Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀରେ ଗୋଆ ଘୋଷଣାନାମା


 

ଆମେ ବ୍ରାଜିଲ ସଂଘୀୟ ଗଣତନ୍ତ୍ର, ରୁଷୀୟ ସଂଘ, ଭାରତୀୟ ପ୍ରଜାତନ୍ତ୍ର, ଚୀନ ଲୋକତନ୍ତ୍ର ଏବଂ ଦକ୍ଷିଣ ଆଫ୍ରିକା ଗଣତନ୍ତ୍ରର ନେତୃବୃନ୍ଦ, ଭାରତର ଗୋଆଠାରେ ଅକ୍ଟୋବର 15-16, 2016 ରେ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ମିଳିତ ହୋଇ ଏକ “ଦାୟିତ୍ଵବାନ ସମାବେଶୀ ଏବଂ ସାମୂହିକ ସମାଧାନ ପନ୍ଥା ଗଠନ” ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ ।

 

  • ପୂର୍ବରୁ ଆମେ କରିଥିବା ସମସ୍ତ ଘୋଷଣାନାମାକୁ ସ୍ମରଣ କରି, ଆମେ ବ୍ରିକ୍ସର ଦୃଢ଼ତା ଏବଂ ସହଯୋଗକୁ ଅଧିକ ମଜଭୁତ କରିବାର ଗୁରୁତ୍ଵ ଉପରେ ପ୍ରାଧାନ୍ୟ ଦେଇଛୁ ଯାହା ଆମର ସାମୂହିକ ସ୍ଵାର୍ଥ ଏବଂ ଖୋଲାହୃଦୟରେ ପରସ୍ପର ମଧ୍ୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଆଧାରିତ । ପୁନଶ୍ଚ ଏହା ଏକତା, ସମାନତା, ପାରସ୍ପରିକ ବୁଝାମଣା, ସମଯୋଜନ ଏବଂ ପାରସ୍ପରିକ ସ୍ଵାର୍ଥସିଦ୍ଧି ଜନିତ ସହଯୋଗ ଉପରେ ପର୍ଯ୍ୟବେଶିତ । ଆମେ ସହମତ ହୋଇଛୁ ଯେ ବିଶ୍ଵଶାନ୍ତି ଏବଂ ନିରାପତ୍ତା ପ୍ରତି ମୁଣ୍ଡ ଟେକୁଥିବା ଚାଲେଞ୍ଜ ଏବଂ ଦୀର୍ଘସ୍ଥାୟୀ ବିକାଶ ଆମମାନଙ୍କ ସାମୂହିକ ସହଯୋଗକୁ ଅଧିକ ବ୍ୟାପକ କରିବାର ପ୍ରତ୍ୟାଶା ରଖେ ।

 

  • ଆମେ ସହମତ ହୋଇଛୁ ଯେ ବିଶ୍ଵ ପର୍ଯ୍ୟାୟରେ ବ୍ରିକ୍ସ ରାଷ୍ଟ୍ରସମୂହ ଏକ ପ୍ରଭାବୀ ସ୍ଵର ପ୍ରତିନିଧିତ୍ଵ କରେ ଯାହାକି ଆମର ଦୃଶ୍ୟମାନ ସହଯୋଗ ମାଧ୍ୟମରେ ସ୍ପଷ୍ଟ ପ୍ରମାଣିତ ଏବଂ ତାହା ଆମ ସଦସ୍ୟ ରାଷ୍ଟ୍ରର ଜନସାଧାରଣଙ୍କୁ ପ୍ରତ୍ୟକ୍ଷ ଭାବେ ସୁଫଳ ପ୍ରଦାନ କରେ । ଏହି ପରିପ୍ରେକ୍ଷୀରେ, ନ୍ୟୁ ଡେଭଲପମେଂଟ ବ୍ୟାଙ୍କ (NDB) ଏବଂ Contingent Reserve Arrangement (CRA)ର କାର୍ଯ୍ୟକାରିତା ସମ୍ପର୍କରେ ଆମେ ଖୁସିର ସହ ସୂଚୀତ କରିବାକୁ ଚାହୁଁ ଯାହା ବିଶ୍ଵ ଅର୍ଥବ୍ୟବସ୍ଥାକୁ ଅଧିକ ମାତ୍ରାରେ ସହାୟତା ପ୍ରଦାନ କରିବା ସହ ଆନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ଏନବିଡି ଅଧ୍ୟକ୍ଷ ପ୍ରଥମ ବର୍ଷରେ ବ୍ୟାଙ୍କ କାର୍ଯ୍ୟକାରୀତା ସମ୍ପର୍କରେ ଯେଉଁ ରିପୋର୍ଟ ଉପସ୍ଥାପନ କରିଛନ୍ତି ତାକୁ ଆମେ ସ୍ଵାଗତ କରୁଛୁ । ପୁନଶ୍ଚ ଏକଥାରେ ମଧ୍ୟ ସନ୍ତୋଷ ବ୍ୟକ୍ତ କରୁଛୁ ଯେ ଏନବିଡି ମାଧ୍ୟମରେ ଆଫ୍ରିକା କ୍ଷେତ୍ରୀୟ କେନ୍ଦ୍ର (ARC)ର ପ୍ରଗତିରେ ମଧ୍ୟ ଆମେ ସନ୍ତୁଷ୍ଟ ଏବଂ ଏହି ଦିଗରେ ଆମର ସମ୍ପୂର୍ଣ୍ଣ ସହଯୋଗ ପ୍ରତିବଦ୍ଧତା ଅବ୍ୟାହତ ରହିବ । ଆଗାମୀ ବର୍ଷମାନଙ୍କରେ ଆମେ ଅଧିକରୁ ଅଧିକ କ୍ଷେତ୍ରରେ ବ୍ରିକ୍ସର ପ୍ରୟାସକୁ ବ୍ୟାପକ କରିବାର ଆଶା ରଖୁଛି ।

 

  • ଆମେ ନ୍ୟୁ ଡେଭଲପମେଂଟ ବ୍ୟାଙ୍କ (NDB) ପକ୍ଷରୁ ଦିଆଯାଇଥିବା ପ୍ରଥମ ଦଫା ଋଣ ମଞ୍ଜୁରି ସମ୍ପର୍କରେ ସନ୍ତୋଷର ସହ ଉଲ୍ଲେଖ କରିବାକୁ ଚାହୁଁ ବିଶେଷ କରି ବ୍ରିକ୍ସ ରାଷ୍ଟ୍ରମାନଙ୍କରେ ଅକ୍ଷୟ ଶକ୍ତି ପ୍ରକଳ୍ପମାନଙ୍କ ସକାଶେ ଏହି ଋଣ ଉଦ୍ଦିଷ୍ଟ । ଆରଏମବିକୁ ଏନବିଡି ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରଥମ କିସ୍ତି ଗ୍ରୀନବଣ୍ଡ ଜାରି ସମ୍ପର୍କରେ ମଧ୍ୟ ଆମେ ଆନନ୍ଦର ସହ ଉଲ୍ଲେଖ କରିବାକୁ ଚାହୁଁ । ଆମେ ଏକଥା ମଧ୍ୟ ଖୁସିର ସହ ଘୋଷଣା କରୁଛୁ ଯେ ବ୍ରିକ୍ସ କଂଟିଜେଂଟ ରିଜର୍ଭ ଏରେଞ୍ଜମେଂଟ (ସିଆରଏ) ର କାର୍ଯ୍ୟକାରିତା ବିଶ୍ଵ ଆର୍ଥିକ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି ।

 

  • ଆମର ସହଯୋଗୀ ବିକାଶଶୀଳ ଏବଂ ପ୍ରଗତିଶୀଳ ଅର୍ଥବ୍ୟବସ୍ଥା ସହ ସମ୍ପର୍କ ସ୍ଥାପନ ଏବଂ ସେମାନଙ୍କ ସମ୍ପର୍କରେ ଆମର ବୋଧଶକ୍ତି ଅଧିକ ବ୍ୟାପକ କରିବା ନିମନ୍ତେ, ଆମେ ବ୍ରିକ୍ସ ନେତୃବର୍ଗ ଏବଂ BIMSTECH ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ “ଆଉଟରିଚ ଶିଖର ସମ୍ମିଳନୀ” ଅନୁଷ୍ଠିତ କରାଇବୁ । ଏହି “ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର ମଲଟି-ସେକ୍ଝୋରାଲ ଟେକନିକାଲ ଏଣ୍ଡ ଇକୋନୋମିକ କୋଅପରେସନ (ବିମସଟେକ), ବାଂଲାଦେଶ, ଭୁଟାନ, ଭାରତ, ମ୍ୟାଁମାର, ନେପାଳ, ଶ୍ରୀଲଙ୍କା ଏବଂ ଥାଇଲାଣ୍ଡକୁ ନେଇ ଗଠିତ । ଏହି ବୈଠକ ବିମସଟେକ ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଆମର ସମ୍ପର୍କକୁ ପୁନଃ ଜାଗରିତ କରିବାର ଏକ ସୁଯୋଗ ହେବ । ପୁନଶ୍ଚ ସେମାନଙ୍କ ସହ ବାଣିଜ୍ୟ ଓ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ମଧ୍ୟ ମିଳିତ ଭାବେ ସମ୍ଭାବନା ଖୋଜାଯାଇପାରିବ । ବ୍ରିକ୍ସ ଏବଂ ବିମସଟେକ ମଧ୍ୟରେ ନିବେଶ ସହଯୋଗ ବି ବୃଦ୍ଧି ପାଇବ । ସର୍ବୋପରି ଏହି ସହଯୋଗ ଶକ୍ତି, ବିକାଶ, ଗଣତନ୍ତ୍ର ଏବଂ ସମୃଦ୍ଧି ଭଳି ସମାନ ଲକ୍ଷ୍ୟକୁ ଆଗେଇ ନେବାରେ ସହାୟକ ହେବ ।

 

  • ବିଶ୍ଵ ଦୃଶ୍ୟପଟ୍ଟରେ ଘଟୁଥିବା ବିରାଟ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମେ ଆମର ସମାନ ଦୃଷ୍ଟିଭଙ୍ଗୀକୁ ଦୋହରାଇବାକୁ ଚାହୁଁ ଯଦ୍ୟପି ଏହା ଏକ ଉଚିତ, ଗଣତାନ୍ତ୍ରିକ ଏବଂ ବହୁପାକ୍ଷିକ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ଉପରେ ଆଧାରିତ ହେବା ଦିଗରେ ଅଗ୍ରସର ହେଉଛି ଏବଂ ଏଥିରେ ମିଳିତ ଜାତିସଂଘ ମୁଖ୍ୟ ଭୂମିକା ଗ୍ରହଣ କରିବ ଏବଂ ସବୁ ଅନ୍ତରାଷ୍ଟ୍ରୀୟ ନିୟମାବଳୀକୁ ତାହା ସମ୍ମାନ ପ୍ରଦର୍ଶନ କରିବ । ଆମେ ପୁଣି ଥରେ ଆମ ପ୍ରତିବଦ୍ଧତା ଦୋହାରାଉଛୁ ଯେ ବୈଶ୍ୱିକ ପ୍ରସଙ୍ଗ ନେଇ ପରସ୍ପର ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଆମେ ବୃଦ୍ଧି କରିବୁ ଏବଂ ଐକ୍ୟ, ପାରସ୍ପରିକ ବୁଝାମଣା ଏବଂ ଆସ୍ଥାର ମନୋଭାବ ନେଇ ବାସ୍ତବ ସହଯୋଗ ପାଇଁ ପ୍ରୟାସ କରିବୁ । ଅନ୍ତରାଷ୍ଟ୍ରୀୟ ସମସ୍ୟା ସମାଧାନ ଦିଗରେ ଆମେ ସାମୂହିକ ଉଦ୍ୟମର ଗୁରୁତ୍ଵକୁ ଉପଲବଧି କରୁଛୁ ଏବଂ ରାଜନୈତିକ ତଥା କୂଟନୈତିକ ଉଦ୍ୟମ ଜରିଆରେ ସେହିସବୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବୁ । ଏହି ପରିପ୍ରେକ୍ଷୀରେ, ମିଳିତ ଜାତିସଂଘର ସନନ୍ଦରେ ଥିବା ନିୟମାବଳୀ ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରୁଛୁ ।

 

  • ବିଶ୍ଵସ୍ତରରେ ଏବେ ଦୃଶ୍ୟମାନ ନିରାପତ୍ତା ଚାଲେଞ୍ଜ ଏବଂ ବିପଦ ପ୍ରସଙ୍ଗରେ ଉଲ୍ଲେଖ କରି ଆମେ ସୂଚାଇବାକୁ ଏହି ସବୁ ସମସ୍ୟା ଅନ୍ତରାଷ୍ଟ୍ରୀୟ ସମୁଦାୟ ସମୂହ ଭାବେ ସାମ୍ନା କରୁଛନ୍ତି । ସେହିସବୁ ଚାଲେଞ୍ଜର ମୁକାବିଲା ନିମନ୍ତେ ଆନ୍ତର୍ଜାତିକ ସ୍ତରରେ ଆମେ ଆମର ଉଦ୍ୟମ ଜାରି ରଖିବା ନିମନ୍ତେ ପ୍ରତିବଦ୍ଧତା ଜଣାଉଛୁ । ବିଶ୍ଵସ୍ତରରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଏବଂ ଏକ ଯଥାର୍ଥ, ସମାନ ଏବଂ ଗଣତାନ୍ତ୍ରିକ ବହୁପାକ୍ଷିକ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ପ୍ରତିଷ୍ଠା ନିମନ୍ତେ ଏକ ବ୍ୟାପକ, ସାମୂହିକ ତଥା ସମର୍ପିତ ଦୃଢ଼ ଆଭିମୁଖ୍ୟର ଆବଶ୍ୟକତା ଥିବାର ଅନୁଭବ କରୁଛୁ । ପୁନଶ୍ଚ, ଏହି ବ୍ୟବସ୍ଥା ଏକ ଦୃଢ଼ ପାରସ୍ପରିକ ଆସ୍ଥା ଏବଂ ଉପକାରୀ, ସାମ୍ୟ ଓ ସହଯୋଗ । ଦୃଢ଼ ପ୍ରତିବଦ୍ଧତା ତଥା ଅନ୍ତରାଷ୍ଟ୍ରୀୟ ନିୟମାବଳୀ ଉପରେ ଆଧାରିତ ହୋଇଥିବା ଆବଶ୍ୟକ ଏବଂ ସେଥିରେ ମିଳିତ ଜାତିସଂଘ ମୁଖ୍ୟ ଭୂମିକା ଗ୍ରହଣ କରୁଥିବ। ଆନ୍ତର୍ଜାତୀୟ ସ୍ତରରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ସକାଶେ ଜାତିସଂଘ ଭଳି ସାର୍ବଜନୀନ ବହୁପକ୍ଷୀୟ ସଂଗଠନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରାଯିବା ଉପରେ ଆମେ ବିଶ୍ଵାସୀ ଯଦ୍ଵାରା ବୈଶ୍ୱିକ ବିକାଶକୁ ଆଗକୁ ଆଗେଇ ନେଇହେବ ଏବଂ ମାନବିକ ଅଧିକାରକୁ ସୁରକ୍ଷିତ ରଖା ଯାଇପାରିବ । ଏହି ପରିପ୍ରେକ୍ଷୀରେ ଆମେ ଆମ ଉଦ୍ୟମକୁ ଅଧିକ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରୁଛୁ ।

 

  • ମିଳିତ ଜାତିସଂଘର ଘୋଷଣାନାମାରେ ସନ୍ନିବେଶିତ ଉଦ୍ଦେଶ୍ୟ ଭିତ୍ତିରେ ସୁସଂଗତ ଏବଂ ସମାନ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ରକ୍ଷାକୁ ସୁନିଶ୍ଚିତ କରିବା ସକାଶେ ଆମେ ଆମର ଉଦ୍ୟମ ଜାରି ରଖିବା ପ୍ରତି ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେଉଁଥିରେ ସବୁ ପ୍ରକାର ଅନ୍ତରାଷ୍ଟ୍ରୀୟ ବିଧିବିଧାନ ପ୍ରତି ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ ହୋଇଥିବ ଏବଂ ଏହିସବୁ ନିୟମାବଳୀ ମଧ୍ୟରେ ସୁସଂହତି ଓ ସମନ୍ଵୟ ରକ୍ଷା କରାଯାଉଥିବ। ଏଥିପ୍ରତି ଥିବା ସବୁ ପ୍ରକାର ଆନ୍ତର୍ଜାତିକ ନ୍ୟାୟିକ ଉତ୍ତରଦାୟିତ୍ଵକୁ ସବୁ ରାଷ୍ଟ୍ର ପାଳନ କରିବାର ପ୍ରତିବଦ୍ଧତା ଘୋଷଣା ଆମେ ଆଶା କରୁ । ଦ୍ଵିତୀୟ ବିଶ୍ଵଯୁଦ୍ଧର ଫଳାଫଳ ପ୍ରତି କ୍ରମାଗତ ଭାବେ ହୋଇପାରୁଥିବା ପ୍ରଦର୍ଶନକୁ ଆମେ ଅସ୍ଵୀକାର କରିବା ନିମନ୍ତେ ଆମର ପ୍ରତିବଦ୍ଧତାକୁ ପ୍ରକଟ କରୁଛୁ ଓ ଏହାକୁ ଦୃଢ଼ ଭାବେ ପ୍ରତ୍ୟାଖ୍ୟାନ କରୁଛୁ । ଆମେ ପୁନର୍ବାର ସୂଚାଇବାକୁ ଚାହୁଁଛୁ ଯେ ବିକାଶ ଏବଂ ନିରାପତ୍ତା ପରସ୍ପରର ସହ ସଂପୃକ୍ତ, ପରସ୍ପରର ପରିପୂରକ ଏବଂ ସ୍ଥାୟୀଶାନ୍ତି ହାସଲ ଦିଗରେ ଏକାନ୍ତ ଗୁରୁତ୍ଵପୂର୍ଣ୍ଣ।

 

  • ଆମେ ଦୃଢ଼ ନିଶ୍ଚିତ ଯେ ଅନ୍ତରାଷ୍ଟ୍ରୀୟ ସମସ୍ୟାବଳୀର ସମାଧାନ ସକାଶେ ସାମୂହିକ ଉଦ୍ୟମ ଏକାନ୍ତ ଆବଶ୍ୟକ ଯଦ୍ଵାରା ରାଜନୈତିକ ଓ କୂଟନୈତିକ ଉଦ୍ୟମ ମାଧ୍ୟମରେ ଏହିସବୁ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରାଯାଇପାରିବ । ଦୃଢ଼ ଆସ୍ଥା, ରାଷ୍ଟ୍ରମାନଙ୍କ ସାର୍ବଭୌମ ସମାନତା, ଅନ୍ୟରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରାନଯିବା ଏବଂ ସହଯୋଗ ତଥା ଅନ୍ତରାଷ୍ଟ୍ରୀୟ ବିଧିବିଧାନ ଉପରେ ଆଧାରିତ ହୋଇନଥିବା ଏକପକ୍ଷୀୟ ବଳପ୍ରୟୋଗ ବ୍ୟବସ୍ଥା ପ୍ରୟୋଗକୁ ବାଦ ଦେଇ ଏ ଦିଗରେ ସମସ୍ତ ପ୍ରକାର ନୀତିନିୟମ ପ୍ରବର୍ତ୍ତନ କରାଯିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଆମେ ଏକ ପକ୍ଷୀୟ ସାମୟିକ ହସ୍ତକ୍ଷେପ, ଅନ୍ତରାଷ୍ଟ୍ରୀୟ ନିୟମାବଳୀ ବହିର୍ଭୁତ ଆର୍ଥିକ କଟକଣା ଜାରି ଏବଂ ସର୍ବଜନସ୍ଵୀକୃତ ଅନ୍ତରାଷ୍ଟ୍ରୀୟ ସମ୍ପର୍କ ରକ୍ଷା ବିଧିବ୍ୟବସ୍ଥାର ଉଲ୍ଲଂଘନକୁ ନିନ୍ଦା କରୁଛୁ । ଏହି କାରଣମାନଙ୍କୁ ସ୍ମରଣ ରଖି, ନିରାପତ୍ତା ରକ୍ଷାର ଅବିଭାଜ୍ୟ ଉଦ୍ଦେଶ୍ୟର ବିଶେଷ ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରୁଛୁ ଏବଂ ଘୋଷଣା କରୁଛି ଯେ ଅନ୍ୟ କାହାର ନିରାପତ୍ତାକୁ ବିପନ୍ନ କରି କୌଣସି ରାଷ୍ଟ୍ର ନିଜର ନିରାପତ୍ତାକୁ ସୁଦୃଢ଼ କରିବା ସମ୍ପୂର୍ଣ୍ଣ ଅନୁଚିତ ।

 

  • ଏହି ପରିପ୍ରେକ୍ଷୀରେ ଆମେ 2005 ମସିହାର ବିଶ୍ଵ ଶିଖର ସମ୍ମିଳନୀର ଫଳାଫଳକୁ ସ୍ମରଣ କରୁଛୁ । ନିରାପତ୍ତା ପରିଷଦ ସମେତ ମିଳିତ ଜାତିସଂଘ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆବଶ୍ୟକତା ପାଇଁ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛି ଯଦ୍ଵରା ଏହି ସଂଗଠନ ଅଧିକ ପ୍ରତିନିଧିମୂଳକ, ସକ୍ରିୟ ଏବଂ ସୁସଂଗତ ହୋଇପାରିବ । ଏହା ଫଳରେ ବିକାଶଶୀଳ ରାଷ୍ଟ୍ରମାନେ ଏଥିରେ ଅଧିକ ପ୍ରତିନିଧିତ୍ଵର ସୁଯୋଗ ହାସଲ କରିବେ ଏବଂ ତଦ୍ଵାରା ସେମାନଙ୍କୁ ବୈଶ୍ୱିକ ଚାଲେଞ୍ଜର ସଫଳ ମୁକାବିଲା କରିପାରିବେ । ଚୀନ ଏବଂ ରୁଷିଆ ସେମାନଙ୍କ ସାମାଜିକ ସ୍ଥିତି ଉପରେ ଅଧିକ ଗୁରୁତ୍ଵ ପ୍ରଦାନ କରୁଥିବା ବେଳେ ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀୟ ବ୍ୟାପାରରେ ସେମାନଙ୍କ ଭୂମିକାକୁ ଅଗ୍ରପ୍ରାଧାନ୍ୟ ଦିଅନ୍ତି ଓ ମିଳିତ ଜାତିସଂଘ ବ୍ୟବସ୍ଥାରେ ସେମାନେ କିପରି ନିଜର ଆଶା ଆକାଂକ୍ଷା ପୂରଣ କରିପାରିବେ ତାହାକୁ ସମର୍ଥନ ଜଣାନ୍ତି ।

