ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟିଆଇଆର ଚୁକ୍ତିନାମା ଅଧୀନରେ ଆନ୍ତର୍ଜାତିକ ମାଲ ପରିବହନରେ ସୀମା ଶୁଳ୍କ ରାଜିନାମାରେ ଭାରତର ପ୍ରବେଶକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଏହା ସହିତ ଏଥିରେ ସାମିଲ ପାଇଁ ଆବଶ୍ୟକ ପ୍ରକ୍ରିୟା ସଂଶୋଧନକୁ ଶେଷ ପାଇଁ ଅନୁମୋଦନ ମିଳିଛି ।
ଏହି ରାଜିନାମା ଭାରତୀୟ ବ୍ୟବସାୟୀଙ୍କୁ ବିଭିନ୍ନ ଦେଶର ଚୁକ୍ତିବଦ୍ଧ ପକ୍ଷଠାରୁ ସଡ଼କ ଅବା ଅନ୍ୟ ବହୁମୁଖୀ ସାଧନ ମାଧ୍ୟମରେ ମାଲ ପରିବହନକୁ ତ୍ୱରିତ, ସହଜ, ବିଶ୍ୱସନୀୟ ଓ ଅବାଧ ଆନ୍ତର୍ଜାତିକ ବ୍ୟବସ୍ଥା ଉପଲବ୍ଧ କରାଇବାରେ ସହାୟକ ହେବ ।
ରାଜିନାମାରେ ସାମିଲ ହେବା ଦ୍ୱାରା ସୀମା ଶୁଳ୍କ ନିୟନ୍ତ୍ରଣର ପାରସ୍ପରିକ ମାନ୍ୟତା ଯୋଗୁ ମଧ୍ୟବର୍ତ୍ତୀ ସୀମାରେ ସାମଗ୍ରୀର ନିରୀକ୍ଷଣ ସହ ମାର୍ଗରେ ସୁରକ୍ଷା ମିଳିବ । ସୀମା ଶୁଳ୍କର ମଞ୍ଜୁରି ଅତିରିକ୍ତ କଷ୍ଟମ ସ୍ଥାନରେ ମଧ୍ୟ ହୋଇପାରିବ, କାରଣ ସୀମା ଅତିକ୍ରମ କରିବା ପାଇଁ ସୀମା ଶୁଳ୍କ ମଞ୍ଜୁରି ମିଳୁଥିବା ବନ୍ଦର ଓ ଅନ୍ୟ କେନ୍ଦ୍ରଗୁଡ଼ିକରେ ସର୍ବଦା ଭିଡ଼ ରହିଥାଏ । ଏହି ପ୍ରସ୍ତାବ ଭାରତ ସରକାରଙ୍କ ଉପରେ କୌଣସି ପ୍ରତ୍ୟକ୍ଷ ଆର୍ଥିକ ପ୍ରଭାବ ପକାଇବ ନାହିଁ ।