ୱାଶିଂଟନ ଡିସି ସ୍ଥିତ ନେସନାଲ ସାଇନ୍ସ ସେଣ୍ଟର ଠାରେ ଆୟୋଜିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍ ବାଇଡେନ୍ ଅଂଶଗ୍ରହଣ କରିଛନ୍ତି।
ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।
ଶିକ୍ଷା, ଦକ୍ଷତା ବିକାଶ ଓ ନବସୃଜନକୁ ପ୍ରୋତ୍ସାହନ ଦେବା ଲାଭି ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଭାରତ ଓ ଆମେରିକାର ଶିକ୍ଷା ଓ ଗବେଷଣା ଇକୋସିଷ୍ଟମ ମଧ୍ୟରେ ବର୍ତ୍ତମାନ ଜାରି ରହିଥିବା ଦ୍ୱିପାକ୍ଷିକ ଶିକ୍ଷାଗତ ବିନିମୟ ଓ ସହଭାଗିତାକୁ ସେ ପ୍ରଶଂସା କରିଥିଲେ। ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଭାରତ-ଆମେରିକା ସହଭାଗିତାକୁ ତ୍ୱରାନ୍ୱିତ କରିବା ଲାଗି ପ୍ରଧାନମନ୍ତ୍ରୀ ୫-ସୂତ୍ରୀ ପ୍ରସ୍ତାବ ଦେଇଥିଲେ। ସେଗୁଡ଼ିକ ହେଲା :
ଏହି କାର୍ଯ୍ୟକ୍ରମରେ ନର୍ଦର୍ଣ୍ଣ ଭର୍ଜିନିଆ କମ୍ୟୁନିଟୀ କଲେଜର ଅଧ୍ୟକ୍ଷ, ଆମେରିକୀୟ ବିଶ୍ୱବିଦ୍ୟାଳୟ ସଂଘର ସଭାପତି, ମାଇକ୍ରନ୍ ଟେକ୍ନୋଲୋଜିର ସଭାପତି ଓ ସିଇଓ ଏବଂ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।
****
P.S.
LIVE. PM @narendramodi's remarks during his visit to the National Science Foundation. https://t.co/K3njU8sOlA
— PMO India (@PMOIndia) June 21, 2023
Honoured that @FLOTUS @DrBiden joined us in a special event relating to skill development. Skilling is a top priority for India and we are dedicated to creating a proficient workforce that can boost enterprise and value creation. pic.twitter.com/eXibkMme9c
— Narendra Modi (@narendramodi) June 21, 2023