Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଜିର ଯୁଗରେ ମହାତ୍ମା ଗାନ୍ଧୀଙ୍କ ପ୍ରାସଙ୍ଗିକତା ପ୍ରସଙ୍ଗରେ ମିଳିତ ଜାତିସଂଘ ଇସିଓଏସଓସି ଚାମ୍ବରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ମହାସଚିବ ଆଂଟୋନିଓ ଗୁଟେରସ,

ରାଷ୍ଟ୍ରପତି ମୁନ,

ପ୍ରଧାନମନ୍ତ୍ରୀ ଲି,

ପ୍ରଧାନମନ୍ତ୍ରୀ ଶେଖ ହାସିନା,

ପ୍ରଧାନମନ୍ତ୍ରୀ ଆଣ୍ଡ୍ର୍ୟୁ ହୋଲନେସ,

ପ୍ରଧାନମନ୍ତ୍ରୀ ଆର୍ଡେର୍ଣ୍ଣ,

ପ୍ରଧାନମନ୍ତ୍ରୀ ଲୋଟେ ସେରିଂ,

ମହାମହିମ, ବନ୍ଧୁଗଣ!

ଆମେ ସମସ୍ତେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ ଅବସରରେ ଆଜିର ଯୁଗରେ ତାଙ୍କର ପ୍ରାସଙ୍ଗିକତା ଉପରେ ଆଲୋଚନା କରିବା ଲାଗି ଏକଜୁଟ ହୋଇଛୁ ।

ଆପଣ ସମସ୍ତ ବିଶିଷ୍ଟ ଅତିଥିମାନଙ୍କୁ ମୁଁ ସ୍ୱାଗତ କରୁଛି ।

ମହାତ୍ମା ଗାନ୍ଧୀଜୀଙ୍କ 150ତମ ଜନ୍ମ ଜୟନ୍ତୀରେ ଏକ ସ୍ମାରକୀ ଡାକ ଟିକେଟ ଜାରି କରିବା ଲାଗି ମୁଁ ମିଳିତ ଜାତିସଂଘ ପ୍ରତି ବିଶେଷ କୃତଜ୍ଞତା ବ୍ୟକ୍ତ କରୁଛି ।

ଗାନ୍ଧୀଜୀ ଭାରତୀୟ ଥିଲେ, କିନ୍ତୁ କେବଳ ଭାରତୀୟ ନଥିଲେ । ଆଜିର ଏହି ମଞ୍ଚ ତା’ର ଏକ ଜୀବନ୍ତ ଉଦାହରଣ ।
ଇତିହାସରେ ଏମିତି କେଉଁଠି ଦେଖିବାକୁ ମିଳେ ନାହିଁ, ଯେତେବେଳେ ଶାସନ ଠାରୁ ବହୁଦୂର ପର୍ଯ୍ୟନ୍ତ ସମ୍ପର୍କ ନଥିବା ଜଣେ ବ୍ୟକ୍ତି ସତ୍ୟ ଓ ଅହିଂସାର ଶକ୍ତିରେ, ଶହ ଶହ ବର୍ଷ ପୁରୁଣା ସାମ୍ରାଜ୍ୟକୁ କେବଳ ଦୋହଲାଇ ଦେଇନଥିଲା, ବରଂ ଅନେକ ଦେଶଭକ୍ତଙ୍କ ମଧ୍ୟରେ ସ୍ୱାଧୀନତାର ଭାବନା ଜାଗ୍ରତ କରିପାରିଥିଲା ।

ମହାତ୍ମା ଗାନ୍ଧୀ ଏପରି ଜଣେ ବ୍ୟକ୍ତି ଥିଲେ ଏବଂ କ୍ଷମତା ଠାରୁ ଏତେ ଦୂରରେ ରହିବା ସତ୍ୱେ ଆଜି ମଧ୍ୟ ସେ କୋଟି କୋଟି ଲୋକଙ୍କ ହୃଦୟରେ ରାଜୁତି କରୁଛନ୍ତି ।

