ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତୀ ନଦୀ ତଟରେ ଖଦି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ଶ୍ରୀ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ହର୍ଷ ସାଙ୍ଗଭି ଏବଂ ଅହମ୍ମଦାବାଦ ମେୟର ଶ୍ରୀ ଜଗଦୀଶ ପଞ୍ଚଲ ଏବଂ କେଭିଆଇସିର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଉପସ୍ଥିତ ଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚରଖା ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ ଏବଂ ଯେତେବେଳେ ତାଙ୍କ ମା’ ଚରଖାରେ କାମ କରୁଥିଲେ ସେତେବେଳେ ତାଙ୍କର ପିଲାଦିନକୁ ମନେ ପକାଇଥିଲେ । ସେ କହିଛନ୍ତି, ୭୫ ବର୍ଷର ସ୍ୱାଧୀନତା ଅବସରରେ ସାବରମତୀ ତଟରେ ଆଜି ଆଶୀର୍ବାଦ ପ୍ରାପ୍ତ ହୋଇଛି, ୭୫୦୦ ଭଉଣୀ ଏବଂ ଝିଅ ଏକତ୍ର ଏକ ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଚରଖାରେ ସୂତା କାଟିବା କୌଣସି ପୂଜାପାଠ ଠାରୁ କମ୍ ନୁହେଁ ।
ସେ ଆଜି ଉଦଘାଟନ କରିଥିବା “ଅଟଳ ସେତୁ” ର ଜ୍ଞାନକୌଶଳ ଏବଂ ଡିଜାଇନ୍ର ଉତ୍କର୍ଷତାକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏହି ସେତୁଟି ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କୁ ଗୁଜୁରାଟର ଲୋକମାନେ ସର୍ବଦା ଭଲ ପାଉଥିଲେ । ଅଟଳ ସେତୁ କେବଳ ସାବରମତୀ ନଦୀର ଦୁଇଟି କୂଳକୁ ସଂଯୋଗ କରୁନାହିଁ, ବରଂ ଏହା ଡିଜାଇନ୍ ଏବଂ ନବସୃଜନ କ୍ଷେତ୍ରରେ ମଧ୍ୟ ଅଭୂତପୂର୍ବ ଅଟେ । ଗୁଜୁରାଟର ପ୍ରସିଦ୍ଧ ଗୁଡି ଉତ୍ସବ ମଧ୍ୟ ଏହାର ଡିଜାଇନରେ ଯତ୍ନ ନିଆଯାଇଛି ବୋଲି ସେ କହିଛନ୍ତି । ଭାରତରେ ହର ଘର ତ୍ରିରଙ୍ଗା ଅଭିଯାନ ପାଳନ କରାଯାଉଥିବା ଉତ୍ସାହକୁ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଏଠାରେ ଉତ୍ସବ କେବଳ ଦେଶପ୍ରେମ ଭାବନା ନୁହେଁ ବରଂ ଏକ ଆଧୁନିକ ତଥା ବିକଶିତ ଭାରତ ପାଇଁ ସଂକଳ୍ପକୁ ପ୍ରତିଫଳିତ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚରଖା ଉପରେ ସୂତା କାଟିବା ସମୟରେ ଆପଣଙ୍କ ହାତ ଭାରତର କପଡା ବୁଣୁଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଇତିହାସ ସାକ୍ଷୀ ଦେଉଛି ଯେ ଖଦିର ଏକ ସୂତା ସ୍ୱାଧୀନତା ଆନ୍ଦୋଳନର ଶକ୍ତି ହୋଇଗଲା, ଏହା ଦାସତ୍ୱର ଶିକୁଳି ଭାଙ୍ଗିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଖଦିର ସମାନ ସୂତା ଏକ ବିକଶିତ ଭାରତର ପ୍ରତିଶ୍ରୁତି ପୂରଣ କରିବ ଏବଂ ଏହାଦ୍ୱାରା ଆତ୍ମର୍ନିଭରଶୀଳ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରେ । ସେ କହିଛନ୍ତି ଯେ, ଖଦି ପରି ଏକ ପାରମ୍ପାରିକ ଶକ୍ତି ଆମକୁ ନୂତନ ଉଚ୍ଚତାକୁ ନେଇପାରେ । ଏହି ଖଦି ଉତ୍ସବ ସ୍ୱାଧୀନତା ଆନ୍ଦୋଳନର ଆବେଗ ଏବଂ ଇତିହାସକୁ ପୁନର୍ଜୀବିତ କରିବା ପାଇଁ ଏକ ପ୍ରୟାସ ଏବଂ ନୂତନ ଭାରତର ସଂକଳ୍ପ ହାସଲ କରିବା ପାଇଁ ଏକ ପ୍ରେରଣା ବୋଲି ସେ କହିଛନ୍ତି ।
