Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏସଏସଏଫ ଜୁନିୟର ବିଶ୍ୱକପରେ ପ୍ରଦର୍ଶନ ପାଇଁ ଭାରତୀୟ ଶୁଟରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଇଏସଏସଏଫ ଜୁନିୟର ବିଶ୍ୱକପ ୨୦୨୩ରେ ଭାରତୀୟ ଶୁଟରମାନଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଭାରତ ସର୍ବାଧିକ ୧୫ଟି ପଦକ ହାସଲ କରି ପଦକ ଟେବଲର ଶୀର୍ଷରେ ରହିଥିଲା ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ଶୁଟରମାନେ ଆମକୁ ଗୌରବାନ୍ୱିତ କରି ଚାଲିଛନ୍ତି! ଆଇଏସଏସଏଫ ଜୁନିୟର ବିଶ୍ୱକପ ୨୦୨୩ରେ ଭାରତର ଉଲ୍ଲେଖନୀୟ ପ୍ରଦର୍ଶନ କରି ୧୫ଟି ପଦକ ହାସଲ କରି ପଦକ ଟେବଲର ଶୀର୍ଷରେ ରହିଥିଲା । ପ୍ରତିଟି ବିଜୟ ଆମ ଯୁବ କ୍ରୀଡାବିତମାନଙ୍କ ଆଗ୍ରହ, ନିଷ୍ଠା ଓ ଖେଳ ଭାବନାର ପ୍ରମାଣ । ସେମାନଙ୍କୁ ଶୁଭେଚ୍ଛା ।” 

 

SR