ଦକ୍ଷିଣ କୋରିଆରେ ଅବସ୍ଥିତ ଆନ୍ତର୍ଜାତିକ ଟୀକା ପ୍ରତିଷ୍ଠାନ (International Vaccine Institute)ର ପରିଚାଳନା ପରିଷଦରେ ଭାରତର ପୂର୍ଣ୍ଣ ସଦସ୍ୟତା ଗ୍ରହଣ ପ୍ରସ୍ତାବକୁ କେନ୍ଦ୍ରର ମଞ୍ଜୁରି ମିଳିଛି । ଆଜି (18.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦକ୍ଷିଣ କୋରିଆର ରାଜଧାନୀ ସିଓଲଠାରେ ଅବସ୍ଥିତ ଏହି ଆନ୍ତର୍ଜାତିକ ସଂଗଠନର ସଦସ୍ୟ ହେବାଲାଗି ଭାରତକୁ ବାର୍ଷିକ 5ଲକ୍ଷ ଆମେରିକୀୟ ଡଲାର ଚାନ୍ଦା ଦେବାକୁ ପଡିବ ।
ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ଅଧୀନରେ 1997 ମସିହାରେ ସିଓଲଠାରେ ଏହି ଇଂଟରନେସନାଲ ଭେକସିନ ଇନଷ୍ଟିଟ୍ୟୁଟ୍ ପ୍ରତିଷ୍ଠା କରାଯାଇଥିଲା । ବିଶ୍ୱର ଛୋଟ ଛୋଟ ପିଲା ତଥା ଶିଶୁମାନଙ୍କୁ ଭୟଙ୍କର ସଂକ୍ରାମକ ରୋଗରୁ ରକ୍ଷା କରିବା ସକାଶେ ନୂଆ ଏବଂ ଆଧୁନିକ ଟୀକା ଉଦ୍ଭାବନ କରିବା ଦିଗରେ ଏହି ଅନୁଷ୍ଠାନ କାର୍ଯ୍ୟରତ ।