 

  • ମିଳିତ ଜାତିସଂଘ ପକ୍ଷରୁ ସଦସ୍ୟତା ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପକୁ ଆମେ ସ୍ଵାଗତଗତ କରୁଛୁ ଯଦ୍ଵାରା ଜାତିସଂଘ ମହାସଚିବ ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସ୍ଵଚ୍ଛ ଓ ସମାବେଶୀ କରାଯାଇପାରିବ ।

 

  • ଗତ ଦଶ ବର୍ଷ ମଧ୍ୟରେ ଜାତିସଂଘକୁ ଶ୍ରୀ ବାନ୍ କି ମୁନ୍ ମହାସଚିବ ଭାବେ ଦେଇଥିବା ସେବାଲାଗି ଆମେ ତାଙ୍କ ପ୍ରତି ଆମ କୃତଜ୍ଞତା ଜ୍ଞାପନ କରୁଛୁ । ସେହିଭଳି ଶ୍ରୀ ଆଂଟୋନି ଓ ଗୁଏଟେରେସ ଜାତିସଂଘର ନୂତନ ମହାସଚିବ ଭାବେ ନିଯୁକ୍ତି ପାଇଥିବାରୁ ଆମେ ତାଙ୍କୁ ଅଭିନନ୍ଦନ ଜଣାଉଛୁ ଏବଂ ତାଙ୍କୁ ସମର୍ଥନ ଜଣାଇବା ସହ ତାଙ୍କ ସହ ଘନିଷ୍ଠ ଭାବେ କାର୍ଯ୍ୟକରିବା ନିମନ୍ତେ ଆମ ପ୍ରତିବଦ୍ଧତା ପ୍ରକଟ କରୁଛୁ ।

 

  • ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କର ଜାତିସଂଘ ଶାନ୍ତିସେନା ପ୍ରତି ଥିବା ଅବଦାନ ସମ୍ପର୍କରେ ସଚେତନ ସହ ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ନିରାପତ୍ତା ଦିଗରେ ଶାନ୍ତିସେନାଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ଵୀକାର ପୂର୍ବକ ଏବଂ ଏହାର ଭୂମିକା, କ୍ଷମତା, ସକ୍ରିୟତା, ଉତ୍ତରଦାୟିତ୍ଵ ଏବଂ ଯଥାର୍ଥତା ଉପରେ ଗୁରୁତ୍ଵପ୍ରଦାନ କରେ । ଶାନ୍ତିସେନାଙ୍କ ମୌଳିକ ନୀତିକୁ ଆମେ ସ୍ଵୀକାର କରୁଛୁ । ଆମେ ଗୁରୁତ୍ଵ ଆରୋପ କରୁଛୁ ଯେ ଜାତିସଂଘ ଶାନ୍ତିସେନା କାର୍ଯ୍ୟକ୍ରମ ପ୍ରଚଳିତ ନୀତି ନିୟମକୁ ନିଷ୍ଠାର ସହ ପାଳନ କରି ସାଧାରଣ ନାଗରିକଙ୍କ ସୁରକ୍ଷା ନିମନ୍ତେ ଉଦ୍ଧିଷ୍ଟ ରହୁ । ଏ ଦିଗରେ ସେମାନେ ନିୟୋଜିତ ହେଉଥିବା ରାଷ୍ଟ୍ରମାନଙ୍କର ନୀତି ନିୟମକୁ ମଧ୍ୟ ନିଷ୍ଠାର ସହ ପାଳନ କରାଯାଉ ।

 

  • ମଧ୍ୟପ୍ରାଚ୍ୟ ଏବଂ ଉତ୍ତର ଆଫ୍ରିକାରେ ଉତ୍ପନ୍ନ ସ୍ଥିତି ପ୍ରତି ଆମେ ଗଭୀର ଉଦବେଗ ପ୍ରକଟ କରୁଛୁ । ପ୍ରଚଳିତ ଅନ୍ତରାଷ୍ଟ୍ରୀୟ ନୀତି ଏବଂ ସ୍ଵାଧୀନତା, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସେ କ୍ଷେତ୍ରର ରାଷ୍ଟ୍ରମାନଙ୍କ ସାର୍ବଭୌମତ୍ଵ ରକ୍ଷା ସମ୍ପର୍କୀତ ସମସ୍ତ ବିଧିବିଧାନ ପାଳନ ପୂର୍ବକ ସେହିସବୁ ସ୍ଥାନରେ ଉତ୍ପନ୍ନ ସମସ୍ୟାବଳୀର ସମାଧାନ ଦିଗରେ ସବୁ ପ୍ରକାର ଉଦ୍ୟମକୁ ଆମେ ସମର୍ଥନ ଜଣାଉଛୁ । ସିରିଆ ସମ୍ପର୍କରେ, ସେଠାକାର ଲୋକମାନଙ୍କ ନ୍ୟାଯ୍ୟ ଦାବିକୁ ସମ୍ମାନପୂର୍ବକ, ଉତ୍ପନ୍ନ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧନ ନିମନ୍ତେ ସମସ୍ତ ପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ ସକାଶେ ଆମେ ଆହ୍ଵାନ ଜଣାଉଛୁ । ଏହା ସମାବେଶୀ ଜାତୀୟ ବିତର୍କ ଏବଂ 2012 ଜୁନ 30 ତାରିଖ ଦିନ ଜେନେଭା ଠାରେ ହୋଇଥିବା ଘୋଷଣାନାମା ଅନୁସାରେ ସିରିୟା ନେତୃତ୍ଵାଧୀନ ରାଜନୈତିକ ପ୍ରକ୍ରିୟା ମାଧ୍ୟମରେ କରାଯିବା ସକାଶେ ଏବଂ ସେଠାରେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବ ସଂଖ୍ୟା 2254 ଏବଂ 2268ର ସମ୍ପୁର୍ଣ୍ଣ ପ୍ରବର୍ତ୍ତନ ଲାଗି ସମର୍ଥନ ଜଣାଉଛୁ । ଜାତିସଂଘ ନିରାପତ୍ତା ପରିଷଦ ଦ୍ଵାରା ଆତଙ୍କବାଦୀ ବୋଲି ଘୋଷିତ ହୋଇଥିବା ଆତଙ୍କବାଦୀ ସଂଗଠନ, ଯେଉଁଥିରେ ISIL, ଜଭାତ-ଅଲ-ନୁସ୍ରା ଏବଂ ଜାତିସଂଘ  ନିରାପତ୍ତା ପରିଷଦ ଦ୍ଵାରା ଘୋଷିତ ଅନ୍ୟ ଆତଙ୍କବାଦୀ ସଂଗଠନ ସାମିଲ ସେମାନଙ୍କ ବିରୋଧରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ଆମେ ସମର୍ଥନ ଜଣାଉଛୁ ।

 

  • ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବ, ମାଦ୍ରିଦ ଘୋଷଣାନାମା ଏବଂ ଆରବ ଶାନ୍ତି ପ୍ରୟାସ ତଥା ଉଭୟପକ୍ଷଙ୍କ ମଧ୍ୟରେ ପୂର୍ବରୁ ହୋଇଥିବା ରାଜିନାମା ଭିତିରେ ପାଲେଷ୍ଟାଇନ-ଇସ୍ରାଏଲ ବିବାଦର ଦୁଇ ରାଷ୍ଟ୍ରୀୟ ସମାଧାନ ସୂତ୍ର ବାହାର କରାଯିବା ଦାବିକୁ ଆମେ ପୁନଃ ଦୋହରାଉଛୁ । ସମାଧାନ ଏଭଳି ହେବା ଆବଶ୍ୟକ ଯଦ୍ଵାରା ଆଲୋଚନା ମାଧ୍ୟମରେ ଏକ ସ୍ଵାଗତଯୋଗ୍ୟ, ସମ୍ଭାବ୍ୟ, କ୍ଷେତ୍ରୀୟ ଦୃଷ୍ଟିରୁ ଇସ୍ରାଏଲ ସହ ଉତ୍ତମ ପ୍ରତିବେଶୀ ଭାବେ ଏକ ପାଲେଷ୍ଟାଇନ ରାଷ୍ଟ୍ର ସହାବସ୍ଥାନ କରିପାରିବ ତଥା 1967 ମସିହାରେ ଚିହ୍ନିତ ସୀମାରେଖା ଭିତ୍ତିରେ ସୁରକ୍ଷିତ ପାରସ୍ପରିକ ସହମତି ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ସ୍ଵୀକୃତି ସୀମାରେଖା ଟଣାଯାଇପାରିବ। ପୁନଶ୍ଚ, ସଂପୃକ୍ତ ଜାତିସଂଘ ଘୋଷଣାନାମା ଅନୁସାରେ ପୂର୍ବ ଜେରୁଜେଲମ ଏହାର ରାଜଧାନୀ ହୋଇପାରିବ ।
  • ଆଫଗାନିସ୍ତାନରେ ଲାଗି ରହିଥିବା ସୁରକ୍ଷାଜନିତ ଚାଲେଞ୍ଜ ଏବଂ ସେଠାରେ ମାତ୍ରାଧିକ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପ୍ରତି ଆମେ ସମସ୍ତେ ଗଭୀର ଭାବେ ଉଦବିଗ୍ନ । ସେଥିପାଇଁ ଆଫଗାନ ନେତୃତ୍ଵାଧୀନ ଓ ଆଫଗାନ-ଅଧୀନସ୍ଥ ଜାତୀୟ ସମାଧାନ ପ୍ରକ୍ରିୟା ତଥା ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆମେ ଆଫଗାନିସ୍ତାନ ସରକାରଙ୍କୁ ସମର୍ଥନ ସକାଶେ ଆମ ପ୍ରତିବଦ୍ଧତା ପ୍ରକଟ କରୁଛୁ । ଏତଦବ୍ୟତୀତ ଆଫଗାନିସ୍ତାନରେ ସୁରକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରାଯିବା ଏବଂ ଏହାର ସ୍ଵାଗତଯୋଗ୍ୟ ରାଜନୈତିକ ଓ ଆର୍ଥିକ ପ୍ରୟାସକୁ ସାକାର କରିବା ତଥା ଚୋରା ମାଦକଦ୍ରବ୍ୟ କାରବାର ଓ ଆତଙ୍କବାଦ ମୁକ୍ତ ଉଦ୍ୟମ ପ୍ରତି ମଧ୍ୟ ଆମର ସହଯୋଗ ଅବ୍ୟାହତ ରହିବ । ବ୍ରିକ୍ସ ନେତୃବର୍ଗ ମତପୋଷଣ କରିଛନ୍ତି ଯେ ଆଫଗାନିସ୍ତାନରେ ସ୍ଥିରତା ରକ୍ଷା ଲାଗି ସେଠାରେ ଏକ ସମର୍ଥ ଏବଂ ଦକ୍ଷ ଆଫଗାନ ଜାତୀୟ ସୁରକ୍ଷା ବାହିନୀ (ANSF) ଗଠନ ଏକାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ବ୍ରିକ୍ସ ନେତୃବର୍ଗ ଗୁରୁତ୍ଵ ଆରୋପ କରିଛନ୍ତି ଯେ କ୍ଷେତ୍ରୀୟ ରାଷ୍ଟ୍ର ଏବଂ ବୃହତ ଅନ୍ତରାଷ୍ଟ୍ରୀୟ ସମୁଦାୟ ଯେଉଁଥିରେ ନାଟୋ-ନେତୃତ୍ଵାଧୀନ “ରିଜୋଲ୍ୟୁଟ ସପୋର୍ଟ ମିଶନ ଯାହାକି IASF” ଦାୟାଦ ଭାବେ ସୃଷ୍ଟି । ସେମାନଙ୍କର ସମସ୍ତଙ୍କର ଏଏନଏସଏଫର ଦକ୍ଷତା ବୃଦ୍ଧିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଆଫଗାନିସ୍ତାନ ପ୍ରସଙ୍ଗରେ ବହୁରାଷ୍ଟ୍ରୀୟ କ୍ଷେତ୍ରୀୟ ନେତୃତ୍ଵାଧୀନ କଥାବାର୍ତ୍ତା ଉପରେ ବ୍ରିକ୍ସ ନେତୃବର୍ଗ ପ୍ରାଧାନ୍ୟ ଆରୋପ କରନ୍ତି ଏବଂ ବିଶେଷ କରି ଏଥିରେ ସେହିସବୁ ସଂଗଠନ ଯେଉଁମାନେ କି ଆଫଗାନିସ୍ତାନର ପ୍ରତିବେଶୀ ରାଷ୍ଟ୍ରର ଏବଂ ଅନ୍ୟ କ୍ଷେତ୍ରୀୟ ରାଷ୍ଟ୍ରର ହୋଇଥିବେ ଯଥା, ସାଂଘାଇ ସହଯୋଗ ସଂଗଠନ, କଲେକ୍ଝିଭ ସିକ୍ୟୁରିଟି ଟ୍ରିଟି ଅର୍ଗାନାଇଜେସନ ଏବଂ ହାର୍ଟ ଅଫ୍ ଏସିଆ କନଫରେନ୍ସର ହୋଇଥିବେ, ସେମାନେ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିବା ଉଚିତ ।

 

  • ଆମେ ଆଫ୍ରିକୀୟ ସଂଘ (AU)ର ଆଭିମୁଖ୍ୟ, ଆଶା ଆକାଂକ୍ଷା ଲକ୍ଷ୍ୟ ଏବଂ ଏଜେଣ୍ଡା – 2036ରେ ଆଫ୍ରିକାର ବିକାଶ ନିମନ୍ତେ ଲିପିବଦ୍ଧ ପ୍ରସଙ୍ଗରେ ପ୍ରାଧାନ୍ୟକୁ ସ୍ଵାଗତ କରୁଛୁ । ଏହା ଦୀର୍ଘସ୍ଥାୟୀ ବିକାଶ ଏଜେଣ୍ଡା-2030ର ଅନୁପୂରକ ବୋଲି ଆମର ମତ । ତେଣୁ ଆଫ୍ରିକାର ଶାନ୍ତି ଏବଂ ସାମାଜିକ ଆର୍ଥିକ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଗୃହୀତ  ବିଭିନ୍ନ କାର୍ଯ୍ୟକ୍ରମର ପ୍ରବର୍ତ୍ତନ ପ୍ରତି ଆମର ସମର୍ଥନକୁ ପୁନଃପ୍ରକଟ କରୁଛୁ । ଆଫ୍ରିକାର ଏକତା, ଅଖଣ୍ଡତା ଏବଂ ସାମର୍ଥ୍ୟକୁ କ୍ଷେତ୍ରୀୟ ସମନୟ ଏବଂ ଦୀର୍ଘସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଆଗକୁ ଆଗେଇନେବା ଦିଗରେ ଆମେ ଆମର ମିଳିତ ସହଯୋଗ ଓ ସମର୍ଥନ ଜାରି ରଖିବୁ । ଏତଦବ୍ୟତୀତ ସେହି ମହାଦେଶରେ ନିକଟରେ ଅନୁଷ୍ଠିତ ନିର୍ବାଚନ ଏବଂ ଯେଉଁଭଳି ଶାନ୍ତିପୂର୍ଣ୍ଣ ଉପାୟରେ ତାହା ସଂପାଦିତ ହୋଇଛି ତାକୁ ଆମେ ସ୍ଵାଗତ ଜଣାଉଛୁ ।

 

  • ଆଫ୍ରିକୀୟ ସଂଘ ଏହି କ୍ଷେତ୍ରରେ ଯେଉଁଭଳି ଭାବେ ବିଭିନ୍ନ ବିବାଦର ସମାଧାନ ପାଇଁ ପ୍ରୟାସ ଜାରି ରଖିଛି ଏବଂ ଶାନ୍ତି ଓ ନିରାପତ୍ତାର ଢ଼ାଂଚାକୁ ବଜାୟ ରଖିବା ଉଦ୍ୟମ କରୁଛି ମିଳିତ ଜାତିସଂଘର ସହଯୋଗ ଏବଂ ଏହି ମହାଦେଶର କ୍ଷେତ୍ରୀୟ ସଂଗଠନର ସହଯୋଗରେ ତାହା ଆଫ୍ରିକାରେ ଦୀର୍ଘସ୍ଥାୟୀ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିବ ଏବଂ ଆମେ ଏହାକୁ ପୂର୍ଣ୍ଣ ସମର୍ଥନ ଜଣାଉଛୁ ।

 

  • ଆଫ୍ରିକୀୟ ସଂଘ ପରିଷଦର ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ ଯେ ସଂଘ ତାର ପାଣ୍ଠିକୁ ଏହି କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ବଜାୟ ରଖିବା ଦିଗରେ ଉପଯୋଗ କରିବାକୁ ସ୍ଥିର କରୁଛି । ତେଣୁ ଆମେ ଆଫ୍ରିକାନ୍ ଷ୍ଟାଣ୍ଡବାଏ ଫୋର୍ସ (ASF)ର କାର୍ଯ୍ୟକାରୀତା ଉଦ୍ୟମକୁ ସମର୍ଥନ ଜଣାଉଛୁ ଏବଂ ଏହି ଦିଗରେ ହେଉଥିବା ପ୍ରଗତି ପ୍ରତି ଦୃଷ୍ଟି ରଖିଛୁ । ଏଥିସହିତ ବିପଦ ପ୍ରତି ତତ୍କାଳ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଫ୍ରିକୀୟ ଦକ୍ଷତା (ACIRC)ର ଅବଦାନ ପ୍ରତି ମଧ୍ୟ ସଚେତନ ରହିଛୁ ।

 

  • ଆମେ ଆମର ଉଦବେଗ ପ୍ରକଟ କରୁଛୁ ଯେ ବିଶ୍ଵର ଅନେକ ରାଷ୍ଟ୍ରରେ ରାଜନୈତିକ ଏବଂ ନିରାପତ୍ତା ଜନିତ ଅସ୍ଥିରତା ବୃଦ୍ଧି ପାଇବାରେ ଲାଗିଛି ଏବଂ ଆତଙ୍କବାଦ ଓ ଉଗ୍ରବାଦ ଦ୍ଵାରା ଏଭଳି ଅସ୍ଥିରତା ଅଧିକ ଉତ୍କଟ ହେଉଛି । ତେଣୁ ମିଳିତ ଜାତିସଂଘ ଆଫ୍ରିକୀୟ ସଂଘ ମାଧ୍ୟମରେ ଆମେ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଆହ୍ଵାନ ଜଣାଉଛୁ ଯେ କ୍ଷେତ୍ରୀୟ ତଥା ଅନ୍ତରାଷ୍ଟ୍ରୀୟ ସହଯୋଗୀମାନେ ଏହି ସବୁ ଚାଲେଞ୍ଜର ମୁକାବିଲା ସକାଶେ ସେମାନଙ୍କ ସହଯୋଗ ଅବ୍ୟାହତ ରଖନ୍ତୁ ଏବଂ ଏହି ସହଯୋଗରେ ବିବାଦ ପରବର୍ତ୍ତୀ ପୁନଃ ନିର୍ମାଣ ଏବଂ ବିକାଶ ପ୍ରୟାସ କାର୍ଯ୍ୟକ୍ରମକୁ ସାମିଲ କରାଯାଉ ।

 

  • 2015 ଡିସେମ୍ବର 25 ତାରିଖ ଦିନ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଦୀର୍ଘସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ଅବସରରେ ଗୃହୀତ ହୋଇଥିବା ଦୀର୍ଘସ୍ଥାୟୀ ବିକାଶ-2030 କାର୍ଯ୍ୟସୂଚୀ ଏବଂ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ସ୍ଵାଗତ କରୁଛୁ । ସେହିଭଳି ଆର୍ଥିକ ବିକାଶ ସଂକ୍ରାନ୍ତ ତୃତୀୟ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଗୃହୀତ ଆଡିସ ଆବାବା କାର୍ଯ୍ୟ ଯୋଜନାକୁ ମଧ୍ୟ ଆମେ ସ୍ଵାଗତଗତ ଜଣାଉଛୁ । 2030 କାର୍ଯ୍ୟସୂଚୀରେ ସନ୍ନିବେଶିତ ଦୀର୍ଘସ୍ଥାୟୀ ବିକାଶ ଲୋକାଭିମୁଖୀ ଏବଂ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ରମ ତଥା ଏହା ସମାନତା, ନିରପେକ୍ଷତା ଓ ସମସ୍ତଙ୍କ ପାଇଁ ଗୁଣାତ୍ମକ ଜୀବନ ସୁନିଶ୍ଚିତ କରିବା ଆଭିମୁଖ୍ୟକୁ ସ୍ଵାଗତଗତ କରୁଛୁ । 2030 ଏଜେଣ୍ଡା ପ୍ରବର୍ତ୍ତନର କାର୍ଯ୍ୟକ୍ରମ ନିୟାମକ ଏବଂ ଏଥି ସହିତ ସମାନ ତଥା ପୃଥକ ଦାୟିତ୍ଵବୋଧ (CBDR)ର ନୀତି ପ୍ରତି ପୁନଃ ଆସ୍ଥାପ୍ରକଟ ପଦକ୍ଷେପକୁ ମଧ୍ୟ ଆମେ ସ୍ଵାଗତ ଜଣାଉଛୁ ।

 

  • 2030 ଏଜେଣ୍ଡା ଯେଉଁଥିରେ କି ସାମଗ୍ରୀକ ଦୃଷ୍ଟି ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଦୀର୍ଘସ୍ଥାୟୀ ବିକାଶର ଆର୍ଥିକ, ସାମାଜିକ ଏବଂ ପାରିବେଶିକ ଦିଗ ପ୍ରତି ଏଥିରେ ସମାନ ଓ ସନ୍ତୁଳିତ ଗୁରୁତ୍ଵ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆମେ ବିକଶିତ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଜଣାଉଛୁ ଯେ ସେମାନେ ସେମାନଙ୍କର ଆନୁଷ୍ଠାନିକ ବିକାଶ ସହାୟତା ପ୍ରତିଶ୍ରୁତି ପାଳନ ପୂର୍ବକ ସେମାନଙ୍କ ସାମଗ୍ରୀକ ଜାତୀୟ ଆୟର 0.7 ପ୍ରତିଶତ ବିକାଶଶୀଳ ରାଷ୍ଟ୍ରମାନଙ୍କୁ ଆନୁଷ୍ଠାନିକ ବିକାଶ ସହାୟତା ବାବଦକୁ ପ୍ରଦାନ କରନ୍ତୁ । ଏହି ପ୍ରତିଶ୍ରୁତି ଏସଡିଜି ପ୍ରବର୍ତ୍ତନରେ ଅତି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ SDG ପ୍ରବର୍ତ୍ତନ କ୍ଷେତ୍ରରେ ପ୍ରଯୁକ୍ତି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ନିମନ୍ତେ ଜାତିସଂଘ ବ୍ୟବସ୍ଥାରେ “ଟେକ୍ନୋଲୋଜି ଫେସିଲିଟେସନ ମେକାନିଜିମ” (ପ୍ରଯୁକ୍ତି ସହାୟକ ବ୍ୟବସ୍ଥା) ଗଠନକୁ ଆମେ ସର୍ବୋପରି ସ୍ଵାଗତ ଜଣାଉଛୁ ।