ଆପଣ କଳ୍ପନା କରିପାରିବେ ନାହିଁ ଯେଉଁମାନଙ୍କୁ ଗାନ୍ଧୀ ଜୀ କେବେହେଲେ ଭେଟିନାହାନ୍ତି, ସେମାନେ ମଧ୍ୟ ତାଙ୍କ ଜୀବନ ଦ୍ୱାରା କେତେ ପ୍ରଭାବିତ ହୋଇଛନ୍ତି । ମାର୍ଟିନ ଲୁଥର କିଙ୍ଗ ଜୁନିଅର ହୁଅନ୍ତୁ କିମ୍ବା ନେଲସନ ମଣ୍ଡେଲା, ଏମାନଙ୍କ ବିଚାରର ଆଧାର ମହାତ୍ମା ଗାନ୍ଧୀ ଥିଲେ, ଗାନ୍ଧୀଜୀଙ୍କ ଆଦର୍ଶ ଥିଲା ।

ବନ୍ଧୁଗଣ,

ଆଜି ଗଣତନ୍ତ୍ର ପରିଭାଷାର ଏକ ସୀମିତ ଅର୍ଥ ରହିଯାଇଛି ଯେ ଜନସାଧାରଣ ନିଜ ପସନ୍ଦର ସରକାର ବାଛିବେ ଏବଂ ସରକାର ଜନସାଧାରଣଙ୍କ ଆଶା ଆକାଂକ୍ଷା ଅନୁସାରେ କାମ କରିବେ । କିନ୍ତୁ ମହାତ୍ମା ଗାନ୍ଧୀ ଗଣତନ୍ତ୍ରର ଅସଲ ଶକ୍ତି ଉପରେ ଗୁରୁତ୍ୱ ଦେଇଥିଲେ । ସେ ସେହି ମାର୍ଗ ଦେଖାଇଥିଲେ ଯେଉଁଥିରେ ଲୋକମାନେ ଶାସନ ଉପରେ ନିର୍ଭରଶୀଳ ନହୋଇ ସ୍ୱାବଲମ୍ବୀ ହୋଇପାରିବେ ।

ବନ୍ଧୁଗଣ,

ମହାତ୍ମା ଗାନ୍ଧୀ, ଭାରତର ସ୍ୱାଧୀନତା ଆନେ୍ଦାଳନର କେନ୍ଦ୍ର ବିନ୍ଦୁ ଥିଲେ କିନ୍ତୁ କିଛି ସମୟ ପାଇଁ ଆମକୁ ଏକଥା ଚିନ୍ତା କରିବାକୁ ହେବ ଯେ ଯଦି ଗାନ୍ଧୀଜୀ ସ୍ୱାଧୀନ ଦେଶରେ ଜନ୍ମ ନେଇଥାନ୍ତେ ତା’ହେଲେ କ’ଣ କରିଥାନ୍ତେ?

ସେ ସ୍ୱାଧୀନତା ଆନେ୍ଦାଳନରେ ଭାଗ ନେଇଥିଲେ, ଏ କଥା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଗାନ୍ଧୀଜୀଙ୍କ କାର୍ଯ୍ୟ କେବଳ ଏତିକିରେ ସମ୍ପ୍ରସାରିତ ହୋଇରହିନଥିଲା ।

ମହାତ୍ମାଗାନ୍ଧୀ ଏପରି ଏକ ସାମାଜିକ ବ୍ୟବସ୍ଥାର ଦାୟିତ୍ୱ ମୁଣ୍ଡାଇଥିଲେ, ଯାହା ସରକାରଙ୍କ ଉପରେ ନିର୍ଭରଶୀଳ ହୋଇନଥିବ ।
ମହାତ୍ମା ଗାନ୍ଧୀ ପରିବର୍ତନ ଆଣିଥିଲେ, ଏହା ସର୍ବଜନବିଦିତ; କିନ୍ତୁ ଏହା କହିବା ମଧ୍ୟ ଉଚିତ ହେବ ଯେ ସେ ଲୋକମାନଙ୍କ ଅନ୍ତରୀଣ ଶକ୍ତିକୁ ଜାଗ୍ରତ କରି ସେମାନଙ୍କୁ ନିଜ ଭିତରେ ପରିବର୍ତନ ଆଣିବା ଲାଗି ସଚେତନ କରାଇଥିଲେ ।

