ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା, ମାନ୍ୟବର ଶ୍ରୀ ଜାକେ ସୁଲିଭାନ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ସମ୍ପର୍କରେ ଏନଏସଏ ସୁଲିଭାନ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ବାଇଡେନ ଆମେରିକା ଗସ୍ତରେ ଯିବାକୁ ଥିବା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି ।
ଭାରତ ଏବଂ ଆମେରିକା ମଧ୍ୟରେ ବଢୁଥିବା ଏବଂ ମଜବୁତ ହେଉଥିବା ଆର୍ନ୍ତଜାତିକ ରଣନୀତିକ ଭାଗିଦାରୀରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାରସ୍ପରିକ ସ୍ୱାର୍ଥର ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ରାଷ୍ଟ୍ରପତି ବାଇଡେନଙ୍କ ସହ ଏକ ଫଳପ୍ରଦ ଗସ୍ତ ଏବଂ ଏକ ସୌହାର୍ଦ୍ଦପୂର୍ଣ୍ଣ ଆଲୋଚନା ପାଇଁ ସେ ଅପେକ୍ଷା କରିଛନ୍ତି ।
HS
Glad to receive US National Security Advisor @JakeSullivan46. Reviewed progress under India-US Initiative on Critical & Emerging Technologies (iCET) and other issues of bilateral cooperation. Look forward to meeting @POTUS @JoeBiden during my upcoming State Visit to the US. pic.twitter.com/jqG77WgMIE
— Narendra Modi (@narendramodi) June 13, 2023