ସେ ତାଙ୍କର ପଞ୍ଚଞ୍ଚ-ପ୍ରାଣକୁ ମନେ ପକାଇଲେ ଯାହା ସେ ୧୫ ଅଗଷ୍ଟରେ ଲାଲ କିଲାରୁ ଘୋଷଣା କରିଥିଲେ । ସାବରମତୀ କୂଳରେ ଏହି ପବିତ୍ର ସ୍ଥାନରେ ମୁଁ ପଞ୍ଚ-ପ୍ରାଣର ପୁନରାବୃତ୍ତି କରିବାକୁ ଚାହୁଁଛି । ପ୍ରଥମ – ଦେଶ ସାମ୍ନାରେ ମହାନ ଲକ୍ଷ୍ୟ, ଏକ ବିକଶିତ ଭାରତ ଗଠନ କରିବାର ଲକ୍ଷ୍ୟ । ଦ୍ୱିତୀୟ – ଦାସତ୍ୱ ମାନସିକତାର ସମ୍ପୂର୍ଣ୍ଣ ତ୍ୟାଗ । ତୃତୀୟ – ଆମର ଐତିହ୍ୟ ପାଇଁ ଗର୍ବ କରିବା, ଚତୁର୍ଥ- ଜାତିର ଏକତା ବୃଦ୍ଧି ପାଇଁ ଦୃଢ ଼ ପ୍ରୟାସ, ଏବଂ ପଞ୍ଚମ ନାଗରିକ କର୍ତ୍ତବ୍ୟ । ସେ କହିଛନ୍ତି ଯେ ଆଜିର ଖଦି ଉତ୍ସବ ହେଉଛି ‘ପଞ୍ଚ ପ୍ରାଣ’ର ଏକ ସୁନ୍ଦର ପ୍ରତିଫଳନ ।
ସ୍ୱାଧୀନତା ପରବର୍ତ୍ତୀ ସମୟରେ ଖଦି ପ୍ରତି ଅବହେଳା ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀ ଦେଶର ଆତ୍ମ ସମ୍ମାନର ପ୍ରତୀକ ଭାବରେ ତିଆରି କରିଥିବା ଖଦି ସ୍ୱାଧୀନତା ପରେ ଏକ ନିମ୍ନ ମାନସିକତାରେ ପରିଣତ ହୋଇଥିଲା । ଏହି କାରଣରୁ, ଖଦି ଏବଂ ଖଦି ସହିତ ଜଡିତ ଗ୍ରାମ୍ୟ ଶିଳ୍ପ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ବିଶେଷକରି ଗୁଜୁରାଟ ପାଇଁ ଖଦିର ଏହି ଅବସ୍ଥା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା ବୋଲି ସେ କହିଛନ୍ତି । ଗୁଜୁରାଟ ମାଟିରେ ଖଦିକୁ ପୁନର୍ଜୀବିତ କରିବାର କାର୍ଯ୍ୟ ହୋଇଥିବାରୁ ସେ ଗର୍ବ ଅନୁଭବ କରିଥିଲେ । ପ୍ରଧାନମନ୍ତ୍ରୀ ସରକାରଙ୍କ ପାଇଁ “ଖଦି ଫର୍ ଟ୍ରାନ୍ସଫର୍ମେସନ୍”, “ଖଦି ଫର ନେସନ” ,” ଖଦି ଫର ଫ୍ୟାଶନ” ପ୍ରତିଜ୍ଞା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି, ଆମେ ଗୁଜରାଟର ସଫଳତାର ଅନୁଭୂତି ସମଗ୍ର ଦେଶରେ ବିସ୍ତାର କରିବା ଆରମ୍ଭ କରିଛୁ । ସମଗ୍ର ଦେଶରେ ଖଦି ସହିତ ଜଡିତ ଥିବା ସମସ୍ୟାର ସମାଧାନ ହୋଇଥିଲା । ଆମେ ଦେଶବାସୀଙ୍କୁ ଖଦି ଉତ୍ପାଦ କିଣିବାକୁ ଉତ୍ସାହିତ କରିଥିଲୁ । ଖଦିର ପୁନର୍ଜୀବନ ପ୍ରକ୍ରିୟାରେ ମହିଳାଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି । ଭାରତର ଖଦି ଶିଳ୍ପର ବଢୁଥିବା ଶକ୍ତିରେ ମହିଳା ଶକ୍ତି ମଧ୍ୟ ଏକ ପ୍ରମୁଖ ଯୋଗଦାନକାରୀ । ଉଦ୍ୟୋଗର ଆବେଗ ଆମ ଭଉଣୀ ଏବଂ ଝିଅମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଏହାର ପ୍ରମାଣ ମଧ୍ୟ ଗୁଜୁରାଟରେ ସଖୀ ମଣ୍ଡଳର ବିସ୍ତାର ବୋଲି ସେ କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ଖଦିର ବିକ୍ରି ଚାରି ଗୁଣ ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ଖଦି ଏବଂ ଗ୍ରାମୋଦ୍ୟୋଗ କାରବାର ଏକ ଲକ୍ଷ କୋଟି ଅତିକ୍ରମ କରିଛି । ଏହି କ୍ଷେତ୍ର ମଧ୍ୟ ୧.