Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟାଦଶ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟାଦଶ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଷ୍ଟାଦଶ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସେଣ୍ଟ ପିଟର୍ସବର୍ଗଠାରେ ଅନୁଷ୍ଠିତ ଅଷ୍ଟାଦଶ ବାର୍ଷିକ ଭାରତ-ରୁଷ ସମ୍ମିଳନୀରେ ଭେଟିଛନ୍ତି ।

ସମ୍ମିଳନୀ ଶେଷରେ ଗଣମାଧ୍ୟମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ 2001ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେଣ୍ଟ ପିଟର୍ସବର୍ଗକୁ ତାଙ୍କର ପ୍ରଥମ ଗସ୍ତ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ ଭାରତ ଏବଂ ରୁଷ ସମ୍ପର୍କ ସଂସ୍କୃତିରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ପରିବ୍ୟାପ୍ତ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ଦ୍ୱିପାକ୍ଷିକ ଏବଂ ବୈଶ୍ଵିକ ପ୍ରସଙ୍ଗରେ ଉଚ୍ଚସ୍ତରର ସହମତି ଆଧାରରେ 70 ବର୍ଷ ଧରି ଭାରତ-ରୁଷ କୂଟନୈତିକ ସମ୍ପର୍କ ତିଷ୍ଠି ରହିଆସିଛି ।

ଏକ ସମସ୍ୟାପୂର୍ଣ୍ଣ, ଆନ୍ତଃନିର୍ଭରଶୀଳ ଏବଂ ଆନ୍ତଃସଂଯୁକ୍ତ ବିଶ୍ୱରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ସ୍ଥିରତାର ଏକ ନିର୍ଣ୍ଣାୟକ ବିନ୍ଦୁ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଏସପିଆଇଇଏଫରେ ଅତିଥି ରାଷ୍ଟ୍ର ଭାବେ ଭାରତରେ ଯୋଗଦାନ ଏବଂ ତାଙ୍କର ଆହ୍ୱାନ ଭବିଷ୍ୟତରେ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗକୁ ଆହୁରି ଗଭୀର କରିବ ।

ପ୍ରଧାନମନ୍ତ୍ରୀ ଶକ୍ତି କ୍ଷେତ୍ରରେ ସହଯୋଗକୁ ଭାରତ-ରୁଷ ସମ୍ପର୍କର ଭିତ୍ତି ବୋଲି ବର୍ଣ୍ଣନା କରି କହିଥିଲେ ଯେ ଆଜି ହୋଇଥିବା ଆଲୋଚନା ଏବଂ ନିଆଯାଇଥିବା ନିଷ୍ପତ୍ତି ପରମାଣୁ, ହାଇଡ୍ରୋକାର୍ବନ୍ ଏବଂ ନବୀକରଣ ଶକ୍ତି କ୍ଷେତ୍ରରେ ସମ୍ପର୍କକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଅଧିକ ନିବିଡ଼ କରିବ । ଏହି ପରିପ୍ରେକ୍ଷୀରେ ସେ କୁଡନକୁଲମ୍ ପରମାଣୁ ଶକ୍ତି ପ୍ରକଳ୍ପର ୟୁନିଟ୍ 5 ଓ 6 ପାଇଁ ହୋଇଥିବା ଚୁକ୍ତି ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟିକ ସମ୍ପର୍କକୁ ଆହୁରି ବ୍ୟାପକ କରିବା ସକାଶେ ଘରୋଇ କ୍ଷେତ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ 2025 ସୁଦ୍ଧା ଭାରତ ଏବଂ ରୁଷ ମଧ୍ୟରେ 30 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ନିବେଶ ଲାଗି ଲକ୍ଷ୍ୟ ରଖାଯାଇଛି ।
ଯୋଗାଯୋଗ ପ୍ରସଙ୍ଗରେ ମତବ୍ୟକ୍ତ କରି ପ୍ରଧାନମନ୍ତ୍ରୀ ଅନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ‘ନବୋନ୍ମେଷ ସେତୁ’ ଏବଂ ୟୁରୋଏସିଆନ୍ ଅର୍ଥନୀତିକ ଗୋଷ୍ଠୀ ସହ ମୁକ୍ତ ବାଣିଜ୍ୟ ଚୁକ୍ତି ପାଇଁ ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଭାରତ-ରୁଷ ସମ୍ପର୍କର ରଣନୈତିକ ଦିଗ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆଗାମୀ ତ୍ରିସେବା ଯୁଦ୍ଧାଭ୍ୟାସ ଇନ୍ଦ୍ର-2017 ସମ୍ପର୍କରେ ଅବତାରଣା କରିଥିଲେ । କାମୋଭ 226 ହେଲିକପ୍ଟର ଏବଂ ଯୁଦ୍ଧବିମାନ ନିର୍ମାଣ ଭଳି ପ୍ରତିରକ୍ଷା ଉତ୍ପାଦନ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ରୁଷର ନିସର୍ତ୍ତ ସମର୍ଥନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

ସାଂସ୍କୃତିକ ଦିଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ରୁଷୀୟ ସଂସ୍କୃତି ସମ୍ପର୍କରେ ଗଭୀର ସଚେତନତା ଏବଂ ରୁଷରେ ଯୋଗ ଏବଂ ଆୟୁର୍ବେଦ ସମ୍ପର୍କରେ ଧାରଣା ରହିବା ସନ୍ତୋଷର ବିଷୟ ।

ଭାରତ-ରୁଷ ସମ୍ପର୍କକୁ ଆଗେଇ ନେବା କ୍ଷେତ୍ରରେ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ ।

ନିକଟରେ ପରଲୋକ ଗମନ କରିଥିବା ରାଷ୍ଟ୍ରଦୂତ ଆଲେକଜାଣ୍ଡାର କାଡାକିନଙ୍କୁ ଭାରତର ବନ୍ଧୁ ଭାବେ ଉଲ୍ଲେଖ କରି ଦିଲ୍ଲୀର ଏକ ରାସ୍ତା ତାଙ୍କ ନାମାନୁସାରେ ନାମକରଣ କରାଯାଇଛି ବୋଲି କହିଥିଲେ ।

ଏଥିପୂର୍ବରୁ ଉଭୟ ଦେଶର ସିଇଓମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ରୁଷ୍ କମ୍ପାନୀଗୁଡ଼ିକୁ ଭାରତୀୟ ଅର୍ଥବ୍ୟବସ୍ଥାର ଅଗ୍ରଣୀ କ୍ଷେତ୍ରରେ ନିବେଶ କରିବା ଲାଗି ଆହ୍ୱାନ କରିଥିଲେ । ସେ ବିଶେଷ ଭାବେ ରଣନୀତିକ କ୍ଷେତ୍ରରେ ଥିବା ସୁଯୋଗ ସମ୍ପର୍କରେ ଅବତାରଣା କରିଥିଲେ ।

ଭାରତ ଏବଂ ରୁଷ ମଧ୍ୟରେ ପରମାଣୁ ଶକ୍ତି, ରେଳବାଇ, ରତ୍ନ ଏବଂ ଅଳଙ୍କାର, ପାରମ୍ପରିକ ଜ୍ଞାନ ଏବଂ ସାଂସ୍କୃତିକ ବିନିମୟ ଲାଗି 5ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପିସ୍କାରୋଭିସ୍କୋଏ ସମାଧିସ୍ଥଳରେ ଲେନିନଗ୍ରାଡ୍ ଯୁଦ୍ଧରେ ସହିଦ ହୋଇଥିବା ସାହସୀ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।