରେ ଥିବା ଆର୍ଯ୍ୟସମାଜ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଗୁୟାନାରେ ଭାରତୀୟ ସମାଜର ସଂସ୍କୃତିକୁ ସଂରକ୍ଷିତ କରିବାରେ ଆର୍ଯ୍ୟ ସମାଜର ପ୍ରୟାସ ଓ ଭୂମିକାକୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଚଳିତ ବର୍ଷ ବହୁତ ସ୍ୱତନ୍ତ୍ର କାରଣ ଆମେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜୟନ୍ତୀ ପାଳନ କରୁଛନ୍ତି ।
ଏକ୍ସ ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଜର୍ଜଟାଉନ, ଗୁୟାନାରେ ଆର୍ଯ୍ୟସମାଜ ସ୍ମାରକୀରେ ଶ୍ରଦ୍ଧାସୁମନ ଅର୍ପଣ କଲି । ଗୁୟାନାରେ ଆମର ସଂସ୍କୃତିକୁ ସଂରକ୍ଷିତ କରି ରଖିବାରେ ସେମାନଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ । ଏହା ଏକ ବହୁତ ମହତ୍ୱପୂର୍ଣ୍ଣ ବର୍ଷ, କାରଣ ଆମେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ପାଳନ କରୁଛନ୍ତି ।”
***
SR
In Georgetown, Guyana, paid tributes to the Arya Samaj monument. Their role in preserving our culture in Guyana is indeed commendable. This is also a very special year because we are marking the 200th Jayanti of Swami Dayanand Saraswati. pic.twitter.com/rDzc7wLCUX
— Narendra Modi (@narendramodi) November 21, 2024