୭୫ କୋଟି ନୂତନ ନିଯୁକ୍ତି ସୃଷ୍ଟି କରିଛି । ସେ କହିଛନ୍ତି ଯେ ମୁଦ୍ରା ଯୋଜନା ଭଳି ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ଉଦ୍ୟୋଗକୁ ସମୃଦ୍ଧ କରୁଛି ।
ଖଦିର ଲାଭ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ସହନଶୀଳ ପୋଷାକ, ପରିବେଶ ଅନୁକୂଳ ପୋଷାକ ଏବଂ ଏହାର ସର୍ବନିମ୍ନ ଅଙ୍ଗାରକାମ୍ଳ ପ୍ରଭାବ ରହିଛି । ଅନେକ ଦେଶ ଅଛି ଯେଉଁଠାରେ ତାପମାତ୍ରା ଅଧିକ, ତେଣୁ ଖଦି ମଧ୍ୟ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଖଦି ବିଶ୍ୱ ସ୍ତରରେ ଏକ ବଡ଼ ଭୂମିକା ଗ୍ରହଣ କରିପାରେ । ବିଶ୍ୱ ସ୍ତରରେ ମୌଳିକ ତଥା ସ୍ଥାୟୀ ଜୀବନଯାପନର ଅଭିବୃଦ୍ଧିର ଧାରା ସହିତ ସେ ଏହା କହିଛନ୍ତି ।
ଆଗାମୀ ପାର୍ବଣ ଋତୁରେ କେବଳ ଖଦି ଗ୍ରାମ୍ୟ ଶିଳ୍ପରୁ ଉତ୍ପାଦିତ ଦ୍ରବ୍ୟ ଉପହାର ଦେବାକୁ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କୁ ନିବେଦନ କରିଛନ୍ତି । ଆପଣ ବିଭିନ୍ନ ପ୍ରକାରର କପଡ଼ାରେ ତିଆରି ପୋଷାକ ପାଇପାରିବେ । କିନ୍ତୁ ଯଦି ଆପଣ ଏଥିରେ ଖଦିକୁ ସ୍ଥାନ ଦିଅନ୍ତି, ତେବେ ଭୋକାଲ୍ ଫର ଲୋକାଲ ଅଭିଯାନ ଆଗକୁ ଗତି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଗତ ଦଶନ୍ଧି ମଧ୍ୟରେ ବିଦେଶୀ ଖେଳନା ଦୌଡ଼ରେ ଭାରତର ନିଜସ୍ୱ ସମୃଦ୍ଧ ଖେଳନା ଶିଳ୍ପ ନଷ୍ଟ ହୋଇଯିବା କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ସରକାରଙ୍କ ଉଦ୍ୟମ ଏବଂ ଖେଳନା ଶିଳ୍ପ ସହ ଜଡିତ ଆମର ଭାଇ ଓ ଭଉଣୀଙ୍କ କଠିନ ପରିଶ୍ରମ, ପରିସ୍ଥିତି ଯୋଗୁଁ ବର୍ତ୍ତମାନ ପରିବର୍ତ୍ତନ ଆରମ୍ଭ ହୋଇଛି । ଫଳସ୍ୱରୂପ, ଖେଳନା ଆମଦାନୀରେ ବହୁତ ହ୍ରାସ ଘଟିଛି ।
ପ୍ରଧାନମନ୍ତ୍ରୀ ମଧ୍ୟ ଦୂରଦର୍ଶନରେ “ସ୍ୱରାଜ” ସିରିଏଲ ଦେଖିବା ପାଇଁ ଲୋକଙ୍କୁ କହିଥିଲେ । ଏହି ସିରିଏଲରେ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ ଏବଂ ସେମାନଙ୍କର ସଂଗ୍ରାମକୁ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ଆମର ସ୍ୱାଧୀନତା ପାଇଁ ଆମର ପୂର୍ବପୁରୁଷଙ୍କ ବଳିଦାନ ବିଷୟରେ ବୁଝିବା ଏବଂ ଜାଣିବା ପାଇଁ ପରିବାରଗୁଡିକ ଏହି ସିରିଏଲ ଦେଖିବା ଉଚିତ୍ ।
ଖଦି ଉତ୍ସବ
