Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅଯୋଧ୍ୟାରେ ଶ୍ରୀରାମ କଥା ପାର୍କରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

ଅଯୋଧ୍ୟାରେ ଶ୍ରୀରାମ କଥା ପାର୍କରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

ଅଯୋଧ୍ୟାରେ ଶ୍ରୀରାମ କଥା ପାର୍କରେ ଭଗବାନ ଶ୍ରୀରାମଙ୍କ ରାଜ୍ୟାଭିଷେକ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ


ଜୟ ସୀତା ରାମ ।

ଜୟ ଜୟ ସୀତା ରାମ

କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ ପଟେଲ ଜୀ, ଏଠିକାର ଲୋକପ୍ରିୟ, କର୍ମଯୋଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସମସ୍ତ ପୂଜ୍ୟ ସନ୍ଥଗଣ, ଉପସ୍ଥିତ ଅନ୍ୟ ସମସ୍ତ ପ୍ରବୃଦ୍ଧ ଜନ, ଶ୍ରଦ୍ଧାଳୁଗଣ, ମହିଳା ଏବଂ ଭଦ୍ର ଲୋକମାନେ ।

ଶ୍ରୀରାମଙ୍କ ଦର୍ଶନ ଏବଂ ତା’ପରେ ରାଜା ରାମଙ୍କ ଅଭିଷେକ, ଏହି ସୌଭାଗ୍ୟ ରାମଜୀଙ୍କ କୃପା ଦ୍ୱାରା ହିଁ ମିଳିଥାଏ । ଯେତେବେଳେ ଶ୍ରୀରାମଙ୍କ ଅଭିଷେକ ହୋଇଥାଏ, ସେତେବେଳେ ଆମ ଭିତରେ ଭଗବାନ ରାମଙ୍କର ଆଦର୍ଶ ଏବଂ ମୂଲ୍ୟ ଆହୁରି ଦୃଢ଼ ହୋଇ ଯାଇଥାଏ । ରାମଙ୍କର ଅଭିଷେକ ସହିତ ତାଙ୍କର ଦେଖାଇଥିବା ପଥ ଆହୁରି ପ୍ରଜ୍ୱଳିତ ହୋଇ ଉଠିଥାଏ । ଅଯୋଧ୍ୟାର ପ୍ରତ୍ୟେକ ହୃଦୟରେ, ପ୍ରତ୍ୟେକ କୋଣରେ ତାଙ୍କର ଦର୍ଶନ ସମାହିତ । ଆଜି ଅଯୋଧ୍ୟାର ରାମଲୀଳା ମାଧ୍ୟମରେ, ସରଜୁ ଆରତୀ ମାଧ୍ୟମରେ ଦୀପତ୍ସୋବ ମାଧ୍ୟମରେ, ଏବଂ ରାମାୟଣ ଉପରେ ଅନ୍ୱେଷଣ କରିବା ଏବ ଅନୁସନ୍ଧାନ ମାଧ୍ୟମରେ ଏହି ଦର୍ଶନ ସମଗ୍ର ବିଶ୍ୱରେ ପ୍ରସାରିତ ହେଉଛି । ମୋତେ ଖୁସି ଲାଗୁଛି ଯେ, ଅଯୋଧ୍ୟାର ଲୋକମାନେ ପୂରା ଉତ୍ତର ପ୍ରଦେଶ ଏବଂ ଦେଶର ଲୋକମାନେ ଏହି ପ୍ରବାହର ଅଂଶ ହୋଇ ପାରୁଛନ୍ତି, ଦେଶରେ ଜନକଲ୍ୟାଣର ଧାରାକୁ ଗତି ଦେଉଛି, ମୁଁ ଏହି ଅବସରରେ ଆପଣମାନଙ୍କୁ, ଦେଶବାସୀଙ୍କର ଆହୁରି ବିଶ୍ୱରେ ରହିଥିବା ରାମ ଭକ୍ତଙ୍କୁ ମଧ୍ୟ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମୁଁ ପ୍ରଭୁ ଶ୍ରୀରାମଙ୍କ ପାବନ ଜନ୍ମଭୂମି ଠାରୁ ସମସ୍ତ ଦେଶବାସୀଙ୍କୁ ଆଜି ଛୋଟ ଦୀପାବଳିର ମଧ୍ୟ ହାର୍ଦ୍ଦିକ ଶୁଭକାମନା ଜଣାଉଛି ।

