Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ଆଡମିରାଲିଟି ହାଉସ ଠାରେ ମେ ୨୪, ୨୦୨୩ରେ ଅଷ୍ଟ୍ରେଲିଆର ଗଭର୍ଣ୍ଣର ଜେନେରାଲ ମହାମହିମ ଶ୍ରୀ ଡେଭିଡ ହର୍ଲେଙ୍କ ସହ ବୈଠକ କରିଛନ୍ତି ।

ପ୍ରଧାନମନ୍ତ୍ରୀ, ଗଭର୍ଣ୍ଣର ଜେନେରାଲଙ୍କ ସହ ୨୦୧୯ରେ ହୋଇଥିବା ନିଜ ବୈଠକ ସମ୍ପର୍କରେ ମନେ ପକାଇଥିଲେ ଯେତେବେଳେ ସେ ନ୍ୟୁ ସାଉଥ ୱେଲ୍ସର ଗଭର୍ଣ୍ଣର ଭାବେ ଭାରତ ଗସ୍ତରେ ଆସିଥିଲେ ।

ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ଦ୍ୱିପାକ୍ଷିକ ଭାଗିଦାରୀକୁ ମଜବୁତ କରିବାର ଉପାୟଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସକାରାତ୍ମକ ଯୋଗଦାନ ଓ ସେମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

  

SR