ଭାରତ ଦ୍ୱାରା ଆନ୍ତର୍ଜାତିକ ସୌର ସହଯୋଗ ମେଂଟ ଢାଂଚା ବୁଝାମଣାର ଅନୁସମର୍ଥନ ପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବକୁ ଆଜି (28.12.2016) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଛିଲା ଭାବେ ଅନୁମୋଦନ କରାଯାଇଛି । ଜଳବାୟୁ ପରିବର୍ତ୍ତନ ନେଇ 2015 ନଭେମ୍ବର 30ରେ ପ୍ୟାରିସଠାରେ ସଂଯୁକ୍ତ ରାଷ୍ଟ୍ର ଫ୍ରେମୱାର୍କ ସମ୍ମିଳନୀର ଏକବିଂଶ ସିଓପି ବୈଠକ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ମିଳିତ ଭାବେ ଆନ୍ତର୍ଜାତିକ ସୌର ସହଯୋଗ ମେଂଟର ଶୁଭାରମ୍ଭ କରିଥିଲେ ।
ଆନ୍ତର୍ଜାତିକ ସୌର ସହଯୋଗ ମେଂଟ 121ଟି ଅତ୍ୟଧିକ ସୋ÷ର ରଶ୍ମୀ ସମ୍ପନ୍ନ ରାଷ୍ଟ୍ରଗୁଡିକୁ ଏକାଠି କରି ଅକ୍ଷୟ ଶକ୍ତିର ବିକାଶ ଦିଗରେ ସମନ୍ୱିତ ଅନୁସନ୍ଧାନ, ପ୍ରକଳ୍ପ ପାଇଁ ସୂଲଭ ଅର୍ଥ ଯୋଗାଣ ଏବଂ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ନେବେ । ସୌର ସହଯୋଗ ମେଂଟ ମୁଖ୍ୟାଳୟର ଭିତ୍ତିପ୍ରସ୍ତର ହରିଆନାର ଗ୍ୱାଲା ପାହାଡି ଠାରେ ସ୍ଥାପନ କରାଯାଇଛି । ଆଇଏସଏକୁ କାର୍ଯ୍ୟକାରୀ କରିବା ପାଇଁ ଭାରତ ପ୍ରତିବଦ୍ଧ ଏବଂ ସମର୍ଥନ ପାଇଁ ସହଯୋଗ କରୁଛି । ଆନ୍ତର୍ଜାତିକ ସୌର ସହଯୋଗ ମେଂଟ ଜରିଆରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏବଂ ନବୀକରଣୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱ ସ୍ତରରେ ନେତୃତ୍ୱ ନେବ । ଏହା ସୋ÷ର ଶକ୍ତି କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଭାରତକୁ ଏକ ମଂଚ ପ୍ରଦାନ କରିବ ।