ସାଥୀମାନେ,

ଚଳିତଥର ଦୀପାବଳି ଏକ ଏମିତି ସମୟରେ ଆସିଛି, ଯେତେବେଳେ ଆମେ କିଛି ସମୟ ପୂର୍ବରୁ ସ୍ୱାଧୀନତାର ୭୫ ବର୍ଷ ପୂରା କରିଛୁ, ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ । ସ୍ୱାଧୀନତାର ଏହି ଅମୃତ କାଳରେ ଭଗବାନ ରାମଙ୍କ ଭଳି ସଂକଳ୍ପ ଶକ୍ତି, ଦେଶକୁ ନୂତନ ଶିଖରକୁ ନେଇଯିବ । ଭଗବାନ ରାମ ନିଜ ବଚନରେ, ନିଜ ବିଚାରରେ, ନିଜର ଶାସନରେ, ନିଜର ପ୍ରଶାସନରେ ଯେଉଁ ମୂଲ୍ୟକୁ ଗଢ଼ିଛନ୍ତି, ତାହା ହେଉଛି ସବକା ସାଥ – ସବକା ବିଶ୍ୱାସର ପ୍ରେରଣା ଏବଂ ସବକା ବିଶ୍ୱାସ – ସବକା ପ୍ରୟାସର ଆଧାର ମଧ୍ୟ ଅଟେ । ଆଗାମୀ ୨୫ ବର୍ଷରେ ବିକଶିତ ଆକାଂକ୍ଷା ପାଇଁ ଆଗକୁ ବଢୁଛୁ ଆମର ଭାରତବାସୀଙ୍କ ପାଇଁ, ଶ୍ରୀରାମଙ୍କ ଆଦର୍ଶ, ସେହି ପ୍ରକାଶ ସ୍ତମ୍ଭ ସଦୃଶ, ଯାହା ଆମକୁ କଠିନରୁ ଅତି କଠିନ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାକୁ ସାହସ ଯୋଗାଇବ ।

