ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କ ଅଂଶଧନ 50 ପ୍ରତିଶତରୁ ଆହୁରି ହ୍ରାସ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବ୍ୟାଙ୍କରେ ପ୍ରବର୍ତକ ଭାବେ ଜୀବନ ବୀମା ନିଗମ ଦ୍ୱାରା ମାନ୍ୟତା ଆବଂଟନ/ଇକ୍ୟୁଟିର ମୁକ୍ତ ପ୍ରସ୍ତାବ ମାଧ୍ୟମରେ ଏବଂ ବ୍ୟାଙ୍କରେ ସରକାରଙ୍କ ଦ୍ୱାରା ପରିଚାଳନା ନିୟନ୍ତ୍ରଣ ତ୍ୟାଗ କରିବା ଦ୍ୱାରା ବ୍ୟାଙ୍କର ନିୟନ୍ତ୍ରଣକାରୀ ଅଂଶଧନ ହ୍ରାସ କରିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି ।
ପ୍ରଭାବ :
1. ଏହି ଅଧିଗ୍ରହଣ ଦ୍ୱାରା ଉପଭୋକ୍ତାମାନଙ୍କୁ, ଜୀବନ ବୀମା ନିଗମ ଏବଂ ବ୍ୟାଙ୍କର ମିଶ୍ରଣର ବ୍ୟାପକ ଲାଭ ମିଳିବ
2. ଏଲଆଇସି ଏବଂ ଆଇଡିବିଆଇ ବ୍ୟାଙ୍କକୁ ବୃହତ୍ତ ବଜାର ମିଳିବା ସହିତ ବିତରଣ ବ୍ୟୟରେ ହ୍ରାସ ଏବଂ ଉପଭୋକ୍ତା ଅଧିଗ୍ରହଣ, ଅତ୍ୟଧିକ କ୍ଷମତା ଏବଂ ପରିଚାଳନାରେ ନମନୀୟତା ଏବଂ ପରସ୍ପରକୁ ଉତ୍ପାଦ ଏବଂ ସେବା ବିକ୍ରିର ଅଧିକ ସୁଯୋଗ ଓ ଲାଭ ମିଳିବ ।
3. ଏହାଦ୍ୱାରା ଏଲଆଇସି ଏବଂ ବ୍ୟାଙ୍କକୁ ଆର୍ଥିକ ଭାବେ ସୁଦୃଢ଼ ହେବାରେ ସହାୟତା ମିଳିବ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକୁ ହାଉସିଂ ଫାଇନାନ୍ସ ଏବଂ ମ୍ୟୁଚୁଆଲ ଫଣ୍ଡ ଭଳି ଆର୍ଥିକ ଉତ୍ପାଦ ବଜାରକୁ ଆଣିବାରେ ସହାୟତା ମିଳିବ ।
4. ଘରେ ଘରେ ବ୍ୟାଙ୍କିଙ୍ଗ ସେବା ନିମନ୍ତେ ବ୍ୟାଙ୍କକୁ 11 ଲକ୍ଷ ଏଲଆଇସି ଏଜେଂଟମାନଙ୍କ ସେବା ନେବାର ସୁଯୋଗ ମିଳିପାରିବ ଏବଂ ଏହାଦ୍ୱାରା ଉପଭୋକ୍ତା ସେବାରେ ସୁଧାର ତଥା ଆର୍ଥିକ ଅନ୍ତର୍ଭୂକ୍ତିକରଣ ପ୍ରଗାଢ଼ ହେବାରେ ସହାୟତା ମିଳିପାରିବ ।
5. ବ୍ୟାଙ୍କକୁ କମ ବ୍ୟୟ ବିଶିଷ୍ଟ ଜମାର କ୍ରୟ ଏବଂ ପରିଶୋଧ ସେବାରେ ଫି’ ଆୟ ମାଧ୍ୟମରେ ଫଣ୍ଡକୁ କମ ବ୍ୟୟ ସନ୍ଦର୍ଭରେ ଲାଭ ମିଳିପାରିବ ।
6. ଏଲଆଇସିକୁ ବ୍ୟାଙ୍କ ଏସ୍ୟୁରାନ୍ସ ମିଳିପାରିବ । ଏଲଆଇସିକୁ ବ୍ୟାଙ୍କର ନଗଦ ପରିଚାଳନା ସେବା ପର୍ଯ୍ୟନ୍ତ ପ୍ରସାର ହାସଲ କରିବାରେ ଏବଂ 1916ଟି ଶାଖାର ନେଟୱାର୍କ ଜରିଆରେ ବୀମା ଉତ୍ପାଦ ବିକ୍ରି କରିବାରେ ଲାଭ ମିଳିବ ।
7. ଏକ ଆର୍ଥିକ ସମୂହ ହେବାରେ ଏଲଆଇସିର ଦୂରଦୃଷ୍ଟି ସାକାର ହେବାରେ ଲାଭ ମିଳିବ ।
8. ଉପଭୋକ୍ତାମାନଙ୍କୁ ଗୋଟିଏ ଛାତ ତଳେ ଆର୍ଥିକ ସେବା ପ୍ରଦାନର ଲାଭ ମିଳିବ ଏବଂ ଏଲଆଇସି ଜୀବନ ବୀମା କଭରେଜ ସମ୍ପ୍ରସାରଣ ଉତ୍ତମ ଢଙ୍ଗରେ କରିପାରିବ ।
**********