 

  • ଆମେ ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେ 2030 ଏଜେଣ୍ଡା ପ୍ରବର୍ତ୍ତନ ବେଳେ ଆମେ ଦୀର୍ଘସ୍ଥାୟୀ ବିକାଶ ପାଇଁ ସେହିଭଳି ଉଦାହରଣ ଦ୍ଵାରା ପରିଚାଳିତ ହେବୁ ଯାହା ସେ ରାଷ୍ଟ୍ରର ଜାତୀୟ ପରିସ୍ଥିତି ଏବଂ ବିକାଶ ପରିପ୍ରେକ୍ଷୀରେ ଜାତୀୟ ନୀତିର ପରିପୂରକ ହୋଇଥିବ । ଜି-20 ର ହାଙ୍ଗଝୁ ଶିଖର ସମ୍ମିଳନୀ ଅବସରରେ ଦୀର୍ଘସ୍ଥାୟୀ ବିକାଶ କାର୍ଯ୍ୟକ୍ରମ ନିମନ୍ତେ ଯେଉଁ 2030 ଏଜେଣ୍ଡା ମାଧ୍ୟମରେ ଯେଯଉଁ G-20 କାର୍ଯ୍ୟପନ୍ଥା ଗୃହୀତ ହୋଇଥିବା ତାକୁ ଆମେ ସ୍ଵାଗତ କରୁଛୁ ଏବଂ ଉଭୟ ସାମୂହିକ ଏବଂ ବ୍ୟକ୍ତିଗତ ସ୍ତରରେ ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ ଜରିଆରେ ସେ ସବୁର ସଂସ୍କାରମୂଳକ ପ୍ରବର୍ତ୍ତନ ସକାଶେ ଆମର ଦୃଢ଼ ପ୍ରତିବଦ୍ଧତା ଜଣାଉଛୁ ।
  • ଆମେମାନେ ଏପରି ଏକ ସମୟରେ ଏଠାରେ ମିଳିତ ହୋଇଛୁ ଯେତେବେଳେ ବିଶ୍ଵ ଅର୍ଥବ୍ୟବସ୍ଥା ଭରଣା ପଥରେ ଅଗ୍ରସର ହେଉଛି । ଏବଂ ପ୍ରଗତିଶୀଳ ନମନୀୟତା ତଥା ବିକାଶର ନୂତନ ଉତ୍ସ ମୁଣ୍ଡ ଟେକୁଛି । ଏହି ବିକାଶଧାରା ପ୍ରତ୍ୟାଶାଠାରୁ ଦୁର୍ବଳ ରହିଛି । ବିଶ୍ଵ ଅର୍ଥବ୍ୟବସ୍ଥାର ନିମ୍ନସ୍ତର ଯଥେଷ୍ଟ ଆଶଙ୍କା ଭିତରେ ଅଛି ଏବଂ ଦୁର୍ବଳ ବାଣିଜ୍ୟ କାରବାର, ଉଚ୍ଚ ସରକାରୀ ଓ ଘରୋଇ ଋଣଭାର ତଥା ଆର୍ଥିକ ବିକାଶରେ ଅସମାନତା ଓ କୌଣସି ପ୍ରକାର ସମାଯୋଜନ ବ୍ୟବସ୍ଥା ରହୁନାହିଁ । ଏହି ପୃଷ୍ଠଭୂମିରେ ବିକାଶର ଲାଭକୁ ସମାବେଶୀ ଉପାୟରେ ମୋଟୋମୋଟି ଭାବେ ସମାନ ରୂପେ ବଂଟନ କରାଯିବାର ଆବଶ୍ୟକତା ରହିଛି । ଭୂ-ରାଜନୈତିକ ବିବାଦ, ଆତଙ୍କବାଦ, ଶରଣାର୍ଥୀ ପ୍ରବାହ, ବେଆଇନ ଆର୍ଥିକ ସ୍ରୋତ ଏବଂ ବ୍ରିଟେନ ଗଣଭୋଟର ଫଳାଫଳ ବିଶ୍ଵ ଅର୍ଥବ୍ୟବସ୍ଥାର ଅନିଶ୍ଚିତତାକୁ ଆହୁରି ବଢ଼ାଇ ଦେଇଛି ।

 

  • ଆମେ ଆମର ସିଦ୍ଧାନ୍ତକୁ ପୁନଃ ଦୋହରାଉଛୁ ଯେ ସବୁ ପ୍ରକାର ନୀତିଗତ କାର୍ଯ୍ୟପନ୍ଥା – ମୌଦ୍ରିକ, ଆର୍ଥିକ ଏବଂ ଢ଼ାଂଚାଗତ ଯାହାକି ଉଭୟ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ କାର୍ଯ୍ୟକାରୀ କରି ଏକ ଦୃଢ଼, ଦୀର୍ଘସ୍ଥାୟୀ, ସନ୍ତୁଳିତ ତଥା ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ପାଇଁ ଉଦ୍ଧିଷ୍ଟ ରହିବ । ମୌଦ୍ରିକ ନୀତି ସମସ୍ତ ପ୍ରକାର ଆର୍ଥିକ କାର୍ଯ୍ୟକ୍ରମକୁ ସହାୟତା ଯୋଗାଇବ ଯଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କର ଘୋଷିତ ନୀତି ଅନୁସାରେ ଦରଦାମ ସ୍ଥିତିକୁ ସୁନିଶ୍ଚିତ କରିବ । କେବଳ ମୌଦ୍ରିକ ନୀତି ସନ୍ତୁଳିତ ଓ ସମାବେଶୀ ବିକାଶକୁ ସୁନିଶ୍ଚିତ କରିପାରିନାହିଁ । ଏହି ପରିପ୍ରେକ୍ଷୀରେ ଆମେ ଢ଼ାଂଚାଗତ ସଂସ୍କାର ବ୍ୟବସ୍ଥାର ଆବଶ୍ୟକତା ଏବଂ ଭୂମିକା ଉପରେ ଗୁରୁତ୍ଵାରୋପ କରୁଛୁ । ଆମେ ଗୁରୁତ୍ଵର ସହ ଘୋଷଣା କରୁକଛୁ ଯେ ଆମର ଆର୍ଥିକ ନୀତି ଆମର ସମାନ ବିକାଶ ଉଦ୍ଦେଶିକା ହାସଲ ନିମନ୍ତେ ଏକାନ୍ତ ଜରୁରୀ । କିଛି ସୁବ୍ୟବସ୍ଥିତ ସମୃଦ୍ଧ ଅର୍ଥବ୍ୟବସ୍ଥାର କେତେକ ନୀତି ବ୍ୟବସ୍ଥାର ଉଦବୃତ ପ୍ରଭାବ ଯାହାକି ପ୍ରଗତିଶୀଳ ଅର୍ଥବ୍ୟବସ୍ଥାକ ବିକାଶ ସମ୍ଭାବନା ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ରହିଛି ସେ ସମ୍ପର୍କରେ ମଧ୍ୟ ଆମେ ସଚେତନ ଏବଂ ଯତ୍ନଶୀଳ ରହିଛୁ ।

 

  • ମଧ୍ୟବର୍ତ୍ତୀ ତଥା ଦୀର୍ଘକାଳୀନ ପ୍ରଗତି ତଥା ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଅଭିନବତ୍ଵ ଏକ ଗୁରୁତ୍ଵପୂର୍ଣ୍ଣ ବାହକ ବୋଲି ଆମେ ସ୍ଵୀକାର କରୁଛୁ । ତେଣୁ ଢ଼ାଂଚାଗତ ସଂସ୍କାର/ପରିବର୍ତ୍ତନର ଏକ ପ୍ରମୁଖ ସ୍ତମ୍ଭ ଭାବେ ଆମେ ଶିଳ୍ପାୟନ ତଥା ଶିଳ୍ପ ବିକାଶ ପ୍ରୋତ୍ସାହନ ଉପରେ ଗୁରୁତ୍ଵ ଆରୋପ କରୁଛୁ ।

 

  • ଟିକସ ନୀତି ଏବଂ ସାଧାରଣ ବ୍ୟୟକୁ ଆମେ ଅଧିକ ବିକାଶ ଅନୁକୂଳ ଧାରାରେ ବ୍ୟବହାର କରାଯିବା ଉପରେ ଗୁରୁତ୍ଵ ଆରୋପ କରୁ । ଏବଂ ଏଥିରେ ଉପଲବ୍ଧ ଆର୍ଥିକ ସୁଯୋଗ ଓ ସ୍ଥାନକୁ ବିଚାରକୁ ନିଆଯାଇଛି । ଏହା ଆର୍ଥିକ ସମାଯୋଜନ ଘଟାଇବା ସହ ନମନୀୟତାକୁ କାଏମ ରଖିବ ଏବଂ ଋଣକୁ GDP ଅଂଶବିଶେଷ ରୂପେ ଗ୍ରହଣ ପୂର୍ବକ ଦୀର୍ଘସ୍ଥାୟୀତାକୁ ସୁନିଶ୍ଚିତ କରିବ ।

 

  • ବିଶ୍ଵର ବିଭିନ୍ନ କ୍ଷେତ୍ର ମଧ୍ୟରେ ସକ୍ରିୟ ସମନ୍ଵୟ ରକ୍ଷା ପ୍ରକ୍ରିୟାକୁ ଦୃଷ୍ଟିରେ ରଖିଛୁ । ବିଶେଷ କରି ଏସିଆ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକା କ୍ଷେତ୍ରରେ ଏହି ପ୍ରକ୍ରିୟାର କାର୍ଯ୍ୟକାରିତା ଉପରେ ଆମେ ଗୁରୁତ୍ଵ ଆରୋପ କରୁ । କ୍ଷେତ୍ରୀୟ ସମନୟ ପଦ୍ଧତି ମାଧ୍ୟମରେ ଆମେ ବିକାଶକୁ ତ୍ଵରାନ୍ୟୁତ କରିବା ବେଳେ ସମାନତା, ଉନ୍ମୁକ୍ତତା ଏବଂ ସମାଯୋଜନ ଭିତ୍ତିରେ ଏହି ଲକ୍ଷ୍ୟ ହାସଲର ଯୋଜନା କରୁଛୁ । ଅଧିକନ୍ତୁ ଆମର ବିଶ୍ଵାସ ଯେ ବାଣିଜ୍ୟ କାରବାର ବ୍ୟବସାୟ ଏବଂ ନିବେଶ ସଂଯୋଗ ବୃଦ୍ଧି ସହ ଏହି ଲକ୍ଷ୍ୟ ହାସଲ କରାଯାଇ ପାରିବ ।

 

  • ଭିତ୍ତିଭୂମି କ୍ଷେତ୍ରରେ ଉଭୟ ଘରୋଇ ଏବଂ ସରକାରୀ ପୁଞ୍ଜି ନିବେଶର ଗୁରୁତ୍ଵକୁ ଆମେ ଅଗ୍ରାଧିକାର ପ୍ରଦାନ କରୁ । ଏଥିସହ ସଂଯୋଗୀକରଣ ସଂଶ୍ଳିଷ୍ଟ ଯଦ୍ଵାରା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସୁନିଶ୍ଚିତ ହୋଇପାରିବ । ଏହି ପରିପ୍ରେକ୍ଷୀରେ ଆମେ ଭିତ୍ତିଭୂମି କ୍ଷେତ୍ରରେ ଥିବା ବୈଷମ୍ୟର ଦୂରୀକରଣ ନିମନ୍ତେ ଆହ୍ଵାନ ଜଣାଉଛୁ । ଏଥି ସହ “ମଲଟିଲେଟେରାଲ ଡେଭଲପମେଂଟ ବ୍ୟାଙ୍କ (MDB)” ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ମାତ୍ରାରେ ସାମିଲ କରିବା ସକାଶେ ଆମେ ଆହ୍ଵାନ ଜଣାଉଛୁ ।

 

  • ଆନ୍ତର୍ଜାତୀୟ ମୁଦ୍ରା କୋଷ (IMF)କୁ ଏକ ସୁଦୃଢ଼, କୋଟାଭିତ୍ତିକ ତଥା ପର୍ଯ୍ୟାପ୍ତ ପୁଞ୍ଜି ସମୃଦ୍ଧ ଅନୁଷ୍ଠାନରେ ପରିଣତ କରିବା ସକାଶେ ଆମର ପ୍ରତିବଦ୍ଧତାକୁ ଆମେ ପୁନଃପ୍ରକଟ କରୁଛୁ । ଏମଏଫର ଋଣ ସଂପଦକୁ ସଦାସର୍ବଦା ଅସ୍ଥାୟି ଭିତ୍ତିରେ ପରିଚାଳନା କରାଯିବା ଆବଶ୍ୟକ । ଆମେ ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେ ପଂଚମ ସାଧାରଣ କୋଟା ସମୀକ୍ଷା ବେଳେ ଆମେ ବିକାଶଶୀଳ ଆର୍ଥିକ ଶକ୍ତିଙ୍କ ସମନ୍ଵିତ ଉଦ୍ୟମକୁ ପୂର୍ଣ୍ଣ ସମର୍ଥନ ଜଣାଇବୁ ଏବଂ ଏଥିରେ ନୂଆ କୋଟା ଫର୍ମୁଲା ସାମିଲ। ପୁନଶ୍ଚ ନିର୍ଦ୍ଧାରିତ ଓ ସମହତ ସମୟ ସୀମା ମଧ୍ୟରେ ଏହାକୁ ଚୂଡାନ୍ତ କରାଯିବ। ଯଦ୍ୱାରା ସୁଦୃଢ଼ ଆର୍ଥିକ ଶକ୍ତି ଭାବେ ମୁଣ୍ଡ ଟେକୁଥିବା ବିକାଶଶୀଳ ରାଷ୍ଟ୍ରଙ୍କ ସ୍ଵର ବିଶ୍ଵ ଅର୍ଥବ୍ୟବସ୍ଥାର ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇପାରିବ । ଏହା ବ୍ୟତୀତ ବିଭିନ୍ନ କ୍ଷେତ୍ରର ଦରିଦ୍ର୍ୟ ତଥା ସର୍ବନିମ୍ନ ବିକଶିତ ରାଷ୍ଟ୍ର(ISD)ଙ୍କ ସ୍ଵର ଓ ସ୍ଵାର୍ଥ ମଧ୍ୟ ସୁରକ୍ଷିତ ରଖାଯାଇପାରିବ ।

 

  • ଅକ୍ଟୋବର 1, 2016 ରେ ମୁଦ୍ରା ପାଣ୍ଠି (currency basket)ରେ RMBକୁ ସ୍ଵତନ୍ତ୍ର ଉଠାଣ ଅଧିକାର (SDR)ରେ ସାମିଲ କରାଯିବା ପ୍ରସ୍ତାବକୁ ଆମେ ସ୍ଵାଗତ କରୁଛୁ ।

 

  • ଆମେ ଆହ୍ଵାନ ଜଣାଉଛୁ ଯେ ଆଇଏମଏଫର କାର୍ଯ୍ୟକାରୀ ପରିଷଦର ଦୁଇଟି ଆସନ ଛାଡି ଦେବାଲାଗି ଉନ୍ନତ ୟୁରୋପୀୟ ରାଷ୍ଟ୍ରମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରନ୍ତୁ । ଆଇଏମଏଫ ବ୍ୟବସ୍ଥାରେ ଅଣାଯିବାକୁ ଥିବା ସଂସ୍କାର ଆଇଏମଏଫର ଦରିଦ୍ର୍ୟ ସଦସ୍ୟ ତଥା ସବ-ସାହାରା କ୍ଷେତ୍ରର ଅନୁକୂଳ ରାଷ୍ଟ୍ରମାନଙ୍କ ସ୍ଵର ଓ ପ୍ରତିନିଧିତ୍ଵକୁ ମଜଭୁତ କରିପାରିବ ।

 

  • ସାର୍ବଭୌମ ଋଣ ପୁନର୍ଗଠନ ଜନିତ ଚାଲେଞ୍ଜ ଘେନି ଉତ୍ପନ୍ନ ଉଦବେଗ ପ୍ରତି ଆମେ ସହଭାଗୀ ହେବା ସହ ଉଲ୍ଲେଖ କରିବାକୁ ଚାହୁଁ ଯେ ସମୟୋଚିତ ତଥା ସଫଳ ଋଣ ପୁନର୍ଗଠନ ହିଁ ଅନ୍ତରାଷ୍ଟ୍ରୀୟ ପୁଞ୍ଜି ବଜାରରେ ସମସ୍ତଙ୍କ ପ୍ରବେଶକୁ ସୁନିଶ୍ଚିତ କରିପାରିବ । ତେଣୁ ଯେଉଁ ସବୁ ରାଷ୍ଟ୍ରମାନେ ମାତ୍ରାଧିକ ଋଣରେ ଡୁବି ରହିଛନ୍ତି ସେମାନଙ୍କର ଆର୍ଥିକ ପ୍ରଗତି ସମ୍ଭବ ହୋଇପାରିବ । ଅଧୁନା ଚାଲିଥିବା ଋଣ ପୁନର୍ଗଠନ ଆଲୋଚନାକୁ ଆମେ ସ୍ଵାଗତଗତ କରୁଛୁ ଏବଂ ଏ ଦିଗରେ ସଂଶୋଧିତ ସାମୂହିକ କାର୍ଯ୍ୟଯୋଜନାକୁ (CACS) ସମର୍ଥନ ଜଣାଉଛୁ ।

 

  • ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ବିଶ୍ଵ ବାଣିଜ୍ୟ ସଂଗଠନ (WTO)ର କେନ୍ଦ୍ରୀକରଣ ଯାହାକି ନୀତିଭିତ୍ତିକ, ମୁକ୍ତ, ସ୍ଵଚ୍ଛ, ବୈଷମ୍ୟହୀନ ଏବଂ ସମାବେଶୀ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଗମ କରିବ ତଥା ବିକାଶକୁ ଏହାର କାର୍ଯ୍ୟକ୍ରମର ପ୍ରଧାନ ଆଭିମୁଖ୍ୟ ଭାବେ ଗ୍ରହଣ କରିବ, ସେପରି ବ୍ୟବସ୍ଥାକୁ ଆମେ ପୂର୍ଣ୍ଣ ସମର୍ଥନ ଜଣାଉଛୁ । ଆମେ ଦ୍ଵିପାକ୍ଷିକ, କ୍ଷେତ୍ରୀୟ ଏବଂ ବହୁପାକ୍ଷିକ ବାଣିଜ୍ୟ ରାଜିନାମା ସଂଖ୍ୟା ବୃଦ୍ଧିକୁ ମଧ୍ୟ ସ୍ଵାଗତଗତ କରୁଛୁ ଏବଂ ରାଜିନାମାର ସମସ୍ତ ପକ୍ଷ WTOର ବାଣିଜ୍ୟ ବ୍ୟବସ୍ଥା ନିୟମାବଳୀ ଅନୁସାରେ ସେମାନଙ୍କର କାର୍ଯ୍ୟର ସୁପରିଚାଳନା କରିବା ତଥା ସ୍ଵଚ୍ଛ, ସମାବେଶୀ ଓ ସୁସଂଗଠିତ କରିବା ନିମନ୍ତେ ଆହ୍ଵାନ ଜଣାଉଛୁ ।

 

  • ବାଲି ଏବଂ ନାଇରୋବିଠାରେ ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ସମ୍ମଳନୀରେ ଗୃହୀତ ପ୍ରସ୍ତାବ ଓ ନିଷ୍ପତ୍ତିର ଗୁରୁତ୍ଵକୁ ଉପଲବଧି କରି ସେ ସବୁର ପ୍ରବର୍ତ୍ତନ ସକାଶେ ଆମେ ଆହ୍ଵାନ ଜଣାଉଛୁ । ଦୋହା ବିକାଶ କାର୍ଯ୍ୟକ୍ରମ (DDA)ର ଅବଶିଷ୍ଟ ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ଆଲୋଚନା କରାଯିବାର ଆବଶ୍ୟକତା ଉପରେ ଆମେ ଗୁରତ୍ଵ ପ୍ରଦାନ କରୁଛୁ । ଏମସିଆଇଆଇ ଏବଂ ତତପରବର୍ତ୍ତୀ ଆଲୋଚନାର ବିକାଶ କାର୍ଯ୍ୟକ୍ରମ ନିଷ୍ପତ୍ତିକୁ ସୁନିଶ୍ଚିତ ଓ ସୁଦୃଢ଼ ତଥା ସାମୂହିକ ଭାବେ କାର୍ଯ୍ୟକାରୀ କରିବା ଲାଗି ଆମେ WTO ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଜଣାଉଛୁ ।

 