ସାଥୀମାନେ,

ଏଥର ଲାଲକିଲ୍ଲାରୁ ମୁଁ ସମସ୍ତ ଦେଶବାସୀଙ୍କୁ ପଞ୍ଚ ପ୍ରାଣକୁ ଆତ୍ମାସାତ କରିବାକୁ ଆହ୍ୱାନ କରିଛ । ଏହି ପଞ୍ଚ ପ୍ରାଣର ଶକ୍ତି ଯେଉଁ ଗୋଟିଏ ତତ୍ତ୍ୱ ସହିତ ଜଡ଼ିତ ହୋଇ ରହିଛି, ତାହା ହେଉଛି ଭାରତର ନାଗରିକମାନଙ୍କର କର୍ତ୍ତବ୍ୟ । ଆଜି ଅଯୋଧ୍ୟା ନଗରୀରେ, ଦୀପୋତ୍ସବର ଏହି ପାଳନ ଅବସରରେ ଆମେ ଏହି ସଂକଳ୍ପକୁ ଦୋହରାଇବା, ଶ୍ରୀରାମଙ୍କ ଠାରୁ ଯେତିକି ଶିଖିବା କଥା ଶିଖିବାକୁ ହେବ । ଭଗବାନ ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ ଏବଂ ମର୍ଯ୍ୟାଦା, ଯେଉଁ ବୋଧର ଆଗ୍ରହ ହୋଇଥାଏ, ସେହି ବୋଧ କର୍ତ୍ତବ୍ୟ ହିଁ ଅଟେ । ଆମର ଧର୍ମଗ୍ରନ୍ଥରେ କୁହାଯାଇଛି- “ରାମୋ ବିଗ୍ରହବାନ ଧର୍ମଃ” । ଅର୍ଥାତ, ରାମ ହେଉଛନ୍ତି ସାକ୍ଷାତ ଧର୍ମର ଜୀବନ୍ତ ପ୍ରତୀକ । ଅର୍ଥାତ କର୍ତ୍ତବ୍ୟର ସଜୀବ ସ୍ୱରୂପ ଅଟନ୍ତି । ଭଗବାନ ରାମ ଯେତେବେଳେ ଯେଉଁ ଭୂମିକାରେ ରହିଲେ, ସେ କର୍ତ୍ତବ୍ୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ । ସେ ଯେତେବେଳେ ରାଜ କୁମାର ଥିଲେ, ସେ କର୍ତ୍ତବ୍ୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଥିଲେ। ସେ ଯେତେବେଳେ ରାଜ କୁମାର ଥିଲେ, ଋଷିମାନଙ୍କର, ତାଙ୍କର ଆଶ୍ରମ ଏବଂ ଗୁରୁକୁଳର ସୁରକ୍ଷାର କର୍ତ୍ତବ୍ୟ ନିର୍ବାହ କରିଥିଲେ । ରାଜ୍ୟାଭିଷେକ ସମୟରେ ଶ୍ରୀରାମ ଏକ ଆଜ୍ଞାକାରୀ ପୁତ୍ରର କର୍ତ୍ତବ୍ୟ ପାଳନ କରିଥିଲେ । ସେ ପିତା ଏବଂ ପରିବାରର କଥାକୁ ପ୍ରାଧାନ୍ୟ ଦେଇ ଜଙ୍ଗଲକୁ ଯିବା କର୍ତ୍ତବ୍ୟକୁ ବିଚାର କରି ରାଜ୍ୟ ତ୍ୟାଗକୁ ନିଜର କର୍ତ୍ତବ୍ୟ ବୁଝି ସ୍ୱୀକାର କରିଥିଲେ । ସେ ଜଙ୍ଗଲକୁ ଯାଇଥିଲେ, ସେତେବେଳେ ବନବାସୀମାନଙ୍କୁ ଆଲିଙ୍ଗନ କରିଥାନ୍ତି, ଯେତେବେଳେ ସେମାନେ ଆଶ୍ରମକୁ ଯାଆନ୍ତି, ସେତେବେଳେ ମା’ ସାବରୀଙ୍କର ଆଶୀର୍ବାଦ ନେଇଥାନ୍ତି । ସେ ସମସ୍ତଙ୍କୁ ସାଥୀରେ ନେଇ ଲଙ୍କା ଉପରେ ବିଜୟ ପ୍ରାପ୍ତ କରିଥିଲେ । ଏବଂ ଯେତେବେଳେ ସିଂହାସନରେ ବସିଥାନ୍ତି, ସେତେବେଳେ ଜଙ୍ଗଲର ସମସ୍ତ ସାଥୀ ରାମଙ୍କ ସହିତ ଛିଡ଼ା ହୋଇଥାନ୍ତି । କାରଣ, ରାମ କାହାରିକୁ ପଛରେ ଛାଡ଼ନ୍ତି ନାହିଁ । ରାମ କର୍ତ୍ତବ୍ୟ ଭାବନାରୁ ମୁହଁ ମୋଡ଼ନ୍ତି ନାହିଁ । ଏଥିପାଇଁ, ରାମ, ଭାରତର ସେହି ଭାବନାର ପ୍ରତୀକ ଅଟନ୍ତି, ଯାହା ମନାଯାଇଥାଏ ଯେ ଆମର ଅଧିକାର ଆମର କର୍ତ୍ତବ୍ୟ ସହିତ ସ୍ୱୟଂସିଦ୍ଧ ହୋଇ ଯାଇଥାଏ । ଏଥିପାଇଁ ଆମକୁ କର୍ତ୍ତବ୍ୟ ପ୍ରତି ସମର୍ପିତ ହେବାକୁ ଆବଶ୍ୟକତା ରହିଛି ଏବଂ ସଂଯୋଗ ଦେଖନ୍ତୁ, ଆମର ସମ୍ବିଧାନର ଯେଉଁ ମୂଳ ପ୍ରତି ଉପରେ ଭଗବାନ ରାମ, ମା’ ସୀତା ଏବଂ ଲକ୍ଷ୍ମଣ ଜୀଙ୍କର ଚିତ୍ର ଅଙ୍କିତ ରହିଛି । ସମ୍ବିଧାନର ସେହି ପୃଷ୍ଠ ମଧ୍ୟ ମୌଳିକ ଅଧିକାରର କଥା କହିଥାଏ । ଅର୍ଥାତ, ଗୋଟିଏ ପଟେ ଆମର ସମ୍ବିଧାନର ଅଧିକାରର ଗ୍ୟାରେଣ୍ଟି, ତା’ ସହିତ ପ୍ରଭୁ ରାମଙ୍କ ରୂପରେ କର୍ତ୍ତବ୍ୟର ଶ୍ୱାସତ ସାଂସ୍କୃତିକ ହୃଦୟଙ୍ଗମ । ଏଥିପାଇଁ ଆମେ ଯେତେ କର୍ତ୍ତବ୍ୟର ସଂକଳ୍ପକୁ ମଜବୁତ କରିବା, ରାମଙ୍କ ଭଳି ରାଜ୍ୟର ଧାରଣା ସେତିକି ବାସ୍ତବତାରେ ପରିଣତ ହେବ ।

