Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଅନେକ ବର୍ଷ ପରେ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ୱର ମନ୍ଦିରକୁ ଫେରିବା ସ୍ୱତନ୍ତ୍ର ଥିଲା: ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର କୁମାଓଁ ଅଞ୍ଚଳର ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ୱର ମନ୍ଦିରକୁ ନିହାତି ରୂପେ ଦେଖିବା ଯୋଗ୍ୟ ସ୍ଥାନ ଭାବରେ ସୁପାରିଶ କରିଛନ୍ତି ।

ସେ X ରେ ପୋଷ୍ଟ କରିଛନ୍ତି:

“ଯଦି କେହି ମୋତେ ପଚାରନ୍ତି – ଆପଣଙ୍କୁ ଉତ୍ତରାଖଣ୍ଡରେ କୌଣସି ଏକ ସ୍ଥାନ ପରିଦର୍ଶନ କରିବା ଆବଶ୍ୟକ ହୁଏ, ତେବେ ତାହା କେଉଁ ସ୍ଥାନ ହେବ, ମୁଁ କହିବି ତୁମେ ରାଜ୍ୟର କୁମାଓଁ ଅଞ୍ଚଳର ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ୱର ମନ୍ଦିର ପରିଦର୍ଶନ କରିବା ଉଚିତ୍ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଦିବ୍ୟତା ତୁମକୁ ମନ୍ତ୍ରମଗ୍ଧ କରିଦେବ ।

ଅବଶ୍ୟ, ଉତ୍ତରାଖଣ୍ଡରେ ଅନେକ ପ୍ରସିଦ୍ଧ ସ୍ଥାନ ପରିଦର୍ଶନ କରିବାକୁ ରହିଛି ଏବଂ ମୁଁ ମଧ୍ୟ ରାଜ୍ୟକୁ ଅନେକ ଥର ପରିଦର୍ଶନ କରିସାରିଛି । ଏଥିରେ କେଦାରନାଥ ଏବଂ ବଦ୍ରିନାଥଙ୍କ ପବିତ୍ର ସ୍ଥାନ ଅନ୍ତର୍ଭୁକ୍ତ, ଯାହା ସବୁଠାରୁ ସ୍ମରଣୀୟ ଅନୁଭୂତି ଅଟେ । କିନ୍ତୁ, ବହୁ ବର୍ଷ ପରେ ପାର୍ବତୀ କୁଣ୍ଡ ଏବଂ ଜାଗେଶ୍ୱର ମନ୍ଦିରକୁ ଫେରିବା ସ୍ୱତନ୍ତ୍ର ଥିଲା । “

*****

SSP