Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଯୋଧ୍ୟା ଦୀପୋତ୍ସବର ଶକ୍ତିକୁ ପ୍ରଣାମ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ଅଯୋଧ୍ୟା ଦୀପୋତ୍ସବର ଶକ୍ତି ଦେଶରେ ନୂତନ ସ୍ପନ୍ଦନ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସମସ୍ତଙ୍କ ପାଇଁ ପ୍ରେରଣା ହୁଅନ୍ତୁ ବୋଲି ସେ କାମନା କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଅଦ୍ଭୁତ, ଅଲୌକିକ ଏବଂ ଅବିସ୍ମରଣୀୟ!

 

ଲକ୍ଷ ଲକ୍ଷ ଦୀପରେ ଆଲୋକିତ ଅଯୋଧ୍ୟା ସହରର ଭବ୍ୟ ଦୀପୋତ୍ସବରେ ପୁରା ଦେଶ ଉଜ୍ଜ୍ୱଳ ହୋଇଛି । ଏଥିରୁ ଉତ୍ପନ ଉର୍ଜା ସମ୍ପୂର୍ଣ୍ଣ ଭାରତବର୍ଷରେ ନୂଆ ଆଶା ଏବଂ ନୂଆ ଉତ୍ସାହ ସଞ୍ଚାର କରିଛି । ଭଗବାନ ଶ୍ରୀ ରାମ ସମସ୍ତ ଦେଶବାସୀଙ୍କ କଲ୍ୟାଣ କରନ୍ତୁ ଏବଂ ମୋର ସବୁ ପରିବାରଜନଙ୍କ ପାଇଁ ପ୍ରେରଣାଦାୟୀ ହୁଅନ୍ତୁ ବୋଲି ମୋର କାମନା ।’

 

 SR