  • ବ୍ରିକ୍ସ ଆର୍ଥିକ ସହଭାଗୀତାର କାର୍ଯ୍ୟଯୋଜନା ପ୍ରବର୍ତ୍ତନର ପ୍ରଗତିକୁ ଆମେ ପ୍ରଶଂସା କରୁଛୁ ଏବଂ 2020 ସୁଦ୍ଧା ବ୍ରିକ୍ସ ବାଣିଜ୍ୟ, ଆର୍ଥିକ ଏବଂ ନିବେଶ ସହଯୋଗ ମାର୍ଗଦର୍ଶିକାକୁ ପ୍ରବର୍ତ୍ତନ କରାଯିବାର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରୁଛୁ । ଆମର ବିଶ୍ଵାସ ଯେ ସେକ୍ଟରଭିତ୍ତିକ ସହଯୋଗ ବ୍ୟବସ୍ଥା, ଆର୍ଥିକ ତଥା ବାଣିଜ୍ୟ କାରବାର ପ୍ରସଙ୍ଗ ଘେନି ଗଠିତ ବ୍ରିକ୍ସ କଣ୍ଟ୍ରାକ୍ଟ ଗୋଷ୍ଠୀ, ବ୍ରିକ୍ସ ବ୍ୟବସାୟିକ ପରିଷଦ । ନ୍ୟୁ ଡେଭଲପମେଂଟ ବ୍ୟାଙ୍କ ଏବଂ ବ୍ରିକ୍ସ ଇଂଟର ବ୍ୟାଙ୍କ ସହଯୋଗ ବ୍ୟବସ୍ଥା ବ୍ରିକ୍ସ ଆର୍ଥିକ ସହଭାଗୀତାକୁ ସୁଦୃଢ଼ କରିବା ନିମନ୍ତେ ଏକାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଆମେ ବ୍ରିକ୍ସ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରମୁଖ ଆର୍ଥିକ କାର୍ଯ୍ୟକ୍ରମର ନିରବଚ୍ଛିନ୍ନ ଉପଲବଧି ଯଥା – ଇକମର୍ସ ବ୍ୟବସ୍ଥାର ସଂପ୍ରସାରଣ “ସିଙ୍ଗଲ ୱିଣ୍ଡୋ”, ଆଇପିଆର ସହଯୋଗ, ବାଣିଜ୍ୟ କାରବାର ବୃଦ୍ଧି ଏବଂ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ଦ୍ୟୋଗ (MSMES) ମଧ୍ୟରେ ଘନିଷ୍ଠ ସହଯୋଗ ରକ୍ଷାକୁ ଆମେ ସ୍ଵାଗତଗତ କରୁଛୁ । ସେହିଭଳି ଅଣ ଟାଇପ କାର୍ଯ୍ୟପନ୍ଥା (NTMS), ସେବାକ୍ଷେତ୍ର, ମାନନିର୍ଦ୍ଧାରଣ ଓ ସଂଘତି ଆକଳନକୁ ଭବିଷ୍ୟତର ସହଯୋଗର କ୍ଷେତ୍ର ବୋଲି ଆମେ ସ୍ଵୀକାର କରୁଛୁ ଏହି ପରିପ୍ରେକ୍ଷୀରେ ଆମେ ଅକ୍ଟୋବର 13, 2016 ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀମାନଙ୍କ ବୈଠକ ଏବଂ ସେଥିରୁ ଉତ୍ପନ୍ନ ସୁଫଳକୁ ସ୍ଵାଗତ ଜଣାଉଛୁ ।
  • ବ୍ରିକ୍ସ ଆର୍ଥିକ ସହଭାଗୀତା କାର୍ଯ୍ୟପନ୍ଥା ପ୍ରବର୍ତ୍ତନ ନିମନ୍ତେ, ଆମେ ଆମମାନଙ୍କ ସଂସ୍ଥାର ବିଶ୍ଵ ମୂଲ୍ୟ ଚେନ (Global Value Chain)ର ଅଧିକ ଅଂଶଗ୍ରହଣ, ମୂଲ୍ୟଯୁକ୍ତ ବ୍ୟବସ୍ଥା ଏବଂ ଊର୍ଦ୍ଧ୍ଵମୁଖୀ ପ୍ରଗତିକୁ ସମର୍ଥନ ଜଣାଉଛୁ । ଏଥିରେ ସମସ୍ତ ପ୍ରକାର ନୀତି ନିର୍ଦ୍ଧାରଣ ସୁରକ୍ଷା ଏବଂ ଶିଳ୍ପ ବିକାଶର ସୁଯୋଗ ରକ୍ଷା ଉପରେ ଗୁରୁତ୍ଵ ଆରୋପ କରୁ ।

 

  • ନୂଆଦିଲ୍ଲୀଠାରେ ଭାରତ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରଥମ ବ୍ରିକ୍ସ ବାଣିଜ୍ୟମେଳା ଉଦ୍ୟମକୁ ଆମେ ଭୂୟସୀ ପ୍ରଶଂସା କରୁଛୁ । ବ୍ରିକ୍ସ ଆର୍ଥିକ ସହଯୋଗୀତା କାର୍ଯ୍ୟକ୍ରମକୁ ପ୍ରବର୍ତ୍ତନ କରିବା ଦିଗରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଆମର ବିଶ୍ଵାସ ଯେ ଏହା ବ୍ରିକ୍ସ ସଦସ୍ୟଯୁକ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣିଜ୍ୟ ଓ ବ୍ୟବସାୟିକ କାରବାରକୁ ଅଧିକ ମଜଭୁତ କରିବ । ତେଣୁ ଅକ୍ଟୋବର 13, 2016 ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ବାଣିଜ୍ୟ ମନ୍ତ୍ରୀ ସମ୍ମିଳନୀରେ ହୋଇଥିବା ଆଲୋଚନାର ସୁଫଳକୁ ଆମେ ସ୍ଵାଗତ କରୁଛୁ ।

 

  • ବ୍ରିକ୍ସ ବ୍ୟବସାୟିକ ପରିଷଦ ପକ୍ଷରୁ ପ୍ରସ୍ତୁତ ବାର୍ଷିକ ବିବରଣୀ ସମେତ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆମେ ଉଲ୍ଲେଖ କରୁଛୁ । ଏଥିସହ ଆମେ ପରିଷଦକୁ ନିର୍ଦ୍ଦେଶ ଦେଉଛୁ ଯେ ପରିଷଦ ତାର ବିକାଶ ଜନିତ ମିଳିତ ପ୍ରକଳ୍ପମାନଙ୍କ ସଫଳତା ଉଦ୍ୟମକୁ ତ୍ଵରାନ୍ୱିତ କରୁ ଯାହା ପାରସ୍ପରିକ ସୁଫଳ ଭିତିରେ ବ୍ରିକ୍ସର ଆଭିମୁଖ୍ୟ ଓ ଉଦ୍ଦେଶ୍ୟକୁ ସାକାର କରିବାରେ ସହାୟକ ହେବ ।

 

  • ଆମେ ସହମତି ହୋଇଛୁ ଯେ MSME ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିଥାଏ ଯେଉଁଥିରେ ତୁଳନାତ୍ମକ ଭାବେ ସ୍ପଳ୍ପ ମୂଳ ଧନ ପୁଞ୍ଜି ଆବଶ୍ୟକ ପଡିଥାଏ । ଏହା ଗ୍ରାମାଂଚଳ ତଥା ଅନୁନ୍ନତ କ୍ଷେତ୍ରରେ ଆତ୍ମନିଯୁକ୍ତିର ଯଥେଷ୍ଟ ଅବସର ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଜାତୀୟ ତଥା ବିଶ୍ଵସ୍ତରରେ MSME ର ସମାନୁପାତିକ ସମ୍ପଦ ବଂଟନକୁ ସୁନିଶ୍ଚିତ କରେ । ତେଣୁ ଭାରତ ପକ୍ଷରୁ ଆୟୋଜିତ MSME ର ଦ୍ଵିତୀୟ ବ୍ରିକ୍ସ ରାଉଣ୍ଡଟେବୁଲ କାର୍ଯ୍ୟକ୍ରମକୁ ପ୍ରଶଂସା କରୁଛୁ । ଏହି କାର୍ଯ୍ୟକ୍ରମରେ MSME ସେକ୍ଟରରେ ବୈଷୟିକ ଏବଂ ବ୍ୟବସାୟିକ ସହଯୋଗ ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା । ତେଣୁ କ୍ଷେତ୍ରୀୟ ଏବଂ ବୈଶ୍ୱିକ ମୂଲ୍ୟ ଶିକୁଳି ବ୍ୟବସ୍ଥାରେ ଆମେ MSMEର ଅଧିକ ସମନ୍ଵୟ ଓ ସହଯୋଗ ନିମନ୍ତେ ମିଳିତ ଭାବେ ଉଦ୍ୟମ କରିବାକୁ ସହମତି ହୋଇଛୁ ।

 

  • ଚୀନ ପକ୍ଷରୁ ହୋଙ୍ଗଝୁଠାରେ ଏକାଦଶ G-20 ନେତୃବର୍ଗଙ୍କ ଶିଖର ସମ୍ମିଳନୀର ସଫଳ ଆୟୋଜନକୁ ଆମେ ସାଧୁବାଦ ଜଣାଉଛୁ । ଏହି ସମ୍ମିଳନୀରେ ମଧ୍ୟବର୍ତ୍ତୀ ତଥା ଦୀର୍ଘକାଳୀନ ଆର୍ଥିକ ବିକାଶ ପ୍ରକ୍ରିୟାରେ ନବସୃଜନ, ଢ଼ାଂଚାଗତ ସଂସ୍କାର ତଥା ବିକାଶକୁ ଅଗ୍ର ପ୍ରାଧାନ୍ୟ ପ୍ରଦାନ କରାଯାଇଥିଲା । ଅନ୍ତରାଷ୍ଟ୍ରୀୟ ସ୍ତରରେ ଆର୍ଥିକ ସହଯୋଗ ସ୍ଥାପନ ନିମନ୍ତେ G-20କୁ ଆମେ ଏକ ପ୍ରମୁଖ ଫୋରମ ଭାବେ ସ୍ଵୀକାର କରୁଛୁ । ତେଣୁ ହୋଙ୍ଗଝୁ G-20 ଶିଖର ସମ୍ମିଳନୀର ଫଳାଫଳକୁ ତୁରନ୍ତ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ । ଏହାଦ୍ଵାରା ସୁଦୃଢ଼, ଦୀର୍ଘସ୍ଥାୟୀ, ସନ୍ତଳିତ ତଥା ସମାବେଶୀ ବିକାଶ ସଫଳତା ହାସଲ କରାଯାଇପାରିବ ଯାହା ବିଶ୍ଵ ଆର୍ଥକ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ବିକାଶଶୀଳ ରାଷ୍ଟ୍ରମାନଙ୍କ ଭୂମିକାକୁ ସଂପ୍ରସାରିତ କରିବ ।

 

  • ଏକ ଅଭିନବ, ସୁଦୃଢ଼, ପାରସ୍ପରିକ ସହଯୋଗକ୍ଷମ ତଥା ସମାବେଶୀ ବିଶ୍ଵ ଅର୍ଥବ୍ୟବସ୍ଥାର ବିକାଶ ଉପରେ ଆମେ ଗୁରୁତ୍ଵ ଆରୋପ କରୁ । ଏହି ପରିପ୍ରେକ୍ଷୀରେ G-20 ଫୋରମରେ ଆମେ ଆମର ପାରସ୍ପରିକ ଆଲୋଚନା ଏବଂ ସହଯୋଗକୁ ବୃଦ୍ଧି କରିବୁ ବିଶେଷ କରି ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସ୍ଵାର୍ଥଜଡିତ ପ୍ରସଙ୍ଗ ଉପରେ ଆମେ ସହଯୋଗରେ ବୃଦ୍ଧି ଘଟାଇବୁ । ଏତଦବ୍ୟତୀତ ବିକାଶଶୀଳ ବଜାର ତଥା ବିକାଶୋନ୍ମୁଖୀ ଅର୍ଥବ୍ୟବସ୍ଥା (EMDE) ପାଇଁ ଆବଶ୍ୟକ ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେବୁ । ଆମେ G-20 ସଦସ୍ୟମାନଙ୍କ ସହ ଘନିଷ୍ଠ ସହଯୋଗ ରକ୍ଷା କରି କାର୍ଯ୍ୟକରିବୁ ଯଦ୍ଵାରା ବୃହତ-ଅର୍ଥନୈତିକ ସହଯୋଗ ସୁଦୃଢ଼ ହେବ, ଅଭିନବତ୍ଵ ବୃଦ୍ଧି ପାଇବ, ତଥା ବାଣିଜ୍ୟ ଓ ନିବେଶ ବିଶାଳ ଓ ଦୀର୍ଘସ୍ଥାୟୀ ହେବ । ଏହା ବିଶ୍ଵ ଆର୍ଥିକ ବିକାଶକୁ ତ୍ଵରାନ୍ୱିତ କରିବା ସେଙ୍ଗ ସେଙ୍ଗ ବିଶ୍ଵ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁସଙ୍ଗତ କରିବ ଓ ବିକାଶଶୀଳ ରାଷ୍ଟ୍ରଙ୍କ ଭୂମିକା ବୃଦ୍ଧିରେ ସହୟେକ ହେବ । ସର୍ବୋପରି ଏହା ଅନ୍ତରାଷ୍ଟ୍ରୀୟ ଆର୍ଥିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଆଫ୍ରିକା ତଥା ସର୍ବନିମ୍ନ ଉନ୍ନତ ରାଷ୍ଟ୍ରମାନଙ୍କରେ ଶିଳ୍ପାୟନ ପ୍ରକ୍ରିୟାକୁ ସହାୟକ ହେବ । ଶକ୍ତି ଉପଲବଧତା ତଥା ସକ୍ରିୟତା କ୍ଷେତ୍ରରେ ସହଯୋଗ ବୃଦ୍ଧି ଘଟାଇବ । ତେଣୁ ଆମେ ବେଆଇନ ଭାବେ ହେଉଥିବା ଆୟ-ସୀମାପାର ଆର୍ଥିକ କାରବାର, ଟିକସ ଫାଙ୍କି ଏବଂ ବାଣିଜ୍ୟିକ ଚୋରା କାରବାରର ମୁକାବିଲା ସକାଶେ ଅଧିକରୁ ଅଧିକ ଅନ୍ତରାଷ୍ଟ୍ରୀୟ ସହଯୋଗ ରକ୍ଷା ଉପରେ ଗୁରୁତ୍ଵ ଆରୋପ କରୁଛୁ ।

 

  • ଆର୍ଥିକ ତଥା ମୌଦ୍ରିକ ସହଯୋଗ କ୍ଷେତ୍ରରେ ବ୍ରିକ୍ସ ତଥା ଏହାର ସହଯୋଗୀ ଉଦ୍ୟମ ଏବେ ସକାରାତ୍ମକ ସୁଫଳ ପ୍ରଦାନ କରିବା ଆରମ୍ଭ କରିଛି । ଏ ଦିଗରେ ଆମେ ଆମର ସହଯାଗ ଜାରି ରଖିବା ପ୍ରତିବଦ୍ଧତା ଉପରେ ଗୁରୁତ୍ଵ ଆରୋପ କରୁ ଯଦ୍ଵାରା ବିଶ୍ଵ ଅର୍ଥବ୍ୟବସ୍ଥାରେ ସ୍ଥିରତା ରକ୍ଷା ସହ ଏହା ବିକାଶ ଦିଗରେ ଧାବମାନ ହୋଇପାରିବ ।
  • ବ୍ରିକ୍ସ ଚିନ୍ତନମଣ୍ଡଳ ପରିଷଦ ଓ ବ୍ରିକ୍ସ ବିଦ୍ଵାନ ମଣ୍ଡଳୀ (Bricks Academic Forum) ଙ୍କ ଦ୍ଵାରା ପ୍ରସ୍ତୁତ ରିପୋର୍ଟକୁ ସ୍ଵାଗତ କରୁଛୁ । ଏହି ରିପୋର୍ଟ ଆମର ବିଶେଷଜ୍ଞମାନେ ପରସ୍ପର ମଧ୍ୟରେ ମତ ବିନିମୟ କରିବା ସକାଶେ ଏକ ବହୁମୂଲ୍ୟ ପ୍ଲାଟଫର୍ମ ଭଳି କାର୍ଯ୍ୟ କରିବ । ବ୍ରିକ୍ସ ରାଷ୍ଟ୍ର ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ବଜାର ସମ୍ପର୍କୀତ ଗବେଷଣା ଓ ବିଶ୍ଳେଷଣ ଲାଗି ସେମାନେ ତାଙ୍କର ମୂଲ୍ୟବାନ ପରାମର୍ଶମାନ ପ୍ରଦାନ କରିଛନ୍ତି । ଏହି ମାର୍କେଟିଂ ବ୍ୟବସ୍ଥାକୁ ଆଗକୁ ଆଗେଇ ନେବା ଦିଗରେ ମଧ୍ୟ ରିପୋର୍ଟରେ ପ୍ରସ୍ତାବମାନ ରହିଛି । ଆମର ବିଶ୍ଵାସ ଯେ ବ୍ରିକ୍ସର ଅନୁଷ୍ଠାନ ଗଠନ ସମ୍ବନ୍ଧୀୟ ପରାମର୍ଶ ବିଶ୍ଵ ମୌଦ୍ରିକ ବ୍ୟବସ୍ଥାରେ ସଂସ୍କାର  ଆଣିବା ଦିଗରେ ଆମର ସହଭାଗୀ ଚିନ୍ତାଧାରା ଓ ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅତୀବ ଗୁରୁତ୍ଵପୂର୍ଣ୍ଣ । ଏହାକୁ ସ୍ଵଚ୍ଛ ତଥା ସମାନତା ଆଧାରରେ କାର୍ଯ୍ୟକାରୀ କରାଇବା ସହଜସାଧ୍ୟ ହୋଇପାରିବ ।

 

  • ଶିଳ୍ପକ୍ଷେତ୍ରରେ ଆନ୍ତଃ-ବ୍ରିକ୍ସ ସହଯୋଗ ସ୍ଥାପନର ଗୁରୁତ୍ଵ ଉପରେ ଆମେ ପ୍ରାଧାନ୍ୟ ଆରୋପ କରୁଛୁ ଯାହାକି ବ୍ରିକ୍ସ ଶିଳ୍ପମନ୍ତ୍ରୀସ୍ତରୀୟ ବୈଠକ ମାଧ୍ୟମରେ ସୁଦ୍ଧା କାର୍ଯ୍ୟକାରୀ କରାଯାଇପାରିବ । ଏହା ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ତ୍ଵରାନ୍ଵିତ କରିବା ଦିଗରେ ସହାୟକ ହେବାସହ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଶିଳ୍ପ ସମ୍ପର୍କକୁ ବ୍ୟାପକ ଓ ସୁଦୃଢ଼ କରିବ, ଅଭିନବତ୍ଵକୁ ପ୍ରୋତ୍ସାହିତ କରିବ ତଥା କର୍ମନିଯୁକ୍ତି ସୃଷ୍ଟିର ସୁଯୋଗ ପ୍ରଦାନ କରିବ । ସର୍ବୋପରି ଏହା ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରର ଜନସାଧାରଣଙ୍କ ଜୀବନଧାରଣରେ ଗୁଣାତ୍ମକ ଉନ୍ନତି ଘଟାଇପାରିବ ।
  • ମିଳିତ ଜାତିସଂଘ ଶିଳ୍ପ ଉନ୍ନୟନ ସଂଗଠନ (UNIDO) ପ୍ରତିଷ୍ଠା ହେବାର 50 ବର୍ଷ ପୂରଣ ଅବସରରେ ଆମେ ଏହି ସଂସ୍ଥାକୁ ଅଭିନନ୍ଦନ ଜ୍ଞାପନ କରୁଛୁ । ବିଶ୍ଵରେ ଦୀର୍ଘସ୍ଥାୟୀ ତଥା ସମାବେଶୀ ଶିଳ୍ପ ବିକାଶର ଧାରାକୁ ତ୍ଵରାନ୍ଵିତ କରିବା ଦିଗରେ ଏହାର ଅଭିନବ ପ୍ରୟାସକୁ ଆମେ ପ୍ରଶଂସା କରୁଛୁ ତଥା ଆଫ୍ରିକାରେ ଶିଳ୍ପାୟନକୁ ପ୍ରୋତ୍ସାହନ ଯୋଗାଇବା ଦିଗରେ ଏହାର ଭୂମିକାକୁ ସାଧୁବାଦ ଜଣାଉଛୁ । ଏହି ପରିପ୍ରେକ୍ଷୀରେ ଆମେ ଉଲ୍ଲେଖ କରିବାକୁ ଚାହୁଁ ଯେ ୟୁନିଡୋ-ବ୍ରିକ୍ସ ପ୍ରଯୁକ୍ତି ପ୍ଲାଟଫର୍ମ ଗଠନ ଦିଗରେ ଆଶାନୁରୂପ ସଫଳତା ହାସଲ କରାଯାଇପାରିଛି ।

 

  • ଆମେ ଆମର ବହିଃଶୁଳ୍କ ପ୍ରଶାସନକୁ ପ୍ରଶଂସା କରୁଛୁ ଯେ ବ୍ରିକ୍ସର ବହିଃଶୁଳ୍କ ସହଯୋଗ କମିଟି (Bricks customs cooperation committe) ଭବିଷ୍ୟତରେ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରେ ଏହି ଦିଗରେ ଅଧିକ ସହଯୋଗ ସ୍ଥାପନ ନିମନ୍ତେ ବ୍ୟବସ୍ଥା ଗ୍ରହଣ ନିମନ୍ତେ ଏହି କମିଟି କାର୍ଯ୍ୟ କରିବ ଏବଂ ବହିଃଶୁଳ୍କ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ଲାଗି ଆଇନଗତ ବିଧି ବ୍ୟବସ୍ଥା କରିବ । ଏହି ଉଦ୍ଦେଶ୍ୟରେ ବହିଃଶୁଳ୍କ ସହଯୋଗ କମିଟିର ନିୟମାବଳୀ ସ୍ଵାକ୍ଷରକୁ ଆମେ ସ୍ମରଣ କରୁଛୁ ଯାହା ବିହଃଶୁଳ୍କ ପ୍ରଶାସନ ଦିଗରେ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା ଦିଗରେ ବ୍ରିକ୍ସ ଅର୍ଥନୈତିକ ସହଭାଗୀତା କାର୍ଯ୍ୟକ୍ରମ ଧାରାରେ ସମ୍ପାଦିତ ହେବ ।

 

  • ଆମେ ଏହି ଅବସରରେ ଫୋର୍ଟାଲେଜା ଘୋଷଣାନାମାକୁ ସ୍ମରଣ କରୁଛୁ ଯେଉଁଥିରେ ଆମେ ବ୍ରିକ୍ସ ବୀମା ଓ ପୁନଃବୀମା ମାର୍କେଟ ସମନ୍ଵୟ କ୍ଷମତାର ସାମର୍ଥ୍ୟକୁ ସ୍ଵୀକୃତି ପ୍ରଦାନ କରିଥିଲୁ ଏବଂ ଏ ଦିଗରେ ସହଯୋଗର କେତେ ସମ୍ଭାବନା ରହିଛି ସେ ଦିଗରେ ଅନୁସନ୍ଧାନ ନିମନ୍ତେ ନିଜ ନିଜର ରାଷ୍ଟ୍ରର ସଂପୃକ୍ତ କ୍ଷମତାପ୍ରାପ୍ତ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦେଇଥିଲୁ । ଏହି କାର୍ଯ୍ୟକୁ ଆମେ ତ୍ଵରାନ୍ଵିତ କରିବା ଲାଗି ସହମତ ହୋଇଛୁ ।

 

  • ଏକ ନିରପେକ୍ଷ ଓ ଆଧୁନିକ ଟିକସ ବ୍ୟବସ୍ଥା ସୃଷ୍ଟି କରିବା ନିମନ୍ତେ ଆମେ ଆମର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରୁଛୁ । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ସ୍ଵୀକୃତି ମାନର ସଫଳ ଏବଂ ବ୍ୟାପକ ପ୍ରବର୍ତ୍ତନ ଦିଗରେ ହୋଇଥିବା ପ୍ରଗତିକୁ ଆମେ ସ୍ଵାଗତ କରୁଛୁ । ଏହି ପରିପ୍ରେକ୍ଷୀରେ ଆମେ “ବେସ ଇରୋଜନ ଏଣ୍ଡ ପ୍ରଫିଟ୍ ଶିଫଟିଙ୍ଗ ପ୍ରୋଜେକ୍ଟ (BEPS)”ର ପ୍ରବର୍ତ୍ତନକୁ ସମର୍ଥନ ଜଣାଉଛୁ ଓ ଏଥିସହ ପ୍ରତ୍ୟେକ ରାଷ୍ଟ୍ରର ଜାତୀୟ ବାସ୍ତବତାର ଗୁରୁତ୍ଵକୁ ଯଥାଯୋଗ୍ୟ ମାନ୍ୟତା ପ୍ରଦାନ କରୁଛୁ । ବିକାଶଶୀଳ ରାଷ୍ଟ୍ରମାନଙ୍କର କର ବ୍ୟବସ୍ଥା ଓ ଦକ୍ଷତା କିଭଳି ଭାବେ ଉପଯୁକ୍ତ ଭାବେ ଗଠନ କରାଯାଇପାରିବ ସେ ଦିଗରେ ସହଯୋଗ ଲାଗି ଆମେ ବିଭିନ୍ନ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସଂଗଠନମାନଙ୍କ ପ୍ରୋତ୍ସାହନ କରୁଛୁ ।