ସାଥୀମାନେ,

ସ୍ୱାଧୀନତାର ଅମୃତ କାଳରେ ଦେଶ ନିଜର ଐତିହ୍ୟ ଉପରେ ଗର୍ବିତ ଏବଂ ଦାସତ୍ୱର ମାନସିକତାରୁ ମୁକ୍ତିର ଆବାହନ କରିଛି । ଏହି ପ୍ରତ୍ୟେକ ପ୍ରେରଣା ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଠାରୁ ପାଇଥାଉ । ସେ କହିଥିଲେ- ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ଅର୍ଥାତ ସେ ସ୍ୱର୍ଣ୍ଣମୟୀ ଲଙ୍କା ସମ୍ମୁଖକୁ ମଧ୍ୟ ହୀନ ଭାବନାରେ ଆସିନ କରିଥିଲେ, ବରଂ ସେ କହିଥିଲେ ମା’ ଏବଂ ମାତୃଭୂମି ସ୍ୱର୍ଗ ଠାରୁ ମଧ୍ୟ ବଡ଼ । ଏହି ଆତ୍ମବିଶ୍ୱାସରେ କୁହାଯାଇଥାଏ ଯେ “ନବଗ୍ରହ ନିଜର ଅନିଳ ବନାଇ । ଜନୁ ଧେରୀ ଅମରାବତୀ ଆଇ” । ଅର୍ଥାତ, ଅଯୋଧ୍ୟର ତୁଳନା ସ୍ୱର୍ଗ ସହିତ କରାଯାଇଛି । ଏଥିପାଇଁ ଭାଇ ଓ ଭଉଣୀମାନେ, ଯେତେବେଳେ ରାଷ୍ଟ୍ର ନିର୍ମାଣର ସଂକଳ୍ପ ହୋଇଥାଏ, ନାଗରିକମାନଙ୍କ ମଧ୍ୟରେ ଦେଶ ପାଇଁ ସେବା କରିବାର ଭାବନା ରହିଥାଏ, ସେତେବେଳେ ଦେଶ ବିକାଶର ସୀମାହୀନ ଶିଖରକୁ ସ୍ପର୍ଶ କରିଥାଏ, ଏକ ସମୟ ଥିଲା, ଯେତେବେଳେ ରାମଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ, ଆମ ସଂସ୍କୃତି ଏବଂ ସଭ୍ୟତାକୁ ଏଡ଼ାଇ ଦିଆଯାଉଥିଲା ।

