Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଆଇଏଏଲଏକୁ ଅଣସରକାରୀ ସଂସ୍ଥା ମାନ୍ୟତାରୁ ଆନ୍ତଃ ସରକାରୀ ସଂସ୍ଥାକୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଟରନେସନାଲ ଆସୋସିଏସନ ଅଫ ମେରାଇନ ଏଡ୍ ଟୁ ନେଭିଗେସନ୍ ଆଣ୍ଡ ଲାଇଟ ହାଉସ ଅଥରିଟିଜ୍(ଆଇଏଏଲ୍ଏ)କୁ ନିଜର ଅଣସରକାରୀ ସଂସ୍ଥା(ଏନଜିଓ)ରୁ ପରିବର୍ତ୍ତନ କରି ଆନ୍ତଃ ସରକାରୀ ସଂସ୍ଥା(ଆଇଜିଓ) କରାଯିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।

ଏହି ପ୍ରସ୍ତାବ ଦ୍ୱାରା ଜାହାଜର ସୁରକ୍ଷିତ, ମିତବ୍ୟୟୀ ଓ ଦକ୍ଷତାପୂର୍ଣ୍ଣ ଯାତାୟତର ସୁବିଧା ହେବ । ଏହାଦ୍ୱାରା ଆଇଏଏଲଏ ଏଣିକି ଆନ୍ତର୍ଜାତିକ ମେରିଟାଇମ ସଂଗଠନ(ଆଇଏମ୍ଓ) ଏବଂ ଇଣ୍ଟରନେସନାଲ ହାଇଡ୍ରୋଗ୍ରାଫିକ ଅର୍ଗାନାଇଜେସନ୍(ଆଇଏଚ୍ଓ) ସମକକ୍ଷ ହୋଇଯିବ । ସୂଚନାଯୋଗ୍ୟ ଆଇଏଏଲଏର ମୁଖ୍ୟାଳୟ ଫ୍ରାନ୍ସ ଆଇନ ଅନ୍ତର୍ଗତ ସେଣ୍ଟ ଜର୍ମାନନିଅନ୍ ଲାଏ୍(ଫ୍ରାନ୍ସ)ରେ 1957 ମସିହାରେ ସ୍ଥାପିତ କରାଯାଥିଲା । ଏହା 83 ରାଷ୍ଟ୍ରର ସଦସ୍ୟ ବିଶିଷ୍ଟ ଏକ ସାଧାରଣ ସଭା ଦ୍ୱାରା ପରିଚାଳିତ ଓ ଏହାର ପରିଷଦ ହିଁ ପରିଚାଳନା ବୋର୍ଡ ଭାବେ କାର୍ଯ୍ୟ କରୁଛି । ଆଇଏଏଲ୍ଏ ପରିଷଦରେ 24ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ଓ ଭାରତ ଏହି ପରିଷଦର ଏକ ସଦସ୍ୟ ।

***