ଖଦିକୁ ଲୋକପ୍ରିୟ କରିବା, ଖଦି ଉତ୍ପାଦ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ଖଦିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପ୍ରଧାନମନ୍ତ୍ରୀଙ୍କର ଏକ ନିରନ୍ତର ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମର ଫଳ ସ୍ୱରୂପ, ୨୦୧୪ ପରଠାରୁ ଭାରତରେ ଖଦି ବିକ୍ରିରେ ଚାରି ଗୁଣ ବୃଦ୍ଧି ଘଟିଥିବାବେଳେ ଗୁଜୁରାଟରେ ଖଦି ବିକ୍ରିରେ ଆଠଗୁଣ ବୃଦ୍ଧି ଘଟିଛି ।
ଆଜାଦୀ କା ଅମୃତ ମହୋତ୍ସବର ଅଂଶ ଭାବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖଦି ଉତ୍ସବ ସ୍ୱାଧୀନତା ସଂଗ୍ରାମ ସମୟରେ ଖଦି ଏବଂ ଏହାର ଗୁରୁତ୍ୱକୁ ସମ୍ମାନ ପ୍ରଦର୍ଶନ କରୁଛି । ଅହମ୍ମଦାବାଦ ସାବରମତୀ ନଦୀ କୂଳରେ ଆୟୋଜିତ ଉତ୍ସବରେ ଗୁଜୁରାଟର ବିଭିନ୍ନ ଜିଲ୍ଲାର ୭୫୦୦ ମହିଳା ଖଦି କାରିଗର ଏକ ସମୟରେ ଏବଂ ସମାନ ସ୍ଥାନରେ ସିଧାସଳଖ ଚରଖା ଚଳାଇବାର ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ୧୯୨୦ ଦଶକରୁ ବ୍ୟବହୃତ ବିଭିନ୍ନ ପୀଢିର ୨୨ ଟି ଚରଖା ପ୍ରଦର୍ଶନ କରି ଚରଖାର ବିବର୍ତ୍ତନର ପ୍ରଦର୍ଶନୀ ହୋଇଛି । ଏଥି ମଧ୍ୟରେ ୟେରୱାଡା ଚରଖା ଅନ୍ତର୍ଭୂକ୍ତ ହୋଇଛି ଯାହା ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ୟବହୃତ ଚରଖାକୁ ଦର୍ଶାଏ ଯାହାକି ଆଜି ବ୍ୟବହୃତ ନୂତନତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ଚରଖାର ପ୍ରତୀକ । ପଣ୍ଡୁରୁ ଖଦି ଉତ୍ପାଦନର ଏକ ସିଧାସଳଖ ପ୍ରଦର୍ଶନ ମଧ୍ୟ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ରାଜ୍ୟ ଖଦି ଗ୍ରାମଦ୍ୟୋଗ ବୋର୍ଡର ନୂତନ କାର୍ଯ୍ୟାଳୟ ଭବନ ଏବଂ ସାବରମତୀରେ ଏକ ଫୁଟ ଓଭର ବ୍ରିଜକୁ ମଧ୍ୟ ଉଦଘାଟନ କରିଛନ୍ତି ।
HS
Celebrating the vibrant Khadi tradition of India! Joined 'Khadi Utsav' at Sabarmati Riverfront. https://t.co/uiRB4JfeOZ
— Narendra Modi (@narendramodi) August 27, 2022
Every Indian has an emotional connect with the Charkha. It was a symbol of our freedom struggle and remains a symbol of hope and empowerment.
— Narendra Modi (@narendramodi) August 27, 2022
Glimpses from today's Khadi Utsav. pic.twitter.com/9qF5I2VigL
आजादी के 75 वर्ष पूरे होने के उपलक्ष्य में 7500 बहनों-बेटियों ने खादी उत्सव में एक साथ चरखे पर सूत कातकर नया इतिहास रच दिया है। pic.twitter.com/o5mAy4N738
