ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ ( ଆଇସିଏଇଡ଼ବ୍ଲୁ ) ମଧ୍ୟରେ 2008ରେ ସ୍ୱାକ୍ଷରିତ ଏବଂ 2014ରେ ପୁନଃନବୀକୃତ ବୁଝାମଣାପତ୍ରକୁ କାର୍ଯେ୍ୟାତ୍ତର ଭାବେ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥି ସହିତ ଏହି କ୍ୟାବିନେଟ ବୈଠକରେ ଇନଷ୍ଟିଚୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ (ଆଇସିଏଇଡ଼ବ୍ଲୁ ) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣା ପତ୍ରର ପୁନଃନବୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି ।
ଉପକାରିତା: ଏହି ତାକ୍ରାଳିକ ବୁଝାମଣା ପତ୍ର ଅଧିକରୁ ଅଧିକ ଭାରତୀୟ ଚାର୍ଟାଡ଼ ଆକାଉଣ୍ଟାଣ୍ଟଙ୍କୁ ବ୍ରିଟେନର ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ (ଆଇସିଏଇଡ଼ବ୍ଲୁ )ରୁ ସେମାନଙ୍କର ବୃତ୍ତିଗତ ସ୍ୱୀକୃତି ଲାଭ କରିବାରେ ସହାୟକ ହେବ । ଏହା ମଧ୍ୟ ଏକ ଗୌରବର ବିଷୟ ଯେ ବହୁ ସଖ୍ୟକ ଭାରତୀୟ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ବ୍ରିଟେନର ବିଭିନ୍ନ କମ୍ପାନୀମାନଙ୍କରେ ଏହା ଫଳରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ପାରୁଛନ୍ତି । ଆଇସିଏଇଡ଼ବ୍ଲୁରୁ ଡ଼ିଗ୍ରୀ ହାସଲ କରିବା ଦ୍ୱାର ଏହା ସମ୍ଭବପର ହୋଇପାରୁଛି । ବ୍ରିଟେନର କର୍ପୋରେଟ ସଂସ୍ଥାମାନେ ଭାରତୀୟ ଜ୍ଞାନ ଓ କୌଶଳ ଉପରେ ଆସ୍ଥା ସ୍ଥାପନ କରିବା ସହ ସେମାନଙ୍କୁ ଅଧିକ ସଂଖ୍ୟାରେ ଦାୟିତ୍ୱ ପ୍ରଦାନ କରୁଛନ୍ତି । ଏଭଳି ବୁଝାମଣା ଦ୍ୱାରା ଭାରତ ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ ।
ପ୍ରମୁଖ ପ୍ରଭାବ: ଏଭଳି ବୁଝାମଣା ପତ୍ର ସ୍ୱାକ୍ଷରର ପ୍ରମୁଖ ବୈଶିଷ୍ଟ୍ୟ ହେଲା ପାରସ୍ପରିକ ସ୍ୱାର୍ଥସିଦ୍ଧି ହେବାଭଳି ଏକ ସଂପର୍କ ସ୍ଥାପନ କରିବା ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ଯାହା ଫଳରେ ଉଭୟ ଦେଶର ଚାର୍ଟାଡ଼ ଆକାଉଣ୍ଟାଣ୍ଟ ସଦସ୍ୟମାନେ, ଛାତ୍ରମାନେ ତଥା ବିଭିନ୍ନ ସଂସ୍ଥା ଉପକୃତ ହୋଇପାରିବ । ଉଭୟ ରାଷ୍ଟ୍ରର ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ସଂସ୍ଥା ଏବେ ବିଶ୍ୱ ରାଡ଼ାରରେ ସେମାନଙ୍କର ନେତୃତ୍ୱ ଭୂମିକା ଗ୍ରହଣ କରିପାରିବେ ଏବଂ ନୂଆ ନୂଆ ଚାଲେଞ୍ଜଗୁଡ଼ିକୁ ପେଶାଦାରୀ ଢ଼ଙ୍ଗରେ ସମାଧାନ କରିପାରିବେ । ଆଇସିଏଆଇର ବ୍ରିଟେନରେ ଗୁରୁତ୍ୱପୂର୍ଣ୍ଣ ଚାପ୍ଟରରେ ଯଥା, ଆଇସିଏଆଇର ୟୁକେ (ଲଣ୍ଡନ) ଶାଖାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ଯାହା ଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟମାନଙ୍କୁ ବ୍ରିଟେନରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରିବ ।
