ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତୀୟ ସୂଚନା ପ୍ରଯୁକ୍ତି ପ୍ରତିଷ୍ଠାନ (ସଂଶୋଧନ) ବିଲ, 2017କୁ ସଂସଦରେ ଆଗତ କରିବା ପାଇଁ ଅନୁମୋଦନ କରିଛନ୍ତି । ମୂଳ ଆଇନରେ ଅନ୍ୟ ଆଇଆଇଆଇଟି (IIIT) ମାନଙ୍କ ସହ ଆଇଆଇଆଇଟିଡିଏମ (IIITDM)କୁ ସଂଯୁକ୍ତ କରିବା ପାଇଁ ଏହି ବିଲର ସଂଶୋଧନରେ ବ୍ୟବସ୍ଥା ରହିଛି । ଏହାଫଳରେ ଆଇଆଇଆଇଟିଡିଏମକୁ ଏକ ବିଶିଷ୍ଟ ଜାତୀୟ ପ୍ରତିଷ୍ଠାନ ଭାବେ ଘୋଷଣା କରାଯିବ ଏବଂ ଏହାକୁ ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ଦେବାର କ୍ଷମତା ପ୍ରଦାନ କରାଯିବ ।
ମାନବ ସମ୍ବଳ ବିକାଶ ଉନ୍ନୟନ ମନ୍ତ୍ରଣାଳୟ ଅନୁଦାନ ପାଣ୍ଠିରୁ ଆଇଆଇଆଇଟିଡିଏମ କୁର୍ଣ୍ଣୁଲକୁ କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ପ୍ରଦାନ କରାଯିବ ।
ଏହି ପ୍ରତିଷ୍ଠାନରୁ ବାହାରିଥିବା ପ୍ରଶିକ୍ଷିତ ପ୍ରତିଭାବାନ ବ୍ୟକ୍ତିମାନେ ଶିଳ୍ପ ଏବଂ ଅର୍ଥନୀତି କ୍ଷେତ୍ରରେ ବୈଷୟିକ ଭାବେ ଦକ୍ଷ କର୍ମଚାରୀଙ୍କ ଆବଶ୍ୟକତାକୁ ପୂରଣ କରିପାରିବେ ବୋଲି ଆଶା କରାଯାଉଛି । ଲିଙ୍ଗ, ଜାତି, ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ଭିନ୍ନଭିନ୍ନ ସାମାଜିକ ଓ ଅର୍ଥନୈତିକ ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହି ପ୍ରତିଷ୍ଠାନ ଖୋଲା ରହିବ ।
ପୃଷ୍ଠଭୂମି
ଭାରତୀୟ ସୂଚନା ପ୍ରଯୁକ୍ତି ଆଇନ,2014 ଆଇଆଇଆଇଟି (IIIT) ମାନଙ୍କୁ ବିଶିଷ୍ଟ ଜାତୀୟ ପ୍ରତିଷ୍ଠାନର କ୍ଷମତା ପ୍ରଦାନ କରେ ଏବଂ ଏହି ଆଇଆଇଆଇଟି ଗୁଡ଼ିକର ପରିଚାଳନା ପାଇଁ ଆବଶ୍ୟକ ସହାୟତା ମଧ୍ୟ ପ୍ରଦାନ କରେ । ଆନ୍ଧ୍ରପ୍ରଦେଶ ପୁନର୍ସଙ୍ଗଠନ ଆଇନ, 2014 ଅନୁସାରେ ସରକାର ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲଠାରେ ଏକ ନୂତନ ଏନଆଇଟି (NIT) ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି । ନୂତନ ଆଇଆଇଆଇଟି ଯୋଗ କରାଯିବା ଯୋଗୁ, ଆଇଆଇଆଇଟି ଆଇନ, 2014ରେ ସଂଶୋଧନ କରାଯିବାର ଆବଶ୍ୟକତା ପଡ଼ିଲା । କେନ୍ଦ୍ରୀୟ ଅନୁଦାନ ପାଣ୍ଠିରେ ନିର୍ମିତ ହେବାରେ କୁର୍ଣ୍ଣୁଲ ହେଉଛି ପଂଚମ ସଦସ୍ୟ । ଦୁଇଟି ଶାଖା ଅଧୀନରେ ଆଇଆଇଆଇଟିଡିଏମ କୁର୍ଣ୍ଣୁଲରେ 2015-16 ପାଇଁ ଶିକ୍ଷାବର୍ଷ ଆରମ୍ଭ ହୋଇଯାଇଛି ।