ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରଜନସାଧାରଣଙ୍କୁ ରାଜ୍ୟ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀମଧ୍ୟ କହିଛନ୍ତି, ଅରୁଣାଚଳ ପ୍ରଦେଶ ତାହାର ସମୃଦ୍ଧ ପରମ୍ପରା ଏବଂପ୍ରକୃତି ସହ ଗଭୀର ସମ୍ପର୍କ ପାଇଁ ପରିଚିତ । ଶ୍ରୀ ମୋଦୀ ଏହା ମଧ୍ୟକାମନା କରିଛନ୍ତି, ଅରୁଣାଚଳ ପ୍ରଦେଶ ନିରନ୍ତର ସମୃଦ୍ଧ ହେଉ ଏବଂଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓ ସଦଭାବର ଯାତ୍ରାନିରନ୍ତର ଆଗକୁ ବଢ଼ି ଚାଲୁ ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଅରୁଣାଚଳ ପ୍ରଦେଶର ଜନସାଧାରଣଙ୍କୁ ସେମାନଙ୍କୁ ରାଜ୍ୟ ଦିବସରେଅଭିନନ୍ଦନ! ଏହି ରାଜ୍ୟ ନିଜର ସମୃଦ୍ଧ ପରମ୍ପରା ଏବଂ ପ୍ରକୃତି ସହଗଭୀର ସମ୍ପର୍କ ପାଇଁ ପରିଚିତ । ଅରୁଣାଚଳ ପ୍ରଦେଶର ପରିଶ୍ରମୀ ଓଗତିଶୀଳ ଜନସାଧାରଣ ଭାରତର ବିକାଶରେ ଅନେକ ଯୋଗଦାନଦେଉଛନ୍ତି । ଏହାର ଜୀବନ୍ତ ଆଦିବାସୀ ଏବଂ ଲୋଭନୀୟ ଜୈବବିବିଧତା ଏହାକୁ ବାସ୍ତବରେ ସ୍ୱତନ୍ତ୍ର କରିଛି । ଅରୁଣାଚଳ ପ୍ରଦେଶରଉନ୍ନତି ଜାରି ରହୁ ଏବଂ ଆଗାମୀ ବର୍ଷ ମାନଙ୍କରେ ଏହାର ପ୍ରଗତି ଓସଦଭାବର ଯାତ୍ରା ଆଗେଇ ଚାଲୁ ।”
SR
Greetings to the people of Arunachal Pradesh on their Statehood Day! This state is known for its rich traditions and deep connection to nature. The hardworking and dynamic people of Arunachal Pradesh continue to contribute immensely to India’s growth, while their vibrant tribal…
— Narendra Modi (@narendramodi) February 20, 2025