ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପାଇଁ ହାଉସ୍ ସ୍ପିକର କେଭିନ୍ ମ୍ୟାକାର୍ଥୀଙ୍କ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମ୍ମାନର ସହ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାରତ ଏବଂ ଆମେରିକା ମଧ୍ୟରେ ବିସ୍ତୃତ ଗଣତାନ୍ତ୍ରିକ, ମଜଭୁତ ଲୋକସମ୍ପର୍କ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧି ପାଇଁ ଏକ ପ୍ରତିବଦ୍ଧତା ଆଧାରରେ ଗଢ଼ିଉଠିଥିବା ବ୍ୟାପକ ବୈଶ୍ୱିକ ରଣନୀତିକ ସମ୍ପର୍କକୁ ନେଇ ଗର୍ବିତ ବୋଲି କହିଛନ୍ତି ।
ଆମେରିକା ହାଉସ ସ୍ପିକର କେଭିନ୍ ମ୍ୟାକାର୍ôଥଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ନିମନ୍ତ୍ରଣ ପାଇଁ କେଭିନ୍ ମ୍ୟାକାର୍ଥୀ, ମିଚ୍ ମ୍ୟାକକନେଲ, ଚାର୍ଲ୍ସ ଶୁମର ଏବଂ ହାକିମ ଜେଫ୍ରିଜଙ୍କୁ ଧନ୍ୟବାଦ । ମୁଁ ଏହାକୁ ସ୍ୱୀକାର କରି ସମ୍ମାନିତ ଅନୁଭବ କରୁଛି ଏବଂ ପୁଣି ଥରେ କଂଗ୍ରେସର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିବାକ ପ୍ରତୀକ୍ଷା କରିଛି । ଭାରତ ଏବଂ ଆମେରିକା ମଧ୍ୟରେ ବିସ୍ତୃତ ଗଣତାନ୍ତ୍ରିକ, ମଜଭୁତ ଲୋକସମ୍ପର୍କ ଏବଂ ବିଶ୍ୱ ଶାନ୍ତି ଓ ସମୃଦ୍ଧି ପାଇଁ ଏକ ପ୍ରତିବଦ୍ଧତା ଆଧାରରେ ଗଢ଼ିଉଠିଥିବା ବ୍ୟାପକ ବୈଶ୍ୱିକ ରଣନୀତିକ ସମ୍ପର୍କକୁ ନେଇ ଆମେ ଗର୍ବିତ ।’
SR
Thank you @SpeakerMcCarthy, @LeaderMcConnell, @SenSchumer, and @RepJeffries for the gracious invitation. I am honored to accept and look forward to once again address a Joint Meeting of the Congress. We are proud of our Comprehensive Global Strategic Partnership with the US,… https://t.co/yeg6XaGUH2
— Narendra Modi (@narendramodi) June 6, 2023