 

  • ଆମେ ଅନୁଭବ କରୁଛୁ ଯେ ଆକ୍ରମଣାତ୍ମକ କର ଯୋଜନା ଏବଂ କର ଅସୁଲ ପ୍ରକ୍ରୟା ସମାନୁପାତିକ ବିକାଶ ଓ ଆର୍ଥିକ ପ୍ରଗତିକୁ ବ୍ୟାହତ କରୁଛୁ । ତେଣୁ “ବେସ ଇରୋଜନ ଆଣ୍ଡ ପ୍ରଫିଟ୍ ଶିଫଟିଙ୍ଗ”କୁ ସଫଳତାର ସହ ନିୟନ୍ତ୍ରଣ କରାଯିବା ଆବଶ୍ୟକ । ଆମେ ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେ ଲାଭ ଉପରେ କର ବସାଯିବା ବାଞ୍ଛନୀୟ ଏବଂ ଯେଉଁଠାରେ ଆର୍ଥିକ କାରବାର କରାଯାଉଛି ଏବଂ ଦ୍ରବ୍ୟ ମୂଲ୍ୟଯୁକ୍ତ ହେଉଛି ସେଠାରେ ଏହା ଜାରି ରହିବ । ଏ ଦିଗରେ ଆମେ ଆମ ଆନ୍ତର୍ଜାତୀୟ ସହଯୋଗ ପ୍ରତିବଦ୍ଧତାରେ ପୁନଃପ୍ରକଟ କରୁଛୁ । ଏଥିରେ “କମନ ରିପୋଟିଂ ଷ୍ଟାଣ୍ଡାର୍ଡ ଫର ଆଟୋମେଟିକ ଏକ୍ସଚେଞ୍ଜ ଅଫ୍ ଟେକ୍ସ ଇନଫର୍ମେସନ (AEOT)” ସାମିଲ ।
  • ଅନ୍ତରାଷ୍ଟ୍ରୀୟ ସ୍ତରରେ ଟିକସ ପ୍ରସଙ୍ଗରେ ଚାଲିଥବା ଆଲୋଚନା ସମ୍ପର୍କରେ ଆମେ ଅବଗତ ଅଛୁ । ଏହି ପରିପ୍ରେକ୍ଷୀରେ ଅନ୍ତରାଷ୍ଟ୍ରୀୟ ଆର୍ଥିକ ବିକାଶ କାର୍ଯ୍ୟସୂଚୀ ଯାହାକି ଆଦିସ ଆବାବା କାର୍ଯ୍ୟସୂଚୀ ନାମରେ ସୁପରିଚିତ ତାହାକୁ ସ୍ମରଣ କରୁଛୁ । ଏହି କାର୍ଯ୍ୟସୂଚୀରେ ବିଭିନ୍ନ ରାଷ୍ଟ୍ରର ଟିକସ କର୍ମକର୍ତ୍ତାଙ୍କ ମଧ୍ୟରେ ସମାବେଶୀ ସହଯୋଗ ଏବଂ ଆଲୋଚନା ପ୍ରସଙ୍ଗରେ ଉଲ୍ଲେଖ ରହିଛି। ଏହି ଆନ୍ତର୍ଜାତିକ ଟିକସ ସହଯୋଗ କାର୍ଯ୍ୟକ୍ରମରେ ବିକାଶଶୀଳ ରାଷ୍ଟ୍ରଙ୍କୁ ଅଧିକରୁ ଅଧିକ ମାତ୍ରାରେ ଅଂଶଗ୍ରହଣର ସୁଯୋଗ ପ୍ରଦାନର ବ୍ୟବସ୍ଥା ରହିଛି । ବିଭିନ୍ନ କର ବ୍ୟବସ୍ଥା ମାଧ୍ୟମରେ କିପରି ପର୍ଯ୍ୟାପ୍ତ, ସୁସଙ୍ଗତ, ଭୌଗଳିକ ବିତରଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ସେ ସବୁର ବ୍ୟବସ୍ଥା ମଧ୍ୟ ଏହି କାର୍ଯ୍ୟସୂଚୀରେ ସ୍ଥାନ ପାଇଛି ।

 

  • ଆମେ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମରେ ଅନ୍ତରାଷ୍ଟ୍ରୀୟ ସହଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣକୁ ଦୃଢ଼ ଭାବେ ସମର୍ଥନ କରୁ । ଏହା ବ୍ୟତୀତ ବ୍ରିକ୍ସ-ଦୁର୍ନୀତି ବିରୋଧୀ କାର୍ଯ୍ୟକାରୀ ଗୋଷ୍ଠୀ ମାଧ୍ୟମରେ ସମ୍ପଦର ଉଦ୍ଧାର ଏବଂ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଖୋଜି ବାହାର କରିବା କାର୍ଯ୍ୟକ୍ରମ ପାଇଁ ଆମ ପ୍ରତିବଦ୍ଧତା ପ୍ରକଟ କରୁ । ଆମେ ସ୍ଵୀକାର କରୁ ଯେ ବେଆଇନ ଅର୍ଥ କାରବାର ଓ ଆର୍ଥିକ ବ୍ୟାପାର ଏବଂ ବେଆଇନ ଭାବେ ବିଦେଶରେ ରଖାଯାଇଥିବା ଅର୍ଥ ଭଳି ଦୁର୍ନୀତି ସାରା ବିଶ୍ଵ ପାଇଁ ଏକ ଚାଲେଞ୍ଜ ଯାହାକି ଆର୍ଥିକ ପ୍ରଗତି ଏବଂ ଦୀର୍ଘସ୍ଥାୟୀ ବିକାଶର ଧାରା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । ତେଣୁ ଏ ଦିଗରେ ଆମେମାନେ ଆମର ପାରସ୍ପରିକ ସହଯାଗ ବୃଦ୍ଧି କରି ସମନ୍ଵିତ ଭାବେ ଏହା ବିରୋଧରେ କାର୍ଯ୍ୟପନ୍ଥା ଗ୍ରହଣ କରିବୁ । ଏଥିସହ ମିଳିତ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଆଇନଗତ ବ୍ୟବସ୍ଥା ମାଧ୍ୟମରେ ଏଭଳି ଦୁର୍ନୀତିକୁ ରୋକିବା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଏକ ସୁଦୃଢ଼ ବୈଶ୍ଵୀକ ପ୍ରତିବଦ୍ଧତାକୁ ପ୍ରୋତ୍ସାହନ ପ୍ରଦାନ କରିବୁ ।

 

  • ଆମେ ସ୍ଵୀକାର କରୁଛୁ ଯେ କେତେକ ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରଙ୍କ ପାଇଁ 2015 ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାର ସର୍ତ୍ତାବଳୀ ପୂରଣ ନିମନ୍ତେ ଆଣବିକ ଶକ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ପୁନଶ୍ଚ, ଦୀର୍ଘକାଳୀନ ଭିତ୍ତିରେ ବିଶ୍ଵସ୍ତରରେ ସବୁଜ ବାଷ୍ପ ନିର୍ଗମନର ମାତ୍ରା ହ୍ରାସ ସକାଶେ ଏହା ଏକାନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ଆମେ ବେସାମରିକ ଆଣବିକ ଶକ୍ତି କ୍ଷମତାର ସଂପ୍ରସାରଣ ନିମନ୍ତେ ଉପଲବ୍ଧ ପ୍ରଯୁକ୍ତି ଓ ଅର୍ଥର ସମ୍ଭାବ୍ୟ ଗୁରୁତ୍ଵକୁ ଉପଲବଧି କରୁଛୁ ଯାହାକି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ଦୀର୍ଘସ୍ଥାୟୀ ବିକାଶ ଧାରାକୁ ଯଥେଷ୍ଟ ଭାବେ ସହାୟକ ହୋଇପାରିବ।
  • ଆମେ ଆମ ପ୍ରତିବଦ୍ଧତାକୁ ଦୋହରାଉଛୁ ଯେ ମହାଶୂନ୍ୟ ସଦାସର୍ବଦା ଶାନ୍ତିପୂର୍ଣ୍ଣ ଅଭିଯାନ ସକାଶେ ଉନ୍ମୁକ୍ତ ରଖାଯିବା ଏବଂ ଏହାକୁ ସବୁ ରାଷ୍ଟ୍ର ଆନ୍ତର୍ଜାତୀୟ ନିୟମାବଳୀ ପାଳନ ପୂର୍ବକ ସମାନ ଭାବେ ବ୍ୟବହାର କରିପାରିବେ। ମହାଶୂନ୍ୟକୁ ସଦାସର୍ବଦା କୌଣସି ପ୍ରକାର ଅସ୍ତ୍ରଶସ୍ତ୍ର ଏବଂ ଶକ୍ତିର ବ୍ୟବହାର ଠାରୁ ମୁକ୍ତ ରଖିବାକୁ ପୁନଃପ୍ରତିବଦ୍ଧତା ପ୍ରକଟ ପୂର୍ବକ ଆମେ ଗୁରୁତ୍ଵର ସହ ପ୍ରସ୍ତାବ ଦେଉଛୁ ଯେ ଏ ଦିଗରେ ଏକ ଅନ୍ତରାଷ୍ଟ୍ରୀୟ ରାଜିନାମା ସ୍ଵାଗତକ୍ଷରିତ ହେବା ଉଚିତ ଯଦ୍ଵାରା ମହାଶୂନ୍ୟକୁ କୌଣସି ଅସ୍ତ୍ରଶସ୍ତ୍ର ବା ଶକ୍ତି ବ୍ୟବହାର ଠାରୁ ମୁକ୍ତ ରଖାଯାଇପାରିବ ଏବଂ ସେଠାରେ ରାଜିନାମା ସ୍ଵାକ୍ଷର ମିଳିତ ଜାତି ସଂଘ ନିରସ୍ତ୍ରୀକରଣ ସମ୍ମିଳନୀର ପ୍ରମୁଖ ଦାୟିତ୍ଵ ହେବା ଆବଶ୍ୟକ। ଏ ଦିଗରେ ଆଶାନୁରୂପ କାର୍ଯ୍ୟପନ୍ଥା ଗ୍ରହଣକୁ ଆମେ ସମର୍ଥନ ଜଣାଉଛୁ। ଏତଦବ୍ୟତୀତ, ମହାଶୂନ୍ୟରେ କୌଣସି ପ୍ରକାର ଅସ୍ତ୍ର ମୁତୟନର ପ୍ରତିରେରାଧ ଘେନି ପ୍ରସ୍ତୁତ ପରିବର୍ଦ୍ଧିତ ଚୁକ୍ତି ଆଧାରରେ ଚୀନ ଏବଂ ରୁଷ ମହାସଂଘ ତରଫରୁ ମହାଶୂନ୍ୟର କୌଣସି ବସ୍ତୁ ବିପକ୍ଷରେ ବିପଦ କିମ୍ବା ଶକ୍ତିର ବ୍ୟବହାର ନିରୋଧ ଚିଠା ପ୍ରଦାନ କରାଯାଇଛି। ମହାଶୂନ୍ୟରେ ପ୍ରଥମେ ଅସ୍ତ୍ର ମୁତୟନ ନକରିବା ଦିଗରେ ରାଜନୈତିକ ଦାୟିତ୍ଵବୋଧ ଗ୍ରହଣ ନିମନ୍ତେ ଏକ ଅନ୍ତର୍ଜାତୀୟ ଉଦ୍ୟମ ଆରମ୍ଭ କରାଯିବା ଆମେ ଆଶାକରୁ।
  • ସମସ୍ତ ପ୍ରକାର ମହାଶୂନ୍ୟ କାର୍ଯ୍ୟକ୍ରମର ଦୀର୍ଘକାଳୀନ ଦୀର୍ଘସ୍ଥାୟୀତା ସୁନିଶ୍ଚିତ କରିବା ଉପରେ ଆମେ ପ୍ରାଧାନ୍ୟ ଦେଉଛୁ। ପୁନଶ୍ଚ, ଆମର ଭବିଷ୍ୟତ ବଂଶଧରମାନଙ୍କ ସକାଶେ ମହାଶୂନ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରଣୟନ ପାଇଁ ଆମେ ଦାବି କରୁଛୁ। ଆମେ ଉପଲବଧି କରୁଛୁ ଯେ ମହାଶୂନ୍ୟର ଶାନ୍ତିପୂର୍ଣ୍ଣ ବ୍ୟବହାର ସଂକ୍ରାନ୍ତ ଜାତିସଂଘ କମିଟିର ବର୍ତ୍ତମାନର କାର୍ଯ୍ୟସୂଚୀରେ ଏହା ଏକ ପ୍ରମୁଖ ଉଦ୍ଦେଶ୍ୟିକା । ଏହି ପରିପ୍ରେକ୍ଷୀରେ, ନିକଟରେ ଗ୍ରହଣ କରିଥିବା ନିଷ୍ପତିକୁ ଆମେ ସ୍ଵାଗତ କରୁଛୁ। ବ୍ରିକ୍ସର ବୈଜ୍ଞାନିକ ଓ ବୈଷୟିକ କାର୍ଯ୍ୟକାରୀ ଗୋଷ୍ଠୀର ସବ କମିଟି 2018 ସୁଦ୍ଧା ମହାଶୂନ୍ୟରେ ସମସ୍ତ ପ୍ରକାର ଦୀର୍ଘକାଳୀନ କାର୍ଯ୍ୟକଳାପ ନିମନ୍ତେ ଆଲୋଚନା ଏବଂ ସହମତି ଭିତିରେ ଏକ ନିୟମାବଳୀ ପ୍ରସ୍ତୁତ ନିମନ୍ତେ ସୁପାରିଶ କରିଛନ୍ତି। ଏହା ମିଳିତ ଜାତିସଂଘ ମହାଶୂନ୍ୟର ଶାନ୍ତିପୂର୍ଣ୍ଣ ବ୍ୟବହାର ସଂକ୍ରାନ୍ତ ସମ୍ମିଳନୀ ଅନୁଷ୍ଠିତ ହେବାର 50 ତମ ବାର୍ଷିକୀ ପାଳନ ସହ ସମତାଳରେ ସ୍ଵାକ୍ଷରିତ ଓ କାର୍ଯ୍ୟକାରୀ ହେବା ପାଇଁ କମିଟି ମତ ଦେଇଛି।
  • ଭାରତ ସମେତ କେତେକ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରରେ ନିକଟ ଅତୀତରେ ହୋଇଯାଇଥିବା ଆକ୍ରମଣକୁ ଆମେ ଦୃଢ଼ ସ୍ଵରରେ ନିନ୍ଦା କରୁଛୁ। ଆତଙ୍କବାଦକୁ ଆମେ ସବୁ ଆକାର ଓ ପ୍ରକାରରେ ନିନ୍ଦା କରୁଛୁ ଏବଂ ଗୁରୁତ୍ଵ ଆରୋପ କରୁଛୁ ଯେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ କୌଣସି ପ୍ରକାର ଯଥାର୍ଥତା କଦାପି ଗ୍ରହଣେଯାଗ୍ୟ ନୁହେଁ ତାହା ଯେତେ ଆଦର୍ଶବାଦ, ଧର୍ମୀୟ, ରାଜନୈତିକ, ଜାତିଗତ ଅଥବା ଗୋଷ୍ଠୀଗତ ଯଥାର୍ଥତା ଉପରେ ଆଧାରିତ ହୋଇଥାଉ ନା କାହିଁକି। ତେଣୁ ଆମେ ଉଭୟ ଦ୍ଵିପାକ୍ଷିକ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ ବିରୋଧରେ ଲଢ଼େଇ ନିମନ୍ତେ ସହଯୋଗକୁ ସୁଦୃଢ଼ କରିବାକୁ ସହମତ ହୋଇଛୁ।

 

  • ନିକଟରେ ଭାରତ ସମେତ ଅନେକ ବ୍ରିକ୍ସ ରାଷ୍ଟ୍ରରେ ଘଟିଯାଇଥିବା ଅନେକ ଆକ୍ରମଣକୁ ଆମେ ଦୃଢ଼ ସ୍ଵରରେ ନନ୍ଦା କରୁଛୁ। ଆମେ ସମସ୍ତ ପ୍ରକାର ଆତଙ୍କବାଦୀ ଆକ୍ରମଣର ଆକାର ଓ ପ୍ରକାରକୁ ଦୃଢ଼ ସ୍ଵରରେ ନିନ୍ଦା କରୁଛୁ ଏବଂ ଆମର ମତ ଯେ ଆତଙ୍କବାଦ ପାଇଁ କୌଣସି ପ୍ରକାର ଯୁକ୍ତି ଗ୍ରହଣୀୟ ନୁହେଁ, ତାହା ଯେତେ ଆଦର୍ଶବାଦୀ, ଧର୍ମୀୟ, ରାଜନୈତିକ, ଜାତିଗତ ଗୋଷ୍ଠୀଗତ ଅଥବା ଅନ୍ୟ ଯେ କୌଣସି କାରଣୁ ହୋଇଥାଉ ନା କାହିଁକି । ତେଣୁ ଉଭୟ ଦ୍ଵିପାକ୍ଷିକ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆତଙ୍କବାଦ ବିରୋଧରେ ସଂଗ୍ରାମ ଲାଗି ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଆମେ ସହମତ ହୋଇଛୁ ।

 

  • ରାସାୟନିକ ଓ ଜୈବ ଆତଙ୍କବାଦର ମୁକାବିଲା ସକାଶେ, ଆମେ ବହୁପାକ୍ଷୀୟ ଆଲୋଚନାର ଆବଶ୍ୟକତା ଉପରେ ଗୁରୁତ୍ଵ ଆରୋପ କରୁ ଏବଂ ସେଭଳି ଆଲୋଚନା ରାସାୟନିକ ଏବଂ ଜୈବ ଆତଙ୍କବାଦ ଭଳି କାଣ୍ଡର ବିଲୋପ ପାଇଁ ଥିବା ଅନ୍ତରାଷ୍ଟ୍ରୀୟ ଘୋଷଣାନାମା ତଥା ନିରସ୍ତ୍ରୀକରଣ ସମ୍ମଳନୀ ରାଜିନାମା ଆଧାରରେ ହେବା ଉଚିତ । ଏହି ପରିପ୍ରେକ୍ଷୀରେ 2018 ମସିହାରେ ଭାରତ ପକ୍ଷରୁ ଏକ ସମ୍ମିଳନୀର ଆୟୋଜନ ପ୍ରସ୍ତାବକୁ ଆମେ ସ୍ଵାଗତ କରୁଛୁ । ଏହି ସମ୍ମିଳନୀ ଡବ୍ଲୁ୍ୟଏମଡି- ଆତଙ୍କବାଦ ମଧ୍ୟରେ ଥିବା ଯୋଗସୂତ୍ର ଭଳି ଚାଲେଞ୍ଜର ମୁକାବିଲା ନିମନ୍ତେ ଆନ୍ତର୍ଜାତୀକ ସ୍ତରରେ ସହମତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣର ପ୍ରତିବଦ୍ଧତାକୁ ମଜଭୁତ କରିବ ।

 

  • ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସକାଶେ ଆମେ ସମସ୍ତ ରାଷ୍ଟ୍ରଙ୍କୁ ଆହ୍ଵାନ ଜଣାଉଛୁ ଏବଂ ଏଥିରେ ଭୟଙ୍କର ଉଗ୍ରବାଦ ପ୍ରତିରୋଧ ଯାହାକି ଯଦ୍ୟପି ଓ ଯେଉଁ ପରିସ୍ଥିତିରେ ଆତଙ୍କବାଦ, ଉଗ୍ରବାଦ, ଏହାର ଚୟନ, ଆତଙ୍କବାଦୀଙ୍କ ଚଳପ୍ରଚଳ ସମେତ ବିଦେଶୀ ଆତଙ୍କବାଦୀ ଫାଇଟରଙ୍କୁ ସହାୟକ ହେଉଥିବ। ସେମାନଙ୍କୁ ପ୍ରତିହତ କରାଯିବା ସହ ଆତଙ୍କବାଦକୁ ପାଣ୍ଠିଯୋଗାଣର ସୂତ୍ରକୁ ବନ୍ଦ କରିବା, ଏବଂ ଏଥିସହ ଅର୍ଥ-ଠକେଇ, ମାଦକ ଦ୍ରବ୍ୟ ଚାଲାଣ, ଅପରାଧି କାର୍ଯ୍ୟକଳାପ ଭଳି ବିଦେଶୀ ଆତଙ୍କବାଦୀ ତତ୍ଵଙ୍କୁ ରୋକିବା, ଆତଙ୍କବାଦୀଙ୍କ ଆଡ୍ଡା ଧ୍ବଂସ କରିବା, ସେମାନଙ୍କ ଦ୍ଵାରା ଇଂଟରନେଟ ଭଳି ସାମ୍ବାଦିକ ଗଣମାଧ୍ୟମର ଅପବ୍ୟହାରକୁ ପ୍ରତିରୋଧ କରିବା ଆଦି କାଯ୍ୟ ପାଇଁ ସୂହ ପ୍ରଚେଷ୍ଟା ଆବଶ୍ୟକ । ଆତଙ୍କବାଦୀଙ୍କ ବିରୋଧରେ ସଫଳ ମୁକାବିଲା ନିମନ୍ତେ ସାମଗ୍ରୀକ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଜରୁରୀ । ପୁନଶ୍ଚ ସମସ୍ତ ପ୍ରକାର ଆତଙ୍କବାଦ ନିରୋଧୀ କାର୍ଯ୍ୟାନୁଷ୍ଠାନ ଅନ୍ତରାଷ୍ଟ୍ରୀୟ ନିୟମାବଳୀ ଅନୁସାରେ ତଥା ମାନବିକ ଅଧିକାରକୁ ସମ୍ମାନ ପ୍ରଦର୍ଶନ ପୂର୍ବକ କରାଯିବା ଉଚିତ ।

 