ସାଥୀମାନେ,

ଗତ ଆଠ ବର୍ଷରେ ଦେଶ ହୀନ ଭାବନାର ଏହି ଶିକୁଳିକୁ ଭାଙ୍ଗିଛି । ଆମେ ଭାରତର ତୀର୍ଥଯାତ୍ରାର ବିକାଶ ବିଷୟରେ ସାମଗ୍ରିକ ଦୃଷ୍ଟିକୋଣ ରଖିଛୁ । ଆମେ ରାମ ମନ୍ଦିର ଏବଂ କାଶୀ ବିଶ୍ୱନାଥ ଧାମ ଠାରୁ ନେଇ କେଦାରନାଥ ଏବଂ ମହାକାଳ-ମହାଲୋକ ପର୍ଯ୍ୟନ୍ତ, ଅତ୍ୟଧିକ ଉଦାସୀନତାର ଶିକାର ହେବା ଆମର ବିଶ୍ୱାସର ସ୍ଥାନଗୁଡ଼ିକର ଗୌରବକୁ ପୁନର୍ଜୀବିତ କରିଛି । ଏକ ମିଳିତ ପ୍ରୟାସ କିଭଳି ସମଗ୍ର ବିକାଶର ମାଧ୍ୟମ ହୋଇଥାଏ, ଆଜି ଦେଶ ଏହାର ସାକ୍ଷୀ ରହିଛି, ଆଜି ଅଯୋଧ୍ୟାର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କାର ନୂଆ ଯୋଜନାମାନ ଆରମ୍ଭ କରାଯାଇଛି । ସଡ଼କମାନଙ୍କର ବିକାଶ ହେଉଛି । ଛକ ଏବଂ ଘାଟମାନଙ୍କର ସୌନ୍ଦର୍ଯ୍ୟକରଣ କରାଯାଉଛି । ନୂତନ ଭିତ୍ତିଭୂମି ନିର୍ମାଣ କରାଯାଉଛି । ଅର୍ଥାତ ଅଯୋଧ୍ୟାର ବିକାଶ ନୂତନ ଦିଗକୁ ସ୍ପର୍ଶ କରୁଛି । ଅର୍ଥାତ, ଅଯୋଧ୍ୟାର ବିକାଶ ନୂତନ ଦିଗ ସ୍ପର୍ଶ କରୁଛି । ଅଯୋଧ୍ୟା ରେଳ ଷ୍ଟେସନ ସହିତ ବିଶ୍ୱ ସ୍ତରୀୟ ବିମାନବନ୍ଦର ମଧ୍ୟ ନିର୍ମାଣ କରାଯିବ । ତାହା ହେଉଛି, ସମଗ୍ର ଅଞ୍ଚଳ ସଂଯୋଗ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟନର ଲାଭ ପାଇବ । ଅଯୋଧ୍ୟାର ବିକାଶ ସହିତ ରାମାୟଣ ସର୍କିଟର ବିକାଶ ଉପରେ ମଧ୍ୟ କାର୍ଯ୍ୟ ଚାଲିଛି । ଅର୍ଥାତ, ଅଯୋଧ୍ୟାରୁ ଆରମ୍ଭ ହୋଇଥିବା ବିକାଶ ଅଭିଯାନ ସମଗ୍ର ଆଖପାଖ ଅଞ୍ଚଳରେ ବିସ୍ତାର ହେବ ।

