Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଧାର ଏବଂ ଅନ୍ୟାନ୍ୟ ଆଇନ ଆଣିବା ନେଇ (ସଂଶୋଧନ) ଅଧ୍ୟାଦେଶ, 2019 ଘୋଷଣାକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଧାର ଅଧିନିୟମ 2016, ବେଆଇନ ଅର୍ଥ କାରବାର ନିରୋଧକ ଆଇନ 2005 ଏବଂ ଭାରତୀୟ ଟେଲିଗ୍ରାଫ ଅଧିନିୟମ 1885ରେ ସଂଶୋଧନ କରିବା ପାଇଁ ଏକ ଅଧ୍ୟାଦେଶ ଘୋଷଣା କରିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛି । 2019 ଜାନୁଆରୀ 4ରେ ଲୋକସଭା ଦ୍ୱାରା ଗୃହୀତ ବିଲରେ ଥିବା ବ୍ୟବସ୍ଥା ଅନୁରୂପ ବ୍ୟବସ୍ଥା ଏହି ପ୍ରସ୍ତାବିତ ସଂଶୋଧନରେ ରହିଛି ।

ପ୍ରଭାବ:

ଏହି ସଂଶୋଧନ ୟୁଆଇଡିଏଆଇକୁ ଅଧିକ ଜନହିତରେ କାର୍ଯ୍ୟ କରିବା ଏବଂ ଆଧାରର ଦୁରୂପଯୋଗକୁ ସୀମିତ କରିବା ପାଇଁ ଅଧିକ ମଜଭୁତ ବ୍ୟବସ୍ଥା ପ୍ରତିଷ୍ଠା କରିବାରେ ସମର୍ଥ କରାଇବ । ଏହି ସଂଶୋଧନ ପରେ ଯେପର୍ଯ୍ୟନ୍ତ ସଂସଦରେ ପାରିତ କୌଣସି ଆଇନ ଦ୍ୱାରା ଏପରି ବ୍ୟବସ୍ଥା କରାଯାଇନାହିଁ, ଜଣେ ବ୍ୟକ୍ତିକୁ ନିଜର ପରିଚୟ ପ୍ରମାଣିତ କରିବାର ଆବଶ୍ୟକତା ଲାଗି ପ୍ରମାଣ ସ୍ୱରୂପ ଆଧାର ନମ୍ବର ଦେବାକୁ ବାଧ୍ୟ କରାଯିବ ନାହିଁ ।

ସଂଶୋଧନର ପ୍ରମୁଖ ବିଶେଷତ୍ଵ ନିମ୍ନ ପ୍ରକାରର :

ଆଧାର ନମ୍ବର ଧାରକଙ୍କ ସହମତି ଦ୍ୱାରା ଅଫଲାଇନ ସତ୍ୟାସତ୍ୟର ପ୍ରମାଣ ଦ୍ୱାରା ଭୌତିକ କିମ୍ବା ଇଲେକ୍ଟ୍ରୋନିକ ରୂପରେ ଆଧାର ସଂଖ୍ୟାର ସ୍ୱେଚ୍ଛାକୃତ ଉପଯୋଗର ବ୍ୟବସ୍ଥା କରିଥାଏ ।

କୌଣସି ବ୍ୟକ୍ତିର ବାସ୍ତବ ଆଧାର ନମ୍ବରକୁ ଲୁଚାଇବା ପାଇଁ 12 ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ଏହାର ବିକଳ୍ପ ଭର୍ଚୁଆଲ ପରିଚୟ ଉପଯୋଗର ବ୍ୟବସ୍ଥା କରିଥାଏ ।

ଆଧାର କାର୍ଡଧାରୀ ପିଲାମାନଙ୍କୁ 18 ବର୍ଷ ପୂରଣ ହେବା ପରେ ନିଜର ଆଧାର ନମ୍ବର ରଦ୍ଦ କରିବାର ବିକଳ୍ପ ବ୍ୟବସ୍ଥା।

ସଂସ୍ଥାଗୁଡିକୁ କେବଳ ସେତେବେଳେ ପ୍ରାମାଣୀକରଣ କରିବାର ଅନୁମତି ପ୍ରଦାନ କରିଥାଏ ଯେତେବେଳେ ସେମାନେ ପ୍ରାଧିକାରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଗୋପନୀୟତା ଏବଂ ସୁରକ୍ଷା ମାନଦଣ୍ଡର ଅନୁପାଳନ କରନ୍ତି, ଏବଂ ପ୍ରାମାଣୀକରଣର ଅନୁମତି ସଂସଦ ଦ୍ୱାରା ତିଆରି କୌଣସି ଆଇନ ଅନ୍ତର୍ଗତ ଦିଆଯାଇ ପାରେ କିମ୍ବା ସେମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶ ହିତ ପାଇଁ ଅନୁଶାସିତ ହୁଅନ୍ତି ।

ସ୍ୱେଚ୍ଛାକୃତ ଆଧାରରେ ପ୍ରାମାଣୀକରଣ ପାଇଁ ଆଧାର ସଂଖ୍ୟାର ଉପଯୋଗର ଅନୁମତି ପ୍ରଦାନ କରିଥାଏ ଯେପରିକି ଭାରତୀୟ ଟେଲିଗ୍ରାଫ ଅଧିନିୟମ 1885 ଏବଂ କଳା ଧନ ନିରୋଧ ଅଧିନିୟମ 2002 ଅନ୍ତର୍ଗତ କେୱାଇସି କାଗଜପତ୍ର ରୂପରେ ସ୍ୱୀକାର୍ଯ୍ୟ ।

ଘରୋଇ ସଂସ୍ଥାମାନଙ୍କ ଦ୍ୱାରା ଆଧାରର ଉପଯୋଗ ସହିତ ସମ୍ବନ୍ଧିତ ଆଧାର ଅଧିନିୟମର ଧାରା 57ର ବିଲୋପନର ପ୍ରଭାବ ରଖିଥାଏ ।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟୀ ଅଫ ଇଣ୍ଡିଆ ଫଣ୍ଡର ସ୍ଥାପନା ପାଇଁ ବ୍ୟବସ୍ଥା କରିଥାଏ ।

ଆଧାର ଇକୋସିଷ୍ଟମ କମ୍ପାନୀଗୁଡିକ ଦ୍ୱାରା ଆଧାର ଆଇନ ଏବଂ ବ୍ୟବସ୍ଥାର ଉଲ୍ଲଂଘନ ସମ୍ବନ୍ଧରେ ଦେୱାନୀ ଦଣ୍ଡ, ମାମଲାର ସମାଧାନ ଏବଂ ସମ୍ବନ୍ଧିତ ଅପିଲର ବ୍ୟବସ୍ଥା କରିଥାଏ।

 ***