  • ନିକଟରେ ଜାତୀୟ ନିରାପତ୍ତା ସଂକ୍ରାନ୍ତ ବ୍ରିକ୍ସର ଉଚ୍ଚ ପ୍ରତିନିଧିମାନଙ୍କ ବୈଠକକୁ ଆମେ ଗ୍ରହଣ କରୁଛୁ । ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ସେପ୍ଟେମ୍ବର 14, 2016 ରେ ଅନୁଷ୍ଠିତ ଆତଙ୍କବାଦ-ନିରୋଧୀ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ଗଠନ ଓ ଏହାର ପ୍ରଥମ ବୈଠକକୁ ସ୍ଵାଗତ କରୁଛୁ। ଆମର ପୂର୍ଣ୍ଣ ବିଶ୍ଵାସ ଯେ ଆତଙ୍କବାଦ ଦମନ ଦିଗରେ ବ୍ରିକ୍ସ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରେ କଥାବାର୍ତ୍ତା ଓ ବୁଝାମଣା ପତ୍ର ତଥା ଏହାର ମୁକାବିଲା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଏହା ସହାୟକ ହେବ ।

 

  • ଆମେ ସ୍ଵୀକାର କରୁଛୁ ଯେ ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା ଦିଗରେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦ, ବିଶେଷ କରି ଇସଲାମିକ ଷ୍ଟେଟ୍ ଇନ ଇରାକ ଏଣ୍ଡ ଦି ଲେଭାଂଟ (ଆଏସଆଇଏଲ-ଜାଏଶ ନାମରେ ମଧ୍ୟ ପରିଚିତ) ଏବଂ ଏହାସହ ଅନୁବନ୍ଧିତ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ତଥା ବ୍ୟକ୍ତି ବିଶେଷ, ଯଥେଷ୍ଟ ବିପଦ ସୃଷ୍ଟି କରିଆସୁଛନ୍ତି । ଆତଙ୍କବାଦ ବିରୋଧରେ ସମନ୍ଵିତ ତଥା ବହୁପକ୍ଷୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ମିଳିତ ଜାତିସଂଘର ଗୁରୁତ୍ଵପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ଵ ଆରୋପ ପୂର୍ବକ, ଆମେ ସମସ୍ତ ରାଷ୍ଟ୍ରଙ୍କୁ ନିବେଦନ କରୁଛୁ ଯେ ସେମାନେ ଜାତିସଂଘ ନିରାପତ୍ତା ପରିଷଦ ଦ୍ଵାରା ଗୃହୀତ ପ୍ରସ୍ତାବକୁ ସଫଳତାର ସହ କାର୍ଯ୍ୟକାରୀ କରନ୍ତୁ ଏବଂ ଏ ଦିଗରେ ଆମେ ଜାତିସଂଘ ଦ୍ଵାରା ଅନୁସୃତ ଆତଙ୍କବାଦ ନିରୋଧୀ କାର୍ଯ୍ୟପନ୍ଥା ପ୍ରତି ଆମର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରୁଛୁ । ଆନ୍ତର୍ଜାତୀୟ ଆତଙ୍କବାଦ ନିରୋଧୀ ବ୍ୟାପକ ସମ୍ମିଳନୀ ଘୋଷଣାନାମ (ସିସିଆଇଟି)କୁ ଗ୍ରହଣ କରିବା ନିମନ୍ତେ ସବୁ ରାଷ୍ଟ୍ର ସାଧାରଣ ପରିଷଦରେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମେ ଆହ୍ଵାନ ଜଣାଉଛୁ । ଏ ଦିଗରେ ବିଳମ୍ବ ନକରିବାକୁ ଆମେ ନିବେଦନ କରୁଛୁ । ପ୍ରତ୍ୟେକ ରାଷ୍ଟ୍ର ସେମାନଙ୍କ ନିଜ ନିଜ କ୍ଷେତ୍ରରୁ ଆତଙ୍କବାଦୀ କାର୍ଯ୍ୟକଳାପ ନିଃଶେଷ ଲାଗି ଆମେ ସବୁ ରାଷ୍ଟ୍ରଙ୍କୁ ପୁନଃ ନିବେଦନ କରୁଛୁ ।

 

  • ଅର୍ଥ ହେରଫେର ଏବଂ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ ସହ ଏହାର ପ୍ରସାରକୁ ରୋକିବା ଦିଗରେ ଆମେ FFTF ଆନ୍ତରାଷ୍ଟ୍ରୀୟ ମାନକ ପ୍ରତି ଆମରର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରୁଛୁ। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା ସକାଶେ ଏଫଏଟିଏଫ ସମନ୍ଵିତ କାର୍ଯ୍ୟଯୋଜନାକୁ ଯଥାଶୀଘ୍ର, ସଫଳ ତଥା ସର୍ବତ୍ର କାର୍ଯ୍ୟକାରୀ କରିବାକୁ ଆହ୍ଵାନ ଜଣାଉଛୁ । ଏଥିରେ ଏହାର କାର୍ଯ୍ୟଯୋଜନା ପ୍ରବର୍ତ୍ତନ ମଧ୍ୟ ସାମିଲ । ଏହି ପରିପ୍ରେକ୍ଷୀରେ ଆମେ ଏଫଏଟିଏଫ ତଥା ଏଫଏଟିଏଫ ଧରଣର କ୍ଷେତ୍ରୀୟ ସଂସ୍ଥା (ଏଫଏଓଆରବିଏସ)ଗଠନ ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା ଦିଗରେ ଆମ ସହଯୋଗ ଅବ୍ୟାହତ ରଖିବାକୁ ଘୋଷଣା କରୁଛି ।

 

  • ବିଶ୍ଵ ନିଶାଦ୍ରବ୍ୟ କାରବାର ରୋକିବା ଘେନି ଜାତିସଂଘ ସାଧାରଣ ପରିଷଦର ବିଶେଷ ଅଧିବେଶନର ଫଳାଫଳକୁ ଆମେ ସ୍ଵାଗତ କରୁଛୁ । ଅପ୍ରେଲ 19-20, 2016ରେ ଏହା ନ୍ୟୁୟର୍କ ଠାରେ ଅନୁଷ୍ଠିତ ହୋଇଥିଲା । ଏ ଦିଗରେ ଆନ୍ତର୍ଜାତିକ ତଥା କ୍ଷେତ୍ରୀୟ ସହଯୋଗକୁ ସୁଦୃଢ଼ କରିବା ନିମନ୍ତେ ଆମେ ଆହ୍ଵାନ ଜଣାଉଛୁ । ବେଆଇନ ଭାବେ ଉତ୍ପାଦିତ ହେଉଥିବା ନିଶାଦ୍ରବ୍ୟ, ବିଶେଷ କରି ଅଫିମ ଜାତ ପଦାର୍ଥ ଯାହାକି ସମଗ୍ର ବିଶ୍ଵପାଇଁ ବିପଦ ତାହାକୁ ରୋକିବା ସକାଶେ ସମସ୍ତଙ୍କ ସହଯୋଗ ଓ ସମନ୍ଵୟ ଏକାନ୍ତ କାମ୍ୟ । ଆମେ ଗଭୀର ଉଦବେଗର ସହ ଉଲ୍ଲେଖ କରୁଛୁ ଯେ ନିଶାଦ୍ରବ୍ୟ ଚାଲାଣ ସହ ଆତଙ୍କବାଦର ଘନିଷ୍ଠ ସମ୍ପର୍କ ରହିଛି । ଏହା ବ୍ୟତୀତ ଅର୍ଥ ହେରଫେର ଏବଂ ସଂଗଠିତ ଅପରାଧ ମଧ୍ୟ ଏହା ସହ ଜଡିତ । ତେଣୁ ବ୍ରିକ୍ସ ଡ୍ରଗ ନିୟନ୍ତ୍ରଣ ଏଜେନ୍ସିମାନଙ୍କ ମଧ୍ୟରେ ଥିବା ସହଯୋଗକୁ ଆମେ ପ୍ରଶଂସା କରୁଛୁ ଏବଂ  ଜୁଲାଇ 8, 2016ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଚୋରା ନିଶାଦ୍ରବ୍ୟ ନିରୋଧୀ କାର୍ଯ୍ୟକାରୀ ଗୋଷ୍ଠୀ ଦ୍ଵିତୀୟ ବୈଠକରେ ଆଲୋଚନାକୁ ସ୍ଵାଗତ କରୁଛୁ ।

 

  • ଆମେ ଆମ ପ୍ରତିବଦ୍ଧତାକୁ ପୁନଃ ପ୍ରକଟ କରୁଛୁ ଯେ ଦୀର୍ଘସ୍ଥାୟୀ ବିକାଶ ନିମନ୍ତେ ଆଇସିଟିର ସଂପ୍ରସାରଣ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ । ଏଥିସହ ଆନ୍ତର୍ଜାତୀୟ ଶାନ୍ତି, ନିରାପତ୍ତା ଓ ମାନବିକ ଅଧିକାରର ସୁରକ୍ଷା ଦିଗରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତେଣୁ ଆଇସିଟିର ବ୍ୟବହାର ଦିଗରେ ଏହାର ନିରାପତ୍ତା ବୃଦ୍ଧି ସକାଶେ ଆମେ ଆମର ମିଳିତ ଉଦ୍ୟମକୁ ଅଧିକ ସୁଦୃଢ଼ କରିବାକୁ ସହମତ ହୋଇଛୁ । ଅପରାଧିକ ଏବଂ ଆତଙ୍କବାଦୀ କାଯ୍ୟକଳାପରେ ଆଇସିଟିର ବ୍ୟବହାରକୁ ପ୍ରତିହତ କରିବା ଦିଗରେ ମଧ୍ୟ ଆମେ ଉଦ୍ୟମ ଜାରି ରଖିବୁ । ଏତଦବ୍ୟତୀତ ଆଇସିଟି କ୍ଷେତ୍ର ଏବଂ ଦକ୍ଷତା ବୃଦ୍ଧି ଅନୁଷ୍ଠାନମାନଙ୍କରେ ଆମେ ବୈଷୟିକ, ଆଇନ ପ୍ରବର୍ତ୍ତନକାରୀ, ଗବେଷଣା ଓ ବିକାଶ ତଥା ଅଭିନବତ୍ଵ ଦିଗରେ ଆମେମାନେ ପାରସ୍ପରିକ ସହଯୋଗ ବୃଦ୍ଧି ଘଟାଇବୁ । ଡିଜିଟାଲ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଆମମାନଙ୍କ ମଧ୍ୟରେ ଥିବା ବୈଷମ୍ୟକୁ ଆମେ ଯଥା ସମ୍ଭବ ଦୂର କରିବା ଲାଗି ପ୍ରତିବଦ୍ଧତା ଜ୍ଞାପନ କରୁଛୁ । ବିଶେଷ କରି ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ଏହି ବୈଷମ୍ୟକୁ ଦୂର କରାଯିବ । ଆମେ ସ୍ଵୀକାର କରୁଛୁ ଯେ ଏ ଦିଗରେ ଆମର ପ୍ରୟାସ ବିବିଧ ଉପାୟରେ ଏବଂ ସମାବେଶୀ ହେବ ତଥା ଏ ଦିଗରେ ଆମର ବୁଝାମଣା କ୍ରମବିକାଶଶୀଳ ହେବ ଯଦ୍ଵାରା ଉପଲବ୍ଧତା ଏବଂ ଏହାର ଗୁଣାତ୍ମକମାନଙ୍କୁ ବଜାୟ ରଖାଯାଇପାରିବ ।

 

  • ଆନ୍ତର୍ଜାତୀୟ ତଥା କ୍ଷେତ୍ରୀୟ ସହଯୋଗ ମାଧ୍ୟମରେ ଆଇସିଟିର ଉପଯୋଗ ଏବଂ ବିକାଶ ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ ଏବଂ ଏହା ଅନ୍ତରାଷ୍ଟ୍ରୀୟ ନିୟମାବଳୀ ଓ ବିଧିବ୍ୟବସ୍ଥା ଉପରେ ଆଧାରିତ ହେବ ଓ ଏଥିରେ ଜାତିସଂଘ ସନନ୍ଦ ମଧ୍ୟ ସାମିଲ । ବିଶେଷତଃ ରାଷ୍ଟ୍ରମାନଙ୍କ ରାଜନୈତିକ ସ୍ଵାଧୀନତା, କ୍ଷେତ୍ରୀୟ ଅଖଣ୍ଡତା ଏବଂ ସମାନତାର ସାର୍ବଭୌମତ୍ଵକୁ ଗୁରୁତ୍ଵ ପ୍ରଦାନ କରାଯିବ । ସର୍ବୋପରି ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ତ ବିବାଦର ସମାଧାନ, ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ପ୍ରକାର ହସ୍ତକ୍ଷେପ କରାନଯିବା ତଥା ମାନବିକ ଅଧିକାର ଓ ମୌଳିକ ସ୍ଵାଧୀନତା ପ୍ରତି ସମ୍ମାନ ପ୍ରଦର୍ଶନ, ଏଥିସହ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଏକାନ୍ତ ଗୁରୁତ୍ଵପୂର୍ଣ୍ଣ ଯଦ୍ଵାରା କି ଆଇସିଟିର ଶାନ୍ତିପୂର୍ଣ୍ଣ, ନିରାପଦ, ମୁକ୍ତ ତଥା ସହେଯାଗୀ ବ୍ୟବହାରକୁ ସୁନିଶ୍ଚିତ କରାଯାଇପାରିବ ।

 

  • ଆତଙ୍କବାଦୀ କାର୍ଯ୍ୟକଳାପ ସକାଶେ ଆଇସିଟିର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି । ତେଣୁ ଆତଙ୍କବାଦୀ ଓ ଅପରାଧିକ କାର୍ଯ୍ୟକଳାପରେ ଆଇସିଟିର ବ୍ୟବହାରକୁ ନିରୋଧ କରିବା ସକାଶେ ଆମେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ଵ ପ୍ରଦାନ କରୁ । ଏବଂ ଏ ଦିଗରେ ଇ-ଥେକୱିନୀ, ଫୋର୍ଟାଲେଜା ଏବଂ ଉଫା ଘୋଷଣାନାମରେ ଥିବା ସାଧାରଣ କାର୍ଯ୍ୟପନ୍ଥା ପ୍ରତି ଆମର ପ୍ରତିବଦ୍ଧତା ପ୍ରକଟ କରୁଛୁ । ଆଇସିଟିର ବ୍ୟବହାର ନିରାପତ୍ତା କ୍ଷେତ୍ରରେ ଜାତିସଂଘର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆମେ ସ୍ଵୀକାର କରୁଛ । ଏ ଦିଗରେ ୟୁଏନଜିଜିଇର ନିୟମାବଳୀ, ଧାରା ଏବଂ ବିଧିବିଧାନକୁ ତୁରନ୍ତ ଗ୍ରହଣ କରାଯିବା ଦିଗରେ ଆମେ ଏକତ୍ର କାର୍ଯ୍ୟ କରିବା ନିମନ୍ତେ ସହମତ ହୋଇଛୁ । ଆମେ ଗ୍ରହଣ କରୁଛୁ ଯେ ଆଇସିଟିର ସ୍ଥିରତା  ଓ ନିରାପତ୍ତା ଦିଗରେ ସବୁ ରାଷ୍ଟ୍ରଙ୍କର ପ୍ରମୁଖ ଭୂମିକା ରହିଛି ।

 

  • ଏକ ମୁକ୍ତ, ଅବିଭାଜ୍ୟ ତଥା ନିରାପତ୍ତା ଇଂଟରନେଟ ବ୍ୟବସ୍ଥା ପ୍ରଚଳନ ପାଇଁ ଆମେ ଦାବି ଜଣାଉଛୁ ଏବଂ ଘୋଷଣା କରୁଛି ଯେ ଇଂଟରନେଟ ଏକ ବିଶ୍ଵ ସମ୍ପଦ ଏବଂ ସବୁ ରାଷ୍ଟ୍ର ସମାନ ଭାବେ ଏହାର କାର୍ଯ୍ୟକାରିତା ଓ ମୂଲ୍ୟାୟନ ଦିଗରେ କାର୍ଯ୍ୟକରିବା ଆବଶ୍ୟକ । ଏ ଦିଗରେ ସଂପୃକ୍ତ ଦାବିଦାରମାନେ ନିଜ ନିଜର ଭୂମିକା ଏବଂ ଦାୟିତ୍ଵକୁ ହୃଦୟଙ୍ଗମ କରି ତାହା ସମ୍ପାଦନ କରିବା ବାଂଛନୀୟ ।

 

  • ଆମେ ଶକ୍ତି ସଂରକ୍ଷଣ ଏବଂ ସକ୍ରିୟ ଶକ୍ତିର ଗୁରୁତ୍ଵକୁ ଉପଲବଧି କରୁଛୁ ଯାହା ଦୀର୍ଘସ୍ଥାୟୀ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଏକାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ସ୍ବାକ୍ଷରିତ ବୁଝାମଣାପତ୍ରକୁ ଆମେ ସ୍ଵାଗତ କରୁଛୁ ।

 

  • ଆମେ ସ୍ଵୀକାର କରୁଛୁ ଯେ ଶକ୍ତି ଉତ୍ପାଦନର ଚାଲେଞ୍ଜ ଏବଂ ଏହାର ସକ୍ରିୟ ବିତରଣ ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ସ୍ଵଳ୍ପ-କାର୍ବନଯୁକ୍ତ ଇନ୍ଧନ ଏବଂ ଅନ୍ୟାନ୍ୟ ସ୍ବଚ୍ଛ-ଇନ୍ଧନ ସମାଧାନର ଆବଶ୍ୟକତା ବୃଦ୍ଧି ପାଇଚାଲିଛି । ଏ ସଂକ୍ରାନ୍ତରେ ଅକ୍ଷୟ ଶକ୍ତି ଉତ୍ପାଦନ ଲାଗି ଆବଶ୍ୟକ ନିବେଶର ମାତ୍ରାକୁ ମଧ୍ୟ ଆମେ ଉପଲବଧି କରୁଛି । ଆମର ବିଶ୍ଵାସ ଯେ ଏ ଦିଗରେ ବିଶ୍ଵର ନିଜର ସ୍ଵଚ୍ଛ ଶକ୍ତି ଉତ୍ପାଦନଜନିତ ପ୍ରଯୁକ୍ତି ଏବଂ ପୁଞ୍ଜି ଉପରେ ନିବନ୍ଧ ହେବା ଆବଶ୍ୟକ । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ସ୍ଵଚ୍ଛ ଶକ୍ତି ଉପଲବଧର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ଆମେ ସ୍ଵୀକାର କରୁଛୁ । ବିଶ୍ଵର ସହଭାଗୀ ସମୃଦ୍ଧି ତଥା ଭବିଷ୍ୟତ ନିମନ୍ତେ ଦୀର୍ଘସ୍ଥାୟୀ ବିକାଶ, ଶକ୍ତି ଉପଲବଧତା ଏବଂ ଶକ୍ତି ନିରାପତ୍ତା ଅତ୍ୟନ୍ତ ଜରୁରୀ ବୋଲି ଆମର ହୃଦବୋଧ ହୋଇଛି । ତେଣୁ ସମସ୍ତଙ୍କ ପାଇଁ ସୁଲଭ ମୂଲ୍ୟରେ ଅକ୍ଷୟ ଶକ୍ତି ଉପଲବଧ ହେବା ଉଚିତ ବୋଲି ଆମେ ସ୍ଵୀକାର କରୁଛୁ ।

 

  • ଆର୍ଥିକ ଦୃଷ୍ଟିକୋଣରୁ ସକ୍ରିୟ ସ୍ଵଚ୍ଛ ଇନ୍ଧନ ଭାବେ ପ୍ରାକୃତିକ ବାଷ୍ପର ବ୍ୟାପର ବ୍ୟବହାରକୁ ଆମେ ସମର୍ଥନ ଜଣାଉ ଯାହାକି ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ସହ ସବୁଜ ବାଷ୍ପ ନିର୍ଗମନକୁ ହ୍ରାସ କରିବ ଏବଂ ତାହା ଜଳବାୟୁ ପରିବର୍ତ୍ତନ ରୋକିବା ଉଦ୍ଦେଶ୍ୟରେ ସ୍ଵାକ୍ଷରିତ ପ୍ୟାରିସ ରାଜିନାମାର ଉଦ୍ଦେଶ୍ୟକୁ ସାଧନ କରିବା ଦିଗରେ ସହାୟକ ହେବ ।

 

  • ଆମେ ଲକ୍ଷ୍ୟ କରୁଛୁ ଯେ ଏଚଆଇଭି ଏବଂ ଯକ୍ଷ୍ମାଭଳି ସଂକ୍ରାମକ ରୋଗ ବ୍ରିକ୍ସ ରାଷ୍ଟ୍ରମାନଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରୁଛୁ । ଏହି ପରିପ୍ରେକ୍ଷୀରେ ଆମେ ବ୍ରିକ୍ସର ସ୍ଵାସ୍ଥ୍ୟମନ୍ତ୍ରୀ ଗଣ ଯେଉଁ ଉଦ୍ୟମ କରିଛନ୍ତି ତାକୁ ସ୍ମରଣ କରୁଛୁ । 2020 ସୁଦ୍ଧା ଏଚଆଇଭି ଚିକିତ୍ସା ସୁବିଧା ହାସଲ ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାକୁ ଗ୍ରହଣ କରୁଛୁ । ଏ ଦିଗରେ ଆମମାନଙ୍କ ପାରସ୍ପରିକ ସହଯୋଗକୁ ଆମେ ଗୁରୁତ୍ଵ ପ୍ରଦାନ କରୁଛୁ ତଥା ବ୍ରିକ୍ସ ରାଷ୍ଟ୍ରମାନଙ୍କରେ ଏଚଆଇଭି, ଯକ୍ଷ୍ମା ନିରାକରଣ ଦିଗରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟପନ୍ଥାକୁ ସ୍ଵୀକାର କରୁଛି । ଏଥିପାଇଁ ଗୁଣାତ୍ମକମାନର ଔଷଧ ଓ ପ୍ରତିଷେଧକ ବ୍ୟବସ୍ଥା ସୁନିଶ୍ଚିତ କରିବା ଓ ଔଷଧ ଉତ୍ପାଦନକୁ ମଧ୍ୟ ଗ୍ରହଣ କରୁଛୁ ।

 

  • 2016 ଜୁନ ମାସରେ ବିଶ୍ଵରୁ ଏଡସ ରୋଗକୁ ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକକୁ ସ୍ମରଣ କରି ଏବଂ 2017 ରେ ମସ୍କୋଠାରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଯକ୍ଷ୍ମା ନିରାକରଣ ସଂକ୍ରାନ୍ତ ଆଗାମୀ ସମ୍ମିଳନୀ ପ୍ରତି ଆମର ସମର୍ଥନ ପ୍ରକଟ କରୁଛୁ ।

 