ସାଥୀମାନେ,

ଏହି ସାଂସ୍କୃତିକ ବିକାଶର ଅନେକ ସାମାଜିକ ଏବଂ ଅନ୍ତର୍ଜାତୀୟ ସ୍ତର ମଧ୍ୟ ଅଛି । ଶୃଙ୍ଗେୱେରପୁର ଧାମରେ ନିଷାଦରାଜ ପାର୍କର ନିର୍ମାଣ କରାଯାଉଛି, ଏଠାରେ ଭଗବାନ ରାମ ଏବଂ ନିଷାଦରାଜଙ୍କର ୫୧ ଫୁଟ ଉଚ୍ଚତା ଏକ କଂସାର ପ୍ରତିମା ନିର୍ମାଣ କରାଯାଉଛି । ଏହି ପ୍ରତିମା ରାମାୟଣର ହେି ସର୍ବସମାବେଶୀ ସଂଦେଶକୁ ମଧ୍ୟ ପ୍ରତ୍ୟେକଙ୍କର ନିକଟରେ ପହଂଚାଇବା ଯାହା ଆମେ ସମାନତା ଏବଂ ସମରସତା ପାଇଁ ସଂକଳ୍ପବଦ୍ଧ କରିଥାଏ । ଏହିଭଳି ଭାବରେ, ଅଯୋଧ୍ୟାରେ କ୍ୱିନ- ହୋ ମୋମେରିୟଲ ପାର୍କର ନିର୍ମାଣ କରାଯାଇଛି । ଏହି ପାର୍କ ଭାରତ ଏବଂ ଦକ୍ଷିଣ କୋରିଆ ଅନ୍ତଃରାଷ୍ଟ୍ରୀୟ ସମ୍ପର୍କକୁ ମଜବୁତ କରିବା, ଦୁଇ ଦେଶର ସାଂସ୍କୃତିକ ସମ୍ପର୍କକୁ ମଜବୁତ କରିବାର ଏକ ମାଧ୍ୟମ ହେବ । ଆପଣ କଳ୍ପନା କରିପାରୁଥିବେ ଯେ, ଏହି ବିକାଶ ଦ୍ୱାରା, ପର୍ଯ୍ୟଟନରେ ଏତେ ବଡ଼ ସମ୍ଭାବନା ସୃଷ୍ଟି ହେବ । ସରକାର ଯେଉଁ ରାମାୟଣ ଏକ୍ସପ୍ରେସ ଟ୍ରେନ ଆରମ୍ଭ କରିଛନ୍ତି, ତାହା ଆଧ୍ୟାତ୍ମିକ ପର୍ଯ୍ୟଟନର ଦିଗରେ ଏକ ଉତ୍ତମ ଶୁଭାରମ୍ଭ ଅଟେ । ଆଜି ଦେଶରେ ଚାରିଧାମ ପ୍ରକଳ୍ପ ହେଉ, ବୁଦ୍ଧ ସର୍କିଟ ହେଉ, କିମ୍ବା ପ୍ରସାଦ ଯୋଜନା ଅନ୍ତର୍ଗତ ଚାଲିଥିବା ବିକାଶ କାର୍ଯ୍ୟ ହେଉ, ଆମର ଏହି ସାଂସ୍କୃତିକ ଉକ୍ରର୍ଷ, ନୂତନ ଭାରତର ସମଗ୍ର ଉତଥାନର ଶ୍ରୀଗଣେଶ ଅଟେ ।

