Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆନ୍ତର୍ଜାତିକ ଗଣିତ ଅଲମ୍ପିଆଡରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା


ଆନ୍ତର୍ଜାତିକ ଗଣିତ ଅଲମ୍ପିଆଡରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ଗର୍ବ ଅନୁଭବ କରିଛନ୍ତି ।

ଭାରତୀୟ ଦଳ ଚାରୋଟି ସ୍ୱର୍ଣ୍ଣ ପଦକ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆନ୍ତର୍ଜାତିକ ଗଣିତ ଅଲମ୍ପିଆଡରେ ଭାରତ ଚତୁର୍ଥ ସ୍ଥାନ ହାସଲ କରି ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ କରିବା ଏକ ଗର୍ବ ଓ ଗୌରବର ବିଷୟ । ଆମ ଦଳ ୪ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇଛି । ଏହି ସଫଳତା ଅନ୍ୟାନ୍ୟ ଯୁବ ପିଢ଼ିଙ୍କୁ ପ୍ରୋତ୍ସାହିତ କରିବା ସହ ଗଣିତକୁ ଅଧିକ ଲୋକପ୍ରିୟ କରିବ ।”

SR