Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଟିଏସ୍ ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତୀୟ ବାଣିଜ୍ୟିକ ସେବା (ଆଇଟିଏସ୍)ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । 1989 ରୁ 1991 ବ୍ୟାଚର ଅଧିକାରୀମାନଙ୍କୁ ବରିଷ୍ଠ ପ୍ରଶାସନିକ ବର୍ଗ(ଏସଏଜି)ସ୍ତରକୁ ପଦୋନ୍ନତି ମିଳିବ । ବ୍ୟକ୍ତିଗତ ଆଧାରରେ ଏକକାଳୀନ ଛାଡ଼ ଭାବେ ଏହି ପଦୋନ୍ନତି ମିଳିବ । ତେବେ ଏଥିରେ କେତେକ ସର୍ତ୍ତ ରଖାଯାଇଛି । ଯେତେବେଳେ ଏସଏଜି କ୍ୟାଡର ପୋଷ୍ଟରେ ଶୂନ୍ୟସ୍ଥାନ ସୃଷ୍ଟି ହେବ ସେହି ସମୟରେ ଉକ୍ତ ଅଧିକାରୀମାନଙ୍କୁ ଖାଲି ଥିବା ସ୍ଥାନରେ ନିଯୁକ୍ତି ଦିଆଯିବ । ସେବା ନିବୃତ୍ତି ପରେ କିମ୍ବା ଏସଏଜିର ମୂଳ ସ୍ୱୀକୃତ ସ୍ଥିତି ଅନୁଯାୟୀ ସେମାନଙ୍କୁ କନିଷ୍ଠ ପ୍ରଶାସନିକ ବର୍ଗ(ଜେଏଜି)ରେ ରଖାଯିବ ।

ଏହି ଅନୁମୋଦନ ଫଳରେ ସରକାର ବରିଷ୍ଠ ଆଇଟିଏସ୍ ଅଧିକାରୀମାନଙ୍କୁ ସେମାନଙ୍କ ନିଜସ୍ୱ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସରକାର ନିଯୁକ୍ତି ଦେଇପାରିବେ । ରପ୍ତାନୀ ପ୍ରୋତ୍ସାହନର ଲକ୍ଷ୍ୟ ନେଇ ବିଭିନ୍ନ କ୍ଷେତ୍ରରେ ବାଣିଜ୍ୟିକ ପ୍ରୋତ୍ସାହନ ଏବଂ ପ୍ରତିରକ୍ଷା ବ୍ୟବସାୟ କ୍ଷେତ୍ର ପ୍ରତି ଏହା ଉପଯୋଗୀ ସାବ୍ୟସ୍ତ ହେବ । ଏସଏଜି ସ୍ତରକୁ ପଦୋନ୍ନତି ଫଳରେ ଏହି ଅଧିକାରୀମାନେ କେନ୍ଦ୍ରୀୟ କର୍ମଚାରୀ ଯୋଜନା ଅଧୀନରେ ତାଲିକାଭୁକ୍ତ ହେବା ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ । ଏଥିସହିତ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ଅଧୀନରେ ନିଯୁକ୍ତି ପାଇଁ ଅଫିସର୍ସ ପୁଲରେ ଏମାନେ ସାମିଲ୍ ହୋଇପାରିବେ । ଭାରତୀୟ ଅନ୍ତର୍ଜାତୀୟ ବାଣିଜ୍ୟିକ ବ୍ୟାପାର ଏବଂ ବାଣିଜ୍ୟ ପ୍ରୋତ୍ସାହନ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଗ୍ରୁପ୍ ଏ ସେବା ବର୍ଗରେ ଭାରତୀୟ ବାଣିଜ୍ୟିକ ସେବା ଅଧିକାରୀ (ଆଇଟିଏସ୍) ପଦବୀ ସୃଷ୍ଟି କରାଯାଇଥିଲା ।