  • ବିଶ୍ଵ ସମ୍ମୁଖୀନ ହୋଇଥିବା ସ୍ଵାସ୍ଥ୍ୟ ଚାଲେଞ୍ଜକୁ ସ୍ଵୀକାର ପୂର୍ବକ ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସାଜନିତ ସାଧନର ଗବେଷଣା ଓ ବିକାଶର ଆବଶ୍ୟକତା ଉପରେ ଆମେ ଗୁରୁତ୍ଵ ଆରୋପ କରୁଛୁ ଯଦ୍ଵାରା ଅନେକ ମହାମାରୀର ବିଲୋପ ସାଧନ କରାଯାଇପାରିବ ଏବଂ ଲୋକମାନଙ୍କ ନିକଟରେ ନିରାପଦ, ସଫଳ, ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ଜୀବନ ରକ୍ଷାକାରୀ ଔଷଧମାନ ଉପଲବଧ ହେବା ସହଜସାଧ୍ୟ ହୋଇପାରିବ ।

 

  • ୟୁଏନଜିଏ-71 ଅବସରରେ ଏଣ୍ଟି-ମାଇକ୍ରୋବିୟାଲ ରେଜିଷ୍ଟାନ୍ସ (ଏଏମଆର) ସଂକ୍ରାନ୍ତରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକକୁ ଆମେ ସ୍ଵାଗତ କରୁଛୁ ଯାହାକି ଜନସ୍ଵାର୍ଥ ପ୍ରତି ଏଏମଆର ସୃଷ୍ଟି କରୁଥିବା ଗୁରୁତର ବିପଦର ସଫଳ ମୁକାବିଲା କରିପାରିବ । ଏହା ମଧ୍ୟ ବୈସ୍ବିକ ବିଶ୍ଵୀକ ଓ ଆର୍ଥିକ ସ୍ଥିରତା ରକ୍ଷା ଦିଗରେ ସହାୟକ ହେବ । ତେଣୁ ଆମେ ଆମର ସ୍ଵାସ୍ଥ୍ୟ ଏବଂ  ଅଥବା ନିୟନ୍ତ୍ରଣ ଅଧିକାରୀମାନଙ୍କ ମଧ୍ୟରେ ସହଯୋଗ ସମ୍ଭାବନାକୁ ଚିହ୍ନଟ କରିବାର ପ୍ରୟାସ କରିବୁ ଯଦ୍ଵାରା ଆମେ ଗ୍ରହଣ କରୁଥିବା ପ୍ରତିକାର/ପ୍ରତିଷେଧକ ବ୍ୟବସ୍ଥା ସଂକ୍ରାନ୍ତ ସୂଚନା ଆଦାନ ପ୍ରଦାନ ଓ ଏହାର ମିଳିତ ମୁକାବିଲା ଏବଂ ସମ୍ଭାବ୍ୟ ମିଳିତ କାର୍ଯ୍ୟାନୁଷ୍ଠାନ କ୍ଷେତ୍ର ଚିହ୍ନଟ ଦିଗରେ ସହାୟକ ହେବ ।

 

  • ଆମେ ପରସ୍ପର ମଧ୍ୟରେ ଦୀର୍ଘକାଳୀନ ଏବଂ ସନ୍ତୁଳିତ ଜନସଂଖ୍ୟାଗତ ବିକାଶ ସୃଷ୍ଟି ଦିଗରେ ପ୍ରୟାସୀ ହେବାକୁ ପ୍ରତିବଦ୍ଧତା ପ୍ରକଟ କରୁଛୁ ଏବଂ 2015-2020 ଅବଧି ଜନସଂଖ୍ୟା ସଂକ୍ରାନ୍ତ ବ୍ରିକ୍ସ ସହଯୋଗ ଏଜେଣ୍ଡା ଅନୁସାରେ ଜନସଂଖ୍ୟା ବୃଦ୍ଧି ରୋକିବା ଦିଗରେ ସହଯୋଗ ବୃଦ୍ଧି ଜାରି ରଖିବୁ ।

 

  • ଜୁନ 9, 2016 ଦିନ ଜେନେଭାଠାର ଅନୁଷ୍ଠିତ ବ୍ରିକ୍ସ ଶ୍ରମ ଓ ନିୟୋଜନ ମନ୍ତ୍ରୀସ୍ତରୀୟ ବୈଠକ ଏବଂ ପରବର୍ତ୍ତୀ ସମୟରେ ସେପ୍ଟେମ୍ବର 27-28, 2016 ଦିନ ନୂଆଦିଲ୍ଲୀଠାରେ ଆୟୋଜିତ ବୈଠକର ଫଳାଫଳକୁ ଆମେ ସ୍ଵାଗତ କରୁଛୁ । ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଦ୍ଵିପାକ୍ଷିକ ସାମାଜିକ ସୁରକ୍ଷା ରାଜିନାମା ସ୍ଵାକ୍ଷର ସମ୍ଭାବନା ସମ୍ପର୍କରେ ଆମେ ସୂଚାଇବାକୁ ଚାହୁଁ ଯେ ଏହା ଦ୍ଵାରା ଶ୍ରମ ଜନିତ ଗବେଷଣା ଓ ତାଲିମ ପ୍ରତିଷ୍ଠାନ ସ୍ଥାପନ ଜନିତ ପ୍ରତିବଦ୍ଧତାକୁ ସାକାର କରିବା ଦିଗରେ ଏହା ସହାୟକ ହେବ । ଏଭଳି ପ୍ରତିଷ୍ଠାନ ଗଠନ ଦକ୍ଷତା ବୃଦ୍ଧି, ସୂଚନା ଆଦାନପ୍ରଦାନ ଓ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ହେଉଥିବା ଶ୍ରେଷ୍ଠ କାର୍ଯ୍ୟାନ୍ଵୟନଜନିତ ଭାବ ବିନିମୟ ସମ୍ଭବପର ହେବ । ଏହି ପରିପ୍ରେକ୍ଷୀରେ ଆମେ ଗୁଣାତ୍ମକ ନିୟୋଜନ, ଯେଉଁଥିରେ ଉତ୍ତମ କାର୍ଯ୍ୟଧରା, ଦୀର୍ଘସ୍ଥାୟୀ ସାମାଜିକ ସୁରକ୍ଷା, କାର୍ଯ୍ୟ କରିବାର ଅଧିକାର ପରିସର ବୃଦ୍ଧି ସମାବେଶୀ ତଥା ଦୀର୍ଘସ୍ଥାୟୀ ବିକାଶର ମୂଳ ଆଧାର ବୋଲି ଗ୍ରହଣ କରୁଛୁ ।

 

  • ନୂଆଦିଲ୍ଲୀଠାରେ ସେପ୍ଟେମ୍ବର 30, 2016 ତାରିଖ ଦିନ ଅନୁଷ୍ଠିତ ଚତୁର୍ଥ ବ୍ରିକ୍ସ ଶିକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକର ନିଷ୍କର୍ସକୁ ଆମେ ସ୍ଵାଗତ କରୁଛୁ ଯେଉଁଥିରେ ଶିକ୍ଷା ସଂକ୍ରାନ୍ତ ନୂଆଦିଲ୍ଲୀ ଘୋଷଣାନାମା ସାମିଲ। ଆର୍ଥିକ ବିକାଶ ହାସଲ ସକାଶେ ଶିକ୍ଷା ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତାକୁ ଆମେ ଗୁରୁତ୍ଵ ପ୍ରଦାନ କରୁ ଏବଂ ସମସ୍ତଙ୍କ ପାଇଁ ଉଚ୍ଚ-ଗୁଣାତ୍ମକ ଶିକ୍ଷା ଉପଲବଧ ହେବା ପ୍ରତି ପୁନଃ ପ୍ରତିବଦ୍ଧତା ପ୍ରକଟ କରୁଛୁ । ବ୍ରିକ୍ସ ନେଟୱାର୍କ ୟୁନିଭରସିଟି ତଥା ବ୍ରିକ୍ସ ୟୁନିଭରସିଟି ଲିଗ୍ ର ପ୍ରଗତି ଉପରେ ଆମେ ସନ୍ତୋଷ ବ୍ୟକ୍ତ କରୁଛୁ ଯାହା 2017 ଠାରୁ ତାର କାର୍ଯ୍ୟକ୍ରମ ପ୍ରବର୍ତ୍ତନ ଆରମ୍ଭ କରିବ । ଏହି ଦୁଇଟି ଯାକ କାର୍ଯ୍ୟକ୍ରମ ବ୍ରିକ୍ସ ସଦସ୍ୟଭୁକ୍ତ ରାଷ୍ଟ୍ରମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସହଯୋଗ ଏବଂ ସହଭାଗୀତା ପାଇଁ ପ୍ରୋତ୍ସାହନ ଯୋଗାଇବ ।

 

  • ସେପ୍ଟେମ୍ବର 3-6, 2016 ରେ କୋଲକାତାଠାରେ ଆୟୋଜିତ ଯୁବ କୂଟନୀତିଜ୍ଞ ଫୋରମ କାର୍ଯ୍ୟକ୍ରମକୁ ଆମେ ପ୍ରଶଂସା କରୁଛୁ । ସେହିଭଳି ପରସ୍ପର ମଧ୍ୟରେ ଜ୍ଞାନ ଓ ଅନୁଭୂତି ଆଦାନପ୍ରଦାନ ଉଦ୍ଦେଶ୍ୟରେ ବ୍ରିକ୍ସ ଡିପ୍ଲୋମାଟିକ ଏକାଡେମୀକ୍ସଙ୍କ ମଧ୍ୟରେ ସ୍ଵାକ୍ଷରିତ ବୁଝାମଣାପତ୍ରକୁ ମଧ୍ୟ ଆମେ ସ୍ଵାଗତ ଜଣାଉଛୁ ।

 

  • ଅକ୍ଝୋବର 8, 2016 ଦିନ ଅନୁଷ୍ଠିତ ଚତୁର୍ଥ ବ୍ରିକ୍ସ ଏସଆଇଟି ମନ୍ତ୍ରୀସ୍ତରୀୟ ବୈଠକ ଫଳାଫଳକୁ ଆମେ ସ୍ଵାଗତ କରୁଛୁ । ଏହି ବୈଠକରେ ଜୟପୁର ଘୋଷଣାନାମା ଘୋଷଣା କରାଯାଇଥିଲା । ଏବଂ ବ୍ରିକ୍ସ ରାଷ୍ଟ୍ରଙ୍କ ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି ଓ ଅଭିନବତ୍ଵ ଜନିତ ସହଯୋଗ ବୃଦ୍ଧି ଓ ଏହାର ସୁଦୃଢ଼ୀକରଣ କରିବା ଏହି ଘୋଷଣାନାମାର ଲକ୍ଷ୍ୟ । ବିଶେଷ କରି ବିଭିନ୍ନ ସାମାଜିକ ଚାଲେଞ୍ଜର ମୁକାବିଲା ଓ ସେସବୁର ଦୂରୀକରଣ ନିମନ୍ତେ ଯୁବ ବୈଜ୍ଞାନିକ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ, ବ୍ରିକ୍ସ ଯୁବ ବୈଜ୍ଞାନିକଙ୍କ ନିମନ୍ତେ ନେଟୱାର୍କ ପ୍ଲାଟଫର୍ମ ଗଠନ, ମିଳିତ ଭାବେ ନୂଆ ଜ୍ଞାନକୌଶଳ ଏବଂ ଅଭିନବ ଉତ୍ପାଦ ସୃଷ୍ଟି, ସେବା ଓ ପ୍ରକ୍ରିୟା କ୍ଷେତ୍ରରେ ଅଭିନବତ୍ଵ ପ୍ରଦର୍ଶନ ଏବଂ ସହଭାଗୀ ଅନୁଭୂତି ଏବଂ ପାରସ୍ପରିକ ସହେଯାଗୀ ମନୋଭାବ ପ୍ରଦର୍ଶନ ପୂର୍ବକ ସମାନ ବୈଶ୍ଵୀକ ଓ କ୍ଷେତ୍ରୀୟ ସାମାଜିକ ଆର୍ଥିକ ଚାଲେଞ୍ଜର ମୁକାବିଲା କରିବା ଦିଗରେ ଏଭଳି ପ୍ରୟାସ ସହାୟକ ହେବ ।

 

  • ବ୍ରିକ୍ସ ଗବେଷଣା ଓ ଅଭିନବ ଉଦ୍ୟମ (BRICSRII)ର ପ୍ରବର୍ତ୍ତନର ଆବଶ୍ୟକତା ଉପରେ ଆମେ ପ୍ରଧାନ୍ୟ ଆରୋପ କରୁଛୁ। ଭାରତରେ ଅନୁଷ୍ଠିତ ପ୍ରଥମ ବ୍ରିକ୍ସ ଯୁବ ବୈଜ୍ଞାନିକ ସମ୍ମିଳନୀକୁ ମଧ୍ୟ ଆମେ ସ୍ଵାଗତ କରୁଛୁ ତଥା ଯୁବ ବୈଜ୍ଞାନିକଙ୍କ ନିମନ୍ତେ ବ୍ରିକ୍ସ ଅଭିନବ ଚିନ୍ତନ ପୁରସ୍କାର ବ୍ୟବସ୍ଥାକୁ ପ୍ରଶଂସା କରୁଛୁ । ବ୍ରିକ୍ସ ଏସଆଇଟି ଫ୍ରେମୱାର୍କ କାର୍ଯ୍ୟକ୍ରମ ମାଧ୍ୟମରେ 10ଟି ପ୍ରସଙ୍ଗ କ୍ଷେତ୍ରରେ ପ୍ରଥମ ପ୍ରସ୍ତାବ ଆହ୍ଵାନର ପ୍ରଗତି ସମ୍ପର୍କରେ ଆମେ ଉଲ୍ଲେଖ କରିବାକୁ ଚାହୁଁ ଯେ ଏଥିପାଇଁ ବ୍ରିକ୍ସର 5ଟି ଯାକ ସଦସ୍ୟ ରାଷ୍ଟ୍ରର ଏସଆଇଟି ମନ୍ତ୍ରଣାଳୟ ଏଥିଲାଗି ପାଣ୍ଠି ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିରେ ଅନ୍ୟ ସମ୍ପର୍କୀତ ପାଣ୍ଠି ଯୋଗାଣକାରୀ ସଂସ୍ଥାମାନେ ସଂଶ୍ଳିଷ୍ଟ ରହିବେ । ବ୍ରିକ୍ସ ଗବେଷଣା ସଂସାଧନ କାର୍ଯ୍ୟକାରୀ ଗୋଷ୍ଠୀ ଏବଂ ମେଗା ସାଇନ୍ସ ଗଠନକୁ ଆମେ ସ୍ଵାଗତ ଜଣାଉଛୁ ଯଦ୍ଵାରା ବ୍ରିକ୍ସ ଗ୍ଲୋବାଲ ରିସର୍ଚ୍ଚ ଏଡଭାନ୍ସ ଇନଫ୍ରାଷ୍ଟ୍ରକଚର ନେଟୱାର୍କ (BRICS-GRAIN) ସଶକ୍ତ ଭାବେ କାର୍ଯ୍ୟକ୍ଷମ ହୋଇପାରିବ ।

 

  • ସେପ୍ଟେମ୍ବର 23, 2016 ଦିନ ଅନୁଷ୍ଠିତ ବ୍ରିକ୍ସ କୃଷିମନ୍ତ୍ରୀମାନଙ୍କ ବୈଠକ ଏବଂ ଏହାପରେ ହୋଇଥିବା ମିଳିତ ଘୋଷଣାନାମାର ଫଳାଫଳକୁ ଆମେ ସ୍ଵାଗତ କରୁଛୁ । ଏଥିସହ ଆମେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ଏବଂ ଅପପୃଷ୍ଟି ନିରାକରଣ କ୍ଷୁଧା, ଅସମାନତା ଏବଂ ଦାରିଦ୍ର୍ୟ ଭଳି ସମସ୍ୟାକୁ ଅଧିକ କୃଷିଉତ୍ପାଦନ, ଉତ୍ପାଦିକା ବୃଦ୍ଧି ଏବଂ ପ୍ରାକୃତିକ ସମ୍ପଦର ଦୀର୍ଘସ୍ଥାୟୀ ସୁପରିଚାଳନା ମାଧ୍ୟମରେ ଦୂର କରିବା ତଥା ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୃଷି ବାଣିଜ୍ୟ କାରବାର ଉପରେ ଗୁରୁତ୍ଵଆରୋପ କରୁଛୁ । ବିଶ୍ଵର ପ୍ରମୁଖ କୃଷି ଦ୍ରବ୍ୟ ଉତ୍ପାଦନକାରୀ ରାଷ୍ଟ୍ରଭାବେ ତଥା ଜନସଂଖ୍ୟା ଦୃଷ୍ଟିରୁ ବୃହତ ରାଷ୍ଟ୍ର ଭାବେ ଆମେ କୃଷି କ୍ଷେତ୍ରରେ ବ୍ରିକ୍ସ ସହଯୋଗ ଉପରେ ଗୁରୁତ୍ଵଆରୋପ କରୁ । ଏହା ବ୍ୟତୀତ ଜ୍ଞାନଭିତ୍ତିକ କୃଷିଉତ୍ପାଦନ ଏବଂ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ପ୍ରୟୋଗର ଆବଶ୍ୟକତାକୁ ଆମେ ଗ୍ରହଣ କରୁଛୁ ।

 

  • କୃଷି ଗବେଷଣା ନୀତି ବିଜ୍ଞାନ ଓ ପ୍ରଯୁକ୍ତି ଅଭିନବତ୍ଵ ଏବଂ ଦକ୍ଷତା ବୃଦ୍ଧି ତଥା ବ୍ରିକ୍ସ ରାଷ୍ଟ୍ରର କ୍ଷୁଦ୍ର ଚାଷ ଜମି ମାନଙ୍କରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଲାଗି ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ଅଧିକ ନିବିଡ କରିବା ପାଇଁ ବ୍ରିକ୍ସ କୃଷି ଗବେଷଣା ପ୍ଲାଟଫର୍ମ ପ୍ରତିଷ୍ଠା ଘେନି ହୋଇଥିବା ବୁଝାମଣା ପତ୍ରକୁ ଆମେ ସ୍ଵାଗତ କରୁଛୁ ।

 

  • ଜଳ ଉପରେ କୃଷିର ନିର୍ଭରଶୀଳତାକୁ ବିଚାର କରି ଆମେ ଜଳସେଚନ ସଂସାଧନ ବୃଦ୍ଧି ଯାହାକି କୃଷକମାନଙ୍କୁ କୃଷି କାର୍ଯ୍ୟରେ ମରୁଡି ପରସ୍ଥିତିରେ ସହାୟକ ହୋଇପାରିବ। ତଥା ଏହି କ୍ଷେତ୍ରରେ ପାରସ୍ପରିକ ଅନୁଭୂତି ଓ ଅଭିଜ୍ଞତା ବଂଟନ ପ୍ରସଙ୍ଗରେ ବିଚାର କରି ଦେଖୁଛୁ ।

 

  • ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଅଭିଜ୍ଞତା ଓ ଅନୁଭୂତି ବଂଟନ ଉପରେ ଆମେ ପ୍ରତିବଦ୍ଧତା ପ୍ରକଟ କରୁଛୁ । ଏହାଦ୍ଵାରା ଇ-ଗଭର୍ଣ୍ଣାନ୍ସ ଆର୍ଥିକ ସମାଯୋଜନ ଏବଂ ନିର୍ଦ୍ଦିଷ୍ଟ ଭାବେ ଏହିସବୁ ବ୍ୟବସ୍ଥାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଂଚିବା ଇ-କମର୍ସ ମୁକ୍ତ ସରକାର, ଡିଜିଟାଲ ସାଧନ ଓ ସେବା ଏବଂ ଡିଜିଟାଲ ବୈଷମ୍ୟ ଦୂର କରାଯାଇପାରିବ। ଏହାର ସୁଫଳ ସମସ୍ତ ଙ୍କ ନିକଟରେ ପହଂଚାଇବାକୁ ସୁନିଶ୍ଚିତ କରିବା ଲାଗି ଇ-କମର୍ସ ବାଣିଜ୍ୟରେ ସଫଳ ଅଂଶଗ୍ରହଣ ନିମନ୍ତେ ଆମେ କୃଷକମାନଙ୍କ ଦକ୍ଷତା ବୃଦ୍ଧି ଓ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିବନ୍ଧ ।

 

  • ଆଗାମୀ ବ୍ରିକ୍ସ ଟେଲି ଯୋଗାଯୋଗ ମନ୍ତ୍ରୀସ୍ତରୀୟ ବୈଠକକୁ ଆମେ ସ୍ଵାଗତ କରୁଛୁ । ଯାହା ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ସହ ପ୍ରଯୁକ୍ତି ଧାରା, ମାନକ ବିକାଶ, ଦକ୍ଷତା ବୃଦ୍ଧି ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସହାୟକ ହେବ ।

 

  • ସଫ୍ଟୱେୟାର ଏବଂ ଆଇଟି ଉପକରଣ ବିତରଣ ବଜାରକୁ ସଂପ୍ରସାରିତ କରିବା ଲାଗି ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଆମର ବିଶ୍ଵାସ । ତେଣୁ ଆଇସିଟି ସହଯୋଗକୁ ବ୍ରିକ୍ସ କାର୍ଯ୍ୟକାରୀ ଗୋଷ୍ଠୀର ଆଇସିଟି ସହଯୋଗ କାର୍ଯ୍ୟଧାରା ମଧ୍ୟରେ ବିକାଶ ଓ ସୁଦୃଢ଼ କରିବା ଲାଗି ଆମେ ଆହ୍ଵାନ ଜଣାଉଛୁ ।

 

  • ଏପ୍ରିଲ 19-20, 2016ରେ ବିପର୍ଯ୍ୟୟ ପରିଚାଳନା ଲାଗି ବ୍ରିକ୍ସ ସଦସ୍ୟମାନଙ୍କ ମନ୍ତ୍ରୀସ୍ତରୀୟ ବୈଠକର ଫଳାଫଳକୁ ଆମେ ସ୍ଵାଗତ ଜଣାଉଛୁ । ଏହାର ପ୍ରଥମ ବୈଠକ ସେଂଟପିଟର୍ସବର୍ଗଠାରେ ହୋଇଥିବା ବେଳେ ଅଗଷ୍ଟ 22, 2016ରେ ଭାରତର ଉଦୟପୁରଠାରେ ଦ୍ଵିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉଦୟପୁର ବୈଠକରେ ଗୃହୀତ ଉଦୟପୁର ଘୋଷଣାନାମାକୁ ଆମେ ସ୍ଵାଗତ କରୁଛୁ। ଏବଂ ବିପର୍ଯ୍ୟୟ ଆପଦ ପରିଚାଳନା ନିମନ୍ତେ ବ୍ରିକ୍ସ ମିଳିତ ଟାସ୍କଫୋର୍ସ ଗଠନ ହେବା ଘଟଣାକୁ ଆମେ ଭୂୟସୀ ପ୍ରଶଂସା କରୁଛୁ ।