— Narendra Modi (@narendramodi) August 27, 2022
Khadi then- a symbol of our Independence movement under Gandhi Ji.
— Narendra Modi (@narendramodi) August 27, 2022
Khadi now- a symbol of Aatmanirbhar Bharat. pic.twitter.com/hp4e3qs74F
From the banks of the Sabarmati we begin a movement to further popularise Khadi. pic.twitter.com/7sXhs0RE5n
— Narendra Modi (@narendramodi) August 27, 2022
साबरमती के तट से देशभर के लोगों से मैं एक अपील करना चाहता हूं… pic.twitter.com/Ew6dQTifnb
— Narendra Modi (@narendramodi) August 27, 2022
साबरमती का ये किनारा आज धन्य हो गया है।
— PMO India (@PMOIndia) August 27, 2022
आजादी के 75 वर्ष पूरे होने के उपलक्ष्य में, 7,500 बहनों-बेटियों ने एक साथ चरखे पर सूत कातकर नया इतिहास रच दिया है: PM @narendramodi at 'Khadi Utsav'
अटल ब्रिज, साबरमती नदी को, दो किनारों को ही आपस में नहीं जोड़ रहा बल्कि ये डिजाइन और इनोवेशन में भी अभूतपूर्व है।
— PMO India (@PMOIndia) August 27, 2022
इसकी डिजाइन में गुजरात के मशहूर पतंग महोत्सव का भी ध्यान रखा गया है: PM @narendramodi
इतिहास साक्षी है कि खादी का एक धागा, आजादी के आंदोलन की ताकत बन गया, उसने गुलामी की जंजीरों को तोड़ दिया।
— PMO India (@PMOIndia) August 27, 2022
खादी का वही धागा, विकसित भारत के प्रण को पूरा करने का, आत्मनिर्भर भारत के सपने को पूरा करने का प्रेरणा-स्रोत बन सकता है: PM @narendramodi
15 अगस्त को लाल किले से मैंने पंच-प्रणों की बात कही है।
— PMO India (@PMOIndia) August 27, 2022
साबरमती के तट पर, इस पुण्य जगह पर मैं पंच-प्रणों को फिर दोहराना चाहता हूं।
पहला- देश के सामने विराट लक्ष्य, विकसित भारत बनाने का लक्ष्य
दूसरा- गुलामी की मानसिकता का पूरी तरह त्याग: PM @narendramodi
तीसरा- अपनी विरासत पर गर्व
— PMO India (@PMOIndia) August 27, 2022
चौथा- राष्ट्र की एकता बढ़ाने का पुरजोर प्रयास
पांचवा- नागरिक कर्तव्य: PM @narendramodi
