Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଣ୍ଡାମାନ ନିକୋବାରକୁ ଭୂତଳ ଅପଟିକାଲ ଫାଇବର ନେଟୱାର୍କ ମାଧ୍ୟମରେ ଯୋଡିବା ପାଇଁ 1102 କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ରର ଅନୁମୋଦନ


ଆଣ୍ଡାମାନ ନିକୋବାର ଦ୍ୱୀପପୁଂଜକୁ ସମୁଦ୍ର ପଥରେ ଟେଲି-ସଂଯୋଗ (ଦୁରସଞ୍ଚାର)ପାଇଁ କେନ୍ଦ୍ର ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ଏହି କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ଚେନ୍ନାଇ ଠାରୁ ଆଣ୍ଡାମାନ, କାର ନିକୋବାର, ହାବେଲକ, କାମୋର୍ତ୍ତା, ଗ୍ରେଟ ନିକୋବାର ଏବଂ ପୋର୍ଟ ବ୍ଲେୟାର ମଧ୍ୟରେ ଅପଟିକାଲ ଫାଇବର କେବୁଲ ବିଛାଯିବ । ଏକ ସମର୍ପିତ ଭୂତଳ ପଥରେ ସମୁଦ୍ର ମଧ୍ୟରେ ଏହି ଅତ୍ୟାଧୂନିକ ଅପଟିକାଲ ଫାଇବାର ଲାଇନ ଟଣାଯିବ ଯାହାକି ଭାରତର ମୁଖ୍ୟ ଭୂଖଣ୍ଡ ସହ ଆଣ୍ଡାମାନ ନିକୋବାରକୁ ଯୋଡିବ । ଏହି ସାମୁଦ୍ରିକ ଭୂତଳ ଅପଟିକାଲ ଫାଇବର କେବୁଲ ନେଟୱାର୍କ ପାଇଁ 1102.38 କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି । ଏଥିମଧ୍ୟରେ ଆଗାମୀ 5-ବର୍ଷ ପାଇଁ ପ୍ରକଳ୍ପ ଖର୍ଚ୍ଚକୁ ମଧ୍ୟ ସାମିଲ କରାଯାଇଛି । ପ୍ରସ୍ତାବିତ ଅପଟିକାଲ ଫାଇବର କେବୁଲ ନେଟୱାର୍କ କାର୍ଯ୍ୟ ଡିସେମ୍ବର 2018 ସୁଦ୍ଧା ସଂପୂର୍ଣ୍ଣ କରାଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦିଆଯାଇଛି । ଆଣ୍ଡାମାନ ନିକୋବାର ଦ୍ୱୀପପୁଂଜରେ ଇ-ପ୍ରଶାସନ ବ୍ୟବସ୍ଥା ଆରମ୍ଭ କରିବା, ଇ-ବାଣିଜ୍ୟ ସୁବିଧା ଏବଂ ଶିଳ୍ପ ବିକାଶର ପଥକୁ ସୁଗମ କରିବା ଲାଗି ପ୍ରତ୍ୟକ୍ଷ ଦୂରସଂଚାର ସଂଯୋଗୀକରଣର ଜରୁରୀ ଆବଶ୍ୟକତା ରହିଛି । କେବଳ ସେତିକି ନୁହେଁ, ଏହି ଦ୍ୱୀପ ପୁଂଜରେ ଆଧୂନିକ ଶିକ୍ଷା ସୁବିଧା ଉପଲବ୍ଧ କରାଇବା ଏବଂ ଆଧୂନିକ ଜ୍ଞାନ ବିଜ୍ଞାନର ପ୍ରସାର ତଥା ଡିଜିଟାଲ ଇଣ୍ଡିଆ ଅଭିଯାନର ସ୍ୱପ୍ନ ସାକାର କରିବା ଦିଗରେ କ୍ୟାବିନେଟର ଏହି ନିଷ୍ପତ୍ତି ବିଶେଷ ଭାବେ ସହାୟକ ହେବ । ସେହିପରି ଅପଟିକାଲ ଫାଇବର କେବୁଲ ନେଟୱାର୍କର ବ୍ୟାପକ ବିସ୍ତାର ଦ୍ୱାରା ମୁଖ୍ୟ ଭୂଖଣ୍ଡ ଏବଂ ଆଣ୍ଡାମାନ ନିକୋବାର ଦ୍ୱୀପପୁଂଜ ମଧ୍ୟରେ ଇ-ବାଣିଜ୍ୟ କାରବାର ବୃଦ୍ଧି ପାଇବ ଯାହାକି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।