ଯଦି ସ୍ୱାଧୀନତା ସଂଗ୍ରାମର ଉତରଦାୟିତ୍ୱ ଗାନ୍ଧୀଜୀଙ୍କ ଉପରେ ନଥାନ୍ତା ତା’ହେଲେ ମଧ୍ୟ ସେ ସ୍ୱରାଜ ଏବଂ ସ୍ୱାବଲମ୍ବନର ମୂଳତତ୍ୱକୁ ନେଇ ଆଗକୁ ବଢ଼ିଥାନ୍ତେ ।

ଗାନ୍ଧୀଜୀଙ୍କ ଏହି ଦୂରଦୃଷ୍ଟି ଆଜି ଭାରତ ସମ୍ମୁଖରେ ଥିବା ବଡ଼ ଆହ୍ୱାନ ସମାଧାନ ଲାଗି ବଡ଼ ମାଧ୍ୟମ ହୋଇପାରିଛି ।

ଗତ 5 ବର୍ଷ ମଧ୍ୟରେ ଆମେ ଜନ ଭାଗୀଦାରୀକୁ ପ୍ରାଥମିକତା ଦେଇଛୁ । ସ୍ୱଚ୍ଛ ଭାରତ ଅଭିଯାନ ହେଉ, ଡିଜିଟାଲ ଇଣ୍ଡିଆ ହେଉ, ଜନସାଧାରଣ ଏବେ ଏସବୁ ଅଭିଯାନର ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି ।

ବନ୍ଧୁଗଣ

ମହାତ୍ମା ଗାନ୍ଧୀ କହୁଥିଲେ ଯେ ତାଙ୍କ ଜୀବନ ହିଁ ତାଙ୍କର ବାର୍ତ୍ତା । ଗାନ୍ଧୀଜୀ କେବେ ହେଲେ ନିଜ ଜୀବନ ଦ୍ୱାରା ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରୟାସ କରିନଥିଲେ କିନ୍ତୁ ତାଙ୍କ ଜୀବନ ହିଁ ପ୍ରେରଣାର କାରଣ ସାଜିଥିଲା । ଆଜି ଆମେ “କିଭଳି ଅନ୍ୟକୁ ପ୍ରଭାବିତ କରିବା”ର ଯୁଗରେ ବଂଚିଛୁ କିନ୍ତୁ ଗାନ୍ଧୀଜୀଙ୍କ ଦର୍ଶନ ଥିଲା- “କିଭଳି ଅନ୍ୟକୁ ପ୍ରେରଣା ଯୋଗାଇବା” ।

ଗଣତନ୍ତ୍ର ପ୍ରତି ଗାନ୍ଧୀଜୀଙ୍କର କିଭଳି ନିଷ୍ଠା ଥିଲା, ଏ ସଂକ୍ରାନ୍ତରେ ଏକ କାହାଣୀ ମୁଁ ଆପଣମାନଙ୍କୁ ଶୁଣାଇବାକୁ ଚାହୁଁଛି । କିଛି ବର୍ଷ ପୂର୍ବେ ମୁଁ ବ୍ରିଟେନର ମହାରାଣୀ ଏଲିଜାବେଥଙ୍କୁ ଭେଟିଥିଲି, ତ’ ସେ ମୋତେ ଅତି ଭାବପ୍ରବଣତାର ସହିତ ଏକ ରୁମାଲ ଦେଖାଇଥିଲେ । ତାହା ଖଦିରେ ତିଆରି ରୁମାଲ ଥିଲା, ଯାହା ଗାନ୍ଧୀଜୀ ତାଙ୍କୁ ବିବାହ ସମୟରେ ଉପହାର ଦେଇଥିଲେ ।