 

  • ହରିକେନ ମାଥ୍ୟୁ ପ୍ରଭାବରେ ହାଇତି ଏବଂ କାରିବିୟ ଦ୍ଵୀପପୁଞ୍ଜ ମାନଙ୍କରେ ହୋଇଥିବା ବ୍ୟାପକ ଜୀବନହାନୀ ଘଟଣାରେ ଆମେ ଗଭୀର ଶୋକବ୍ୟକ୍ତ କରୁଛୁ । ଏହି ଦୁର୍ଘଟଣା ପରେ ସେଠାରେ ଜାତିସଂଘ ଏବଂ ଅନ୍ୟ ମାନବୀୟ ସହଯୋଗୀମାନଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ସହାୟତା ଏବଂ ଉଦ୍ୟମକୁ ଆମେ ସମର୍ଥନ ଜଣାଉଛୁ ।

 

  • ଗୋଆଠାରେ ସେପ୍ଟେମ୍ବର 15-16, 2016 ରେ ପର୍ଯ୍ୟାବରଣ ପ୍ରସଙ୍ଗରେ ଅନୁଷ୍ଠିତ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରକ ଫଳାଫଳ ଏବଂ ପର୍ଯ୍ୟାବରଣ ସଂକ୍ରାନ୍ତ ଗୋଆ ବିବୃତ୍ତିନାମାକୁ ଆମେ ସ୍ଵାଗତ କରୁଛୁ । ବାୟୁ ଓ ଜଳ ପ୍ରଦୂଷଣ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ବର୍ଯ୍ୟବସ୍ତୁର ସଫଳ ପରିଚାଳନା ଏବଂ ଜୈବ୍ୟବିବିଧତାର ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ବୈଷୟିକ ପାରଦର୍ଶିତାର ପାରସ୍ପରିକ ଆଦାନପ୍ରଦାନ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ । ପର୍ଯ୍ୟାବରଣ, ସହଯୋଗ କ୍ଷେତ୍ରରେ କାର୍ଯ୍ୟପନ୍ଥା ଗ୍ରହଣ ଏବଂ ଏ କ୍ଷେତ୍ରରେ ଉତ୍ତମ ପ୍ରଯୁକ୍ତିର ପାରସ୍ପରିକ ବଂଟନ ଲାଗି ବ୍ରିକ୍ସ ସଦସ୍ୟରାଷ୍ଟ୍ର ମାନଙ୍କ ସହମତିକୁ ଆମେ ସ୍ଵୀକୃତି ପ୍ରଦାନ କରୁଛୁ ।

 

  • ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ଆପଦାପନ୍ନ ବନ୍ୟପ୍ରାଣୀ ଶୀଷର୍କ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ସମ୍ମିଳନୀର ସପ୍ତଦଶ ସମ୍ମିଳନୀର ଫଳାଫଳକୁ ଆମେ ସ୍ଵାଗତ ଜଣାଉଛୁ । ଏହି ସମ୍ମିଳନୀ ସେପ୍ଟେମ୍ବର 24- ଅକ୍ଝୋବର 4, 2016 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଥିଲା । ଏହି ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ କାରବାର ଦ୍ଵାରା ବିପଦର ସମ୍ମୁଖୀନ ହୋଇଥିବା ପ୍ରାଣୀମାନଙ୍କ ସୁରକ୍ଷା ଜନିତ ନିୟନ୍ରଣ ଦିଗରେ ଏହି ସମ୍ମିଳନୀ ଯଥେଷ୍ଟ ମହତ୍ଵ ବହନ କରେ ।

 

  • ମିଳିତ ଜାତିସଂଘ ଜଳବାୟୁ ପରିବର୍ତନ ସମ୍ପର୍କୀତ ସମ୍ମିଳନୀ ଫ୍ରେମୱାର୍କ ଆନୁକୂଲ୍ୟରେ ଗୃହୀତ ପ୍ୟାରିସ ଘୋଷଣାନାମାକୁ ଆମେ ସ୍ଵାଗତ କରୁଛୁ । ଏପ୍ରିଲ 22, 2016ରେ ଏହି ଘୋଷଣାନାମାରେ ଅନେକ ଗୁଡିଏ ରାଷ୍ଟ୍ର ସ୍ଵାକ୍ଷର କରିଛନ୍ତି । ପ୍ୟାରିସ ଘୋଷଣାନାମା ଏକ ବ୍ୟାପକ, ସନ୍ତୁଳିତ ଏବଂ ମହତ୍ତ୍ଵାକାଂକ୍ଷୀ ଘୋଷଣାନାମା ହୋଇଥିବାରୁ ଏହି ଘୋଷଣାନାମା ଉପରେ ଆମେ ଅଧିକ ଗୁରୁତ୍ଵଆରୋପ କରୁଛୁ ଏବଂ ୟୁଏନଏଫସିସିସିର ନିୟମାବଳୀ ଅନୁସାରେ ସମାନ ତଥା ସନ୍ତୁଳିତ ଅଥଚ ସାମର୍ଥ୍ୟ ଅନୁସାରେ ପୃଥକ ଦାୟିତ୍ଵ ସମ୍ପାଦନ ଲାଗି ସଦସ୍ୟ ରାଷ୍ଟ୍ରମାନଙ୍କୁ ଆହ୍ଵାନ ଜଣାଉଛୁ ।

 

  • ଆମେ ପ୍ୟାରିସ ଘୋଷଣାନାମା ଏବଂ ଏହା ନଭେମ୍ବର 4, 2016 ରେ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବା ସମ୍ଭାବନାକୁ ସ୍ଵାଗତ କରୁଛୁ । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ଆର୍ଥିକ ସହାୟତା ପ୍ରଯୁକ୍ତି ଜ୍ଞାନକୌଶଳ ଏବଂ ବିକାଶଶୀଳ ରାଷ୍ଟ୍ରମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଦରକାର ସମସ୍ତ ସହାୟତା ଯୋଗାଇଦେବାକୁ ବିକଶିତ ରାଷ୍ଟ୍ରମାନେ ସେମାନଙ୍କର ଦାୟିତ୍ଵପୂରଣ ଜନିତ ସହଯୋଗ ପ୍ରଦାନ କରିବାକୁ ଆହ୍ଵାନ ଜଣାଉଛୁ । ପ୍ୟାରିସ ଘୋଷଣାନାମା ଗୃହୀତ ତଥା ପ୍ରବର୍ତ୍ତନ ହେବା ଦିଗରେ ଏହି ସହଯୋଗ ଯଥେଷ୍ଟ ସହାୟକ ହେବ। ଆମେ ଲିଙ୍ଗଗତ ସମାନତା ଏବଂ ସମସ୍ତ ମହିଳା ତଥା ବାଳିକାମାନଙ୍କ ସଶକ୍ତିକରଣକୁ ଯାହାକି 2030 ଏଜେଣ୍ଡାରେ ସାମିଲ ସେଥିପ୍ରତି ଆମର ପୂର୍ଣ୍ଣପ୍ରତିବଦ୍ଧତା ପ୍ରକଟ କରୁଛୁ । ଆମେ ସ୍ଵୀକାର କରୁଛୁ ଯେ ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ସେମାନଙ୍କ ସମାନ ଓ ସମାବେଶୀ ସହଯୋଗ ଓ ଅବଦାନ ସମସ୍ତ ଲକ୍ଷ୍ୟର ଦୀର୍ଘସ୍ଥାୟୀ ବିକାଶ ହାସଲ ତଥା ପ୍ରଗତି ନିମନ୍ତେ ଏକାନ୍ତ କାମ୍ୟ । ଏହି ପ୍ରତିବଦ୍ଧତା ପ୍ରବର୍ତ୍ତନ ଲାଗି ସମସ୍ତଙ୍କର ଉତ୍ତରଦାୟିତ୍ଵ ବୃଦ୍ଧି କରାଯିବା ଉପରେ ଆମେ ଗୁରୁତ୍ଵଆରୋପ କରୁ ।

 

  • ଆମ ସଦସ୍ୟ ରାଷ୍ଟ୍ରମାନଙ୍କ ଯୁବଗୋଷ୍ଠୀଙ୍କ ସାମର୍ଥ୍ୟ ଓ ବିବିଧତା ସମ୍ପର୍କରେ ସଚେତନ ପୂର୍ବକ ଆମେ ସେମାନଙ୍କର ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ ଲାଗି ଶତତ ଚେଷ୍ଟିତ। ଏ ଦିଗରେ “ଗୁଆହାଟି ବ୍ରିକ୍ସ ଯୁବ ସମ୍ମିଳନୀ 2016 କାର୍ଯ୍ୟ ଆହ୍ଵାନ” ଯାହାକି ଗୁଆହାଟିଠାରେ ଅନୁଷ୍ଠିତ ବ୍ରିକ୍ସ ଯୁବ ସମ୍ମିଳନୀ ଅବସରରେ ଘୋଷଣା କରାଯାଇଥିଲା ତାହାକୁ ଆମେ ସ୍ଵାଗତ ଜଣାଉ। ଏଥିସହ ଆମେ ଯୁବକମାନଙ୍କ ଶିକ୍ଷା, ନିଯୁକ୍ତି, ଉଦ୍ୟୋଗ, ଦକ୍ଷତା ତାଲିମ ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ସେମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ଵଆରୋପ କରୁ ।

 

  • ଆମେ ପର୍ଯ୍ୟଟନ ସମ୍ପର୍କିତ ବ୍ରିକ୍ସ ସମ୍ମିଳନୀକୁ ସ୍ଵାଗତ କରୁଛୁ ଯାହା ମଧ୍ୟପ୍ରଦେଶର ଖଜୁରାହୋଠାରେ ସେପ୍ଟେମ୍ବର 1-2, 2016ରେ ଅନୁଷ୍ଠିତ ହୋଇଥିଲା । ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ବିଶ୍ଵ ମୋଟ ଜନସଂଖ୍ୟାର 43 ପ୍ରତିଶତଙ୍କ ଆବାସସ୍ଥଳୀ ତଥା ଦ୍ରୁତତମ ସହରୀକରଣ ସମାଜ ହୋଇଥିବାରୁ ଆମେ ସହରୀକରଣର ବିବିଧ ସମସ୍ୟା ଏବଂ ସୁଯୋଗକୁ ହୃଦୟଙ୍ଗମ କରୁଛୁ । ଆମେ ଏହି ପରିପ୍ରେକ୍ଷୀରେ ପ୍ରତିବଦ୍ଧତା ପ୍ରକଟ କରୁଛୁ ଯେ ଏହା ଗୃହନିର୍ମାଣ ଏବଂ ଦୀର୍ଘସ୍ଥାୟୀ ସହରାଂଚଳ ବିକାଶ –ହେବିଟାଟ୍ 3 (କିଟୋ, ଅକ୍ଝୋବର 17-20, 2016)ରେ ହୋଇଥିବା ଘୋଷଣାନାମା ଗ୍ରହଣ ଦିଗରେ ସହାୟକ ହେବ । ଏତଦ୍ବ୍ୟତୀତ ଆମେ ବ୍ରିକ୍ସ ସହରାଂଚଳ ଫୋରମ ଏବଂ ବ୍ରିକ୍ସ ବନ୍ଧୁତ୍ଵ ସହର ସମ୍ମିଳନୀ ଯାହାକି ଯଥାକ୍ରମେ ସେପ୍ଟେମ୍ବର 14-16, 2016ରେ ବିଶାଖାପାଟଣାଠାରେ ଏବଂ ଏପ୍ରିଲ 14-16, 2016ରେ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଥିଲା ତାହାକୁ ସ୍ଵାଗତ ଜଣାଉଛୁ । ଏହା ସହର ସହର ମଧ୍ୟରେ ଏବଂ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ । ଏହି ପରିପ୍ରେକ୍ଷୀରେ ଆମେ ସହରାଂଚଳ ପରିଚାଳନା ସହରମାନଙ୍କୁ ଅଧିକ ନିରାପଦ ଓ ସମାବେଶୀ କରିବା, ସହରାଂଚଳ ପରିବହନ ବ୍ୟବସ୍ଥାରେ ଉନ୍ନତି ଘଟାଇବା, ସହରାଂଚଳ ଭିତ୍ତିଭୂମି ପାଇଁ ଅର୍ଥ ବ୍ୟବସ୍ଥା କରିବା ତଥା ଦୀର୍ଘସ୍ଥାୟୀ ସହର ନିର୍ମାଣ ଯୋଜନାକୁ ସୁଦୃଢ଼ କରାଯିବା ପ୍ରାୟ ସବୁ ସମର୍ଥନ ଜଣାଉଛୁ ।

 

  • ଆମେ ଭାରତ ପକ୍ଷରୁ ଆୟୋଜନ କରାଯାଉଥିବା ଆଗାମୀ ବ୍ରିକ୍ସ ପୌରସମ୍ମିଳନୀରେ ପରସ୍ପରର ଅନୁଭୂତି ଓ ଅଭିଜ୍ଞତା ତଥା ଉତ୍ତମ ପରିଚାଳନା ଓ ସ୍ଥାନୀୟ ବଜେଟ ବ୍ୟବସ୍ଥା ସମ୍ପର୍କରେ ସଚେତନ ରହିଛୁ ।

 

  • ଲୋକମାନଙ୍କ ଶୃଙ୍ଖଳିତ, ନିରାପଦ, ନିୟମିତ ତଥା ଦାୟିତ୍ଵପୂର୍ଣ୍ଣ ସ୍ଥାନାନ୍ତରଣ ସମ୍ପର୍କରେ ସଚେତନ ରହି ଆମେ ପ୍ରଥମ ବ୍ରିକ୍ସ ଦେଶାନ୍ତର ମନ୍ତ୍ରୀସମ୍ମିଳନୀର ଫଳାଫଳକୁ ସ୍ଵାଗତ କରୁଛୁ । ଏହି ସମ୍ମିଳନୀ 2015 ମସିହା ଅକ୍ଟୋବର 8 ତାରିଖ ଦିନ ରୁଷ ସଂଘର ସୋଚୀଠାରେ ଅନୁଷ୍ଠିତ ହୋଇଥିଲା । ଦୀର୍ଘସ୍ଥାୟୀ ବିକାଶରେ ସଂସ୍କୃତିର ଭୂମିକାକୁ ଆମେ ସ୍ଵୀକାର କରୁଛୁ ତଥା ଲୋକମାନଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା ଏବଂ ସହଯୋଗ ବୃଦ୍ଧି ପାଇଁ ଆହ୍ଵାନ ଜଣାଉଛୁ । ବ୍ରିକ୍ସ ସଦସ୍ୟରାଷ୍ଟ୍ରଙ୍କ ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ଭାବବିନିମୟର ପ୍ରସାର ପାଇଁ ଆମେ ପ୍ରୋତ୍ସାହନ ଯୋଗାଉଛୁ । ଏ ପରିପ୍ରେକ୍ଷୀରେ ଆମେ ସେପ୍ଟେମ୍ବର 2-6, 2016 ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ବ୍ରିକ୍ସ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନକୁ ଭୂୟସୀ ପ୍ରଶଂସା କରୁଛୁ ।
  • ଅକ୍ଝୋବର 23, 2016ରେ ଜେନେଭାଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଦ୍ଵିତୀୟ ବ୍ରିକ୍ସ ସଂସଦୀୟ ଫୋରମ ବୈଠକକୁ ଆମେ ସ୍ଵାଗତ ଜଣାଉଛୁ। ଏହି ବୈଠକ “ଏସଡିଜି ପ୍ରବର୍ତ୍ତନରେ ବ୍ରିକ୍ସ ସଂସଦୀୟ ସହଯୋଗ” ରେ ଅନୁଷ୍ଠିତ ହେବ ।
  • 2016 ଅଗଷ୍ଟ 20-21 ତାରିଖରେ ଜୟପୁରଠାରେ ଅନୁଷ୍ଠିତ ବ୍ରିକ୍ସ ମହିଳା ସାଂସଦ ଫୋରମର ଆଲୋଚନାକୁ ଆମେ ଭୂୟସୀ ପ୍ରଶଂସା କରୁଛୁ ଏବଂ ଏସଡିଜି ଉପରେ କେନ୍ଦ୍ରିତ ଜୟପୁର ଘୋଷଣାନାମା ଗୃହୀତ ଘଟଣାକୁ ପ୍ରଶଂସା କରୁଛୁ । ଏହି ଘୋଷଣାନାମାରେ ବିଭିନ୍ନ ସଂସଦୀୟ ବ୍ୟବସ୍ଥା ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ଦୀର୍ଘସ୍ଥାୟୀ ବିକାଶ, ଲିଙ୍ଗଗତ ସାମ୍ୟରକ୍ଷା ଏବଂ ମହିଳା ସଶକ୍ତିକରଣ ଉପରେ ଏଥିରେ ଗୁରୁତ୍ଵ ଦିଆଯାଇଛି ।

 

  • ଆମେ ବ୍ରିକ୍ସ ରେଳ ଗବେଷଣା ନେଟୱାର୍କ ସମ୍ପର୍କିତ ଆଲୋଚନା ସମ୍ପର୍କରେ ଅବଗତ ରହିଛୁ ଯାହା ସ୍ଵଳ୍ପ ବ୍ୟୟ ଏବଂ ଦୀର୍ଘସ୍ଥାୟୀ ଭାବେ ଆମର ବିକାଶ ପ୍ରକ୍ରିୟାକୁ ଆଗେଇ ନେବା ଦିଗରେ ଉନ୍ନତ ଗବେଷଣା ଓ ବିକାଶ ପ୍ରୋତ୍ସାହନ ପ୍ରଦାନ କରିବ ।

 

  • 2016 ଅକ୍ଟୋବର 5-15 ପର୍ଯ୍ୟନ୍ତ ବ୍ରିକ୍ସ ଅଣ୍ଡର-17 ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜନ କରିଥିବାରୁ ଆମେ ଭାରତକୁ ଅଭିନନ୍ଦନ ଜଣାଉଛୁ । ଏହି ପରିପ୍ରେକ୍ଷୀରେ ଆମେ ଏକ ବ୍ରିକ୍ସ କ୍ରୀଡା ପରିଷଦ ଗଠନ କରାଯିବା ଏବଂ ଏହା ମାଧ୍ୟମରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ପାରସ୍ପରିକ ଆଦାନପ୍ରଦାନ ସମ୍ଭବପର ହୋଇପାରିବ ।
  • ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ବାଣିଜ୍ୟ, ବ୍ୟବସାୟ ତଥା ନିବେଶ ବୃଦ୍ଧି ଏବଂ ବ୍ରିକ୍ସ ଇଂଟରବ୍ୟାଙ୍କ ସହଯୋଗ ବ୍ୟବସ୍ଥାର ଗୁରୁତ୍ଵପୂର୍ଣ୍ଣ ଭୂମିକାକୁ ସ୍ଵୀକାର ପୂର୍ବକ ଆମେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଜାତୀୟ ବିକାଶ ବ୍ୟାଙ୍କ ଏବଂ ନ୍ୟୁ ଡେଭଲପମେଂଟ ବ୍ୟାଙ୍କ ଭିତରେ ହୋଇଥିବା ବୁଝାମଣା ପତ୍ରକୁ ସ୍ଵାଗତ ଜଣାଉଛୁ । ବାର୍ଷିକ ବ୍ରିକ୍ସ ଅର୍ଥନୈତିକ ଗବେଷଣା ପୁରସ୍କାର ପ୍ରତିଷ୍ଠା କରିଥିବାରୁ ଏବଂ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୀତି ସମ୍ପର୍କୀତ ଆଧୁନିକ ଗବେଷଣାକୁ ପ୍ରୋତ୍ସାହନ ଯୋଗାଇଥିବାରୁ ଆମେ ଭାରତର ରପ୍ତାନି-ଆମଦାନୀ ବ୍ୟାଙ୍କ(ଏକ୍ସପୋର୍ଟ ଇମପୋର୍ଟ ବ୍ୟାଙ୍କ)ର ଉଦ୍ୟମକୁ ସ୍ଵାଗତ କରୁଛୁ ।

 

  • ଆମେ ଆମର ସମାନ ବିକାଶ ସହଭାଗୀତା ପ୍ରତି ଥିବା ପ୍ରତିବଦ୍ଧତାକୁ ପୂନଃ ପ୍ରକଟ କରୁଛୁ। ଏହି ଲକ୍ଷ୍ୟ ହାସଲ ପାଇଁ ଆମେ ଗୁଆ କାର୍ଯ୍ୟଯୋଜନାରେ ଦୃଢ଼ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛୁ ।
  • ଭାରତର ବ୍ରିକ୍ସ ଅଧ୍ୟକ୍ଷ ଦାୟିତ୍ଵ ସମ୍ପାଦନକୁ ଏବଂ ବ୍ରିକ୍ସ ସହଯୋଗ କାର୍ଯ୍ୟସୂଚୀର ସୁପରିଚାଳନା ପାଇଁ ଚୀନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ରୁଷିଆ ଭୂୟସୀ ପ୍ରଶଂସା କରନ୍ତି ।

 

  • ବ୍ରିକ୍ସ ଶିଖର ସମ୍ମିଳନୀର ସିଦ୍ଧାନ୍ତ କାର୍ଯ୍ୟସୂଚୀର ରୂପାୟନର ସମୀକ୍ଷା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ଉପରେ ଆମେ ଗୁରୁତ୍ଵଆରୋପ କରୁଛୁ । ଏହି ଦାୟିତ୍ଵକୁ ଆଗକୁ ଆଗେଇନେବା ଦାୟିତ୍ଵ ଆମେ ଆମ ସେର୍ପାମାନଙ୍କୁ ପ୍ରଦାନ କରୁଛୁ । ଗୁଆଠାରେ ଅଷ୍ଟମ ବ୍ରିକ୍ସ ଶିଖର ସମ୍ମିଳନୀର ସଫଳ ଆୟୋଜନ କରିଥିବାରୁ ଚୀନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ରୁଷିଆ ଭାରତ ସରକାର ଏବଂ ଭାରତର ଜନସାଧାରଣଙ୍କୁ ସେମାନଙ୍କର ନିଷ୍ଠାପୂର୍ଣ୍ଣ କୃତଜ୍ଞତା ଜ୍ଞାପନ କରୁଛନ୍ତି ।

 

  • 2017 ମସିହାରେ ନବମ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଚୀନର ପ୍ରସ୍ତାବକୁ ଭାରତ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଏବଂ ରୁଷିଆ ପ୍ରଶଂସା କରିଛନ୍ତି ଏବଂ ଏ ଦିଗରେ ସମସ୍ତ ସହଯୋଗ ଦେବାକୁ ନିର୍ଭର ପ୍ରତିଶ୍ରୁତି ଜ୍ଞାପନ କରିଛନ୍ତି ।

 

********