आजादी के आंदोलन के समय जिस खादी को गांधी जी ने देश का स्वाभिमान बनाया, उसी खादी को आजादी के बाद हीन भावना से भर दिया गया।
— PMO India (@PMOIndia) August 27, 2022
इस वजह से खादी और खादी से जुड़ा ग्रामोद्योग पूरी तरह तबाह हो गया।
खादी की ये स्थिति विशेष रूप से गुजरात के लिए बहुत ही पीड़ादायक थी: PM
हमने खादी फॉर नेशन, खादी फॉर फैशन में खादी फॉर ट्रांसफॉर्मेशन का संकल्प जोड़ा।
— PMO India (@PMOIndia) August 27, 2022
हमने गुजरात की सफलता के अनुभवों का देशभर में विस्तार करना शुरु किया।
देशभर में खादी से जुड़ी जो समस्याएं थीं उनको दूर किया।
हमने देशवासियों को खादी के product खरीदने के लिए प्रोत्साहित किया: PM
भारत के खादी उद्योग की बढ़ती ताकत के पीछे भी महिला शक्ति का बहुत बड़ा योगदान है।
— PMO India (@PMOIndia) August 27, 2022
उद्यमिता की भावना हमारी बहनों-बेटियों में कूट-कूट कर भरी है।
इसका प्रमाण गुजरात में सखी मंडलों का विस्तार भी है: PM @narendramodi
खादी sustainable clothing का उदाहरण है।
— PMO India (@PMOIndia) August 27, 2022
खादी eco-friendly clothing का उदाहरण है।
खादी से carbon footprint कम से कम होता है।
बहुत सारे देश हैं जहां तापमान ज्यादा रहता है, वहां खादी Health की दृष्टि से भी बहुत अहम है।
इसलिए खादी वैश्विक स्तर पर बहुत बड़ी भूमिका निभा सकती है: PM
मैं देशभर के लोगों से एक अपील भी करना चाहता हूं।
— PMO India (@PMOIndia) August 27, 2022
आने वाले त्योहारों में इस बार खादी ग्रामोद्योग में बना उत्पाद ही उपहार में दें।
आपके पास अलग-अलग तरह के फैब्रिक से बने कपड़े हो सकते हैं।
लेकिन उसमें आप खादी को भी जगह देंगे, तो वोकल फॉर लोकल अभियान को गति मिलेगी: PM
बीते दशकों में विदेशी खिलौनों की होड़ में, भारत की अपनी समृद्ध Toy Industry तबाह हो रही थी।
— PMO India (@PMOIndia) August 27, 2022
सरकार के प्रयास से, खिलौना उद्योगों से जुड़े हमारे भाई-बहनों के परिश्रम से अब स्थिति बदलने लगी है।
अब विदेश से मंगाए जाने वाले खिलौनों में भारी गिरावट आई है: PM @narendramodi