ପ୍ରବର୍ତ୍ତନ ରଣନୀତି ଏବଂ ଲକ୍ଷ୍ୟ: ଏହି ବୁଝାମଣାପତ୍ର ସମସ୍ତ ଶିକ୍ଷାଗତ ଯୋଗ୍ୟତାଧାରୀ ତଥା ଅଭିଜ୍ଞ ଆଇସିଏଆଇ ଏବଂ ଆଇସିଏଇଡ଼ବ୍ଲୁ ସଦସ୍ୟଙ୍କୁ ସେମାନଙ୍କର ପାଠ୍ୟକ୍ରମ ପ୍ରସଙ୍ଗକୁ ବିଚାରକୁ ନନେଇ ସେମାନଙ୍କର ନିଜ ନିଜ ରାଷ୍ଟ୍ରରେ ସଦସ୍ୟତା ପ୍ରଦାନ କରିବ । ଏହା ଦ୍ୱାରା ଉଭୟ ଶିକ୍ଷାଗତ ଯୋଗ୍ୟତା ଏବଂ ସିପିଡ଼ି ଦାୟିତ୍ୱକୁ ସଦସ୍ୟଙ୍କ ଉପରେ ନ୍ୟସ୍ତ କରାଯିବ ଯାହା ଫଳରେ ସେମାନେ ସର୍ବାଧୁନିକ ପ୍ରସଙ୍ଗରେ ସୂଚୀତ ହୋଇପାରିବେ । ଏହାତିରିକ୍ତ, ସେମାନଙ୍କର ପ୍ରାକ୍ଟିସ ଓ ଅଡ଼ିଟିଂ ଅଧିକାର ଏହି ପ୍ରତିଷ୍ଠାନରେ ଯୋଗଦେବା ମାତ୍ରେ ସେମାନଙ୍କୁ ଉପଲବ୍ଧ ହେବ । ସେମାନଙ୍କୁ ଏଥିପାଇଁ ପୁନଃ ଶିକ୍ଷାଗତ ଯୋଗ୍ୟତା ହାସଲ କରିବାକୁ ପଡ଼ିବନାହିଁ କି ଅତିରିକ୍ତ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । କେବଳ ସେମାନଙ୍କର କାର୍ଯ୍ୟାନୁଭୂତି ହିଁ ଏଥିପାଇଁ ପର୍ଯ୍ୟାପ୍ତ ବୋଲି ଧରାଯିବ ।
ଏହି ବୁଝାମଣା ପତ୍ର କୌଣସି ଆଇନଗତ ଦୃଷ୍ଟିରୁ ବାଧ୍ୟତାମୂଳକ ସଂପର୍କ ଭାବେ ଗ୍ରହଣୀୟ ହେବନାହିଁ ଏବଂ ଏହାର ସର୍ତ୍ତାବଳୀ ଆଇନଗତ ଦୃଷ୍ଟିରୁ ମାନିବାକୁ ବାଧ୍ୟ ଭଳି ଅଧିକାର, କର୍ତ୍ତବ୍ୟ ଅଥବା ଆର୍ଥିକ ଭାର ପକାଇବନାହିଁ ।
ପଏଣ୍ଟୱାରୀ ବିସ୍ତୃତି: ଏହି ବୁଝାମଣା ପତ୍ର 2008ରେ ସ୍ୱାକ୍ଷରିତ ହୋଇଥିଲା ଏବଂ ଏହାକୁ 2014ରେ ପୁନଃନବୀକରଣ କରାଯାଇଛି ।
ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ ( ଆଇସିଏଇଡ଼ବ୍ଲୁ ) ମଧ୍ୟରେ ଏହା ସ୍ୱାକ୍ଷରିତ ହୋଇଛି । ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଏବଂ ଇନଷ୍ଟିଚ୍ୟୁଟ ଅଫ୍ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟସ୍ ଇନ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ ( ଆଇସିଏଇଡ଼ବ୍ଲୁ ) ମଧ୍ୟରେ ସ୍ୱାକ୍ଷରିତ ଏହି ପୁନଃନବୀକୃତ ବୁଝାମଣା ପତ୍ରକୁ ସ୍ୱୀକୃତି ମିଳିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ଜ୍ଞାନ, ପେଶାଦାରୀ ତଥା ଜ୍ଞାନଗତ ଉତ୍ତରଣ ସକାଶେ ସହଯୋଗ ପ୍ରତିଷ୍ଠା ହୋଇଛି । ଉଭୟ ଦେଶର ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟମାନେ ବ୍ରିଟେନ୍, ୱେଲ୍ସ ଏବଂ ଭାରତରେ ସେମାନଙ୍କର ପେଶାଗତ ତଥା ସ୍ୱାର୍ଥଜଡ଼ିତ କାର୍ଯ୍ୟ ପାଇଁ ବିଶେଷ ସୁଯୋଗ ପାଇପାରିବେ ।
*****