ସାଥୀମାନେ,

ଆଜି ଅଯୋଧ୍ୟା ନଗରୀରୁ ମୋର ସମଗ୍ର ଦେଶର ଲୋକଙ୍କ ପାଇଁ ମଧ୍ୟ ପ୍ରାର୍ଥନା ଅଛି, ମୋର ଗୋଟିଏ ନମ୍ର ଅନୁରୋଧ ମଧ୍ୟ ଅଛି । ଅଯୋଧ୍ୟା ହେଉଛି ଭାରତର ମହାନ ସାଂସ୍କୃତିକ ଐତିହ୍ୟର ପ୍ରତିଫଳନ । ରାମ ଅଯୋଧ୍ୟାର ରାଜ କୁମାର ଥିଲେ, ଐତିହ୍ୟର ପ୍ରତିଫଳନ । ରାମ, ଅଯୋଧ୍ୟାର ରାଜ କୁମାର ଥିଲେ, କିନ୍ତୁ ଅଭାଧ୍ୟ ସେ ସମଗ୍ର ଦେଶର ଅଟନ୍ତି । ତାଙ୍କର ପ୍ରେରଣା, ଅନୁତାପ, ପ୍ରଦର୍ଶିତ ପଥ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ଅଟେ । ଭଗବାନ ରାମଙ୍କର ଆଦର୍ଶକୁ ଅନୁସରଣ କରିବା ଆମ ସମସ୍ତ ଭାରତୀୟଙ୍କର କର୍ତ୍ତବ୍ୟ । ତାଙ୍କର ଆଦର୍ଶକୁ ଆମକୁ ନିରନ୍ତର ବଞ୍ଚାଇବାକୁ ପଡ଼ିବ, ଜୀବନରେ ଆଣିବାକୁ ହେବ । ଏବଂ ସେହି ଆଦର୍ଶ ପଥରେ ଚାଲିବାବେଳେ ଅଯୋଧ୍ୟା ଲୋକଙ୍କ ଉପରେ ଦ୍ୱିଗୁଣ ଦାୟିତ୍ୱ ରହିଛି । ଆପଣଙ୍କର ଦୁଇଗୁଣ ଦାୟିତ୍ୱ ଅଛି ମୋର ଅଯୋଧ୍ୟାର ଭାଇ-ଭଉଣୀମାନେ! ସେ ଦିନ ଆଉ ଦୂର ନାହିଁ ଯେତେବେଳେ ବିଶ୍ୱରୁ ଏଠାକୁ ଆସୁଥିବା ଲୋକଙ୍କ ସଂଖ୍ୟା ବହୁଗୁଣିତ ହେବ । ଯେଉଁଠି ପ୍ରତ୍ୟେକ କୋଣ – ଅନୁକୋଣରେ ରାମ ବ୍ୟାପ୍ତ, ସେଠିକାର ପ୍ରତ୍ୟେକ ଜନସାଧାରଣ କେମିତି, ସେଠିକାର ଲୋକଙ୍କର ମନ କେମିତି ଥିବ, ଏହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ଯେମିତି ରାମ ଜୀ ସମସ୍ତଙ୍କୁ ନିଜର ଭାବୁଥିଲେ, ସେହିପରି ଅଯୋଧାବାସୀମାନେ ଏଠାକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ୱାଗତ ଆପଣାର ସହିତ କରିବାକୁ ହେବ । ଅଯୋଧ୍ୟାର ପରିଚୟ କର୍ତ୍ତବ୍ୟ ନଗରୀ ଭାବରେ ମଧ୍ୟ ହେବା ଦରକାର । ଅଯୋଧ୍ୟା, ସବୁଠାରୁ ସ୍ୱଚ୍ଛ ନଗରୀ ହେଉ, ଏଠିକାର ରାସ୍ତା ପ୍ରଶସ୍ତ ହେବା ଦରକାର, ସୁନ୍ଦରତା ତୁଳନାତ୍ମକ ହେବା ଉଚିତ ନୁହେଁ; ଏଥିପାଇଁ ଯୋଗୀ ଜୀଙ୍କ ସରକାର ଦିବ୍ୟ ଦୃଷ୍ଟିର ସହିତ ଅନେକ ପ୍ରକଳ୍ପଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି; ପ୍ରୟାସ କରୁଛନ୍ତି, କିନ୍ତୁ ଏହି ପ୍ରୟାସ ଦ୍ୱାରା ଅଯୋଧ୍ୟାର ଲୋକମାନଙ୍କ ସମର୍ଥନ ଆହୁରି ବଢ଼ି ଯାଇଥାଏ, ତେବେ ଅଯୋଧ୍ୟାର ଦିବ୍ୟତା ମଧ୍ୟ ଆହୁରି ନିରନ୍ତର ହୋଇଯିବ । ମୁଁ ଚାହିଁବି ଯେ ଯେତେବେଳେ ମଧ୍ୟ ନାଗରିକ ମର୍ଯ୍ୟାଦାର କଥା ଆସିଥାଏ, ନାଗରିକ ଅନୁଶାସନର କଥା ଆସିଥାଏ, ଅଯୋଧ୍ୟାର ପୂଣ୍ୟ ଭୂମି ଉପରେ ପ୍ରଭୁ ଶ୍ରୀରାମଙ୍କୁ ଏହି କାମନା କରୁଛି, ଦେଶରେ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ଶକ୍ତି ଦ୍ୱାରା ଭାରତର ସାମର୍ଥ୍ୟ ଶିଖରକୁ ପହଂଚିବ । ନୂତନ ଭାରତର ଆମର ସ୍ୱପ୍ନ ମାନବତାର କଲ୍ୟାଣର ମାଧ୍ୟମ ହେବ । ଏହି କାମନା ସହିତ, ମୁଁ ମୋର କଥା ଶେଷ କରୁଛି । ପୁଣିଥରେ ସମସ୍ତ ଦେଶବାସୀଙ୍କୁ ଦୀପାବଳିର ବହୁତ ବହୁତ ଶୁଭକାମନା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!

କୁହନ୍ତୁ- ସିୟାବର ରାମଚନ୍ଦ୍ର କି ଜୟ!

ସିୟାବର ରାମଚନ୍ଦ୍ର କି ଜୟ!

ସିୟାବର ରାମଚନ୍ଦ୍ର କି ଜୟ!

ଧନ୍ୟବାଦ!

 

NS/MB