ଚିନ୍ତା କରନ୍ତୁ, ଯାହା ସହିତ ସିଦ୍ଧାନ୍ତକୁ ନେଇ ସଂଘର୍ଷ ଥିଲା, ତା’ ସହ ସମ୍ପର୍କକୁ ନେଇ କେତେ ସମ୍ବେଦନଶୀଳତା ତାଙ୍କ ମନରେ ଥିଲା । ସେ ସେମାନଙ୍କର ମଧ୍ୟ ମଙ୍ଗଳ ଚାହୁଁଥିଲେ, ସମ୍ମାନ କରୁଥିଲେ ଯେଉଁମାନେ ତାଙ୍କର ବିରୋଧୀ ଥିଲେ । ଯେଉଁମାନଙ୍କ ସହିତ ସେ ସ୍ୱାଧୀନତାର ସଂଘର୍ଷ କରୁଥିଲେ ।

ସାଥୀଗଣ,

ସିଦ୍ଧାନ୍ତକୁ ନେଇ ଏହି ପ୍ରତିବଦ୍ଧତା ଗାନ୍ଧୀଜୀଙ୍କ ଧ୍ୟାନ ଏପରି 7ଟି ବିକୃତି ଆଡ଼କୁ ଟାଣିଥିଲା, ଯାହାପ୍ରତି ସମସ୍ତଙ୍କୁ ସଚେତନ ହେବାର ଆବଶ୍ୟକତା ରହିଛି । ସେଗୁଡ଼ିକ ହେଲା-

ବିନା କାର୍ଯ୍ୟରେ ସମ୍ପତି

ବିବେକ ବିହୀନ ଆନନ୍ଦ

ଚରିତ୍ରହୀନ ଜ୍ଞାନ

ଅନୈତିକ ବ୍ୟବସାୟ

ମାନବତା ବିହୀନ ବିଜ୍ଞାନ

ବଳିଦାନ ବିହୀନ ଧର୍ମ

ନୀତିହୀନ ରାଜନୀତି ।

ତାହା ଜଳବାୟୁ ବରିବର୍ତ୍ତନ ହେଉ କିମ୍ବା ଆତଙ୍କବାଦ, ଦୁର୍ନୀତି ହେଉ କିମ୍ବା ସ୍ୱାର୍ଥପୂର୍ଣ୍ଣ ସାମାଜିକ ଜୀବନ ଗାନ୍ଧୀଜୀଙ୍କ ଏହି ସିଦ୍ଧାନ୍ତ, ଆମ ପାଇଁ ମାନବତାର ରକ୍ଷା ଲାଗି ମାର୍ଗଦର୍ଶକ ଭାବେ କାମ କରୁଛି ।

ମୋର ବିଶ୍ୱାସ ଯେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗ ଉନ୍ନତ ବିଶ୍ୱ ନିର୍ମାଣରେ ପ୍ରେରଣାଦାୟୀ ସାବ୍ୟସ୍ତ ହେବ ।

ମୁଁ ଭାବୁଛି ଯେ ଯେପର୍ଯ୍ୟନ୍ତ ମାନବତା ସହିତ ଗାନ୍ଧୀଜୀଙ୍କ ବିଚାରର ଏହି ପ୍ରବାହ ଜାରି ରହିବ, ସେପର୍ଯ୍ୟନ୍ତ ଗାନ୍ଧୀଜୀଙ୍କ ପ୍ରେରଣା ଏବଂ ପ୍ରାସଙ୍ଗିକତା ମଧ୍ୟ ଆମ ଭିତରେ ବଜାୟ ରହିବ ।

ପୁଣିଥରେ ଆପଣ ସମସ୍ତଙ୍କୁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି!

ଧନ୍ୟବାଦ!

**********